Posted inଜାତୀୟ

ହିପ ହାଡ ଭାଙ୍ଗିଥିବା ବ୍ୟକ୍ତିଙ୍କ ହାର୍ଟ ଅପରେଶନ କଲେ ଡାକ୍ତର: ମୃତଦେହ ନେବାକୁ ମନା କଲେ ସମ୍ପର୍କୀୟ…

ନୋଏଡା,୬।୪ : ନୋଏଡାର ଫୋର୍ଟିସ ହସ୍ପିଟାଲର ଡାକ୍ତରମାନେ ଚିକିତ୍ସାରେ ଅବହେଳା କରିଥିବା ଅଭିଯୋଗ ହୋଇଛି। ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତିଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି, ରୋଗୀଙ୍କୁ ହିପ ହାଡ ଭାଙ୍ଗିଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତରମାନେ ତାଙ୍କର ହାର୍ଟ ଅପରେଶନ କରିଥିଲେ। ଅପରେଶନ ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତଦେହ ନେବାକୁ ମନା କରି ସମ୍ପର୍କୀୟମାନେ ସେକ୍ଟର-୫୮ ଥାନାରେ ଅଭିଯୋଗ କରିଛନ୍ତି।

ଏଥି ସହିତ ଡାକ୍ତରଖାନା ପରିଚାଳନା ବୋର୍ଡ କହିଛି ଯେ ସମ୍ପୃକ୍ତ ବ୍ୟକ୍ତିଙ୍କର ହୃଦ ସମସ୍ୟା ଥିଲା। ଏନେଇ ସୂଚନା ତାଙ୍କ ସମ୍ପର୍କୀୟମାନଙ୍କୁ ଦିଆଯାଇଥିଲା। ଜୟପୁରର ବାସିନ୍ଦା ଦୀନେଶ କୁମାର ସାକ୍ସେନା (୬୬) ତଳେ ପଡ଼ିଯିବା କାରଣରୂ ତାଙ୍କର ହିପ ହାଡ ଭାଙ୍ଗି ଯାଇଥିଲା। ରାଜସ୍ଥାନରେ ଡାକ୍ତରଙ୍କ ଧର୍ମଘଟ ଯୋଗୁଁ ସେଠାରେ କୌଣସି ଚିକିତ୍ସା ହେବା ସମ୍ଭବ ନ ହେବାରୁ ତାଙ୍କୁ ନୋଏଡାର ଫୋର୍ଟିସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ତାଙ୍କୁ ଗତ ଶନିବାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ରୋଗୀର ଆଞ୍ଜିଓଗ୍ରାଫି କରାଯାଇଥିଲା। ମୃତକଙ୍କ ପୁଅ ଶୁଭମ ସାକ୍ସେନା କହିଛନ୍ତି ଯେ ତାଙ୍କ ପିତା ପୂର୍ବରୁ ଦୁଇଥର ଆଞ୍ଜିଓପ୍ଲାଷ୍ଟି କରିଥିଲେ। ବୁଧବାର ସକାଳ ପର୍ଯ୍ୟନ୍ତ ତାଙ୍କ ଅବସ୍ଥା ଭଲ ଥିଲା। ତାଙ୍କର ଆଞ୍ଜିଓଗ୍ରାଫି ସକାଳେ କରାଯାଇଥିଲା ।
ଡାକ୍ତରମାନେ କୌଣସି ସୂଚନା ଦେଇନାହାଁନ୍ତି ବୋଲି ଶୁଭମ ଅଭିଯୋଗ କରିଛନ୍ତି। ସେ ଅପରାହ୍ନ ପ୍ରାୟ ସାଢ଼େ ୪ଟା ସମୟରେ ଆଇସିୟୁରେ ପହଞ୍ଚି ତାଙ୍କ ପିତା ଚେତାଶୂନ୍ୟ ହୋଇ ପଡ଼ିଥିବା ଦେଖିଥିଲେ। ସନ୍ଦେହରେ ଯେତେବେଳେ ସେ ଏନେଇ ଡାକ୍ତରମାନଙ୍କୁ ପଚାରିଲେ ତାଙ୍କୁ ସନ୍ଧ୍ୟା ପ୍ରାୟ ୫ଟାରେ ପିତାଙ୍କ ମୃତ୍ୟୁ ବିଷୟରେ ସୂଚନା ଦିଆଯାଇଥିଲା। ସମ୍ପର୍କୀୟମାନେ ୧୧୨ କୁ ଫୋନ କରି ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାକୁ ଶାନ୍ତ କରିଥିଲା। ସମ୍ପର୍କୀୟମାନେ ମୃତଦେହ ନେବାକୁ ମନା କରି ଡାକ୍ତରଖାନା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ଏଥି ସହିତ ଡାକ୍ତରଖାନା ପ୍ରଶାସନ କହିଛି ଯେ ରୋଗୀର ହୃଦ ଏବଂ ଶ୍ୱାସକ୍ରିୟା ସମସ୍ୟା ପୂର୍ବରୁ ଥିଲା। ତାଙ୍କର ଡାଇବେଟିସ ମଧ୍ୟ ଅଧିକ ଥିଲା। ହିପ ସର୍ଜରୀ ପୂର୍ବରୁ ତାଙ୍କର ଅବସ୍ଥା ସ୍ଥିର କରିବା ଆବଶ୍ୟକ ଥିଲା। ରୋଗୀଙ୍କ ସହିତ ଜଡିତ ପ୍ରତ୍ୟେକ ଅପଡେଟ ସମ୍ପର୍କୀୟମାନଙ୍କୁ ଦିଆଯାଉଥିଲା। ଚିକିତ୍ସାରେ କୌଣସି ଅବହେଳା ହୋଇ ନାହିଁ। ପରିବାରର ଅଭିଯୋଗ ଭିତ୍ତିହୀନ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?