Posted inଫୁରସତ

ବିମାନରୁ କୁକୁରକୁ ତଳକୁ ଫିଙ୍ଗିଦେଲେ ମାଲିକ, ଆଉ ତା’ ପରେ…

ଏମିତି କିଛି ଫଟୋ ଅଛି, ଯାହାକୁ ଦେଖିଲେ ଲୋମ ଟାଙ୍କୁରି ଉଠିବ। ସେମିତି ଏକ କୁକରର ଫଟୋ ଏବେ ଭାଇରାଲ ହେଉଛି। ଫଟୋରେ କୁକୁରର ମାଲିକ ବିମାନରୁ କୁକୁରକୁ ବାହାରକୁ ଠେଲି ଦେଉଥିବା ନଜର ଆସିଛି। ମାତ୍ର ପ୍ରକୃତ ସତ ଜାଣିବା ପରେ ଆଶ୍ଚର୍ଯ୍ୟ ହେବେ।

ଫଟୋରେ କୁକୁରକୁ ବିମାନରେ ଜଣେ ଧରିଥିବା ଦେଖିବାକୁ ମିଳୁଛି। ପ୍ରଥମେ ବ୍ୟକ୍ତିଜଣକ କୁକୁରକୁ ବିମାନରୁ ଠେଲି ଦେବା ପରି ଦେଖାଯାଉଛି। ବ୍ୟକ୍ତିଜଣକ ଏପରି କରିଛନ୍ତି ଭିଡିଓ ଦେଖିଲେ ନିଃଶ୍ୱାସ ବି ବନ୍ଦ ହୋଇଯିବ। ଲୋକେ ରାଗରେ ପାଚି ଲାଲ୍‌ ହୋଇଯିବେ। ମାତ୍ର କିଛି ସମୟରେ ପରେ ପ୍ରକୃତ ସତଟା ଜଣାପଡ଼ିଯାଉଛି। ଏହା କେବଳ ଆଖିର ଭ୍ରମ ଏବଂ କ୍ୟାମେରାର କମାଲ।

କୁକୁରଟି ବିମାନରେ ନୁହେଁ ବରଂ ବରଫରେ ଥିଲା। ଯାହା ପରବର୍ତ୍ତୀ ଭିଡିଓ କ୍ଲିପ୍‌ରେ ସ୍ପଷ୍ଟ ଭାବେ ଜଣାପଡ଼ିଥିଲା। କୁକୁରଟି ପ୍ରଥମେ ମେଘ ଉପରେ ଝଲୁଥିବା ପରି ମନେ ହେଉଥିଲା, ପ୍ରକୃତରେ ତାଙ୍କ ମାଲିକଙ୍କ ହାତରେ ସେ ଥିଲା। ଯିଏ କି ଠିଆ ହୋଇ କୁକୁରକୁ ନିଜ କୋଳରେ ଧରିଥିଲେ, ପରେ ଏହାକୁ ଫିଙ୍ଗି ଦେଇଥିଲେ। ତାହା ବରଫରେ ପଡ଼ିଥିଲା।

ବରଫ ଲ୍ୟାଣ୍ଡ କ୍ୟାମେରାରେ ମେଘ ପରି ଦେଖାଯାଉଥିଲା। ଯେଉଁଥିପାଇଁ ଲୋକଙ୍କ ମନରେ ଭ୍ରମ ସୃଷ୍ଟି ହୋଇଥିଲା ଯେ, କେହି କୁକୁରକୁ ଆକାଶରେ ଯାଉଥିବା ବିମାନରୁ ତଳକୁ ଫିଙ୍ଗି ଦେଉଛନ୍ତି।

ଇନଷ୍ଟାଗ୍ରାମରେ ଏହି ଭିଡିଓ ପୋଷ୍ଟ ହେବା ପରେ ଅନେକ ଲୋକ ସମାନ ମତ ଶେୟାର କରିଥିଲେ। ସେମାନେ ଭାବୁଥିଲେ କୁକୁରର ମାଲିକ ତାଙ୍କୁ ବିମାନରୁ ଠେଲି ଦେଉଛନ୍ତି। ଜଣେ ୟୁଜର ଲେଖିଛନ୍ତି, ମୁଁ ଭାବୁଥିଲି ସେମାନେ ମେଘରେ ଅଛନ୍ତି, ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ମୋତେ ଲାଗିଲା କୁକୁରକୁ ବିମାନରୁ କେହି ଠେଲି ଦେଉଛନ୍ତି। ଏମିତି ଅନେକ ୟୁଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି। ଭିଡିଓଟି ଖୁବ୍‌ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତ: କାଲିଠୁ ୩ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା, ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୨୮ା୭ (ବନ୍ଦନା ସେଠୀ) – ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ କେନ୍ଦ୍ରୀଭୂତ ଗଭୀର ଅବପାତ ମଙ୍ଗଳବାର ବାରିପଦାଠାରୁ ୧୦ କି.ମି.…

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ନାମରେ ନାମିତ ହେଲା ଫୁଲବାଣୀ ସରକାରୀ ମେଡିକାଲ କଲେଜ

ଭୁବନେଶ୍ୱର, ୨୮ା୭ (ବନ୍ଦନା ସେଠୀ) – ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଫୁଲବାଣୀର ନୂତନ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ନାମ ପରିବର୍ତ୍ତନ କରାଯାଇଛି। ସ୍ବାସ୍ଥ୍ୟ ଓ…

ଲଗାଣ ବର୍ଷା: କାଲି ଏସବୁ ଜିଲାରେ ସ୍କୁଲ, କଲେଜ-ଅଙ୍ଗନବାଡ଼ି ବନ୍ଦ, ସତର୍କ ରହିବାକୁ…

ଭୁବନେଶ୍ୱର,୨୮।୭: ରାଜ୍ୟରେ ଲାଗିରହିଥିବା ଲଗାଣ ବର୍ଷା ଏବଂ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ଜିଲାର ଜିଲାପାଳମାନେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।…

ଆସନ୍ତା ୨୪ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ: ୩ ବରିଷ୍ଠ ଆଇଏଏସଙ୍କୁ ୩ ଜିଲା ଦାୟିତ୍ବ, ଜାଣନ୍ତୁ …

ଭୁବନେଶ୍ୱର,୨୮।୭: ରାଜ୍ୟରେ ଲାଗିରହିଥିବା ଲଗାଣ ବର୍ଷା ଓ ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ଆସନ୍ତା ୨୪ ଘଣ୍ଟା ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲା ପାଇଁ ବହୁତ…

Rule Change From 1st August: ପହିଲାରୁ ବଦଳିବ ଏହି ୫ ବଡ଼ ନିୟମ! LPG, ବ୍ୟାଙ୍କ ଠାରୁ ନେଇ ଟ୍ରେନ୍ ଟିକେଟ୍ ପର୍ଯ୍ୟନ୍ତ ପଡିବ ପ୍ରଭାବ, ଜାଣନ୍ତୁ…

ନୂଆଦିଲ୍ଲୀ, ୨୮।୭: ଜୁଲାଇ ମାସ ଶେଷ ହେବାକୁ ଯାଉଛି, ଏବଂ ଚାରି ଦିନ ପରେ ଅର୍ଥାତ୍ ଅଗଷ୍ଟ ମାସ ଆରମ୍ଭ ହେବା ସହ ଅନେକ ବଡ଼ ପରିବର୍ତ୍ତନ…

ମହାକାଶରୁ ପାକିସ୍ତାନରେ ଦେଖାଗଲା ଭୟଙ୍କର ଦୃଶ୍ୟ! ବୈଜ୍ଞାନିକ କହିଲେ ୬ କୋଟି ବର୍ଷ ହେଲା…

ନୂଆଦିଲ୍‌ଲୀ,୨୮।୭: ପାକିସ୍ତାନରେ ଏକ ବିଶାଳ ବିଞ୍ଚଣା ଭଳି ଆକୃତି ରହିଛି, ଯାହା ମହାକାଶରୁ ମଧ୍ୟ ସ୍ପଷ୍ଟ ଦେଖାଯାଏ। ନାସାର ଟେରା ସାଟେଲାଇଟ୍ (Terra Satellite) ଏହି ଆକୃତିର…

ହାତଛଡ଼ା ହେଲା ସ୍ବର୍ଣ୍ଣ, ରୌପ୍ୟ ପାଇଲେ ଅଜୟ

ଗ୍ଲାସ୍‌ଗୋ,୨୮ା୭: ଭାରତର ଉଦୀୟମାନ ଭାରୋତ୍ତୋଳକ ଭେଲୁରି ଅଜୟ ବାବୁ ମଙ୍ଗଳବାର ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଛନ୍ତି। ସେ ପୁରୁଷ ୭୯ କେଜି କାଟେଗୋରୀରେ ଏହି…

ସରକାରଙ୍କୁ ପୁଣି ବଡ଼ ଆନ୍ଦୋଳନର ଧମକ ଦେଲେ ଅଭିଜିତ ଦିପ୍‌କେ, କହିଲେ ସର୍ତ୍ତ ନ ରଖିଲେ…

ନୂଆଦିଲ୍‌ଲୀ,୨୮।୭: କକରୋଚ ଜନତା ପାର୍ଟି (CJP) ର ସଂସ୍ଥାପକ ଅଭିଜିତ୍ ଦୀପକେ ପୁଣି ଥରେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ପୋଲିସ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri