କୁକୁରର ହେଲା ବାହାଘର: ଭୋଜି ଖାଇ ନାଚିଲେ ଲୋକେ

ଭୋପାଳ,୯।୧: ମଣିଷଙ୍କର ବିବାହ ହୋଇଥାଏ। ତେବେ କେତେକ ଅଞ୍ଚଳରେ ଲୋକେ ବିଭିନ୍ନ ପରମ୍ପରା ଅନ୍ତର୍ଗତ କିଛି ପ୍ରାଣୀଙ୍କ ବିବାହ ମଧ୍ୟ କରାଇଥାନ୍ତି। ମଧ୍ୟପ୍ରଦେଶର ନିଓ୍ବାଡ଼ି ଜିଲାର ପୁଛିକରଗୁଓ୍ବା ଗାଁରେ ହୋଇଥିବା କୁକୁର ବାହାଘର ଏବେ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ଏଠାରେ ଲୋକେ ପାଣି ପାଇଁ ହନ୍ତସନ୍ତ ହୋଇଥାନ୍ତି। ତେବେ କୁକୁର ବାହାଘର କଲେ ବର୍ଷା ହେବ ବୋଲି ସ୍ଥାନୀୟ ଲୋକଙ୍କ ବିଶ୍ୱାସ ରହିଛି। ଏହାର ପରମ୍ପରାଗତ ଭାବେ ଏଠାରେ ପ୍ରାୟତଃ କରାଯାଇଥାଏ। ପୁଛିକରଗୁଓ୍ବା ଗାଁର ମୁଳଚାନ୍ଦ ନାୟକଙ୍କ ମାଈକୁକୁର ରଶ୍ମୀ ସହିତ ଉତ୍ତରପ୍ରଦେଶର ବକଓ୍ବା ଖୁର୍ଦ ନିବାସୀ ଅଶୋକ ଯାଦବଙ୍କ କୁକୁର ଗୋଲୁର ବିବାହ ଅତି ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହୋଇଛି। ବିବାହ ସମ୍ପୂର୍ଣ୍ଣ ଭାବେ ହିନ୍ଦୁ ପରମ୍ପରା ଅନୁସାରେ ହୋଇଥିଲା। ସାରା ରାତି ଲୋକେ ନାଚିଥିଲେ। ୮୦୦ରୁ ଅଧିକ ଲୋକ ବାହାଘର ଭୋଜିରେ ଯୋଗଦେଇ ଭୋଜନ କରିଥିଲେ। ରଶ୍ମୀକୁ ଲୋକ ଗୋଲୁ ସହିତ କାନ୍ଦିକାନ୍ଦି ବିଦା କରିଥିବାର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜି୨୦ ସମିଟ୍‌ ରଣନୀତି: ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ,୫।୧୨: ୨୦୨୩ ବର୍ଷ ଲାଗି ଭାରତ ଜି୨୦ ରାଷ୍ଟ୍ରଗୋଷ୍ଠୀର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଛି। ଆସନ୍ତା ବର୍ଷ ହେବାକୁ ଥିବା ଜି୨୦ ସମିଟ୍‌ ଲାଗି ରଣନୀତି...

ବିଜୟର ମନ୍ତ୍ର ଦେଲେ ମୋଦି

ନୂଆଦିଲ୍ଲୀ,୭।୧୧: ଭାଜପାର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ନିର୍ବଚନ ସମ୍ପର୍କରେ...

ବେଦାନ୍ତର ‘ମେଟାଲ ଓ୍ବିମେନ୍‌’

ଭୁବନେଶ୍ୱର, ୮।୩(ବ୍ୟୁରୋ): ମହିଳାମାନେ ଯେକୌଣସି କାମକୁ ସଫଳତାର ସହ କରିପାରିବେ। କେବଳ ସଫ୍ଟଓ୍ବେର୍‌ ଇଞ୍ଜିନିୟର, ଶିକ୍ଷକ ଓ ଡାକ୍ତର ନୁହେଁ, ମେକାନିକାଲ ଇଞ୍ଜିନିୟର, ଓ୍ବେଲ୍ଡର, ସିକ୍ୟୁରିଟି,...

ଶପଥ ନେଇଥିବା ମନ୍ତ୍ରୀଙ୍କୁ ଖୁବ୍‌ଶୀଘ୍ର ବଣ୍ଟାଯିବ ବିଭାଗ: ସିଦ୍ଦାରାମାୟା

କର୍ନାଟକ,୨୮।୫: କର୍ନାଟକରେ ଶନିବାର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରାଯାଇଛି। କଂଗ୍ରେସ ପକ୍ଷରୁ ୨୪ ବିଧାୟକ ଶପଥ ଗ୍ରହଣ କରିଛନ୍ତି। ତେବେ ଶପଥ ଗ୍ରହଣ କରିଥିବା ମନ୍ତ୍ରୀଙ୍କୁ ଖୁବ୍‌ଶୀଘ୍ର...

୫ ବର୍ଷରେ ଉପସାଗରୀୟ ଅଞ୍ଚଳରେ : ଗଲାଣି ୩୪ ହଜାର ଭାରତୀୟଙ୍କ ଜୀବନ

ହାଇଦ୍ରାବାଦ,୨୩ା୧୧: ଉପସାଗରୀୟ ରାଷ୍ଟ୍ର କୁଏଟ୍‌, ସୌଦି ଆରବ, ବାହାରିନ୍‌, କାତାର, ଓମାନ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଦିନକୁ ହାରାହାରି ୧୫ ଭାରତୀୟ ପ୍ରାଣ...

ଭାରତ-ଚାଇନା ମଧ୍ୟରେ ମୁହାଁମୁହିଁ ପରିସ୍ଥିତି: ପ୍ରତିରକ୍ଷା ମନ୍ତ୍ରୀ ଡାକିଲେ ଜରୁରୀ ବୈଠକ

ନୂଆଦିଲ୍ଲୀ,୧୩।୧୨: ଅରୁଣାଚଳ ପ୍ରଦେଶର ତୱାଙ୍ଗ ଠାରେ ଭାରତ ଏବଂ ଚାଇନା ମଧ୍ୟରେ ପୁଣି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ୬ ଜଣ ଭାରତୀୟ ସେନା...

ବାହାନଗା ଟ୍ରେନ୍‌ ଦୁର୍ଘଟଣା: ଶୋକବ୍ୟକ୍ତ କଲେ ବିରାଟ କୋହଲି

ନୂଆଦିଲ୍ଲୀ,୩।୬:ବାହାନଗା ଟ୍ରେନ୍‌ଦୁର୍ଘଟଣା ନେଇ ଶୋକ ପ୍ରକାଶ କଲେ ବିରାଟ କୋହଲି। ଟେ ଟ୍ବିଟ୍‌ କରି କହିଛନ୍ତି, ଓଡିଶାରେ ହୋଇଥିବା ଟ୍ରେନ୍‌ ଦୁର୍ଘଟଣାକୁ ନେଇ ମୁଁ ଦୁଃଖିତ।...

୧୮ରେ ଶପଥ ନେବେ ନୂଆ ସିଜେଆଇ ବୋବ୍‌ଡେ

ନୂଆଦିଲ୍ଲୀ,୩୦ା୧୦(ଆଇଏଏନ୍‌ଏସ୍‌): ଜଷ୍ଟିସ୍‌ ଶରଦ ଅରବିନ୍ଦ ବୋବ୍‌ଡେ ଭାରତର ୪୭ତମ ପ୍ରଧାନ ବିଚାରପତି (ସିଜେଆଇ) ହେବେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ତାଙ୍କ ନିଯୁକ୍ତିପତ୍ରରେ ସ୍ବାକ୍ଷର କରିଛନ୍ତି।...

Advertisement
Archives

Model This Week