ଏପଟେ ହସ୍ପିଟାଲରେ ଲାଗିଥିଲା ଭୟଙ୍କର ନିଆଁ, ସେପଟେ ଡାକ୍ତର କରୁଥିଲେ ରୋଗୀଙ୍କ ହାର୍ଟ ଅପରେଶନ

ସେଣ୍ଟପିଟର୍ସବର୍ଗ,୩।୪: ଡାକ୍ତରଙ୍କୁ ଭଗବାନଙ୍କ ଦ୍ୱିତୀୟ ଅବତାର ବୋଲି କୁହାଯାଏ। ଏହି କଥାର ପ୍ରମାଣ କରି ଦେଖାଇଛନ୍ତି ରୁଷିଆର ଡାକ୍ତରମାନେ। ଏଠାରେ ଥିବା ଏକ ହସ୍ପିଟାଲରେ ହଠାତ୍‌ ନିଆଁ ଲାଗି ଯାଇଥିଲା। ଠିକ୍‌ ଏହି ସମୟରେ ଜଣେ ରୋଗୀଙ୍କର ହାର୍ଟ ଅପରେଶନ କରୁଥିଲେ ଡାକ୍ତର ଟିମ୍‌। ନିଆଁକୁ ଖାତିର ନ କରି ଆଦୌ ଭୟଭୀତ ତଥା ବିଚଳିତ ନ ହୋଇ ସ୍ଥିର ମସ୍ତିଷ୍କରେ ସେମାନେ ଅପରେଶନ କରିଥିଲେ। ଡାକ୍ତର ଟିମ୍‌ଙ୍କ ଏପରି କାର୍ଯ୍ୟକୁ ସାଧାରଣରେ ବେଶ୍‌ ପ୍ରଶଂସା କରାଯାଉଛି।

ଏକ ରିପୋର୍ଟ ଅନୁଯାୟୀ, ଏହି ଘଟଣା ରୁଷିଆର ପୂର୍ବ ସହର ବ୍ଲାଗୋଭେଶସ୍କରୁ ଆସିଛି। ହସ୍ପିଟାଲରେ ନିଆଁ ଲାଗିଥିବା ବେଳେ ଏହି ସମୟରେ ଡାକ୍ତରଙ୍କ ପୂରା ଟିମ୍‌ ରୋଗୀଙ୍କ ଓପନ ହାର୍ଟ ସର୍ଜରୀ କରୁଥିଲେ। ଫଳରେ ରୋଗୀଙ୍କ ଜୀବନ ରକ୍ଷା ହୋଇପାରିଛି।

ରୁଷିଆର ଜରୁରିକାଳୀନ ମନ୍ତ୍ରଣାଳୟ ଏହି ପ୍ରସଙ୍ଗରେ ଏକ ବିବୃତି ଜାରି କରି କହିଛି ଯେ, ୮ ଜଣ ଡାକ୍ତର ଏବଂ ନର୍ସଙ୍କ ଏକ ଟିମ୍‌ ରୋଗୀଙ୍କୁ ପୂର୍ବରୁ ଏକ ସୁରକ୍ଷିତ ସ୍ଥାନକୁ ନେଇଯାଇଥିଲେ। ଦୁଇ ଘଣ୍ଟାର କଠିନ ପରିଶ୍ରମ ପରେ ଏହି ଅପରେଶନ ସଫଳ ହୋଇଥିଲା।

ରୋଗୀଙ୍କ ଅପରେଶନ କରିଥିବା ସର୍ଜନ ଭାଲେଣ୍ଟାଇନ୍‌ ଫିଲାଟୋଭେନ କହିଛନ୍ତି ଯେ, ଆମ ନିକଟରେ କୌଣସି ବିକଳ୍ପ ନ ଥିଲା। ଆମକୁ ଯେମିତି ହେଲେ ରୋଗୀଙ୍କ ଜୀବନ ବଞ୍ଚାଇବାକୁ ପଡ଼ିବ। ଏହି କଥାକୁ ଗୁରୁତ୍ୱ ଦେଇ ଆମେ ଅପରେଶନ କରିଥିଲୁ। ଆଉ ଏଥିରେ ସଫଳ ମଧ୍ୟ ହୋଇଥିଲୁ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ରହସ୍ୟମୟୀ ଦ୍ୱୀପ : ଯେଉଁଠି ମହିଳାଙ୍କୁ ଯିବା ମନା

ବିଶ୍ୱର ପ୍ରାୟ ସମସ୍ତ ଦେଶରେ କିଛି ନା କିଛି ନିୟମ ରହିଛି। କେଉଁଠି ମହିଳା-ପୁରୁଷଙ୍କୁ ଯିବା ପାଇଁ ହକ୍‌ ଦିଆଯାଇଛି ତ ଆଉ କେଉଁଠି ମହିଳାଙ୍କୁ...

