ଟ୍ରେନ୍‌ରେ ଦେବଦୂତ ସାଜିଲେ ଓଡ଼ିଆ ଡାକ୍ତର

ଭୁବନେଶ୍ୱର, ୮।୯(ବ୍ୟୁରୋ): ଟ୍ରେନ୍‌ରେ ଜଣେ ମହିଳା ଯାତ୍ରୀ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ଦେବଦୂତ ସାଜିଥିଲେ ଓଡ଼ିଆ ଡାକ୍ତର। ବିନା ସରଞ୍ଜାମରେ ତାଙ୍କର ସଫଳ ତଥା ନିରାପଦ ପ୍ରସବ କରାଇ ଏବେ ସେ ଚର୍ଚ୍ଚାରେ। ମହିଳାଙ୍କର ଏକ କନ୍ୟା ସନ୍ତାନ ହୋଇଥିବାବେଳେ ଏହି ଘଟଣାକୁ ନେଇ ଏବେ ସୋସିଆଲ ମିଡିଆରେ ସମ୍ପୃକ୍ତ ଓଡ଼ିଆ ଡାକ୍ତରଙ୍କୁ ପ୍ରଶଂସାର ସୁଅ ଛୁଟୁଛି। ଡାକ୍ତର ଜଣକ ହେଲେ ଭୁବନେଶ୍ୱରସ୍ଥିତ ୧୨୦ ବାଟାଲିୟନ୍‌ରେ କାର୍ଯ୍ୟରତ ମେଡିସିନ ବିଭାଗ ଡାକ୍ତର ମେଜର ବିପ୍ଳବୀ ବିଶ୍ୱକେଶରୀ ମହାନ୍ତି। ତାଙ୍କ ଘର ଜଗତ୍‌ସିଂହପୁର ଜିଲା ନାଉଗାଁ ବ୍ଲକ୍‌ ଅରଖପାରି ଗାଁରେ। ବାପା ଲିଙ୍ଗରାଜ ମହାନ୍ତି ଓ ମା’ବିଜୟଲକ୍ଷ୍ମୀଙ୍କର ସେ ହେଉଛନ୍ତି ଏକମାତ୍ର ସନ୍ତାନ। ସେ ହୀରାଖଣ୍ଡ ଏକ୍ସପ୍ରେସ୍‌ରେ ମଧ୍ୟପ୍ରଦେଶରୁ ଘରକୁ ଫେରୁଥିଲେ। ଉକ୍ତ ଟ୍ରେନ୍‌ରେ ଛତିଶଗଡ ଚମ୍ପାର ତାରାବାଈ ପଟେଲ ସ୍ବାମୀ ବିଜୟଙ୍କ ସହ ଯାତ୍ରା କରୁଥିଲେ। ଏମାନେ ମଧ୍ୟପ୍ରଦେଶର ସାଗର ଷ୍ଟେଶନରୁ ଟ୍ରେନର ଏସ୍‌-୧ ବଗିରେ ବସିଥିଲେ। ଯାତ୍ରାର କିଛି ସମୟ ପରେ ତାରାବାଈଙ୍କର ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ସେ ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ଜଣେ ଟିଟି ଏହା ଦେଖି ବଡ଼ପାଟିରେ ସହଯୋଗ ପାଇଁ ଡାକ ପକାଇଥିଲେ। ଯଦି ଟ୍ରେନ୍‌ରେ କେହି ଡାକ୍ତର ଯାତ୍ରା କରୁଥାନ୍ତି, ତେବେ ତୁରନ୍ତ ମହିଳାଙ୍କ ପ୍ରସବରେ ସହଯୋଗ କରିବାକୁ ଅନୁରୋଧ କରୁଥିଲେ। ଏହି ସମୟରେ ଡାକ୍ତର ବିପ୍ଳବୀ ସେଠାକୁ ଧାଇଁ ଆସିଥିଲେ। ସେତେବେଳକୁ ରାତି ପ୍ରାୟ ୧୨ଟା। ପାଖରେ କଇଁଚି, ଗ୍ଲୋବସ୍‌, ସୂତା କିମ୍ବା ଔଷଧ କିଛି ବି ନ ଥିଲା। ତଥାପି ଠାକୁରଙ୍କୁ ଡାକି ଜଣେ ମହିଳା ଯାତ୍ରୀଙ୍କ ସହଯୋଗରେ ଚିକିତ୍ସାରେ ଲାଗି ପଡ଼ିଥିଲେ। ୪୫ ମିନିଟ୍‌ର ଅକ୍ଳାନ୍ତ ପରିଶ୍ରମ ପରେ ବିନା ସରଞ୍ଜାମରେ ତାରାବାଈଙ୍କର ସଫଳ ପ୍ରସବ କରାଇଥିଲେ। ଏବେ ମା’ ଓ ଶିଶୁକନ୍ୟା ସୁସ୍ଥ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ଦ୍ୱାରା ପ୍ରଭାବିତ ହେବ ୪୦% ନିଯୁକ୍ତିକ୍ଷେତ୍ର

ବ୍ୟାଙ୍କକ୍‌,୧୩ା୧୦(ରଏଟର୍ସ): ସାମ୍ପ୍ରତିକ ସ୍ଥିତିରେ ଏଆଇ (କୃତ୍ରିମ ବୁଦ୍ଧିମତ୍ତା)କୁ ନେଇ ବୈଶ୍ୱିକ ସ୍ତରରେ ଏକପ୍ରକାର ପ୍ରତିଦ୍ୱନ୍ଦ୍ୱିତା ଚାଲିଛି ା ବାଣିଜ୍ୟ, ବ୍ୟବସାୟଠାରୁ ଆରମ୍ଭ କରି ଭିତ୍ତିଭୂମି ପର୍ଯ୍ୟନ୍ତ ସବୁକ୍ଷେତ୍ରରେ…

ଏଇ ଭାରତରେ

ବ୍ରିହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମ୍‌ସି) ଦ୍ୱାରା ପ୍ରସାଦରୁ ପାଓ୍ବାର ଉତ୍ପାଦନ କରାଯାଇଛି । ଲାଲବାଗ୍‌ଚା ବାଗ୍‌ରେ ବିଭିନ୍ନ ଗଣେଶ ପୂଜା ମଣ୍ଡପରେ ବର୍ଜ୍ୟ ଭାବେ ୩୦ ଟନ…

ଓଡ଼ିଶା ନିନ୍ଦିତ ନ ହେଉ

ଅତୀତରେ କଳିଙ୍ଗ ନିଜର ସାହସ ଓ ସମୃଦ୍ଧି ପାଇଁ ସମଗ୍ର ବିଶ୍ୱରେ ପରିଚିତ ଥିଲା। ସେଥିପାଇଁ ମୌର୍ଯ୍ୟ ସମ୍ରାଟ୍‌ ସମେତ ଅନେକ ରାଜ୍ୟ କଳିଙ୍ଗ ଜୟ କରିବାର…

୨୨ ମାସର ସର୍ବୋଚ୍ଚ ସ୍ତରରେ ମୁଦ୍ରାସ୍ଫୀତି, ପିଆଜ ଦରରେ ୧୦୮%

ନୂଆଦିଲ୍ଲୀ,୧୩।୧୦: ଦେଶରେ ପନିପରିବାଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦର ବେଳକୁ ବେଳ ମହଙ୍ଗା ହେଉଥିବାରୁ ମୁଦ୍ରାସ୍ପୀତି ରୋକର୍ଡ ସ୍ତରରେ ପହଞ୍ଚିଲାଣି…

ରାଜନୈତିକ ଦୁର୍ବଳତାର ସଂଜ୍ଞା

୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍‌- ୨୦୨୬ ଗତ ଏପ୍ରିଲ ମାସରେ ଲୋକ ସଭାରେ କାଟ ଖାଇଛି। କାରଣ ଏହି ବିଲ୍‌ ପାଇଁ ଆବଶ୍ୟକ ଦୁଇ ତୃତୀୟାଂଶ ସମର୍ଥନ…

ଗ୍ୟାସ୍‌ ପାଇପ୍‌ ଫାଟି କଟକରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା…

କଟକ,୧୩।୧୦(ପ୍ରଭୁକଲ୍ୟାଣ ପାଲ୍): ଗ୍ୟାସ୍‌ ପାଇପ୍‌ ଫାଟି କଟକରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ମାଟି ତଳେ ଯାଇଥିବା ଘରୋଇ ଗ୍ୟାସ ପାଇପ ଲାଇନ ଲିକ୍ ହେବା ଫଳରେ…

୨୨ ଭାରତୀୟ ଥିବା ଜାହାଜ ଉପରେ ଆକ୍ରମଣ

ନୂଆଦିଲ୍ଲୀ, ୧୩।୧୦: ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜରେ ୨୨ ଜଣ ଭାରତୀୟ କର୍ମଚାରୀଙ୍କୁ ନେଇ ଯାଉଥିବା ୨ଟି ବାଣଜି୍ୟକ ଜାହାଜ ଉପରେ ଆକ୍ରମଣ ହୋଇଛି। ଏହି ଘଟଣାକୁ ଭାରତ…

ସ୍ବଚ୍ଛତାକୁ ଜଳସମ୍ପଦ ବିଭାଗର ଗୁରୁତ୍ୱ, ପ୍ରକଳ୍ପର ବାସ୍ତବତା ନିରୀକ୍ଷଣ କରିବ ‘ଡ୍ରୋନ୍‌’

ଭୁବନେଶ୍ୱର,୧୩।୧୦(ରବିନାରାୟଣ ଜେନା): ଜଳସେଚନ ପ୍ରକଳ୍ପର କାର୍ଯ୍ୟାନ୍ବୟନରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ୱ ବଢ଼ାଇବା ସହ କାମର ଅଗ୍ରଗତି ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ଆଗାମୀ ଦିନରେ ଡ୍ରୋନ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?