ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ପାଚେରି ଭିତରେ ଥିବା ଘୋଡ଼ାକୁ ଏକ କୁକୁର ଗେଲ କରୁଥିବା ଦେଖିବାକୁ ମିଳୁଛି। କୁକୁରଟି ପାଚେରି ବାହାରେ ଥାଇ ଗେଲ କରୁଥିବା ବେଳେ ଏପରି ଲାଗୁଛି ଯେପରି ଉଭୟଙ୍କ ମଧ୍ୟରେ ଖୁବ୍ ଭଲପାଇବା ଅଛି। ଘୋଡାଟି ଚୁପ୍ଚାପ୍ କୁକୁର ଭଲପାଇବା ଦେଖୁଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଭାଇରାଲ ହେବାରେ ଲାଗିଛି।
I love this new world order 💕 pic.twitter.com/AXfrLiFWvH
— Susanta Nanda IFS (@susantananda3) July 6, 2022