Posted inଫୁରସତ

ବର୍ଷକୁ ୮ କୋଟି ରୋଜଗାର କରୁଛି କୁକୁର

ନୂଆଦିଲ୍ଲୀ: ଲୋକେ ଅଧିକ ଟଙ୍କା ରୋଜଗାର କରି କୋଟିପତି ହେବାକୁ ଚାହୁଁଛନ୍ତି। ହେଲେ ଆଜିକାଲି ଟଙ୍କା ରୋଜଗାର କରିବା ବହୁତ କଷ୍ଟ ହୋଇଗଲାଣି। ଅନେକ ଲୋକ ଘର ଛାଡ଼ି ବାହାରକୁ ଦାଦନ ଖଟିବାକୁ ଗଲେ ମଧ୍ୟ ଭଲରେ ଚଳିପାରୁ ନାହାନ୍ତି। ନିକଟରେ ଜଣେ ମହିଳା ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ସେ ଏକ କୁକୁର ରଖିଛନ୍ତି, ଯାହା ଭରସାରେ ସେ ବର୍ଷକୁ କୋଟିକୋଟି ଟଙ୍କା ରୋଜଗାର କରୁଛନ୍ତି। କର୍ଟନୀ ବଡ଼ଜିନ୍‌ ନାମ୍ନୀ ଜଣେ ମହିଳା ଟକ୍କର ଏବଂ ଟୋଡ୍‌ ନାମକ ୨ଟି କୁକୁରର ମାଲିକାଣୀ ଅଟନ୍ତି। ତାଙ୍କ କୁକୁର ଟକ୍କର ଗୋଲ୍ଡେନ ରେଟ୍ରିଭର ପ୍ରଜାତିର । କର୍ଟନୀ ଜଣେ ସୋସିଆଲ ଇନ୍‌ଫ୍ଲୁଏନସର ହୋଇଥିବାବେଳେ ତାଙ୍କୁ ଇନ୍‌ଷ୍ଟାଗ୍ରାମ୍‌ରେ ୫ ଲକ୍ଷ ଲୋକ ଫଲୋ କରନ୍ତି। କିନ୍ତୁ ଟକ୍କରକୁ ଇନ୍‌ଷ୍ଟାଗ୍ରାମ୍‌ରେ ୩୪ ଲକ୍ଷ ଲୋକ ଫଲୋ କରନ୍ତି। ଟକ୍କରକୁ ଏତେ ଲୋକ ଫଲୋ କରୁଥିବାରୁ କର୍ଟନୀଙ୍କୁ ଏଥିରେ ଫାଇଦା ହୋଇଥାଏ। ନିକଟରେ ସେ ଏକ ସାକ୍ଷାତକାରରେ କହିଛନ୍ତି, ସେ ଆଉ ତାଙ୍କ ସ୍ବାମୀ ମାଇକ୍‌ ଟକ୍କର ଜରିଆରେ ବହୁ ଟଙ୍କା ରୋଜଗାର କରୁଛନ୍ତି। ସେ ୟୁଟ୍ୟୁବରେ ଟକ୍କର ଭିଡିଓ ପାଇଁ ୩୩ ଲକ୍ଷରୁ ୪୯ ଲକ୍ଷ ଚାର୍ଜ କରନ୍ତି। ଅନ୍ୟପଟେ ଇନ୍‌ଷ୍ଟାଗ୍ରାମ୍‌ ପାଇଁ ସେ ୧୬ ଲକ୍ଷ ଟଙ୍କା ଚାର୍ଜ କରିଥାନ୍ତି। ଏହିପରି ତାଙ୍କ ରୋଜଗାର ବର୍ଷକୁ ୮ କୋଟି ହୋଇଯାଏ। ତେବେ କର୍ଟନୀ ପୂର୍ବରୁ ଜଣେ ସଫେଇ କର୍ମଚାରୀ ଏବଂ ମାଇକ୍‌ ଜଣେ ମେକାନିକାଲ ଇଞ୍ଜିନିୟର ଥିଲେ। ୨୦୧୮ରେ ଟକ୍କରର ଜନ୍ମକୁ ୮ ସପ୍ତାହ ହୋଇଥିବାବେଳେ ସେମାନେ ତାକୁ ନିଜ ସହ ନେଇଯାଇଥିଲେ। ପରେ ସେମାନେ ଟକ୍କରର ଏକ ଇନ୍‌ଷ୍ଟାଗ୍ରାମ ପେଜ କରିଥିଲେ। ଟକ୍କର ୬ ମାସର ହେବା ବେଳକୁ ତା’ର ପ୍ରଥମ ଭିଡିଓ ସେମାନେ ସେହି ପେଜ୍‌ରେ ଛାଡ଼ିଥିଲେ। ଏହାପରେ ଟକ୍କରର ଏକ ଛୁଆ ‘ଟୋଡ୍‌’ ହେଲା। ଟକ୍କରର ଫଲୋୟର୍ସ ବଢିବା ସହ ରୋଜଗାର ମଧ୍ୟ ହେଲା। ଏଥିରେ କର୍ଟନୀ ଏବଂ ମାଇକ୍‌ ନିଜ ନିଜ ଚାକିରି ଛାଡ଼ିଦେଇ ଟକ୍କର ଏବଂ ଟୋଡ୍‌ର ଯତ୍ନ ନେବାକୁ ଲାଗିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଜଳବାୟୁ ପରିବର୍ତ୍ତନରୁ ରକ୍ଷା କରିବ ଚନ୍ଦ୍ର ଧୂଳି…

ଓ୍ବାଶିଂଟନ,୧୩।୨ : ବୈଜ୍ଞାନିକଙ୍କ ଅନୁଯାୟୀ, ଚନ୍ଦ୍ରରେ ଉଡ଼ୁଥିବା ଧୂଳି ପୃଥିବୀକୁ ଜଳବାୟୁ ପରିବର୍ତ୍ତନରୁ ରକ୍ଷା କରିବାରେ ସହାୟକ ହୋଇପାରେ। ସେମାନେ କହିଛନ୍ତି ଯେ ଚନ୍ଦ୍ର ପୃଷ୍ଠର...

