ପୁଟିନ୍‌ଙ୍କ ହାତରେ ପୁଣି ନ୍ୟୁକ୍ଲିୟର ବ୍ରିଫ୍‌କେସ୍‌, ତୃତୀୟ ବିଶ୍ୱ ଯୁଦ୍ଧ ଆଶଙ୍କା ନେଇ ଚର୍ଚ୍ଚା !…

ମସ୍କୋ, ୧୩।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୪୮ ଦିନ ବିତିଛି। କିନ୍ତୁ ଏତେ ଦିନ ପରେ ମଧ୍ୟ ରୁଷିଆର ସେନା ପଛଘୁଞ୍ଚା ଦେଇ ନାହାନ୍ତି କିମ୍ବା ୟୁକ୍ରେନ୍‌ ରାଜଧାନୀ କ୍ୱିଭ୍‌କୁ ଦଖଲ କରିବାରେ ସକ୍ଷମ ହୋଇ ନାହାନ୍ତ। ରୁଷିଆ ବାରମ୍ବାର ଆଣବିକ ଆକ୍ରମଣର ଧମକ ମଧ୍ୟ ଦେଇଛି।

ରାଷ୍ଟ୍ରପ୍ରତି ଭ୍ଲାଡ଼ିମିର ପୁଟିନ ଅନେକ ଥର କହିଛନ୍ତି ଯେ ଯଦି ଆମେରିକା ଏବଂ ପାଶ୍ଚାତ୍ୟ ଦେଶ ୟୁକ୍ରେନକୁ ସାହାଯ୍ୟ ଜାରି ରଖନ୍ତି ତେବେ ଏହାର ପରିଣାମ ଭୟଙ୍କର ହୋଇପାରେ। ବର୍ତ୍ତମାନ ପୁଟିନଙ୍କୁ ବେଲାରୁଷର ଏକଛତ୍ରବାଦୀ ଶାସକ ଆଲେକ୍ସଜାଣ୍ଡାର୍‌ ଲୁକାଶେଙ୍କୋଙ୍କ ସହିତ ଏକ ଫଟୋରେ ନ୍ୟୁକ୍ଲିୟର ବ୍ରିଫକେସ ସହିତ ଦେଖିବାକୁ ମିଳୁଛି। ନ୍ୟୁକ୍ଲିୟର ବ୍ରିଫକେସ ସହିତ ପୁଟିନଙ୍କ ଫଟୋ ପୁଣି ଥରେ ଦେଖାଯିବାରୁ ଏବେ ଆଣବିକ ଆକ୍ରମଣ ସହିତ ତୃତୀୟ ବିଶ୍ୱଯୁଦ୍ଧ ଆଶଙ୍କା ବଢ଼ାଇ ଦେଇଛି।

ଆକାର ଅନୁସାରେ ରୁଷ ହେଉଛି ବିଶ୍ୱର ବୃହତ୍ତମ ଦେଶ ଏବଂ ଆଣବିକ ଅସ୍ତ୍ରଶସ୍ତ୍ର କ୍ଷେତ୍ରରେ ରୁଷର ମଧ୍ୟ ବିଶ୍ୱବ୍ୟାପୀ ମାନ୍ୟତା ରହିଛି। ଏଥି ସହିତ, ୟୁକ୍ରେନ ଆକାର ଅନୁଯାୟୀ ବିଶ୍ୱର ୪୫ ତମ ଦେଶ । ରୁଷିଆର ସୈନିକମାନେ ଏକ ଛୋଟ ଦେଶକୁ କାବୁ କରିବାକୁ ଦୀର୍ଘ ସମୟ ନେଉଛନ୍ତି, ଯାହା ପୁଟିନଙ୍କ ଚିନ୍ତାକୁ ବଢ଼ାଉଛି।

ତେବେ ଆମେରିକା ଏବଂ ପାଶ୍ଚାତ୍ୟ ଦେଶମାନଙ୍କ ସାହାଯ୍ୟରେ ୟୁକ୍ରେନ ରୁଷିଆକୁ କଡ଼ା ଟକ୍କର ଦେଉଛି। ଏହି ଦେଶଗୁଡିକରୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ଆର୍ଥିକ ସହାୟତା ତଥା ସାମଗ୍ରୀ ଯୋଗାଣ ହେତୁ ୟୁକ୍ରେନ ସୈନ୍ୟମାନେ ରୁଷିଆର ବହୁକ୍ଷତି ଘଟାଉଛନ୍ତି। ଏହା ପୁଟିନଙ୍କ ପାଇଁ ଚିନ୍ତା ଏବଂ କ୍ରୋଧର କାରଣ ପାଲଟିଛି।
ଡେଲିମେଲ ଅନୁଯାୟୀ ଗତ ସପ୍ତାହରେ ବେଲାରୁଷରେ ପହଞ୍ଚିଥିବା ପୁଟିନଙ୍କୁ ନ୍ୟୁକ୍ଲିୟରବ୍ରଫକେସ ଦେଖାଯାଇଥିଲା।

ଏହି ବ୍ରିଫକେସରେ ଆଣବିକ ଆକ୍ରମଣ ଏବଂ ଆଲର୍ଟ ଆଲାର୍ମ ସହିତ ସମସ୍ତ ବୈଶିଷ୍ଟ୍ୟ ରହିିଥାଏ। ବେଲାରୁଷର ଏକଛତ୍ରବାଦୀ ଶାସକ ଲୁକାଶେଙ୍କୋଙ୍କ ସହ ପୁଟିନଙ୍କ ଫଟୋ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏହି ଫଟୋଗୁଡ଼ିକରେ ପୁଟିନଙ୍କ ସହ ଠିଆ ହୋଇଥିବା ବ୍ୟକ୍ତି ତାଙ୍କ ହାତରେ ଏକ କଳା ବ୍ରିଫକେସ ଧରିଛନ୍ତି। ଯାହାକୁ ନ୍ୟୁକ୍ଲିୟର ବ୍ରିଫକେସ ବୋଲି କୁହାଯାଉଛି।

ଏହି ସ୍ବତନ୍ତ୍ର ବ୍ରିଫକେସ ରୁଷିଆର ରାଷ୍ଟ୍ରପତିଙ୍କ ପାଖରେ ଅଛି। ଏଥିରେ ଆଣବିକ କୋଡ୍‌ ରହିଥାଏ। କେବଳ ପୁଟିନ ଏହାକୁ ବ୍ୟବହାର କରିପାରିବେ। ରୁଷିଆର ବାସିନ୍ଦା ତଥା ଅସ୍ତ୍ରଶସ୍ତ୍ର ବିଶେଷଜ୍ଞ ଇଗୋର ସେଜେନ ବିସିସିଆଇକୁ କହିଛନ୍ତି ଯେ ଏହି ବ୍ରିଫକେସ ସର୍ବଦା ରାଷ୍ଟ୍ରପତିଙ୍କ ପାଖରେ ଥାଏ।

ଏପରିକି ଯେତେବେଳେ ସେ ଶୋଇଥାନ୍ତି, ତାଙ୍କଠାରୁ ୧୦ରୁ ୨୦ ମିଟର ବ୍ୟାସାର୍ଦ୍ଧରେ ଏହା ରହିଥାଏ। ରୁଷିଆ ଉପରେ ଆକ୍ରମଣର ଆଶଙ୍କା ହେଲେ ବ୍ରିଫକେସ ଆଲାର୍ମ ସକ୍ରିୟ ହୋଇ ଫ୍ଲାଶ ଲାଇଟ ଜଳିଥାଏ। ଯଦିଓ ଏହିପରି ଦୁଇଟି ବ୍ରିଫକେସ ପ୍ରଧାନମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କ ପାଖରେ ଅଛି। ମାତ୍ର ଆଣବିକ ଆକ୍ରମଣ ପାଇଁ ନିର୍ଦ୍ଦେଶ କେବଳ ରାଷ୍ଟ୍ରପତି ଦେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସଂକ୍ରମଣ ପରେ ଏବେ ସାଇବର ଯୁଦ୍ଧର ପ୍ରସ୍ତୁତି କରୁଛି ଚାଇନା: ୫ ବର୍ଷ ମଧ୍ୟରେ ସୁପର ପାଓ୍ବାର ହେବାର ରଖିଛି ଲକ୍ଷ୍ୟ

ବେଜିଂ,୨୫।୪: ସାରା ପୃଥିବୀରେ କରୋନା ସଂକ୍ରମଣ କରାଇଥିବା ଚାଇନା ଏବେ ସାଇବର ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। କରୋନା ଯୋଗୁ ବହୁ ଦେଶର ଆର୍ଥିକ...

ଅନାସ୍ଥାପ୍ରସ୍ତାବରେ ଜିତିଲେ ପ୍ରଧାନମନ୍ତ୍ରୀ

ଲଣ୍ଡନ,୭।୬: ପାର୍ଟିଗେଟ ଦୁର୍ନୀତି ଫସିଯାଇଥିବା ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ ହାଉସ ଅଫ କମନ୍ସ ବିଶ୍ୱାସ ମତର ପ୍ରମାଣ ଦେଇଛନ୍ତି। ବୋରିସ ଜନସନ ୨୧୧ ଭୋଟ...

ମୃତ୍ୟୁ ପୂର୍ବରୁ ୭୩୬ ଟଙ୍କା ମା’କୁ ଦେଇ ଯାଇଥିଲେ ବାପା: ପୁଅ ବିୟର ସହ ପୂରା କଲା କାହାଣୀ

ସାଧାରଣତଃ କୌଣସି ମାତାପିତା ଚାହାନ୍ତି ନାହିଁ ସେମାନଙ୍କ ପୁଅ ନିଶା ସେବନ କରୁ, ମାତ୍ର ସୋସିଆଲ ମିଡିଆରେ ଏଭଳି ବାପା ପୁଅଙ୍କ କାହାଣୀ ଭାଇରାଲ ହେଉଛି।...

ଦକ୍ଷିଣ ଡାକୋଟାରେ ବିମାନ ଦୁର୍ଘଟଣା:୯ ମୃତ

ଓ୍ବାଶିଂଟନ,୧।୧୨: ଆମେରିକାର ଦକ୍ଷିଣ ଡାକୋଟାରେ ଶନିବାର ହୋଇଥିବା ଏକ ବିମାନ ଦୁର୍ଘଟଣାରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୨ ଶିଶୁ ଥିବାବଳେ...

କାର୍ଯ୍ୟକ୍ଷମ ହେଲା ୩୦ଟି ଫୁଟବଲ ପଡ଼ିଆ ସହ ସମାନ ବୃହତମ ରେଡ଼ିଓ ଟେଲିସ୍କୋପ୍‌

ବେଜିଂ, ୧୩।୧: ଚାଇନାରେ ବୃହତମ ରେଡ଼ିଓ ଟେଲିସ୍କୋପ୍‌ କାର୍ଯ୍ୟକ୍ଷମ ହୋଇଛି। ୩ ବର୍ଷ ଧରି ଟ୍ରାଏଲ୍‌ ହେବା ପରେ ଏହା କାର୍ଯ୍ୟ ଆରମ୍ଭ କରିଛି। ଏହାର...

ୟୁକ୍ରେନ-ରୁଷିଆ ସଙ୍କଟକୁ ନେଇ ଯୁଦ୍ଧ ଆଶଙ୍କା କଲେ ଆମେରିକା ରାଷ୍ଟ୍ରପତି

ୱାଶିଂଟନ,୧୮ ।୨: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଶଙ୍କା କରିଛନ୍ତି ଯେ ଆଗାମୀ କିଛିଦିନ ମଧ୍ୟରେ ୟୁକ୍ରେନ ଓ ରୁଷିଆ ମଧ୍ୟରେ ଯୁ୍‌ଦ୍ଧ ହୋଇପାରେ ।...

ଚାଇନାରେ ଘୂର୍ଣ୍ଣିବାୟୁର ତାଣ୍ଡବ: ୬ ମୃତ ଶତାଧିକ ଆହତ

ବେଜିଂ,୪।୭: ଚାଇନାର ଉତ୍ତର ପୂର୍ବରେ ଥିବା ଲିଓନଇଙ୍ଗ ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ ହୋଇଥିବା ଘୂର୍ଣ୍ଣିବାୟୁରେ ୬ ଜଣଙ୍କ ମୃତ୍ୟୁ ହେବା ସହ ପ୍ରାୟ ୧୯୦ ଜଣ...

ଫେସବୁକକୁ ଫେରିବାକୁ ଚାହୁଁଛନ୍ତି ଟ୍ରମ୍ପ…

ଓ୍ବାଶିଂଟନ,୧୯।୧ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକକୁ ଫେରିବାକୁ ଚାହୁଁଛନ୍ତି। ହିଂସା ସୃଷ୍ଟି ଅଭିଯୋଗରେ ଫେସବୁକ ସୋସିଆଲ ମିଡିଆ...

Advertisement
Archives

Model This Week