Posted inଜାତୀୟ

କଂଗ୍ରେସ ନେତା ମାଧବ ସିଂ ସୋଲାଙ୍କିଙ୍କ ପରଲୋକ

ଅହମଦାବାଦ,୯।୧: ବରିଷ୍ଠ କଂଗ୍ରେସ ନେତା ମାଧବ ସିଂ ସୋଲାଙ୍କିଙ୍କର ଶନିବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା। ଦୀର୍ଘଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ସମସ୍ୟାରେ ପୀଡ଼ିତ ଥିଲେ। ଗାନ୍ଧୀନଗର ସ୍ଥିତ ବାସଭବନରେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ତିନି ବର୍ଷ ଧରି ଅସୁସ୍ଥତା କାରଣରୁ ସେ ଘରୁ ବାହାରକୁ ଯିବା ଆସିବା କରୁ ନ ଥିଲେ। ସେ ଗୁଜରାଟର ୪ ଥର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ୧୯୯୧ ଜୁନ୍‌ ୨୧ ରୁ ୧୯୯୨ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସେ ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ୧୯୨୭ ଜୁଲାଇ ୩୦ରେ ସେ ବରୋଦାର ପିଲୁଦାରାଠାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି ଶୋକ ପ୍ରକାଶ କରିଛନ୍ତି। ତାଙ୍କର ଅବଦାନକୁ ଦେଶ ମନେ ରଖିବ ବୋଲି ସେ କହିଛନ୍ତି। ୧୯୭୪ ଡିସେମ୍ବର ୨୪ରୁ ୧୯୭୭ ଏପ୍ରିଲ୍‌ ୧୦ ପର୍ଯ୍ୟନ୍ତି ମାଧବ ସିଂ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିକାଶ ଦୁବେଙ୍କୁ ପୁଣି କରାଗଲା ଏନ୍‌କାଉଣ୍ଟର: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଲକ୍ଷ୍ନୌ, ୧୮।୭: ଉତ୍ତରପ୍ରଦେଶର ଗ୍ୟାଙ୍ଗ୍‌ଷ୍ଟର ବିକାଶ ଦୁବେଙ୍କୁ ଜୁଲାଇ ୧୦ରେ ଏନ୍‌କାଉଣ୍ଟର କରାଯାଇଥିଲା। ଏବେ ଏହାର କ୍ରାଇମ୍‌ ସିନ୍‌ର ଭିଡ଼ିଓ ପୁଣିଥରେ ରିକ୍ରିଏଟ୍‌ କରାଯାଇଛି। ପୋଲିସଙ୍କ...

ନିର୍ଭୟା ଦୋଷୀଙ୍କୁ ନୂଆ ଡେଥ୍‌ ଓ୍ବାରେଣ୍ଟ ଉପରେ ଜବାବ ମାଗିଲେ ତଳ କୋର୍ଟ: କେନ୍ଦ୍ର ପିଟିଶନର ଶୁଣାଣି ଆଜି

ନୂଆଦିଲ୍ଲୀ,୭-୨(ପି.ଟି.):ବହୁଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ୪ ଦୋଷୀଙ୍କ ଭାଗ୍ୟ ସୁପ୍ରିମକୋର୍ଟରେ ଶୁକ୍ରବାର ନିର୍ଦ୍ଧାରଣ ହୋଇପାରେ। କାରଣ ସେମାନଙ୍କୁ ପୃଥକ୍‌ ପୃଥକ୍‌ ଭାବେ ଫାଶୀ...

ଏସିଡିଟିରୁ ମୁକ୍ତି ପାଇଁ ରାନିଟିଡିନ୍‌ ଔଷଧ ଖାଇଲେ ହୋଇପାରେ କ୍ୟାନସର୍‌: ଡ୍ରଗ୍‌ କଣ୍ଟ୍ରୋଲର୍‌ ମହାନିର୍ଦ୍ଦେଶକ

ନୂଆଦିଲ୍ଲୀ,୨୫।୯: ଏସିଡିଟିରୁ ମୁକ୍ତି ଲାଗି ଡାକ୍ତର ରାନିଟିଡିନ୍‌ ଔଷଧ ଖାଇବାକୁ ପରାମର୍ଶ ଦେଇଥାନ୍ତି। ତେବେ ଏହାକୁ ଖାଇଲେ କ୍ୟାନସର ହେବାର ଆଶଙ୍କା ରହିଥାଏ ବୋଲି ଭାରତୀୟ...

ରାଜ୍ୟକୁ ତଥ୍ୟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨ା୬: ମହାମାରୀ ସମୟରେ ଜେଲରେ ଭିଡ଼ କମାଇବା ପାଇଁ କେତେଜଣ କଏଦୀଙ୍କୁ ଜାମିନ ଦିଆଯାଇଛି ସେନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ମଙ୍ଗଳବାର ସୁପ୍ରିମକୋର୍ଟ ବିସ୍ତୃତ...

ବୟାନ ନ ଦେଇ ସହର ଛାଡ଼ିଲେ ମହୀଶୂର ଗଣବଳାତ୍କାର ପୀଡ଼ିତା

ଲକ୍ଷ୍ନୌ, ୩୦।୮: କର୍ନାଟକର ମହୀଶୂର ଉପକଣ୍ଠ ଚାମୁଣ୍ଡି ପାହାଡ଼ରେ ଗଣବଳାତ୍କାରର ଶିକାର ହୋଇଥିବା ପୀଡ଼ିତା ପୋଲିସ ଆଗରେ ବୟାନ ନ ଦେଇ ପରିବାର ସହ ସହର...

୧୦ କୋଟିଙ୍କ ଜୀବନ ନେବ ଆଣବିକ ଯୁଦ୍ଧ

ନୂଆଦିଲ୍ଲୀ,୩ା୧୦: ଭାରତ-ପାକିସ୍ତାନ ମଧ୍ୟରେ ଆଣବିକ ଯୁଦ୍ଧ ହେଲେ ୧୦ କୋଟି ଲୋକ ପ୍ରାଣ ହରାଇବେ। ଆଣବିକ ଅସ୍ତ୍ର ପ୍ରୟୋଗର କୁପରିଣାମ ଯୋଗୁ ପୃଥିବୀକୁ ସୂର୍ଯ୍ୟକିରଣ ପହଞ୍ଚତ୍ବାରେ...

ପୈତୃକ ଗ୍ରାମର ୨ ହଜାର ପରିବାରକୁ ଦିଆଯିବ ୧୦ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର: ଚନ୍ଦ୍ରଶେଖର ରାଓ

ହାଇଦ୍ରାବାଦ୍‌, ୨୩।୭: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ(କେସିଆର୍‌) ନିଜ ପୈତୃକ ଗ୍ରାମ ଚିନ୍ତାମଡାକାର ରହୁଥିବା ୨ ହଜାର ପରିବାରକୁ ୧୦-୧୦ ଲକ୍ଷ ଟଙ୍କା ଲେଖାଏଁ ପୁରୁସ୍କାର...

କରୋନାର ଖରାପ ସମୟ ଚାଲି ଯାଇଛି, ଆସନ୍ତା ମାସରୁ ଆରମ୍ଭ ହେବ ଟିକାକରଣ: ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୧ ।୧୨: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେବି ଜାରି ରହିଛି । ପ୍ରତିଦିନ ପାଖାପାଖି ୨୦ ହଜାର ନୂଆ ସଂକ୍ରମିତଙ୍କୁ ଏବେବି ଚିହ୍ନଟ କରାଯାଉଛି...

Advertisement
Archives

Model This Week