ଟୁଇଟର୍‌ରେ ସର୍ବାଧିକ ଲାଇକ୍‌ କରାଯାଇଥିବା ଟୁଇଟ୍‌ ବିଷୟରେ ଜାଣନ୍ତି କି

ହଲିଉଡର ପ୍ରସିଦ୍ଧ ଅଭିନେତା ଚାଦ୍‌ୱିକ୍‌ ବୋସମ୍ୟାନ୍‌ଙ୍କ ଗତ ଅଗଷ୍ଟ ୨୯ରେ ପରଲୋକ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୪୩ ବର୍ଷ ବୟସ ହୋଇଥିଲା। ସେ କର୍କଟ...

ପ୍ରକୃତ ରୂପକୁ ଫେରୁଛି ପ୍ରକୃତି

ନୂଆଦିଲ୍ଲୀ: କୋଭିଡ୍‌-୧୯କୁ ନେଇ ସୃଷ୍ଟି ହୋଇଛି ହାହାକାର ପରିସ୍ଥିତି। ଏହାକୁ ନେଇ ଅବ୍ୟବସ୍ଥିତ ହୋଇପଡ଼ିଛି ସାରା ବିଶ୍ୱ। ସଂକ୍ରମଣ ରୋକିବାକୁ ଭାରତ ଏବେ ୨୧ଦିନିଆ ଲକ୍‌ଡାଉନ୍‌ରେ।...

ବାଘ ଛୁଆକୁ ବୋତଲରେ କ୍ଷୀର ପିଆଇ ଚୁମ୍ବନ ଦେଲା ସିମ୍ପାଜୀ

ବାଘ ଛୁଆକୁ ବେତଲରେ କ୍ଷୀର ପିଆଇ ଦେଉଛି ସିମ୍ପାଜୀ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏକ କୁନି ବାଘ ଛୁଆକୁ ସିମ୍ପାଜୀ ବୋତଲରେ କ୍ଷୀର...

ଶୁଆ ଚଲାଉଛି ୟୁଟ୍ୟୁବ୍‌, ଦେଖିଲେ ଲାଖିଯିବ ଆଖି

ଆପଣ ନିଶ୍ଚୟ ଅନେକ ଶୁଆଙ୍କୁ ଦେଖିଥିବେ ଯେଉଁମାନେ ରହୁଥିବା ଘରର ସଦସ୍ୟଙ୍କ ନାଁ ଧରି ଡାକନ୍ତି। କିନ୍ତୁ ଦେଖିଛନ୍ତି କି ଶୁଆ କେବେ ୟୁଟ୍ୟୁବ୍‌ ଚଲାଇବାର?...

ରାତିରେ କଲିଂ ବେଲ୍‌ ବଜାଇ କରୁଥିଲେ ହଇରାଣ, ପରିଣତି ହେଲା ଏପରି

ମୁମ୍ବାଇ: ଦୁନିଆରେ ଭିନ୍ନ ଧରଣର ଲୋକ ଅଛନ୍ତି। ଜଣେ ଜଣେ ଅନ୍ୟମାନଙ୍କୁ ହଇରାଣ କରି ବେଶ୍‌ ଆନନ୍ଦ ପାଇଥା’ନ୍ତି। ମାତ୍ର ଏହି ଆନନ୍ଦ ଯେ ଦିନେ...

ଜେସିଣ୍ଡାଙ୍କ ନାମରେ କୀଟ

ଓ୍ବେଟା ପ୍ରଜାତିର ଏହି ନୂଆ କୀଟର ନାମ ହେଉଛି ହେମିଆଣ୍ଡ୍ରସ୍‌ ଜେସିଣ୍ଡା। ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡନଙ୍କ ନାମାନୁସାରେ ବିଶାଳ କୀଟର ନାମକରଣ କରାଯାଇଥିବାରୁ ସେ...

ଠେଲାରେ ପାନ, ଚାଟ, ସିଙ୍ଗଡା ବିକ୍ରି କରୁଥିବା ୨୫୬ ଜଣ କୋଟିପତି!

କାନପୁର,୨୦ ।୭: ଉତ୍ତର ପ୍ରଦେଶର କାନପୁରରେ ବିଗ ଡାଟା ସପ୍ଟୱେୟାର, ଆୟକର ବିଭାଗ ଓ ଜିଏସ୍‌ଟି ରେଜିଷ୍ଟ୍ରେଶନର ଯାଞ୍ଚରୁ କାନପୁର ରାସ୍ତା କଡରେ ଠେଲାରେ ପାନ,...

Advertisement
Archives

Model This Week