ଇଣ୍ଟରଭ୍ୟୁ ଦେବେ କୁକୁର: ମିଳିବ ୧୫ ଲକ୍ଷ ଟଙ୍କାର ଅଫିସର ଚାକିରୀ…

ଓ୍ବାଶିଂଟନ,୧୮।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ଆତଙ୍କ ସୃଷ୍ଟି ହୋଇଛି। ଲକ୍‌ଡାଉନ୍‌ ଏବଂ ଶର୍ଟଡାଉନ୍‌ ଘୋଷଣା ଦ୍ୱାରା ସାରା ପୃଥିବୀର ଅର୍ଥବ୍ୟବସ୍ଥା ଭାଙ୍ଗି ପଡ଼ିଛି। ବହୁ ଲୋକ ନିଯୁକ୍ତି ହରାଇ ବେକାର ବସିଛନ୍ତି। ଏପରିସ୍ଥଳେ ଆମେରିକାର ବୁଶ୍‌ ବିୟର କମ୍ପାନୀ ମଣିଷଙ୍କ ପାଇଁ ନୁହେଁ ବରଂ କୁକୁରଙ୍କ ଲାଗି ଚାକିରୀ ନିମନ୍ତେ ବିଜ୍ଞପ୍ତି ଜାରି କରିଛି। କମ୍ପାନୀରେ ମୁଖ୍ୟ ଟେଷ୍ଟିଂ ପଦବୀ ପାଇଁ ନିଯୁକ୍ତି ସୂଚନା ପ୍ରକାଶ ପାଇଛି। ଏହି ପଦବୀରେ କେବଳ କୁକୁରଙ୍କୁ ନିଯୁକ୍ତି ମିଳିବ। ଏଥିପାଇଁ ମାସିକ ଦରମା ୧୫ ଲକ୍ଷ ଟଙ୍କା। ଦରମା ନିଯୁକ୍ତି ପାଇଥିବା କୁକୁର ମାଲିକଙ୍କୁ ପ୍ରଦାନ କରାଯିବ। ଏନେଇ କମ୍ପାନୀ ପକ୍ଷରୁ ଇଣ୍ଟରଭ୍ୟୁ ଆୟୋଜନ କରାଯିବ। ଏନେଇ କମ୍ପାନୀର ମାଲିକ ୪୬ ସେକେଣ୍ଡର ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଅପଲୋଡ୍‌ କରିଛନ୍ତି। ଏହି ଚାକିରୀ ପାଇଁ ଆବେଦନର ଅନ୍ତିମ ତାରିଖ ୨୮ ଏପ୍ରିଲ୍‌ ରହିଛି। କମ୍ପାନୀ ପକ୍ଷରୁ ଅପଲୋଡ୍‌ ହୋଇଥିବା ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। କମ୍ପାନୀ ପାଖରେ ଏବେ ବ୍ରିୟୁ ନାମକ କୁକୁର ଏହି ପଦବୀରେ କାର୍ଯ୍ୟ କରୁଛନ୍ତି। ଭିଡ଼ିଓରେ ବ୍ରିୟୁର ଇଣ୍ଟରଭ୍ୟୁ ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅର ପାପ ଧୋଉଛନ୍ତି ୯୭ ବର୍ଷୀୟା ମା’

ପ୍ରୟାଗରାଜ: ଗଙ୍ଗାଜଳ ବାଣ୍ଟିଲେ ପାପ ଦୂର ହେବ। ଏଇ ବିଶ୍ୱାସରେ୧୫ ବର୍ଷ ହେଲାଣି ବିଭିନ୍ନ ସ୍ଥାନ ବୁଲି ବୁଲି ଗଙ୍ଗାଜଳ ବାଣ୍ଟୁଛନ୍ତି ପାର୍ବତୀ । ଅବଶ୍ୟ...

ବିଶ୍ୱର ସବୁଠୁ ଦାମୀ ଜିନ୍ସ, ଏହା ବଦଳରେ କିଣିହେବ ୧୦ ଫ୍ଲାଟ୍‌

ବିଶେଷକରି ଧନୀ ଲୋକମାନେ ଦାମୀ ଜିନିଷ ପସନ୍ଦ କରିଥାନ୍ତି। ନିଜର ଇଚ୍ଛା ପୂରଣ କରିବା ପାଇଁ ଏହି ଶ୍ରେଣୀର ଲୋକେ ଖୁବ୍‌ ଅର୍ଥ ବ୍ୟୟ କରିଥାନ୍ତି।...

ଶୌଚାଳୟ କବାଟ ଖୋଲି ବାହାରିଲା ସିଂହ…

ନୂଆଦିଲ୍ଲୀ,୪।୧୦: ଜଙ୍ଗଲରେ ସିଂହ ଦେଖିବା ଅବା ସଫାରୀରେ ସିଂହ ଦଳଙ୍କୁ ଦେଖି ମଜା ନେବା ନିଆରା। ତେବେ ହଠାତ୍‌ ଶୌଚାଳୟ କବାଟ ଖୋଲି ସିଂହ ବାହାରକୁ...

ହୋଟେଲ ମ୍ୟାନେଜ୍‌ମେଣ୍ଟ

କୋଭିଡ୍‌ ମହାମାରୀ ପରେ ସମଗ୍ର ପୃଥିବୀରେ ଅନେକ ପରିବର୍ତ୍ତନ ଆସିଛି। ଏହା ଜଣାଶୁଣା ଯେ, ସବୁ ଦେଶରେ ପର୍ଯ୍ୟଟନର ବିକାଶ ନିମନ୍ତେ ସରକାରଙ୍କର ବିପୁଳ ଆଗ୍ରହ...

ଏହି ଦେଶରେ ରହିଛି ସମୁଦ୍ର ମନ୍ଥନରେ ମିଳିଥିବା ଅମୃତ କଳସ

ଇଣ୍ଡୋସେନିଆର ଏକ ମନ୍ଦିରରେ ସମୁଦ୍ର ମନ୍ଥନ ସମୟରେ ମିଳିଥିବା ଅମୃତ କଳସ ଥିବା କୁହାଯାଉଛି। କଂଡି ସୁକୁହ ନାମକ ଏହି ମନ୍ଦିରରେ ଏମିତି ଏକ କଳସ...

କରୋନା ବିଜୟୀଙ୍କ ପୁନର୍ବିବାହ

ଭୋପାଳ: ସେମାନେ ବିବାହିତ। ଢେର ଦିନର ଘରସଂସାର କରି ଏବେ ପରିଣତ ବୟସରେ। କିନ୍ତୁ ଏମିତି ଏକ ସମୟରେ ସେମାନେ ପୁଣି ଥରେ ବିବାହ କରିଛନ୍ତି।...

ୟୁକ୍ରେନ ସଙ୍କଟ: ଆମେରିକା ଗୁଇନ୍ଦା ବିଭାଗର ଦାବି, ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପୁଟିନ

ୱାଶିଂଟନ,୨୧ ।୨: ଆମେରିକା ଗୁଇନ୍ଦା ବିଭାଗ ସୂତ୍ରରୁ ଦାବି କରାଯାଇଛି କି ରୁଷିଆ ଟ୍ୟାଙ୍କ ୟୁକ୍ରେନ୍ ଆଡକୁ ଅଗ୍ରସର ହେଉଛି । ଏହି ସୂତ୍ର ଅନୁଯାୟୀ...

ଶାଲଓ୍ବାର କମିଜ୍‌ ଉପରେ ବ୍ଲେଜର ପିନ୍ଧି ଲୋକହସା ହେଲେ ପାକ୍‌ କ୍ୟାପଟେନ୍‌

ବକିଂଘମ୍‌,୩୧।୫: ପାକିସ୍ତାନ କିକ୍ରେଟ ଟିମ୍‌ର କ୍ୟାପଟେନ ସରଫରାଜ ଅହମ୍ମଦ ବକିଂଘମ୍‌ ପ୍ୟାଲେସରେ ମହାରାଣୀଙ୍କୁ ପାରମ୍ପରିକ ପୋଷାକ ପିନ୍ଧି ଭେଟିବାକୁ ଯାଇଥିଲେ। ଏହି ପୋଷାକ ପାଇଁ ତାଙ୍କୁ...

Advertisement
Archives

Model This Week