ଜୁନ୍‌ ୨୪ରେ ମୋଦି-ପୁଟିନ୍‌-ଜିନ୍‌ପିଙ୍ଗ ଭେଟ…

ନୂଆଦିଲ୍ଲୀ/ମସ୍କୋ/ବେଜିଂ, ୨୮।୫ : ୟୁକ୍ରେନ ଯୁଦ୍ଧ ଏବଂ ଲଦାଖ ସୀମାରେ ଚାଇନା ପକ୍ଷରୁ ଉତ୍ତେଜନା ସୃଷ୍ଟି ଜାରି ରହିଛି। ଏପରିସ୍ଥଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା...

ସ୍ବୟଂସିଦ୍ଧା…ଏମିତି କିଛି ନାହିଁ ଯାହା ନାରୀଙ୍କ ପକ୍ଷେ ଅସମ୍ଭବ…

ଯେଉଁଠି କେବଳ ‘ନା’ ‘ନା’ର କଥା ଥିଲା ସେମାନେ କିନ୍ତୁ ‘ହଁ’ ପାଇଁ ଅଡ଼ି ବସିଥିଲେ। ପାରିବି ନାହିଁର ଶବ୍ଦ ନ ଥିଲା ଏମାନଙ୍କ ଶବ୍ଦ...

ଆକ୍ରମଣ ସ୍ଥିତିରେ ତାଇଓ୍ବାନର ସୁରକ୍ଷା କରିବେ ଆମେରିକା ସୈନ୍ୟ: ବାଇଡେନଙ୍କ ଚେତାବନୀ…

ଓ୍ବାଶିଂଟନ, ୧୯।୯ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ଚାଇନ ଆକ୍ରମଣ କଲେ ଆମେରିକାର ସୈନ୍ୟ ତାଇୱାନକୁ ରକ୍ଷା କରିବେ। ରବିବାର ଏକ...

କରୋନାଠାରୁ ମାରାତ୍ମକ ଭୂତାଣୁ ବିକଶିତ କରୁଛନ୍ତି ଚାଇନା-ପାକିସ୍ତାନ, ରାଓ୍ବଲପିଣ୍ଡ ରିସର୍ଚ୍ଚ ଲ୍ୟାବ୍‌ରେ ଚାଲିଛି ପ୍ରସ୍ତୁତି…

ଇସଲାମାବାଦ/ବେଜିଂ,୮।୧୧ : ପାକିସ୍ତାନ ଏବଂ ଚାଇନା ମଧ୍ୟରେ ବନ୍ଧୁତା ଏବେ ପୃଥିବୀ ପାଇଁ ନୂଆ ବିପଦ ସୃଷ୍ଟି କରିବାକୁ ଯାଉଛି। ଚାଇନା ପାକିସ୍ତାନକୁ ଅନେକ ଥର...

ଏମିତି ଶପିଂ ମଲ୍‌, ଯେଉଁଠି କେବଳ ବିକ୍ରି ହୋଇଥାଏ ପୁରୁଣା ସାମଗ୍ରୀ

ସାଧାରଣତଃ ଯେକୌଣସି ଶପିଂ ମଲରେ ନୂଆ ପୋଷାକଠାରୁ ଆରମ୍ଭ କରି ଘରକରଣା ସାମଗ୍ରୀ ଆଦି ବିକ୍ରି ହେଉଥିବା ଦେଖିଥିବେ। ମାତ୍ର ଏମିତି ଏକ ମଲ୍‌ ଅଛି...

ଜି୨୦ ଅଧ୍ୟକ୍ଷତା: ଭାରତଠାରୁ ଅନେକ ଆଶା

ଚଳିତ ବର୍ଷ ଭାରତର ଜି୨୦ ଅଧ୍ୟକ୍ଷତାରୁ ବିଶ୍ୱ ସମୁଦାୟ ଅନେକ କିଛି ଆଶା କରୁଛି ବୋଲି ଶୁକ୍ରବାର ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ପରିଚଳାନା ନିର୍ଦ୍ଦେଶିକା କ୍ରିଷ୍ଟାଲିନା...

ରୋଜାରେ ଖାଦ୍ୟ ଆଣିଯାଇଥିବା ବ୍ୟକ୍ତିଙ୍କୁ ଦୁର୍ବ୍ୟବହାର କରି ନିଲମ୍ବିତ ହେଲେ ମହିଳା ମ୍ୟାନେଜର

ମିସୁରୀ,୨୦।୫: ଆମେରିକାର ମିସୁରୀରେ ଜଣେ ଯୁବକ ରୋଜା ଖୋଲିବା ପାଇଁ ଟେକୋ ବେଲ ରେଷ୍ଟୁରାଣ୍ଟକୁ ଜଳଖିଆ ଆଣିବାକୁ ଯାଇଥିଲେ। ରେଷ୍ଟୁରାଣ୍ଟରେ ଥିବା ମହିଳା ମ୍ୟାନେଜର ଇନ୍‌...

Advertisement
Archives

Model This Week