Posted inଜାତୀୟ

ମନ୍ତ୍ରୀଙ୍କ ଜିଲା ହସ୍ପିଟାଲ ଗସ୍ତ ସମୟରେ ମୃତ ମହିଳାଙ୍କ ଚିକିତ୍ସା କରୁଥିଲେ ଡାକ୍ତର…

ଚିତ୍ରକୂଟ, ୧।୫ : ଉତ୍ତରପ୍ରଦେଶରେ ଚିତ୍ରକୂଟ ମଣ୍ଡଳର ଦାୟିତ୍ୱରେ ଥିବା ମନ୍ତ୍ରୀ ଜୟବୀର ସିଂ ରବିବାର ସ୍ଥାନୀୟ ଜିଲା ହସ୍ପିଟାଲ ଅଚାନକ ଗସ୍ତ କରିଥିଲେ। ଏହି ସମୟରେ ମନ୍ତ୍ରୀ ଜିଲା ହସ୍ପିଟାଲରେ ବହୁ ତ୍ରୁଟି ଦେଖିଥିଲେ। ମନ୍ତ୍ରୀ ଅଚାନକ ଏକ ୱାର୍ଡରେ ରୋଗୀମାନଙ୍କ ଅବସ୍ଥା ଜାଣିବା ଏବଂ ଫଳ ବଣ୍ଟନ କରିବା ପାଇଁ ସେଠାରେ ପହଞ୍ଚିଥିଲେ। ସେତେବେଳେ ସେଠାରେ ଡାକ୍ତର ଜଣେ ମୃତ ରୋଗୀଙ୍କର ଚିକିତ୍ସା କରୁଥିବାର ଦେଖିବାକୁ ମିଳିଥିଲା।

ଚିକିତ୍ସା କରୁଥିବା ଡାକ୍ତର ଜଣକ ମୃତ ମହିଳାଙ୍କୁ ବେଡସିଟ୍‌ରେ ଘୋଡ଼ାଇ ଚିକିତ୍ସା କରୁଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଏହି ମହିଳାଙ୍କ ନାମ ମୈକି । କିଛି ଘଣ୍ଟା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଏହା ଜାଣି ନ ଥିବା ମନ୍ତ୍ରୀ ମୃତ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିବା ପରେ ଫଳ ରଖି ସେଠାରୁ ଚାଲିଯାଇଥିଲେ।

ଏହି ସମୟରେ ସେଠାରେ ଥିବା ଜିଲା ପଞ୍ଚାୟତର ସଦସ୍ୟ ମୀରା ଭାରତୀ ସ୍ବାସ୍ଥ୍ୟ ବିଭାଗର ଏଭଳି କାର୍ଯ୍ୟ ନେଇ ପ୍ରଶ୍ନ ଉଠାଇଥିଲେ। ସେ ମନ୍ତ୍ରୀ ଙ୍କୁ କହିଛନ୍ତି ଯେ ଯେଉଁ ମହିଳାଙ୍କୁ ସେ ବର୍ତ୍ତମାନ ଫଳ ଦେଇଛନ୍ତି, ତାଙ୍କର କିଛି ଘଣ୍ଟା ମୃତ୍ୟୁ ଘଟି ସାରିଛି।

ଏହା ଶୁଣି ମନ୍ତ୍ରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଡାକ୍ତରମାନଙ୍କୁ ପଚରାଉଚରା କରିଥିଲେ। ଏ ସମ୍ପର୍କରେ ମନ୍ତ୍ରୀ ତୁରନ୍ତ ଡାକ୍ତରଖାନାର ଦାୟିତ୍ୱରେ ଥିବା ସିଏମଏସଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି ଏବଂ ମାମଲାର ଯାଞ୍ଚ୍‌ କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଏମଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?