ଟ୍ରେନ୍‌ରେ ଦେବଦୂତ ସାଜିଲେ ଓଡ଼ିଆ ଡାକ୍ତର

ଭୁବନେଶ୍ୱର, ୮।୯(ବ୍ୟୁରୋ): ଟ୍ରେନ୍‌ରେ ଜଣେ ମହିଳା ଯାତ୍ରୀ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ଦେବଦୂତ ସାଜିଥିଲେ ଓଡ଼ିଆ ଡାକ୍ତର। ବିନା ସରଞ୍ଜାମରେ ତାଙ୍କର ସଫଳ ତଥା ନିରାପଦ ପ୍ରସବ କରାଇ ଏବେ ସେ ଚର୍ଚ୍ଚାରେ। ମହିଳାଙ୍କର ଏକ କନ୍ୟା ସନ୍ତାନ ହୋଇଥିବାବେଳେ ଏହି ଘଟଣାକୁ ନେଇ ଏବେ ସୋସିଆଲ ମିଡିଆରେ ସମ୍ପୃକ୍ତ ଓଡ଼ିଆ ଡାକ୍ତରଙ୍କୁ ପ୍ରଶଂସାର ସୁଅ ଛୁଟୁଛି। ଡାକ୍ତର ଜଣକ ହେଲେ ଭୁବନେଶ୍ୱରସ୍ଥିତ ୧୨୦ ବାଟାଲିୟନ୍‌ରେ କାର୍ଯ୍ୟରତ ମେଡିସିନ ବିଭାଗ ଡାକ୍ତର ମେଜର ବିପ୍ଳବୀ ବିଶ୍ୱକେଶରୀ ମହାନ୍ତି। ତାଙ୍କ ଘର ଜଗତ୍‌ସିଂହପୁର ଜିଲା ନାଉଗାଁ ବ୍ଲକ୍‌ ଅରଖପାରି ଗାଁରେ। ବାପା ଲିଙ୍ଗରାଜ ମହାନ୍ତି ଓ ମା’ବିଜୟଲକ୍ଷ୍ମୀଙ୍କର ସେ ହେଉଛନ୍ତି ଏକମାତ୍ର ସନ୍ତାନ। ସେ ହୀରାଖଣ୍ଡ ଏକ୍ସପ୍ରେସ୍‌ରେ ମଧ୍ୟପ୍ରଦେଶରୁ ଘରକୁ ଫେରୁଥିଲେ। ଉକ୍ତ ଟ୍ରେନ୍‌ରେ ଛତିଶଗଡ ଚମ୍ପାର ତାରାବାଈ ପଟେଲ ସ୍ବାମୀ ବିଜୟଙ୍କ ସହ ଯାତ୍ରା କରୁଥିଲେ। ଏମାନେ ମଧ୍ୟପ୍ରଦେଶର ସାଗର ଷ୍ଟେଶନରୁ ଟ୍ରେନର ଏସ୍‌-୧ ବଗିରେ ବସିଥିଲେ। ଯାତ୍ରାର କିଛି ସମୟ ପରେ ତାରାବାଈଙ୍କର ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ସେ ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ଜଣେ ଟିଟି ଏହା ଦେଖି ବଡ଼ପାଟିରେ ସହଯୋଗ ପାଇଁ ଡାକ ପକାଇଥିଲେ। ଯଦି ଟ୍ରେନ୍‌ରେ କେହି ଡାକ୍ତର ଯାତ୍ରା କରୁଥାନ୍ତି, ତେବେ ତୁରନ୍ତ ମହିଳାଙ୍କ ପ୍ରସବରେ ସହଯୋଗ କରିବାକୁ ଅନୁରୋଧ କରୁଥିଲେ। ଏହି ସମୟରେ ଡାକ୍ତର ବିପ୍ଳବୀ ସେଠାକୁ ଧାଇଁ ଆସିଥିଲେ। ସେତେବେଳକୁ ରାତି ପ୍ରାୟ ୧୨ଟା। ପାଖରେ କଇଁଚି, ଗ୍ଲୋବସ୍‌, ସୂତା କିମ୍ବା ଔଷଧ କିଛି ବି ନ ଥିଲା। ତଥାପି ଠାକୁରଙ୍କୁ ଡାକି ଜଣେ ମହିଳା ଯାତ୍ରୀଙ୍କ ସହଯୋଗରେ ଚିକିତ୍ସାରେ ଲାଗି ପଡ଼ିଥିଲେ। ୪୫ ମିନିଟ୍‌ର ଅକ୍ଳାନ୍ତ ପରିଶ୍ରମ ପରେ ବିନା ସରଞ୍ଜାମରେ ତାରାବାଈଙ୍କର ସଫଳ ପ୍ରସବ କରାଇଥିଲେ। ଏବେ ମା’ ଓ ଶିଶୁକନ୍ୟା ସୁସ୍ଥ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri