Posted inRasifala

ରାଶିଫଳ: ଗୁରୁବାର, ଏପ୍ରିଲ ୧୪ ତାରିଖ – Daily Horoscope

ମେଷ
ଆଜି ପ୍ରତ୍ୟେକ କାମ ଶୃଙ୍ଖଳିତ ଭାବେ ସମାପନ କରିବେ। ସ୍ବାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିଲେ ମଧ୍ୟ ସାମୟିକ ଅସୁସ୍ଥତା ଅନୁଭବ କରିପାରନ୍ତି। ଏକ ଭିନ୍ନ ପରିବେଶରେ ଭଟ୍ଟା ପଡ଼ିଯାଇଥିବା ବନ୍ଧୁଙ୍କ ସହ ସମ୍ପର୍କ ପୁଣି ଯୋଡ଼ିହୋଇଯିବ। ଆର୍ଥିକ ଦିଗଟି ଭଲ ରହିବା ହେତୁ କୃତ୍ତିକା ନକ୍ଷତ୍ରର ମନ ଖୁସି ରହିବ।
ବୃଷ
ବୃଷ
ଆଜି ଆତ୍ମୀୟଙ୍କ ଅସଲ ପରିଚୟ ପାଇ ଭୁଲ୍‌ ଧାରଣା ଦୂର ହୋଇଯିବ। ସ୍ବାସ୍ଥ୍ୟ ଭଲ ରହିବ କିନ୍ତୁ ଦ୍ୱନ୍ଦ୍ୱରେ ପଡି ନିଷ୍ପତ୍ତି ନେବାରେ ଭୁଲ୍‌ କରିପାରନ୍ତି। ଯାହା ଖୋଜୁଥିଲେ ତାହା ପାଇଯିବେ କିନ୍ତୁ ପରକଥାରେ ମୁଣ୍ଡ ପୂରାଇ ସମସ୍ୟାକୁ ଡାକି ଆଣନ୍ତୁ ନାହିଁ। ପରିବହନ କ୍ଷେତ୍ରରେ ଓଲଟା ଫଳ ଦୁଶ୍ଚିନ୍ତାର କାରଣ ପାଲଟି ଯାଇପାରେ ।
ମିଥୁନ
ମିଥୁନ
ଆଜି ଆନୁଷ୍ଠାନିକ କାମରୁ କିମ୍ବା ସଭାସମିତିରେ ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ସମ୍ମାନିତ ହେବେ। କର୍ମକ୍ଷେତ୍ରରେ ସମସ୍ୟାର ସରଳ ସମାଧାନ ଦିଗରେ ବନ୍ଧୁ ସାହାଯ୍ୟ କରିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ଉନ୍ନତି କରିବେ। ପାରିବାରିକ ସମସ୍ୟା ସମାଧାନ ସକାଶେ ଆତ୍ମୀୟମାନଙ୍କ ପରାମର୍ଶ ଲୋଡ଼ିପାରନ୍ତି।
କର୍କଟ
କର୍କଟ
ପ୍ରତ୍ୟେକ କ୍ଷେତ୍ରରେ ମନ ଭଲ ଚାହୁଁଥିଲେ ମଧ୍ୟ ପରିସ୍ଥିତି ତାହାକୁ ସହଜରେ କରାଇ ଦେଇ ନ ପାରେ। ନୂତନ ଘର କିମ୍ବା ଯାନବାହନ କିଣିବା ସକାଶେ ମନ ବଳାଇ ପାରନ୍ତି। ପିଲାର କୌଣସି ବ୍ୟତିକ୍ରମକୁ ସଜାଡ଼ିବା ପାଇଁ ପରିବାରରେ ଆଲୋଚନା କରିପାରନ୍ତି। ନିଜର ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ନ ଦେଲେ ଅସୁବିଧାରେ ପଡ଼ିପାରନ୍ତି।
ସି˚ହ
ସି˚ହ
ପରିବାରରେ ଅନ୍ୟମାନଙ୍କ ମତକୁ ସମ୍ମାନ ନ ଦେଇ ମନମୁଖି କାମ କଲେ ବିବାଦଘେରରେ ପଡ଼ିବେ। କାର୍ଯ୍ୟବ୍ୟସ୍ତତା କାରଣରୁ କୌଣସି କଥା ଠିକ୍‌ ରହିବ ନାହିଁ, କିମ୍ବା ଠିକଣା ସମୟରେ ମନେପଡ଼ି ନ ପାରେ। ଅପେକ୍ଷା କରିଥିବା ଲୋକଟିର ଦେଖା ପାଇବେ ନାହିଁ, ଫଳରେ ବିରକ୍ତି ଅନୁଭବ କରିପାରନ୍ତି ।
