Posted inଫୁରସତ

ମଣିଷ ପରି ଚାଲୁଛି କୁକୁର, ଭିଡିଓ ଦେଖିଲେ…

କୁହାଯାଏ, ଇଚ୍ଛା ଥିଲେ ସବୁ ସମ୍ଭବ। ଏହା କେବଳ ମଣିଷମାନଙ୍କ ପାଇଁ ଯେ, ପ୍ରଯୁଜ୍ୟ ତାହା ନୁହେଁ; ଏହା ପଶୁପକ୍ଷୀଙ୍କ କ୍ଷେତ୍ରରେ ମଧ୍ୟ ସମ୍ଭବ ହୋଇଥାଏ। ସୋସିଆଲ ମିଡିଆରେ ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହା ଦେଖିଲେ ଆଶ୍ଚର୍ଯ୍ୟ ହେବେ। ଏକ କୁକୁର ମଣିଷ ପରି ଚାଲୁଛି। ଗୋଟିଏ ଆକ୍ସିଡେଣ୍ଟ୍‌ରେ କୁକୁରର ଜୀବନ ପୂରା ବଦଳି ଯାଇଛି। ଜାଣନ୍ତୁ ଏ ସମ୍ପର୍କରେ…

ଏହି କୁକୁରର ନାମ ଡେକ୍ସଟର। ଏହା ଜଣେ ସେଲିବ୍ରିଟିଙ୍କଠାରୁ କମ୍‌ ନୁହେଁ। ଡେକ୍ସଟର ତା’ର ମାଲିକଙ୍କ ସହିତ ରାସ୍ତାରେ ମଣିଷ ପରି ଚାଲୁଛି। ଘରେ ମଧ୍ୟ ଡେକ୍ସଟର୍‌ ଦୁଇ ଗୋଡ଼ରେ ବୁଲୁଥିବାର ଦେଖାଯାଏ। ଡେକ୍ସଟରର ଜୀବନକୁ ଦେଖିଲେ ଏହା କୁହାଯାଇପାରେ ଯେ, ଯଦି କୌଣସି ଅସୁବିଧା ଥାଏ; ତେବେ ଏହାର ସମାଧାନ ହୋଇପାରେ। ମଣିଷ ହେଉ କିମ୍ବା ପଶୁ, ସମସ୍ତେ ସମସ୍ୟା ଉପରେ ନିର୍ଭର କରି ନିଜ ଜୀବନରେ ପରିବର୍ତ୍ତନ ଆଣନ୍ତି।

ଡେକ୍ସଟର୍‌ ଏକ ସୁସ୍ଥ କୁକୁର ପରି ଜନ୍ମ ହୋଇଥିଲା। କିନ୍ତ ପିଲାଦିନରୁ ବହୁତ ଖେଳାଳି ଥିଲା। ସେ କାହାକୁ ନ ଜଣାଇ ଘରୁ ପଳାଇ ଆସୁଥିଲା। ଏହା ପରେ, ବହୁତ ଖୋଜାଖୋଜି କରିବା ପରେ ସେ ଘରକୁ ଫେରି ଆସୁଥିଲା। କିନ୍ତୁ ଥରେ ଏହି ଘଟଣାରେ ତା’ ସହ ଏକ ଦୁର୍ଘଟଣା ଘଟିଥିଲା। ରାଜପଥରେ ଡେକ୍ସଟର୍‌ ଘରୁ ପଳାଇ ଯାଇଥିଲା। ଯେଉଁଠାରେ ଏକ ଟ୍ରକ ତା’ ଆଗ ଗୋଡ଼ରେ ଚଢ଼ିଯାଇଥିଲା। ମାଲିକ ରାସ୍ତାରେ ଡେକ୍ସଟର୍‌ ଯନ୍ତ୍ରଣା ଭୋଗୁଥିବା ଦେଖି ତାଙ୍କୁ ଡାକ୍ତରଙ୍କ ନିକଟକୁ ନେଇଥିଲେ। ପରେ ଜାଣିବାକୁ ମିଳିଲା, ବର୍ତ୍ତମାନ ତା’ର ଆଗ ଗୋଡ଼ ରଖି କୌଣସି ଲାଭ ନାହିଁ।
ଦୁର୍ଘଟଣା ପରେ ମଧ୍ୟ ଡେକ୍ସଟର ମାଲିକ ଏହାକୁ ଏକୁଟିଆ ଛାଡ଼ି ନ ଥିଲେ। ମାଲିକଙ୍କ ସମର୍ଥନ ଏବଂ ଭଲପାଇବା ସହିତ ଡେକ୍ସଟର୍‌ ତାଙ୍କ ପିଠିରେ ଦୁଇ ପାଦରେ ଠିଆ ହେବାକୁ ଶିଖିଲା। ଧିରେ ଧିରେ ସେ ଦୁଇ ଗୋଡ଼ରେ ଚାଲିବାର ଅଭ୍ୟାସ ଜାରି ରଖିଲା। ଶେଷରେ ସେ ଏଥିରେ ପାରଦର୍ଶୀ ହୋଇପାରିଛି। ଦୁଇ ଗୋଡ଼ରେ ଅତି ସହଜରେ ଚାଲିପାରୁଛି। ଡେକ୍ସଟର୍‌ ମଧ୍ୟ ମଣିଷମାନଙ୍କ ପାଇଁ ଏକ ପ୍ରେରଣା ପାଲଟିଛି କହିଲେ ଅତ୍ୟୁକ୍ତି ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜାଣନ୍ତି କାହିଁକି ରଖାଯାଇଛି ଟ୍ରାଫିକ୍‌ ସିଗ୍‌ନାଲରେ ୩ଟି ରଙ୍ଗ

ପୂର୍ବରୁ ଲୋକେ ରାସ୍ତାରେ ଚଳପ୍ରଚଳ କରିବାରେ କୌଣସି କଟକଣା ବା ନୀତି ନିୟମ ନ ଥିଲା। ଯିଏ ଯେମିତି ପାରୁଥିଲା ଯାଉଥିଲା। ଦିନକୁ ଦିନ ଦୁର୍ଘଟଣା...

ବିଲୁଆ ହେବା ପାଇଁ ୧୮ ଲକ୍ଷ ଖର୍ଚ୍ଚ

ଜାପାନର ଜଣେ ଯୁବକଙ୍କୁ ପିଲାଦିନୁ ଜୀବଜନ୍ତୁ ବହୁତ ଭଲ ଲାଗୁଥିଲେ। ଟିଭିରେ ସେ ପ୍ରାଣୀଙ୍କୁ ନେଇ ପ୍ରସ୍ତୁତ ବିଭିନ୍ନ କାର୍ଯ୍ୟକ୍ରମ ଦେଖୁଥିଲେ। ପ୍ରାଣୀଙ୍କ ନକଲ ବି...

ଏହି ଗାଁକୁ ବୁଲି ଆସିଲେ ଦୂର ହେବ ଦାରିଦ୍ରତା

ଗରିବ କିମ୍ବା ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ କିଏ ବା ପସନ୍ଦ କରେ। ସମୟ ଏବଂ ପରିସ୍ଥିତି ଏଭଳି ସମସ୍ୟାର ସମ୍ମୁଖୀନ କରାଇଥାଏ। ଏହି ସମସ୍ୟାରୁ...

ଅନ୍‌ଲାଇନ୍‌ରେ ଅର୍ଡର କରିଥିଲେ ବିଲେଇଛୁଆ, ଡେଲିଭରି ବକ୍ସରୁ ଯାହା ବାହାରିଲା ଦେଖିଲେ ଉଡ଼ିଯିବ ହୋସ୍‌

ପ୍ୟାରିସ୍‌,୧୨ା୧୦: ଫ୍ରାନ୍ସର ଏକ ଦମ୍ପତି ଘରେ ବିଲେଇ ଛୁଆ ପାଳିବାକୁ ଚାହୁଁଥିଲେ। ସେମାନେ ଅନ୍‌ଲାଇନ୍‌ରେ ୬ ହଜାର ୟୁରୋ ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୫ ଲକ୍ଷ...

ଲୋକଙ୍କୁ ଦୂରେଇ ରଖୁଛି ଟେଡି ବିୟର

ପ୍ୟାରିସ,୩୦।୬: କରୋନା ମହାମାରୀ ଏବେ ସାରା ବିଶ୍ୱରେ ବ୍ୟାପି ଚାଲିଥିବା ବେଳେ ବିଶ୍ୱବାସୀ ଏକ ପ୍ରକାର ଏହି ଭାଇରସ ସହ ବଞ୍ଚିବା ଶିଖି ଗଲେଣି କହିଲେ...

ଆରମ୍ଭ ହେଲା ସର୍ବବୃହତ୍‌ ଫିଟ୍‌ନେସ୍‌ ଚ୍ୟାଲେଞ୍ଜ

ଦୁବାଇ: ଦୁବାଇ। ଲକ୍‌ଜ୍ୟୁରି ଶପିଂ, ଅଲଟ୍ରାମଡର୍ନ ଆର୍କିଟେକ୍‌ଚର ଏବଂ ନାଇଟ୍‌ ଲାଇଫ୍‌ ପାଇଁ ପ୍ରସିଦ୍ଧି ଅର୍ଜନ କରିଥିବା ସ୍ବପ୍ନର ସହର। ମାତ୍ର ୫୦ ବର୍ଷ ଭିତରେ...

ନିଶ ଥିବା ଏହି ରାଜକୁମାରୀଙ୍କ ପାଇଁ ୧୩ ଯୁବକ କରିଥିଲେ ଆତ୍ମହତ୍ୟା

ଆଜିର ସମୟରେ ଯୁବତୀଙ୍କ ସୌନ୍ଦର୍ଯ୍ୟ, ତାଙ୍କ ରୂପ, ଶରୀରର ଗଠନ ଏବଂ ଚେହେରା ଦେଖି ତାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦିଆଯାଏ। କିନ୍ତୁ ସବୁ ସ୍ଥାନରେ...

୯୨ ବର୍ଷୀୟା ବୃଦ୍ଧାଙ୍କୁ ବିବାହ କଲେ ୯୦ ବର୍ଷୀୟ ବୃଦ୍ଧ, ସମ୍ପୂର୍ଣ୍ଣ କାହାଣୀ ଜାଣିଲେ…

କୁହାଯାଏ, ପ୍ରେମ ଜାତି, ଧର୍ମ, ବର୍ଣ୍ଣ କିଛି ମାନେନା। କିଏ କାହାସହ କେତେବେଳେ ପ୍ରେମରେ ପଡ଼ିଯାଏ ତାହା କାହାକୁ ଜଣା ନ ଥାଏ। ଠିକ୍‌ ସେମିତି...

Advertisement
Archives

Model This Week