୩ ବର୍ଷ ପୁଅର ମୃତଦେହ ବ୍ୟବଚ୍ଛେଦ ପାଇଁ ଡାକ୍ତରଙ୍କ ସହାୟକ ମାଗିଲେ ୨ ହଜାର ଟଙ୍କା

ରାୟଗଡ଼ା,୨୯ା୧୧(ଆଶିଷ ରଞ୍ଜନ ପଣ୍ଡା): ମାଆ ପଛେପଛେ ଯାଇ ନଦୀରେ ବୁଡ଼ି ଶୁକ୍ରବାର ଚାଲିଗଲା ୩ ବର୍ଷ ଶିଶୁପୁତ୍ରର ଜୀବନ। ଏହିଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲା କାଶୀପୁର ବ୍ଲକ କାହ୍ନୁଗୁଡ଼ା ଗ୍ରାମରେ। ଘଟଣାରୁ ପ୍ରକାଶ ଯେ, କାହ୍ନୁଗୁଡ଼ା ଗ୍ରାମର କମ୍ବୁ ମାଝୀଙ୍କ ସ୍ତ୍ରୀ ଶୈଳେନ୍ଦ୍ରୀ ଶୁକ୍ରବାର ସକାଳେ ନଦୀକୁ ଯାଇଥିଲେ। ତାଙ୍କ ୩ ବର୍ଷର ପୁଅ ତରୁ ମାଆଙ୍କ ଅଗୋଚରରେ ତାଙ୍କ ପଛେ ପଛେ ନଦୀକୁ ଚାଲି ଯାଇଥିଲା। ମାଆ ନଦୀରୁ ଫେରି ପୁଅକୁ ଖୋଜି ପାଇଲେ ନାହିଁ। ଏହାପରେ ତରୁଙ୍କ ଜେଜେମାଆ ନାତିକୁ ନଦୀ ନିକଟରେ ଖୋଜିବାକୁ ଯିବା ସମୟରେ ନଦୀକୂଳରେ ତରୁର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ପରିବାରବର୍ଗ ପୋଲିସକୁ ସୂଚନା ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲା। ତେବେ ରାତି ହୋଇଯାଇଥିବାରୁ ଶନିବାର ବ୍ୟବଚ୍ଛେଦ ହୋଇଥିଲା। ଦାୟିତ୍ୱରେ ଥିବା ଡାକ୍ତର ଶନିବାର ମୃତଦେହ ବ୍ୟବଚ୍ଛେଦ କରିଥିଲେ। ହେଲେ ଶିଶୁଟିର ମୃତଦେହ ବ୍ୟବଚ୍ଛେଦ ପରେ ଡାକ୍ତରଙ୍କ ସହଯୋଗୀ  ପରିବାରବର୍ଗଙ୍କୁ ୨ହଜାର ଟଙ୍କା ମାଗିଥିଲେ। ତେବେ ପରିବାରବର୍ଗ ଛୋଟ ଶିଶୁଟିର ମୃତ୍ୟୁର ଅବସାଦରେ ଭାଙ୍ଗି ପଡ଼ିଛନ୍ତି। ଉପସ୍ଥିତ ଗାଁ ଲୋକେ ଚାନ୍ଦା କରି ପ୍ରଥମେ ୫୦୦ ଟଙ୍କା ଦେବାରୁ ମନା କରିଥିଲେ। ତେବେ ପୁଣି ଥରେ ଗାଁ ଲୋକେ ୧ହଜାର ଟଙ୍କା ଦେଇଥିଲେ। ହେଲେ ସହଯୋଗୀ ତାହା ଗ୍ରହଣ ନ କରି ଛେଳି କାଟିଲେ ଲୋକେ ୫ ହଜାର ଟଙ୍କା ନେଉଛନ୍ତି। ଆଉ ମୋତେ ୧ହଜାର ଟଙ୍କା ଭିକ ଦେଉଛ କି ବୋଲି ଗାଁ ଲୋକଙ୍କୁ ପ୍ରଶ୍ନ କରିଥିଲେ।

