Posted inଫୁରସତ

ଏମିତି ବ୍ରିଜ୍‌, ଯେଉଁଠୁ ଡେଇଁ କୁକୁରମାନେ କରନ୍ତି ଆତ୍ମହତ୍ୟା

ସାଧାରଣତଃ ଦୁନିଆର କିଛି ଲୋକ ଚାପଗ୍ରସ୍ତ, ଉଦାସୀନତା ଯୋଗୁ ଆତ୍ମହତ୍ୟା ପରି ପଦକ୍ଷେପ ଗ୍ରହଣ କରୁଥିବା ନଜିର ରହିଛି। ମାତ୍ର କୁକୁରମାନେ ଯେ, ଆତ୍ମହତ୍ୟା କରନ୍ତି ଏ କଥା ଶୁଣିବାକୁ ଟିକେ ଅଡୁଆ ଲାଗୁଛି। କିନ୍ତୁ ଏହା ସତ। ଦୁନିଆରେ ଏପରି ଏକ ବ୍ରିଜ୍‌ ଅଛି, ଯେଉଁଠାରେ କୁକୁରମାନେ ଡେଇଁ ଆତ୍ମହତ୍ୟା କରନ୍ତି। ଏହା ଶୁଣିବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଯେ, କୁକୁର ଏବଂ ବ୍ରିଜ ମଧ୍ୟରେ ସମ୍ପର୍କ କ’ଣ। ଯେଉଁଥିପାଇଁ କୁକୁରମାନେ ବ୍ରିଜ ଉପରକୁ ଚଢ଼ି ଆତ୍ମହତ୍ୟା କରିଥାନ୍ତି। ତେବେ ଜାଣନ୍ତୁ ଏହା ପଛରେ ରହିଥିବା ରହସ୍ୟ ସମ୍ପର୍କରେ…

ସ୍କଟଲାଣ୍ଡରେ ରହିଛି ଏକ ରହସ୍ୟମୟ ବ୍ରିଜ। ଯାହା କୁକୁର ଆତ୍ମହତ୍ୟା ପାଇଁ ଜଣାଶୁଣା। ଏହି ବ୍ରିଜ୍‌କୁ ‘ଡଗ୍‌ ସୁଇସାଇଡ୍‌ ବ୍ରିଜ୍‌’ ମଧ୍ୟ କୁହାଯାଏ। ଏହି ବ୍ରିଜ୍‌ର ଉଚ୍ଚତା ୫୦ ଫୁଟ। ଯେକୌଣସି କୁକୁର ହେଉ ଏହି ବ୍ରିଜକୁ ବୁଲିବାକୁ ଆସିବା କ୍ଷଣି ସେ ଡେଇଁପଡ଼େ। ଶହ ଶହ କୁକୁର ଏହି ବ୍ରିଜରୁ ଡେଇଁ ଆତ୍ମହତ୍ୟା କରିଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ଏହି ବ୍ରିଜ୍‌ର ରହସ୍ୟ ଏପର୍ଯ୍ୟନ୍ତ କେହି ଜାଣିପାରୁ ନାହାନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ବ୍ରିଜ୍‌ ରହସ୍ୟ ହୋଇରହିଛି। ସ୍ଥାନୀୟ ଲୋକେ କୁହନ୍ତି, ବ୍ରିଜରୁ ଡେଇଁ ପଡ଼ିଥିବା ୫୦ କୁକୁରଙ୍କର ଏପର୍ଯ୍ୟନ୍ତ ମୃତ୍ୟୁ ଘଟିଛି। ଅନେକଙ୍କୁ ଉଦ୍ଧାର କରାଯାଇଛି। କୁକୁରମାନଙ୍କ ଆତ୍ମହତ୍ୟାକୁ ଦୃଷ୍ଟିରେ ରଖି ଏହା ସହ ଜଡ଼ିତ ଏକ ବିଜ୍ଞପ୍ତି ମଧ୍ୟ ରଖାଯାଇଛି। ଯାହା ଦ୍ୱାରା ପରିଦର୍ଶକମାନେ ଜାଣିପାରିବେ। ଏହି ବ୍ରିଜ୍‌ ୧୯୫୦ ମସିହାରେ ନିର୍ମିତ ହୋଇଥିଲା। ନିର୍ମାଣ ପରଠାରୁ ଏଭଳି ଘଟଣା ଦେଖିବାକୁ ମିଳୁଛି।

ଏହି ବ୍ରିଜ୍‌ ସହିତ ଜଡିତ ଅନେକ କାହାଣୀ ରହିଛି। କିଛି ଲୋକ ଭୂତ ସହିତ ସଂଯୁକ୍ତ ବୋଲି କହିଥାନ୍ତି। ଅନେକ ଲୋକ କୁହନ୍ତି, ବ୍ରିଜ ଉପରକୁ ଯିବା ମାତ୍ରେ ଭୂତ କୁକୁରମାନଙ୍କ ଭିତରକୁ ଆସେ ଏବଂ ସେମାନେ ଡେଇଁ ଆତ୍ମହତ୍ୟା କରନ୍ତି। ଯେଉଁମାନଙ୍କର କୁକୁର ଏଠାରେ ଡେଇଁ ଆତ୍ମହତ୍ୟା କରିଛନ୍ତି, ସେମାନେ ମଧ୍ୟ ବିଶ୍ୱାସ କରନ୍ତି ଯେ; ଏଠାରେ କିଛି ଅଜବ ଶକ୍ତି ଅଛି, ଯାହା ଯୋଗୁ ଏପରି ଘଟଣା ଘଟୁଛି।

କିଛି ଲୋକ କୁହନ୍ତି, ଲେଡି ଅଫ୍‌ ଓଭରଟନ୍‌ ନାମକ ଜଣେ ମହିଳାଙ୍କ ଆତ୍ମା ଏହି ବ୍ରିଜ୍‌ ଉପରେ ରହିଛି। ଯାହାବି ହେଉ ଏହା ଆଜି ପର୍ଯ୍ୟନ୍ତ କେବଳ କାହାଣୀ ହୋଇ ରହିଯାଇଛି। ପ୍ରକୃତ ସତ୍ୟ ବର୍ତ୍ତମାନ ସୁଦ୍ଧା କେହି ଉନ୍ମୋଚନ କରିପାରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri