ଏପଟେ ହସ୍ପିଟାଲରେ ଲାଗିଥିଲା ଭୟଙ୍କର ନିଆଁ, ସେପଟେ ଡାକ୍ତର କରୁଥିଲେ ରୋଗୀଙ୍କ ହାର୍ଟ ଅପରେଶନ

ସେଣ୍ଟପିଟର୍ସବର୍ଗ,୩।୪: ଡାକ୍ତରଙ୍କୁ ଭଗବାନଙ୍କ ଦ୍ୱିତୀୟ ଅବତାର ବୋଲି କୁହାଯାଏ। ଏହି କଥାର ପ୍ରମାଣ କରି ଦେଖାଇଛନ୍ତି ରୁଷିଆର ଡାକ୍ତରମାନେ। ଏଠାରେ ଥିବା ଏକ ହସ୍ପିଟାଲରେ ହଠାତ୍‌ ନିଆଁ ଲାଗି ଯାଇଥିଲା। ଠିକ୍‌ ଏହି ସମୟରେ ଜଣେ ରୋଗୀଙ୍କର ହାର୍ଟ ଅପରେଶନ କରୁଥିଲେ ଡାକ୍ତର ଟିମ୍‌। ନିଆଁକୁ ଖାତିର ନ କରି ଆଦୌ ଭୟଭୀତ ତଥା ବିଚଳିତ ନ ହୋଇ ସ୍ଥିର ମସ୍ତିଷ୍କରେ ସେମାନେ ଅପରେଶନ କରିଥିଲେ। ଡାକ୍ତର ଟିମ୍‌ଙ୍କ ଏପରି କାର୍ଯ୍ୟକୁ ସାଧାରଣରେ ବେଶ୍‌ ପ୍ରଶଂସା କରାଯାଉଛି।

ଏକ ରିପୋର୍ଟ ଅନୁଯାୟୀ, ଏହି ଘଟଣା ରୁଷିଆର ପୂର୍ବ ସହର ବ୍ଲାଗୋଭେଶସ୍କରୁ ଆସିଛି। ହସ୍ପିଟାଲରେ ନିଆଁ ଲାଗିଥିବା ବେଳେ ଏହି ସମୟରେ ଡାକ୍ତରଙ୍କ ପୂରା ଟିମ୍‌ ରୋଗୀଙ୍କ ଓପନ ହାର୍ଟ ସର୍ଜରୀ କରୁଥିଲେ। ଫଳରେ ରୋଗୀଙ୍କ ଜୀବନ ରକ୍ଷା ହୋଇପାରିଛି।

ରୁଷିଆର ଜରୁରିକାଳୀନ ମନ୍ତ୍ରଣାଳୟ ଏହି ପ୍ରସଙ୍ଗରେ ଏକ ବିବୃତି ଜାରି କରି କହିଛି ଯେ, ୮ ଜଣ ଡାକ୍ତର ଏବଂ ନର୍ସଙ୍କ ଏକ ଟିମ୍‌ ରୋଗୀଙ୍କୁ ପୂର୍ବରୁ ଏକ ସୁରକ୍ଷିତ ସ୍ଥାନକୁ ନେଇଯାଇଥିଲେ। ଦୁଇ ଘଣ୍ଟାର କଠିନ ପରିଶ୍ରମ ପରେ ଏହି ଅପରେଶନ ସଫଳ ହୋଇଥିଲା।

ରୋଗୀଙ୍କ ଅପରେଶନ କରିଥିବା ସର୍ଜନ ଭାଲେଣ୍ଟାଇନ୍‌ ଫିଲାଟୋଭେନ କହିଛନ୍ତି ଯେ, ଆମ ନିକଟରେ କୌଣସି ବିକଳ୍ପ ନ ଥିଲା। ଆମକୁ ଯେମିତି ହେଲେ ରୋଗୀଙ୍କ ଜୀବନ ବଞ୍ଚାଇବାକୁ ପଡ଼ିବ। ଏହି କଥାକୁ ଗୁରୁତ୍ୱ ଦେଇ ଆମେ ଅପରେଶନ କରିଥିଲୁ। ଆଉ ଏଥିରେ ସଫଳ ମଧ୍ୟ ହୋଇଥିଲୁ।


Enter your email to get our daily news in your inbox.

All Right Reserved By Dharitri.Com

କମିଲା ବନ୍ୟାଜଳ ପ୍ରବେଶର ପରିମାଣ, ହୀରାକୁଦ ବନ୍ଦ କଲା ୪ ଗେଟ୍‌

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଫଳରେ ଗୁରୁବାର ରାତିରେ ୨ ଓ ଶୁକ୍ରବାର ସକାଳେ ପୁଣି ୪ଟି…

ପ୍ରଶାନ୍ତ କିଶୋରଙ୍କ ବଡ଼ ପ୍ରସ୍ତୁତି: ନୀତୀଶ କୁମାରଙ୍କ ପୂର୍ବରୁ ନିଜେ କରିବେ ଏମିତି କାମ, ଦେଶରେ ଚହଳ

ପାଟନା,୨୧।୮: ଜନ ସୁରାଜ ପାର୍ଟିର ପ୍ରତିଷ୍ଠାତା ତଥା ବିଧାୟକ ପ୍ରଶାନ୍ତ କିଶୋର ଏବେ ବିହାରରେ ନିଜ ରାଜନୈତିକ ପ୍ରଭାବ ଆହୁରି ମଜବୁତ କରିବାକୁ ବଡ଼ ପ୍ରସ୍ତୁତି କରୁଛନ୍ତି।…

୨୮ ଅଗଷ୍ଟରେ ଲାଗୁଛି ଗ୍ରହଣ: ୬ ରାଶି ହୋଇଯାଆନ୍ତୁ ସତର୍କ, ଖର୍ଚ୍ଚ ହୋଇଯିବ ସବୁ ଟଙ୍କା…

୨୮ ଅଗଷ୍ଟ ୨୦୨୬ରେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଲାଗିବ। ଜ୍ୟୋତିଷ ଶାସ୍ତ୍ରର ମାନ୍ୟତା ଅନୁଯାୟୀ ଏହାର ପ୍ରଭାବ ୬ଟି ରାଶି ଉପରେ ପଡ଼ିପାରେ। ଜାଣନ୍ତୁ କେଉଁ କେଉଁ…

ବିବାଦ ପାଇଁ ଶବ ସତ୍କାର କରାଇ ଦେଉନାହାନ୍ତି ଗ୍ରାମବାସୀ, ୩ ଦିନ ହେଲା ଶାଶୁଙ୍କ ଶବକୁ ଜଗିବସିଛନ୍ତି ବୋହୂ

ରାଜନଗର,୨୧ା୮(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ତାଳଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ ବୀରଭଞ୍ଜପୁର ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନା ଆସିଛି। ଯେଉଁଠି ହଜିଯାଇଛି ମାନବିକତା।…

ସ୍ବାମୀଙ୍କ ହାତଗୋଡ଼ ବାନ୍ଧି ସ୍ତ୍ରୀଙ୍କ କାନ ଛିଣ୍ଡାଇ ସୁନାଫୁଲ ଝାମ୍ପିନେଲେ ଦୁର୍ବୃତ୍ତ, ନଗଦ ଟଙ୍କା ସହ ଆହୁରି…

ନବରଙ୍ଗପୁର,୨୧ା୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଦହଣା ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଉମେଶ ଚନ୍ଦ୍ର ରଥଙ୍କ ଘରେ ସଶସ୍ତ୍ର ଡକାୟତି ହୋଇଛି। ଲକ୍ଷାଧିକ…

ପାକିସ୍ତାନରେ କେତେ ଟଙ୍କାରେ ମିଳୁଛି ସେକେଣ୍ଡ ହ୍ୟାଣ୍ଡ୍‌ ଗାଡ଼ି, ଦାମ୍‌ ଜାଣିଲେ ଚମକି ପଡିବେ…

ଇସଲାମାବାଦ,୨୧।୮: ପାକିସ୍ତାନରେ ପ୍ରବଳ ମହଙ୍ଗା ମାଡ଼ ଯୋଗୁଁ ସାଧାରଣ ଲୋକଙ୍କ ବଜେଟ ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି। ନିତ୍ୟବ୍ୟବହାର୍ଯ୍ୟ ଜିନିଷଠାରୁ ଆରମ୍ଭ କରି ପେଟ୍ରୋଲ-ଡିଜେଲ ପର୍ଯ୍ୟନ୍ତ ସବୁକିଛି ମହଙ୍ଗା…

ହଠାତ୍‌ ଥାନାରେ ପହଞ୍ଚିଲେ ରାହୁଲ ଗାନ୍ଧୀ , ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୧। ୮: ଦିଲ୍ଲୀରେ ଛାତ୍ରମାନଙ୍କ ପ୍ରଦର୍ଶନ ସମୟରେ ପେଲେଟ ଗନ ବ୍ୟବହାରକୁ ନେଇ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପାର୍ଲାମେଣ୍ଟ ଷ୍ଟ୍ରିଟ ଥାନାରେ ପହଞ୍ଚିଛନ୍ତି।…

କ୍ରାଶ ହେଲା ଚାଟାର୍ଡ ପ୍ଲେନ; ୮ ମୃତ, ଜାଣନ୍ତୁ କିପରି ହେଲା ଦୁର୍ଘଟଣା

ଆଲାସ୍କା,୨୧।୮: ପଶ୍ଚିମ ଆଲାସ୍କାର ଏକ ଦୁର୍ଗମ ରାଡାର ସାଇଟ୍ ନିକଟରେ ୮ ଜଣଙ୍କୁ ନେଇ ଯାଉଥିବା ଏକ ଚାଟାର୍ଡ ପ୍ଲେନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗୁରୁବାର ଏନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri