Posted inଫୁରସତ

ଏମିତି ବ୍ରିଜ୍‌, ଯେଉଁଠୁ ଡେଇଁ କୁକୁରମାନେ କରନ୍ତି ଆତ୍ମହତ୍ୟା

ସାଧାରଣତଃ ଦୁନିଆର କିଛି ଲୋକ ଚାପଗ୍ରସ୍ତ, ଉଦାସୀନତା ଯୋଗୁ ଆତ୍ମହତ୍ୟା ପରି ପଦକ୍ଷେପ ଗ୍ରହଣ କରୁଥିବା ନଜିର ରହିଛି। ମାତ୍ର କୁକୁରମାନେ ଯେ, ଆତ୍ମହତ୍ୟା କରନ୍ତି ଏ କଥା ଶୁଣିବାକୁ ଟିକେ ଅଡୁଆ ଲାଗୁଛି। କିନ୍ତୁ ଏହା ସତ। ଦୁନିଆରେ ଏପରି ଏକ ବ୍ରିଜ୍‌ ଅଛି, ଯେଉଁଠାରେ କୁକୁରମାନେ ଡେଇଁ ଆତ୍ମହତ୍ୟା କରନ୍ତି। ଏହା ଶୁଣିବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଯେ, କୁକୁର ଏବଂ ବ୍ରିଜ ମଧ୍ୟରେ ସମ୍ପର୍କ କ’ଣ। ଯେଉଁଥିପାଇଁ କୁକୁରମାନେ ବ୍ରିଜ ଉପରକୁ ଚଢ଼ି ଆତ୍ମହତ୍ୟା କରିଥାନ୍ତି। ତେବେ ଜାଣନ୍ତୁ ଏହା ପଛରେ ରହିଥିବା ରହସ୍ୟ ସମ୍ପର୍କରେ…

ସ୍କଟଲାଣ୍ଡରେ ରହିଛି ଏକ ରହସ୍ୟମୟ ବ୍ରିଜ। ଯାହା କୁକୁର ଆତ୍ମହତ୍ୟା ପାଇଁ ଜଣାଶୁଣା। ଏହି ବ୍ରିଜ୍‌କୁ ‘ଡଗ୍‌ ସୁଇସାଇଡ୍‌ ବ୍ରିଜ୍‌’ ମଧ୍ୟ କୁହାଯାଏ। ଏହି ବ୍ରିଜ୍‌ର ଉଚ୍ଚତା ୫୦ ଫୁଟ। ଯେକୌଣସି କୁକୁର ହେଉ ଏହି ବ୍ରିଜକୁ ବୁଲିବାକୁ ଆସିବା କ୍ଷଣି ସେ ଡେଇଁପଡ଼େ। ଶହ ଶହ କୁକୁର ଏହି ବ୍ରିଜରୁ ଡେଇଁ ଆତ୍ମହତ୍ୟା କରିଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ଏହି ବ୍ରିଜ୍‌ର ରହସ୍ୟ ଏପର୍ଯ୍ୟନ୍ତ କେହି ଜାଣିପାରୁ ନାହାନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ବ୍ରିଜ୍‌ ରହସ୍ୟ ହୋଇରହିଛି। ସ୍ଥାନୀୟ ଲୋକେ କୁହନ୍ତି, ବ୍ରିଜରୁ ଡେଇଁ ପଡ଼ିଥିବା ୫୦ କୁକୁରଙ୍କର ଏପର୍ଯ୍ୟନ୍ତ ମୃତ୍ୟୁ ଘଟିଛି। ଅନେକଙ୍କୁ ଉଦ୍ଧାର କରାଯାଇଛି। କୁକୁରମାନଙ୍କ ଆତ୍ମହତ୍ୟାକୁ ଦୃଷ୍ଟିରେ ରଖି ଏହା ସହ ଜଡ଼ିତ ଏକ ବିଜ୍ଞପ୍ତି ମଧ୍ୟ ରଖାଯାଇଛି। ଯାହା ଦ୍ୱାରା ପରିଦର୍ଶକମାନେ ଜାଣିପାରିବେ। ଏହି ବ୍ରିଜ୍‌ ୧୯୫୦ ମସିହାରେ ନିର୍ମିତ ହୋଇଥିଲା। ନିର୍ମାଣ ପରଠାରୁ ଏଭଳି ଘଟଣା ଦେଖିବାକୁ ମିଳୁଛି।

ଏହି ବ୍ରିଜ୍‌ ସହିତ ଜଡିତ ଅନେକ କାହାଣୀ ରହିଛି। କିଛି ଲୋକ ଭୂତ ସହିତ ସଂଯୁକ୍ତ ବୋଲି କହିଥାନ୍ତି। ଅନେକ ଲୋକ କୁହନ୍ତି, ବ୍ରିଜ ଉପରକୁ ଯିବା ମାତ୍ରେ ଭୂତ କୁକୁରମାନଙ୍କ ଭିତରକୁ ଆସେ ଏବଂ ସେମାନେ ଡେଇଁ ଆତ୍ମହତ୍ୟା କରନ୍ତି। ଯେଉଁମାନଙ୍କର କୁକୁର ଏଠାରେ ଡେଇଁ ଆତ୍ମହତ୍ୟା କରିଛନ୍ତି, ସେମାନେ ମଧ୍ୟ ବିଶ୍ୱାସ କରନ୍ତି ଯେ; ଏଠାରେ କିଛି ଅଜବ ଶକ୍ତି ଅଛି, ଯାହା ଯୋଗୁ ଏପରି ଘଟଣା ଘଟୁଛି।

କିଛି ଲୋକ କୁହନ୍ତି, ଲେଡି ଅଫ୍‌ ଓଭରଟନ୍‌ ନାମକ ଜଣେ ମହିଳାଙ୍କ ଆତ୍ମା ଏହି ବ୍ରିଜ୍‌ ଉପରେ ରହିଛି। ଯାହାବି ହେଉ ଏହା ଆଜି ପର୍ଯ୍ୟନ୍ତ କେବଳ କାହାଣୀ ହୋଇ ରହିଯାଇଛି। ପ୍ରକୃତ ସତ୍ୟ ବର୍ତ୍ତମାନ ସୁଦ୍ଧା କେହି ଉନ୍ମୋଚନ କରିପାରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?