ଡାକ୍ତର ମଗାଇଥିଲେ ଲାପ୍‌ଟପ୍‌, ଆସିଲା ମାର୍ବଲ

ସମ୍ବଲପୁର,୧୫ା୨(ପ୍ରମୋଦ ବହିଦାର):ଅନ୍‌ଲାଇନ୍‌ରେ ଏକ ଲାପ୍‌ଟପ୍‌ କ୍ରୟ କରି ସମ୍ବଲପୁରର ଦନ୍ତରୋଗ ବିଶେଷଜ୍ଞ ଡା. ଚୌବର୍ଗ ନାଏକ ଠକେଇର ଶିକାର ହୋଇଛନ୍ତି। ଟାଉନଥାନାରେ ଅଭିଯୋଗ କରିବା ପରେ ଶୁକ୍ରବାର ସନ୍ଧ୍ୟାରେ ପୋଲିସ ଡା. ନାଏକଙ୍କୁ ଥାନାକୁ ଡ଼କାଇ ପଚରାଉଚରା କରୁଛନ୍ତି। ସେ ଅନ୍‌ଲାଇନ୍‌ରେ ଏକ ଲାପ୍‌ଟପ୍‌ କ୍ରୟ କରିଥିଲେ। ମାତ୍ର ତାଙ୍କୁ ସିଲ୍‌ ପ୍ୟାକେଟ୍‌ରେ ଏକ ମାର୍ବଲ୍‌ ପଥରଖଣ୍ଡ ମିଳିଥିଲା। ଏନେଇ ସେ ସମ୍ବଲପୁର ଟାଉନ ଥାନାରେ ଏତଲା ଦେଇଛନ୍ତି। ତାଙ୍କ ଏତଲା ଆଧାରରେ ଟାଉନ୍‌ ଥାନାରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ତଦନ୍ତ କରୁଛି।
ଠକେଇର ଶିକାର ହୋଇଥିବା ଦରରୋଗ ବିଶେଷଜ୍ଞ ଡା. ନାଏକ ପୂର୍ବରୁ ଭିମ୍‌ସାର ଦନ୍ତରୋଗ ବିଭାଗର ସହକାରୀ ପ୍ରଫେସର ଭାବେ କାର୍ଯ୍ୟ କରୁଥିଲେ। ବର୍ତ୍ତମାନ ଟାଉନଥାନା ଅନ୍ତର୍ଗତ ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ନିଜର ଘରୋଇ କ୍ଲିନିକରେ ରୋଗୀଙ୍କୁ ସେବା ଯୋଗାଉଛନ୍ତି।
ଡା. ନାଏକଙ୍କ କହିବା ଅନୁସାରେ ସେ ଗତ ଫେବୃଆରୀ ୪ରେ ଆମେଜନ ଭଳି ଏକ ନିର୍ଭରଶୀଳ ଅନଲାଇନ୍‌ ସଂସ୍ଥାରୁ ଅଗ୍ରୀମ ଟଙ୍କା ପ୍ରଦାନ କରି ଏକ ଲାପଟପ୍‌ କ୍ରୟ କରିଥିଲେ। ସେ ଏଚ୍‌ପି କମ୍ପାନୀର ୨୪୦ ଜି୯(୨୦୨୪) ଇଣ୍ଟେଲ କୋର୍‌ ଆଇ-୭ ଲାପ୍‌ଟପ୍‌ ପାଇଁ ଅର୍ଡର ଦେଇ ୬୦,୭୯୯ ଟଙ୍କା ବ୍ୟାଙ୍କ ମାଧ୍ୟମରେ ପଇଠ ମଧ୍ୟ କରିଥିଲେ। ତାଙ୍କ ଅର୍ଡର ଅନୁଯାଇ ଉକ୍ତ ସଂସ୍ଥା ପକ୍ଷରୁ ଗତ ଫେବୃଆରୀ ୧୧ରେ ସମ୍ବଲପୁରସ୍ଥିତ ତାଙ୍କ ଘରୋଇ କ୍ଲନିକ୍‌ରେ ସିଲ୍‌ ହୋଇଥିବା ଏକ ପାକେଟ୍‌ରେ ଲାପ୍‌ଟପ୍‌କୁ ଡେଲିଭେରୀ ଦିଆଯାଇଥିଲା। ସେ ସିଲ୍‌ ନ ଖୋଲି ସେହିପରି ଭାବେ ଏହାକୁ କ୍ଲନିକ୍‌ରେ ଛାଡ଼ି ଘରକୁ ଚାଲିଯାଇଥିଲେ। ପରଦିନ ଅର୍ଥାତ ୧୨ ତାରିଖରେ ଲାପ୍‌ଟପ୍‌ରେ ସଫ୍ଟୱେୟାର ଇନଷ୍ଟଲେସନ କରିବାକୁ କମ୍ପ୍ୟୁଟର ଇଞ୍ଜିନିୟରଙ୍କୁ ଡକାଇ ଏହାର ସିଲ୍‌କୁ ଖୋଲିଥିଲେ। ମାତ୍ର ସିଲ୍‌ ଖୋଲିଲା ବେଳକୁ ସେଥିରେ ଲାପ୍‌ଟପ୍‌ ବଦଳରେ ଲାପଟପ୍‌ ଆକାରର ଏକ ମାର୍ବଲ ପଥରଖଣ୍ଡ ବାହାରିଥିଲା। ଯାହାର ସମ୍ପୂର୍ଣ୍ଣ ଭିଡିଓଚିତ୍ର ତାଙ୍କ କ୍ଲନିକ୍‌ରେ ଥିବା ସିସି କ୍ୟାମେରାରେ ଉତ୍ତୋଳନ ହୋଇଛି। ସେ ସଙ୍ଗେ ସଙ୍ଗେ ସମ୍ବଲପୁରରେ ଥିବା ଆମେଜନ କାର୍ଯ୍ୟାଳୟକୁ ଜଣାଇଥିଲେ। ମାତ୍ର ଉକ୍ତ କାର୍ଯ୍ୟାଳୟର ପକ୍ଷରୁ ତାଙ୍କୁ ସିଧାସଳଖ ଆମେଜନ୍‌ କମ୍ପାନୀ ସହିତ ଯୋଗାଯୋଗ କରାଯିବାକୁ କୁହାଯାଇଥିଲା। ସେ ସିଧାସଳଖ ଯୋଗାଯୋଗ କରିବାରୁ ଏହାର ସମାଧାନ ପାଇଁ ଠିକ୍‌ ଭାବେ କିଛି ଉତ୍ତର ନ ଦେଇ କିଛି ଦିନ ସମୟ ମାଗିଥିଲେ। ଆମେଜନ୍‌ କମ୍ପାନୀର ଫେରସ୍ତ ସୁବିଧା ଥିଲେ ହେଁ ଉକ୍ତ ସାମଗ୍ରୀକୁ ଫେରସ୍ତ ପାଇଁ କମ୍ପାନୀ ୱେବସାଟ୍‌ରେ କୌଣସି ସୁବିଧା ବା ଅପ୍‌ସନ ଦୃଶ୍ୟମାନ ହୋଇ ନ ଥିଲା। ଏହାପରଦିନ ପୁଣି ଏନେଇ ଲିଖିତ ଭାବେ ଅଭିଯୋଗ କରିବା ପରେ ଆମେଜନ କମ୍ପନୀ ପକ୍ଷରୁ ଏକ ମେଲ୍‌ ଜରିଆରେ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କେତେଦିନ ମଧ୍ୟରେ ସମାଧାନ କରାଯିବ ସେ ସମ୍ପର୍କରେ କିଛି ଜଣାଇ ନ ଥିଲେ। ତେଣୁ ସେ ବାଧ୍ୟହୋଇ ଫେବୃଆରୀ ୧୩ରେ ଟାଉନଥାନାରେ ଏତଲା ଦେଇଥିଲେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର କୂଳରେ ଖେଳୁଥିଲେ,ହଠାତ୍ ମାଡ଼ି ଆସିଲା ଜୁଆର: ଭାସିଯାଇ ୮ ବର୍ଷର ଶିଶୁ ମୃତ, କାନ୍ଦ ବୋବାଳିରେ…

ଛତ୍ରପୁର, ୧ା୮(ଦିଲ୍ଲୀପ ସାମଲ / ଅନାଥ ତରାଇ): ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ନୂଆ ପୋଡେମପେଟା ଗ୍ରାମରେ ଶନିବାର ଏକ ହୃଦୟବିଦାରକ ଘଟଣା ଘଟିଛି। ଗ୍ରାମର…

ରାହୁଲ ଗାନ୍ଧୀ , ପପୁ ଯାଦବଙ୍କ ନାମରେ ରୁଜୁ ହେଲା ମାମଲା, କାହିଁକି ଜାଣନ୍ତୁ…

ବାରାଣସୀ,୧ା୮: ପାର୍ଲାମେଣ୍ଟରେ ବିରୋଧୀ ଦଳ ଏମ୍‌ପିମାନଙ୍କ ବିକ୍ଷୋଭ ବେଳେ ସନାତନ ଧର୍ମକୁ ଅପମାନିତ କରାଯିବା ସହ ଧର୍ମୀୟ ଭାବାବେଗକୁ ଆଘାତ ପହଞ୍ଚାଇଥିବା ଅଭିଯୋଗରେ ବାରାଣସୀ ପୋଲିସ ଶନିବାର…

ବାଇକ୍‌ରେ ଘରକୁ ଯାଉଥିବା ବେଳେ ମୁହାଁମୁହିଁ ଧକ୍କା: ସ୍ପେଶାଲ ବ୍ରାଞ୍ଚ ଏଏସ୍‌ଆଇ ମନୋଜ ପାଢ଼ୀଙ୍କ ମୃତ୍ୟୁ, ପୋଲିସ ମହଲରେ…

ପାରଳାଖେମୁଣ୍ଡି,୧।୮ (ଗିରିଧାରୀ ପରିଛା): ଗଜପତି ଜିଲା ସ୍ପେଶାଲ ବ୍ରାଞ୍ଚରେ କାର୍ଯ୍ୟରତ ଏଏସ୍‌ଆଇ ମନୋଜ କୁମାର ପାଢ଼ୀଙ୍କର ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି…

ଲଗାଣ ବର୍ଷାରେ କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କଲେ କେନ୍ଦୁଝର MP, ପୀଡ଼ିତଙ୍କୁ ଶୀଘ୍ର…

ବଞ୍ଚୋ, ୧।୮(ପ୍ରଦୋଷ ବିଶ୍ୱାଳ): ଲଗାଣ ବର୍ଷା ଯୋଗୁ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବା ପାଇଁ କେନ୍ଦୁଝର MP ଅନନ୍ତ ନାୟକ…

ରାଧାରାଣୀଙ୍କୁ ଝୁରୁଛି ଗାଁ ମାଟି: ଅବଦାନ-ସଂଗ୍ରାମୀ ଭୂମିକାକୁ ମନେ ପକାଇଲେ…

ଦିଗପହଣ୍ଡି, ୧ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟସ୍ଥ ରୋହି ଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ବର୍ଗତ ରାଧାରାଣୀ ଜେନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଶନିବାର…

ହାତୀପଲଙ୍କୁ ଚିଡ଼ାଉଥିବା ବେଳେ ବାରଣ କରବାରୁ ବନ କର୍ମଚାରୀଙ୍କୁ ଆକ୍ରମଣ: ୫ ଜଣଙ୍କ ନାମରେ ମାମଲା, ୨ ଗିରଫ

କେନ୍ଦୁଝର/ପାଟଣା, ୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ/ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଓ ସଦର ରେଞ୍ଜ ସୀମାନ୍ତ ପଦ୍ମପୁର ସଂରକ୍ଷିତ ଜଙ୍ଗଲର ଜାମୁନାଳିଆ ଗାଁ ନିକଟରେ ଏକ…

ବଚସାରୁ ଗୋଡ଼ାଇ ଗୋଡ଼ାଇ କରିଥିଲେ ଆକ୍ରମଣ, ଜାମିନ ଖାରଜ ହେବାରୁ ଜେଲ ଗଲେ…

ଦିଗପହଣ୍ଡି, ୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରତାପଗିରି ଗ୍ରାମର ସୁନୀଲ ଗୌଡ଼ଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ପାଟପୁର ପୋଲିସ ଶନିବାର ଅଭିଯୁକ୍ତ…

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇତିହାସରେ ରଚିଲେ ପାରା ଆଥଲେଟ୍‌

ଗ୍ଲାସଗୋ,୧ା୮: ଭାରତୀୟ ପାରା ଆଥଲେଟ୍‌ମାନେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ୨୮ ଜଣିଆ ଭାରତୀୟ ପାରା ସ୍ପୋଟର୍‌ସ ଦଳ ୭ ପଦକ ଜିତିଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri