ମହୁଲ ଗୋଟାଳିଙ୍କୁ ମିଳୁନି ଉପଯୁକ୍ତ ମୂଲ୍ୟ

ରାୟଗଡ଼ା,୨୧ା୪(ସ୍ବ.ପ୍ର.): ରାୟଗଡ଼ା ଜିଲାରେ ଗରିବ ଆଦିବାସୀମାନେ ଋତୁକାଳୀନ ପୁଲ ଓ ଫଳକୁ ବିକ୍ରି କରି ନିଜ ପରିବାରର ଗୁଜରାଣ ମେଣ୍ଟାନ୍ତି। ସେମାନେ ଦିନତମାମ କଷ୍ଟ କରି ଏସବୁ ସଂଗ୍ରହ କରୁଥିଲେ ମଧ୍ୟ ଉଚିତ ମୂଲ୍ୟ ପାଉନାହାନ୍ତି। ସରକାର ଉଚିତ ପଦକ୍ଷେପ ନେଉ ନ ଥିବାରୁ ଆଦିବାସୀମାନେ ଦଲାଲ କବଳରେ ପଡ଼ି ନୟାନ୍ତ ହେଉଛନ୍ତି।
ବର୍ତ୍ତମାନ ଗ୍ରୀଷ୍ମ ଋତୁରେ ମହୁଲ ଫୁଲ ସଂଗ୍ରହ କରିବା ସମୟ। ଚଳିତବର୍ଷ ଜିଲାରେ ମହୁଲ ଫୁଲ ଉପତ୍ାଦନ ଭଲ ହୋଇଛି। କେବଳ ରାୟଗଡ଼ା ନୁହେଁ, ପ୍ରାୟ ସମସ୍ତ ଆଦିବାସୀ ଅଧ୍ୟୁଷିତ ଜିଲାରେ ମହୁଲ ଭରି ହୋଇଛି। ଏହି ହିସାବରେ ମହୁଲ ଫଳ ବା ଟୋଲ ଉପତ୍ାଦନ ବି ଅନୁରୂପ ହେବ ବୋଲି ଆଦିବାସୀମାନେ ଆଶା ରଖିଛନ୍ତି। ହେଲେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଟ୍ରାଇବାଲ ଡେଭଲପମେଣ୍ଟ କୋଅପରେଟିଭ କର୍ପୋରେଶନ (ଟିଡ଼ିସିସି) ମହୁଲ ସଂଗ୍ରହକୁ ତାଲିକାଭୁକ୍ତ କରିନି। ଏପଟେ ମହୁଲ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି। ଏମ୍‌ଏସ୍‌ପି ୨୯ଟଙ୍କା ହିସାବରେ ମହୁଲ ସଂଗ୍ରହ କରିବାକୁ ଧାର୍ଯ୍ୟ କରାଯାଇଥିଲା ବେଳେ ମାତ୍ର ୭ଟି ଜିଲାକୁ ଏଥିରେ ସାମିଲ କରାଯାଇଛି। ମହୁଲ ଫୁଲକୁ ଟିଡ଼ିସିସି ତାଲିକାଭୁକ୍ତ ନ କରାଯିବା ଫଳରେ ରାଜ୍ୟର ଶହ ଶହ ବନବାସୀ ମହୁଲ ବାର୍ଷିକ ଆୟରୁ ବଞ୍ଚିତ ହେବେ।
ବର୍ତମାନ ନୂଆ କରି ମହୁଲ ଫୁଲ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥିବା ବେଳେ ସ୍ଥାନୀୟ ବଜାରରେ ଏହା ୩୦ରୁ ୩୫ ଟଙ୍କାରେ ବିକ୍ରି ହେଉଛି। ଦାମ୍‌ କମାଇବା ପାଇଁ ଅନେକ ଜିଲାରେ ଟ୍ରେଡରମାନେ ମହୁଲ କିଣିବା ବନ୍ଦ କରି ଦେଇଛନ୍ତି। ଚଳିତ ବର୍ଷ ଦେବଗଡ଼ ଜିଲାରୁ ପ୍ରାୟ ୧୪୫୦ କୁଇଣ୍ଟାଲ ମହୁଲ, ସମ୍ବଲପୁରରୁ ୨୨୪୫ କୁଇଣ୍ଟାଲ, ମୟୁରଭଞ୍ଜରୁ ୫୭୦ କୁଇଣ୍ଟାଲ, ନୟାଗଡ଼ରୁ ୫୦୦ କୁଇଣ୍ଟାଲ ଓ କନ୍ଧମାଳରୁ ୫୫୦ କୁଇଣ୍ଟାଲ ମହୁଲ ଉପତ୍ାଦନ ହେବ ବୋଲି ଆଶା ରଖାଯାଇଛି। ଏହି ଜିଲାଗୁଡ଼ିକର ପ୍ରାୟ ୬ହଜାର ଆଦିବାସୀଙ୍କର ୧ କୋଟି ଟଙ୍କା ଆୟ ହେବା କଥା। ହେଲେ ଟିଡ଼ିସିସି ମହୁଲ ଫୁଲ ସଂଗ୍ରହକୁ ତାଲିକାଭୁକ୍ତ କରିନଥିବା ବେଳେ ଟ୍ରେଡ଼ରମାନଙ୍କ ମନମୁଖୀ କାର୍ଯ୍ୟ ଆଗକୁ ନିଶ୍ଚିତ ଭାବେ ଆଦିବାସୀଙ୍କୁ ଅସୁବିଧାରେ ପକାଇବ।
ଓଡ଼ିଶାରେ ପ୍ରତିବର୍ଷ ପାଖାପାଖି ୨୦ହଜାର କୁଇଣ୍ଟାଲ ମହୁଲ ଫୁଲ ଆଦିବାସୀମାନେ ସଂଗ୍ରହ କରି ବିକ୍ରି କରୁଥିବା ବେଳେ କିଲୋ ପ୍ରତି ୨୫ରୁ ୩୫ଟଙ୍କା ପାଇଥାନ୍ତି। ମହୁଲ ଫୁଲକୁ ବ୍ୟବହାର କରି ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ କିଲୋ ପ୍ରତି ୧୪୦ରୁ ୧୬୦ ଟଙ୍କାରେ ବିକ୍ରି ହେଉଛି। ଆଦିବାସୀଙ୍କ ପାନୀୟ ଭାବେ ମଦ ପ୍ରସ୍ତୁତିରେ ବ୍ୟବହାର କରାଯାଉଥିବା ମହୁଲ ଏବେ ଖାଦ୍ୟ ନିରାପତ୍ତା ତାଲିକାରେ ସାମିଲ ହେଲାଣି। ପାରମ୍ପରିକ ଆଦିବାସୀମାନେ ମହୁଲରୁ ପ୍ରସ୍ତୁତ ଖାଦ୍ୟ ଗ୍ରହଣ କରୁଥିବା ବେଳେ ଆଗାମୀ ଦିନରେ ଏହାର ବଜାର ପ୍ରବେଶ ପାଇଁ ଓଡ଼ିଶା ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। କେବଳ ମହୁଲ କାକୋ ନୁହେଁ ବରଂ ମହୁଲରୁ ପ୍ରସ୍ତୁତ ଜାମ୍‌, ଜେଲି, କୁକିଜ୍‌, ପାଚକ ଗୋଳି, ଗୁଲାବଜାମୁନ୍‌, କେକ୍‌, ଚକୋଲେଟ, ଲଡ଼ୁ ଆଦିର ବି ବ୍ୟବସାୟୀକରଣ କରାଯିବ। ମହୁଲ ଫୁଲରୁ ଏବେ ପରୀକ୍ଷାମୂଳକ ଭାବେ ହ୍ୟାଣ୍ଡ ସାନିଟାଇଜର ଓ ଫ୍ଲୋର କ୍ଲିନିଂ ତିଆରି କରାଯାଉଛି। ଏଥିପାଇଁ ବନଜା ବାଣିଜ୍ୟ ସଂଘ ସହାୟତାରେ କିଛି ମହିଳାଙ୍କୁ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ପକ୍ଷରୁ ତାଲିମ ଦିଆଯାଇଛି। ଏଭଳି ସ୍ଥିତିରେ ମହୁଲ ସଂଗ୍ରହକାରୀଙ୍କୁ ଉପଯୁକ୍ତ ମୂଲ୍ୟ ମିଳିବା ପାଇଁ ରାଜ୍ୟ ସରକାର ଟିଡ଼ିସିସି ସହାୟତାରେ ପ୍ରୟାସ କରିବା ଆବଶ୍ୟକ। ନଚେତ୍‌ ଦଲାଲଙ୍କ କବଳରେ ପଡ଼ି ମହୁଲ ସଂଗ୍ରହକାରୀ ହତାଶ ହେବା ସୁନିଶ୍ଚିତ। ଏନେଇ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି, ମହୁଲ ଗୋଟାଳି ଓ ଆଦିବାସୀମାନେ ଯେପରି ଅଭାବୀ ବିକ୍ରିର ସମ୍ମୁଖୀନ ନ ହେବେ ସେଥିପ୍ରତି ପଦକ୍ଷେପ ଗ୍ରହଣ କରାଯିବ। ସେ ନିଜେ ସ୍ଥିତି ଅନୁଧ୍ୟାନ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?