Advertisement
Posted inଜାତୀୟ

ହଟିବ ଗମ୍ବୁଜ, ଭାଜପା ନେତା ଭାଙ୍ଗିବାକୁ ଦେଇଥିଲେ ଧମକ…

ବେଙ୍ଗାଲୁରୁ,୧୭।୧୧ : କର୍ନାଟକ ଭାଜପା ଏମ୍‌ପି ପ୍ରତାପ ସିହ୍ମା ଏକ ବିବାଦୀୟ ଧାର୍ମିକ ନିର୍ମାଣକୁ ଧ୍ୱଂସ କରିବାକୁ ଧମକ ଦେଇଥିଲେ। ଏବେ ଏନେଇ ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ ମହୀଶୂର ନଗରନିଗମକୁ ନୋଟିସ ଜାରି କରିଛନ୍ତି। ଏହି ଆଶ୍ରୟସ୍ଥଳକୁ ହଟାଇବା ପାଇଁ ଏକ ସପ୍ତାହ ସମୟ ପ୍ରଦାନ କରାଯାଇଛି।

ଭାଜପା ଏମ୍‌ପି କହିଥିଲେ ଯେ, ମୁଁ ଏହାକୁ ସୋସିଆଲ ମିଡିଆରେ ଦେଖିଛି। ବସ ଷ୍ଟାଣ୍ଡରେ ଆଶ୍ରୟସ୍ଥଳରେ ତିନୋଟି ଗମ୍ବୁଜ ଅଛି। ସେଥିମଧ୍ୟରେ ଗୋଟିଏ ବଡ଼ ଏବଂ ଏହା ପାଖରେ ଦୁଇଟି ଛୋଟ ଗମ୍ବଜ ରହିଛି। ଏହା ଏକ ମସଜିଦ ପରି ଦେଖାଯାଉଛି। ତିନି-ଚାରି ଦିନ ମଧ୍ୟରେ ଏହାକୁ ଭାଙ୍ଗିବାକୁ ମୁଁ ଇଞ୍ଜିନିୟରମାନଙ୍କୁ କହିଛି। ଯଦି ସେମାନେ ତାହା କରନ୍ତି ନାହିଁ, ତେବେ ମୁଁ ଏକ ଜେସିବି ନେଇ ଏହାକୁ ଭାଙ୍ଗିଦେବି।

ଏହାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଧରମୈୟା ଭାଜପା ଏମ୍‌ପିଙ୍କ ବିବୃତ୍ତିକୁ ଟାର୍ଗେଟ କରି କହଥିଲେ ଯେ ଜଣେ ଏମ୍‌ପି ହୋଇଥିବାରୁ ସେ ଏପରି କହିବା ଉଚିତ ନୁହେଁ। ଯେତେବେଳେ ସେମାନଙ୍କ ପାଖରେ ସାଧାରଣ ଜ୍ଞାନର ଅଭାବ ରହିଛି ଆମେ କ’ଣ କହିବୁ? ସରକାର ଏହାକୁ ନିର୍ମାଣ କରିବା ପାଇଁ ଟଙ୍କା ଖର୍ଚ୍ଚ କରିଥିବା ବେଳେ ସେ ଏକ ବସଷ୍ଟାଣ୍ଡକୁ ନଷ୍ଟ କରିବାକୁ କିଏ? ଏହା ତାଙ୍କ ଟଙ୍କା କି? ଏହା ହେଉଛି ସରକାରଙ୍କ ଟଙ୍କା। ଏଭଳି ଖାମଖିଆଲି ମନ୍ତବ୍ୟ ଦେଇ ଏମ୍‌ପି ଭୁଲ୍‌ କରିଛନ୍ତି। ଏହାକୁ ସୁଧାରି ନେବା ଉଚିତ।

ତେବେ ବିବାଦ ଉପୁଜିବାର ଆଶଙ୍କାକୁ ଦୃଷ୍ଟିରେ ରଖି ଏହାକୁ ହଟାଇବାକୁ ନିର୍ଦ୍ଦେଶ ଜାରି ହୋଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଦିନେ କମିଲେ ପୁଣି ବଢୁଛି…

ନୂଆଦିଲ୍ଲୀ,୨୬।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାର ନା ଧରୁନି । ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି...