କନ୍ୟା
ଯେତେ ଚେଷ୍ଟା କଲେ ମଧ୍ୟ ପ୍ରତିକୂଳ ବାତାବରଣ ମଧ୍ୟରେ ପରିସ୍ଥିତି ଅଶାନ୍ତ ରହିବ। କର୍ମକ୍ଷେତ୍ରରେ ସହକର୍ମୀଟିର ଭୁଲ୍‌ ବୁଝାମଣାକୁ ସୁଧାରି ନେବାରେ ସମର୍ଥ ହେବେ। ଶିଳ୍ପ,ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସୁଫଳ ପ୍ରାପ୍ତି ହେବାର ଆଶା ରହିଛି। ପରିବାରରେ ଅନାଦର ଭାବକୁ ନେଇ ଦୁଶ୍ଚିନ୍ତା ଲାଗିରହିବ।
ତୁଳା
ତୁଳା
ପାରିବାରିକ ସ୍ତରରେ ପିଲାମାନଙ୍କ ବିଳମ୍ବ ବିବାହକୁ ନେଇ ଚିନ୍ତା ବଢ଼ିଯିବ। ଅନ୍ୟର ପ୍ରରୋଚନାରେ ପ୍ରଭାବିତ ହୋଇ ଭୁଲ୍‌ କାମରୁ ଦୂରେଇ ରହିବା ହିତକର ହେବ। ଅସମ୍ପୂର୍ଣ୍ଣ କାମଟିକୁ ପୂର୍ଣ୍ଣାଙ୍ଗ ରୂପ ଦେବା ସକାଶେ ଚେଷ୍ଟିତ ହୋଇପାରନ୍ତି । ସ୍ବାତୀ ନକ୍ଷତ୍ରର ଦୀର୍ଘଦିନର ମଉଳି ଯାଇଥିବା ଆଶା ପୁଣି କଅଁଳି ଉଠିବ ।
ବିଛା
ବିଛା
ଶାରୀରିକ ଦୁର୍ବଳତା ରହିଥିଲେ ମଧ୍ୟ ମାନସିକ ସ୍ତରରେ ପୂର୍ଣ୍ଣ ସୁସ୍ଥ ରହିପାରନ୍ତି। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ ପାଇଁ ଦିନଟି ଭଲ। ଯେତେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିବେ। ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା ସକାଶେ ଚେଷ୍ଟା ଅବ୍ୟାହତ ରଖନ୍ତୁ, ଅବଶ୍ୟ ସମୟାନ୍ତରରେ ଆଶା ପୂରଣ ହୋଇଯିବ।
ଧନୁ
ଧନୁ
ଆଜି ମାନସିକ, ଶାରୀରିକ ଓ ଆର୍ଥିକ ଦିଗରୁ ଉନ୍ନତ ଫଳ ପାଇବେ। ପରିବାର ଓ ପରିବହନରେ ମତାନ୍ତର ଜନିତ କଳହର ସମ୍ଭାବନାକୁ ଏଡ଼ାଇ ହେବ ନାହିଁ। ବହୁ ଦିନରୁ ରହିଥିବା ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହୋଇପାରନ୍ତି। କର୍ମକ୍ଷେତ୍ରରେ ପରସ୍ପର ଦୋଷାରୋପ କରି ଅଯଥା ବିବାଦୀୟ ପରିସ୍ଥତି ସୃଷ୍ଟି ହେବାର ଆଶଙ୍କା ରହିଛି।
ମକର
ମକର
କର୍ମକ୍ଷେତ୍ରର ସମସ୍ୟାର ସରଳ ସମାଧାନ ପାଇଁ ଚେଷ୍ଟା କରିବେ। ଅଫିସରେ ସୁସମ୍ପର୍କ ବ୍ୟାହତ ହୋଇପାରେ, ମାତ୍ର କିଛି ଅସୁବିଧା ହେବ ନାହିଁ। ନିର୍ଦ୍ଦିଷ୍ଟ କାମ ସକାଶେ ରଖିଥିବା ଅର୍ଥ ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବ। ଆନୁଷଙ୍ଗିକ ସାହାଯ୍ୟ, ସହଯୋଗ ପାଇବା ହେତୁ ଜମିଜମା, ଯାନବାହନ କ୍ରୟ ସକାଶେ ଅନୁକୂଳ ପରିସ୍ଥିତି ସୃଷ୍ଟିହେବ।
କୁମ୍ଭ
କୁମ୍ଭ
ଧନହାନି ସାଙ୍ଗକୁ ପ୍ରାଣପୀଡ଼ା ଭଳି ପରିସ୍ଥିତି ହେତୁ ମାନସିକ ଅସ୍ଥିରତା ଲାଗିରହିବ। ସମସ୍ୟା ଭିତରେ ବୁଡି ରହିଥିଲେ ମଧ୍ୟ କାମର ଚାପ ଆଦୌ ବିଶ୍ରାମ ନେବା ସକାଶେ ଅବସର ଦେବନାହିଁ। ନିଜକୁ ଆତ୍ମସଂଯମ ଓ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ସମର୍ଥ ହେବେ। ନିଜ ପରିସରରେ ନିଜର ଲୋକମାନେ ମିଥ୍ୟା ଅଭିଯୋଗ କରିପାରନ୍ତି ।
ମୀନମୀନ
ଆଜି ଅସହିଷ୍ଣୁ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଆପଣଙ୍କ ପାଇଁ ପ୍ରତିକୂଳତା ସୃଷ୍ଟିକରିବ। ପରିବାରରେ ଭୁଲ୍‌ ବୁଝାମଣାରୁ ଆପଣଙ୍କ ଉପରକୁ ଦୋଷ ଆସିପାରେ। ଅଫିସରେ ସାଧାରଣ କଥାକୁ କେନ୍ଦ୍ରକରି ଅଯଥା ବାକ୍‌ ବିତଣ୍ଡା ସୃଷ୍ଟି ହେବାର ଆଶଙ୍କା ରହିଛି । ଅବଶ୍ୟ ବ୍ୟବସାୟ, ବାଣିଜ୍ୟ ଓ ନିର୍ମାଣ କ୍ଷେତ୍ରରେ ବିଳମ୍ବରେ ହେଲେ ମଧ୍ୟ କାମ ହାସଲ ହୋଇଯିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଅକ୍ଟୋବର ୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁଙ୍କ ଦ୍ୱାରା କବଳିତ ହୋଇ ପାରିବାରିକ ଜୀବନରେ କୌଣସି ବ୍ୟତିକ୍ରମ ସୃଷ୍ଟି କରିପାରନ୍ତି। ଭୁଲ୍‌ ନିଷ୍ପତ୍ତିଜନିତ ସମସ୍ୟା ସୃଷ୍ଟି ସାମାଜିକ ଜୀବନକୁ ମଧ୍ୟ…

ରାଶିଫଳ: ଶନିବାର, ଅକ୍ଟୋବର ୩ ତାରିଖ – Daily Horoscope

ମେଷ ଗତକାଲିର ଯୋଜନା ମୁତାବକ କାମରେ ଲାଗିପଡ଼ନ୍ତୁ ଟେନସନ୍‍ କିଛି ମାତ୍ରାରେ କମିଯିବ। ନିଜ ଲୋକଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବା ସୂଚନା ପାଇପାରନ୍ତି। କର୍ମକ୍ଷେତ୍ରରେ ଅର୍ଥ…

ରାଶିଫଳ: ଶୁକ୍ରବାର , ଅକ୍ଟୋବର ୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିହେବ। ସମ୍ପର୍କୀୟଙ୍କ ସହାୟତାରେ ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ସଭାସମିତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?