ପୁଟିନ୍‌ଙ୍କ ହାତରେ ପୁଣି ନ୍ୟୁକ୍ଲିୟର ବ୍ରିଫ୍‌କେସ୍‌, ତୃତୀୟ ବିଶ୍ୱ ଯୁଦ୍ଧ ଆଶଙ୍କା ନେଇ ଚର୍ଚ୍ଚା !…

ମସ୍କୋ, ୧୩।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୪୮ ଦିନ ବିତିଛି। କିନ୍ତୁ ଏତେ ଦିନ ପରେ ମଧ୍ୟ ରୁଷିଆର ସେନା ପଛଘୁଞ୍ଚା ଦେଇ ନାହାନ୍ତି କିମ୍ବା ୟୁକ୍ରେନ୍‌ ରାଜଧାନୀ କ୍ୱିଭ୍‌କୁ ଦଖଲ କରିବାରେ ସକ୍ଷମ ହୋଇ ନାହାନ୍ତ। ରୁଷିଆ ବାରମ୍ବାର ଆଣବିକ ଆକ୍ରମଣର ଧମକ ମଧ୍ୟ ଦେଇଛି।

ରାଷ୍ଟ୍ରପ୍ରତି ଭ୍ଲାଡ଼ିମିର ପୁଟିନ ଅନେକ ଥର କହିଛନ୍ତି ଯେ ଯଦି ଆମେରିକା ଏବଂ ପାଶ୍ଚାତ୍ୟ ଦେଶ ୟୁକ୍ରେନକୁ ସାହାଯ୍ୟ ଜାରି ରଖନ୍ତି ତେବେ ଏହାର ପରିଣାମ ଭୟଙ୍କର ହୋଇପାରେ। ବର୍ତ୍ତମାନ ପୁଟିନଙ୍କୁ ବେଲାରୁଷର ଏକଛତ୍ରବାଦୀ ଶାସକ ଆଲେକ୍ସଜାଣ୍ଡାର୍‌ ଲୁକାଶେଙ୍କୋଙ୍କ ସହିତ ଏକ ଫଟୋରେ ନ୍ୟୁକ୍ଲିୟର ବ୍ରିଫକେସ ସହିତ ଦେଖିବାକୁ ମିଳୁଛି। ନ୍ୟୁକ୍ଲିୟର ବ୍ରିଫକେସ ସହିତ ପୁଟିନଙ୍କ ଫଟୋ ପୁଣି ଥରେ ଦେଖାଯିବାରୁ ଏବେ ଆଣବିକ ଆକ୍ରମଣ ସହିତ ତୃତୀୟ ବିଶ୍ୱଯୁଦ୍ଧ ଆଶଙ୍କା ବଢ଼ାଇ ଦେଇଛି।

ଆକାର ଅନୁସାରେ ରୁଷ ହେଉଛି ବିଶ୍ୱର ବୃହତ୍ତମ ଦେଶ ଏବଂ ଆଣବିକ ଅସ୍ତ୍ରଶସ୍ତ୍ର କ୍ଷେତ୍ରରେ ରୁଷର ମଧ୍ୟ ବିଶ୍ୱବ୍ୟାପୀ ମାନ୍ୟତା ରହିଛି। ଏଥି ସହିତ, ୟୁକ୍ରେନ ଆକାର ଅନୁଯାୟୀ ବିଶ୍ୱର ୪୫ ତମ ଦେଶ । ରୁଷିଆର ସୈନିକମାନେ ଏକ ଛୋଟ ଦେଶକୁ କାବୁ କରିବାକୁ ଦୀର୍ଘ ସମୟ ନେଉଛନ୍ତି, ଯାହା ପୁଟିନଙ୍କ ଚିନ୍ତାକୁ ବଢ଼ାଉଛି।

ତେବେ ଆମେରିକା ଏବଂ ପାଶ୍ଚାତ୍ୟ ଦେଶମାନଙ୍କ ସାହାଯ୍ୟରେ ୟୁକ୍ରେନ ରୁଷିଆକୁ କଡ଼ା ଟକ୍କର ଦେଉଛି। ଏହି ଦେଶଗୁଡିକରୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ଆର୍ଥିକ ସହାୟତା ତଥା ସାମଗ୍ରୀ ଯୋଗାଣ ହେତୁ ୟୁକ୍ରେନ ସୈନ୍ୟମାନେ ରୁଷିଆର ବହୁକ୍ଷତି ଘଟାଉଛନ୍ତି। ଏହା ପୁଟିନଙ୍କ ପାଇଁ ଚିନ୍ତା ଏବଂ କ୍ରୋଧର କାରଣ ପାଲଟିଛି।
ଡେଲିମେଲ ଅନୁଯାୟୀ ଗତ ସପ୍ତାହରେ ବେଲାରୁଷରେ ପହଞ୍ଚିଥିବା ପୁଟିନଙ୍କୁ ନ୍ୟୁକ୍ଲିୟରବ୍ରଫକେସ ଦେଖାଯାଇଥିଲା।

ଏହି ବ୍ରିଫକେସରେ ଆଣବିକ ଆକ୍ରମଣ ଏବଂ ଆଲର୍ଟ ଆଲାର୍ମ ସହିତ ସମସ୍ତ ବୈଶିଷ୍ଟ୍ୟ ରହିିଥାଏ। ବେଲାରୁଷର ଏକଛତ୍ରବାଦୀ ଶାସକ ଲୁକାଶେଙ୍କୋଙ୍କ ସହ ପୁଟିନଙ୍କ ଫଟୋ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏହି ଫଟୋଗୁଡ଼ିକରେ ପୁଟିନଙ୍କ ସହ ଠିଆ ହୋଇଥିବା ବ୍ୟକ୍ତି ତାଙ୍କ ହାତରେ ଏକ କଳା ବ୍ରିଫକେସ ଧରିଛନ୍ତି। ଯାହାକୁ ନ୍ୟୁକ୍ଲିୟର ବ୍ରିଫକେସ ବୋଲି କୁହାଯାଉଛି।

ଏହି ସ୍ବତନ୍ତ୍ର ବ୍ରିଫକେସ ରୁଷିଆର ରାଷ୍ଟ୍ରପତିଙ୍କ ପାଖରେ ଅଛି। ଏଥିରେ ଆଣବିକ କୋଡ୍‌ ରହିଥାଏ। କେବଳ ପୁଟିନ ଏହାକୁ ବ୍ୟବହାର କରିପାରିବେ। ରୁଷିଆର ବାସିନ୍ଦା ତଥା ଅସ୍ତ୍ରଶସ୍ତ୍ର ବିଶେଷଜ୍ଞ ଇଗୋର ସେଜେନ ବିସିସିଆଇକୁ କହିଛନ୍ତି ଯେ ଏହି ବ୍ରିଫକେସ ସର୍ବଦା ରାଷ୍ଟ୍ରପତିଙ୍କ ପାଖରେ ଥାଏ।

ଏପରିକି ଯେତେବେଳେ ସେ ଶୋଇଥାନ୍ତି, ତାଙ୍କଠାରୁ ୧୦ରୁ ୨୦ ମିଟର ବ୍ୟାସାର୍ଦ୍ଧରେ ଏହା ରହିଥାଏ। ରୁଷିଆ ଉପରେ ଆକ୍ରମଣର ଆଶଙ୍କା ହେଲେ ବ୍ରିଫକେସ ଆଲାର୍ମ ସକ୍ରିୟ ହୋଇ ଫ୍ଲାଶ ଲାଇଟ ଜଳିଥାଏ। ଯଦିଓ ଏହିପରି ଦୁଇଟି ବ୍ରିଫକେସ ପ୍ରଧାନମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କ ପାଖରେ ଅଛି। ମାତ୍ର ଆଣବିକ ଆକ୍ରମଣ ପାଇଁ ନିର୍ଦ୍ଦେଶ କେବଳ ରାଷ୍ଟ୍ରପତି ଦେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

ଅପହଞ୍ଚ ଗାଁରେ ଆଶାର କିରଣ: ସ୍ୱାବଲମ୍ବୀ ହେବେ ସାନ୍ତାଳୀ ମହିଳା, ମିଶନ ଶକ୍ତିରେ ଯୋଡ଼ି ହୋଇ…

ମହାକାଳପଡ଼ା,୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ସମୁଦ୍ର ତଟରେ ଅବସ୍ଥିତ ଅପହଞ୍ଚ ସାନ୍ତାଳୀ ଗ୍ରାମ ‘ପାଣିଖିଆ’। ଅନାଦି କାଳରୁ ଏହି ଗ୍ରାମର ସାନ୍ତାଳୀ…

ଆଗକୁ ପଞ୍ଚାୟତ ନିର୍ବାଚନ: ଜିତିବା ପାଇଁ ଭାଜପା କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର,୪ା୧୦: ରାଜ୍ୟରେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଗ୍ରାମାଞ୍ଚଳରେ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ନିର୍ବାଚନୀ ମଇଦାନରେ ସଫଳତା ହାସଲ କରିବା ପାଇଁ ଭାରତୀୟ…

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?