ଦେଶରେ ବଢୁଛି ଟିବି ରୋଗୀଙ୍କ ସଂଖ୍ୟା, ୨୦୨୦ ତୁଳନାରେ ୧୮ ପ୍ରତିଶତ ଅଧିକ

ନୂଆଦିଲ୍ଲୀ/ଜେନେଭା,୨୯ ।୧୦: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଗୁରୁବାର ଅର୍ଥାତ୍ ୨୭ ଅକ୍ଟୋବରରେ ଗ୍ଲୋବାଲ ଟିବି ରିପୋର୍ଟ ୨୦୨୨ ଜାରି କରିଛି । ଏହି ରିପୋର୍ଟ ଅନୁଯାୟୀ,...

ହିମାଚଳରେ ବଢ଼ିଲା ଲକ୍‌ଡାଉନ୍‌ ଅବଧି

ଶିମଲା,୨୬ା୫: ହିମାଚଳ ପ୍ରଦେଶରେ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୨୧୪ରେ ପହଞ୍ଚିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଅବଧିକୁ ୫ ସପ୍ତାହ ଲାଗି...

ଭୁଶୁଡ଼ିଲା କୋଠା, ଜଣେ ମୃତ

ନୂଆଦିଲ୍ଲୀ,୨୪ା୭: ଦିଲ୍ଲୀର ମୁସ୍ତଫାବାଦର ବାବୁନଗରରେ ରବିବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଆଜି ସକାଳେ ଏକ ଘର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।...

କର୍ତ୍ତବ୍ୟ ପଥକୁ ଏନଡିଏମସି ମଞ୍ଜୁରୀ…

ନୂଆଦିଲ୍ଲୀ, ୭।୯ : ଏବେ ଦିଲ୍ଲୀର ବାସିନ୍ଦାଙ୍କ ପାଇଁ ଆଉ ଏକ ନୂଆ ଉପହାର ଆସିଛି। ଏବେ ରାଷ୍ଟ୍ରପତି ଭବନରୁ ଜାତୀୟ ରାଜଧାନୀ ଦିଲ୍ଲୀର ଇଣ୍ଡିଆ...

ମେଦ ବହୁଳତା ସବୁ ରୋଗର କାରଣ ଦର୍ଶାଇ ୧୫୩ କିଲୋଗ୍ରାମ ଓଜନ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କଲେ କୋର୍ଟ…

ଚଣ୍ଡିଗଡ଼,୯।୧୧ : ପଞ୍ଜାବ ହରିୟାଣା ହାଇକୋର୍ଟ ମେଦ ବହୁଳତାକୁ ସବୁ ରୋଗର କାରଣ ଦର୍ଶାଇ ଜଣେ ୧୫୩ କିଲୋଗ୍ରାମ ଓଜନ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି।...

ନାଗରିକତା ସଂଶୋଧନ ବିଲ୍‌: ମୋଦିଙ୍କୁ ସମର୍ଥନ କଲା ଶିବସେନା

ନୂଆଦିଲ୍ଲୀ,୪।୧୨: ନାଗରିକତା ସଂଶୋଧନ ବିଲ୍‌ (ସିଏବି)କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୁଧବାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ବିଲ୍‌କୁ କଂଗ୍ରେସ ସମେତ କିଛି ଦଳ ବିରୋଧ କରୁଥିବା...

କୁପଓ୍ବାରାରେ ହିମସ୍ଖଳନ: ଜଣେ ଯବାନ ଶହୀଦ୍‌

ଶ୍ରୀନଗର,୧୮।୧୧: ଜମ୍ମୁ-କଶ୍ମୀରର କୁପଓ୍ବାରା ଜିଲାରେ ହିମସ୍ଖଳନରେ ଜଣେ ଯବାନ ଶହୀଦ୍‌ ହୋଇଛନ୍ତି। ଏହି ଘଟଣାରେ ଅନ୍ୟ ଦୁଇଜଣ ଯବାନ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି...

Advertisement
Archives

Model This Week