ତେବେ ଗୋଟିଏ ପଟେ ତିନି ବର୍ଷର ଛୁଆ ମାଆ କୋଳ ଛାଡ଼ି ଚାଲିଯାଇଥିବାରୁ ପରିବାରବର୍ଗ ଓ ଗାଁ ଲୋକେ ଦୁଃଖରେ ରହିଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ପାଇଁ ଏହିଭଳି ଟଙ୍କା ମାଗିବା ଘଟଣାକୁ ଅଞ୍ଚଳବାସୀ ନିନ୍ଦା କରିଛନ୍ତି। ଏନେଇ ଗାଁ ଲୋକେ ଥାନାରେ ଲିଖିତ ଅଭିଯୋଗ କରିବା ସହିତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଓ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ମଧ୍ୟ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟାଧିକାରୀ ଏନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ଚିଠି କରିଛନ୍ତି। ହେଲେ ଏନେଇ ସାମାଜିକ କର୍ମୀ ବଳରାମ ପଣ୍ଡା କହିଛନ୍ତି ଯେ, ଗରିବ ଲୋକଙ୍କ ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବିଭିନ୍ନ ଉନ୍ନତିମୂଳକ ଯୋଜନା କରୁଥିବା ବେଳେ ସରକାରୀ ବ୍ୟବସ୍ଥା କଳରେ ଏହିଭଳି ଅମାନବୀୟ କାର୍ଯ୍ୟ ଲୋକଙ୍କୁ ସୁବିଧା ପାଇବାରୁ ବଞ୍ଚିତ କରୁଛି। ଲୋକେ ଭୟଭୀତ ହୋଇ ଆଉ ସରକାରୀ କାର୍ଯ୍ୟାଳୟକୁ ଯାଉନାହାନ୍ତି ବୋଲି କହିଛନ୍ତି ବଳରାମ। ତେଣୁ ଜିଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ଜିଲାରେ ଘଟୁଥିବା ଏହିଭଳି ଦୁର୍ନୀତି ଉପରେ ସମ୍ପୂର୍ଣ୍ଣ ଅଙ୍କୁଶ ଲଗାଇବା ଆବଶ୍ୟକ ବୋଲି କହିଛନ୍ତି ବଳରାମ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱା, ୩….

ଗଜପତି,୬।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ଥାନା ଅନ୍ତର୍ଗତ ବଡ଼ଗାଁ ଛକ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ…

ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ, ହେଡ୍ କୋଚ୍ ହେଲେ…

ନୂଆଦିଲ୍ଲୀ,୬।୧୦: IPL ୨୦୨୭ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ ହୋଇଛି । ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ପୂର୍ବତନ BCCI ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଦିଲ୍ଲୀ…

ରାହୁଙ୍କ ନକ୍ଷତ୍ର ପରିବର୍ତ୍ତନ: ଏହି ୩ ରାଶି ହେବେ ମାଲାମାଲ, ଖୋଲିବ ସଫଳତାର ଦ୍ୱାର

ଜ୍ୟୋତିଷ ଶାସ୍ତ୍ରରେ କେବଳ ଗ୍ରହଙ୍କ ରାଶି ପରିବର୍ତ୍ତନ ନୁହେଁ, ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ଗୁରୁତ୍ୱ ଦିଆଯାଏ। ବିଶେଷକରି ରାହୁ ଓ କେତୁ ଭଳି ଛାୟାଗ୍ରହଙ୍କ ଚଳନ…

ସମୟରେ ଆସୁନାହାନ୍ତି ଡାକ୍ତର: ପାଇକମାଳ CHC ଆଗରେ ବିଧାୟିକାଙ୍କ ଧାରଣା, ଏସ୍‌ଡିଏମ୍‌ଓ ଆସି କହିଲେ…

ପାଇକମାଳ,୬।୧୦(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଡାକ୍ତରଙ୍କ ହସ୍ପିଟାଲ ବିଳମ୍ବରେ ଆସିବା ନେଇ କିଛିଦିନ ହେଲା ରୋଗୀ ଏବଂ ସମ୍ପର୍କିୟଙ୍କ ମଧ୍ୟରେ…

ବନ୍ଦ କୋଠରୀରେ କ’ଣ ଘଟିଥିଲା? ଇସ୍ତଫା ଦେବା ପାଇଁ ହରମନପ୍ରୀତଙ୍କ ଉପରେ BCCI ଚାପ ପକାଇଥିଲା କି? ଜାଣନ୍ତୁ ଅଧିନାୟକ ପଦରୁ ଓହରିବାର…

ନୂଆଦିଲ୍ଲୀ,୬।୧୦: ମାତ୍ର ୨୪ ଘଣ୍ଟା ପୂର୍ବ ପର୍ଯ୍ୟନ୍ତ ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ଥିଲେ; ତେବେ ହଠାତ ସେ କାହିଁକି ନିଜ ପଦରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?