Posted inଫୁରସତ

ଦେଶୀ କ୍ରିକେଟ୍‌

ଆମ ଦେଶରେ କ୍ରିକେଟ୍‌ ପ୍ରେମୀ ପ୍ରାୟ ସବୁ ଘରେ ଅଛନ୍ତି। ପଡିଆକୁ ଖେଳାଳୀ ନିଜର ଜର୍ସି ପିନ୍ଧି, ହାତରେ ବ୍ୟାଟ୍‌ ଧରି ପହଞ୍ଚତ୍ଲେ କ୍ରିକେଟ୍‌ ପ୍ରେମୀଙ୍କ ହୃଦସ୍ପନ୍ଦନ ବଢିଯାଏ। ବ୍ୟାଟିଂ, ବଲିଂ, ଫିଲ୍ଡିଂ ଚାଲେ। ତା’ସହ ଚାଲେ ଇଂରାଜୀ, ହିନ୍ଦୀରେ କମେଣ୍ଟ୍ରି। ହେଲେ ନିକଟରେ ଆମ ଦେଶର ଭୋପାଳରେ ଏକ ଅଜବ କ୍ରିକେଟ ଟୁର୍ନାମେଣ୍ଟ ହୋଇଥିଲା, ଯାହାର ନାଁ ଥିଲା ‘ମହର୍ଷି କପ୍‌’। ଏଥିରେ ଖେଳାଳୀମାନେ ଜର୍ସି ଓ ଲୋୟର୍‌ ପିନ୍ଧି ନ ଥିଲେ ବରଂ ପିନ୍ଧିଥିଲେ ଧୋତି-କୁର୍ତ୍ତା। ଅମ୍ପାୟର ବି ପିନ୍ଧିଥିଲେ ଧୋତି-କୁର୍ତ୍ତା। ତେବେ ସବୁଠୁ ବଡ଼ ଆଶ୍ଚର୍ଯ୍ୟର କଥା ଏହି ଟୁର୍ନାମେଣ୍ଟରେ କମେଣ୍ଟ୍ରି ହୋଇଥିଲା ସଂସ୍କୃତ ଭାଷାରେ। ଏହି ମ୍ୟାଚ୍‌ ହେଉଛି ଆମ ଦେଶର ପ୍ରଥମ ଅଜବ କ୍ରିକେଟ୍‌ ମ୍ୟାଚ୍‌। ମ୍ୟାଚ୍‌ରେ ଖେଳାଳୀ ଦେଶୀ ପୋଷାକ ପିନ୍ଧି ମଧ୍ୟ ବେଶ୍‌ ଆରାମ୍‌ରେ ଦୌଡାଦୌଡି କରି ଖେଳୁଥିଲେ। ଟୁର୍ନାମେଣ୍ଟଟି ଦେଖିବାକୁ ଅଜବ କିନ୍ତୁ ପୁରାପୁରି ଦେଶୀ ଓ ମନୋରଞ୍ଜନଭରା ଥିଲା। ତେଣୁ ଯେବେ ଏହି ଟୁର୍ନାମେଣ୍ଟର ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହେଲା। ଲୋକେ ଚକିତ ହେବା ସହ ଭୁରି ଭୁରି ପ୍ରଶଂସା ବି କରିଥିଲେ। ଅନେକେ କମେଣ୍ଟ ଦେଇଥିଲେ ଉକ୍ତ ମ୍ୟାଚ୍‌ ଦ୍ୱାରା ସଂସ୍କୃତ ଭାଷାର ନିଶ୍ଚିତଭାବେ ପ୍ରଚାର ପ୍ରସାର ହେବ।


Enter your email to get our daily news in your inbox.

All Right Reserved By Dharitri.Com

‘ଦି ପ୍ରାଇମ୍‌ ମିନିଷ୍ଟର୍ସ ଟେବୁଲ’

ନୂଆଦିଲ୍ଲୀ,୨୪ା୮(ପିଟି): ପ୍ରଧାନମନ୍ତ୍ରୀଙ୍କ ଖାଦ୍ୟ ଥାଳିଠାରୁ ଆରମ୍ଭ କରି ସେମାନଙ୍କ ବ୍ୟକ୍ତିଗତ ଜୀବନୀ ଉପରେ ଏକ ପୁସ୍ତକ ପ୍ରକାଶ ପାଇଛି, ଯାହାକି ସେମାନଙ୍କ ରାଜନୈତିକ ଜୀବନୀଠାରୁ ମଧ୍ୟ କିଛି…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri