ଝରିପଦର ଡାକ୍ତରଖାନାରେ ଡାକ୍ତର ଅନୁପସ୍ଥିତ: ରୋଗୀ ସେବା ବିପର୍ଯ୍ୟସ୍ତ

ଦିଗପହଣ୍ଡି,୮|୮(ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାର ମା ଗର୍ଭରେ ଥିବା ଶିଶୁ ଠାରୁ ଆରମ୍ଭ କରି ବୁଢା ବୁଢ଼ୀଙ୍କ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା କରି ଉତ୍ତମ ସ୍ୱାସ୍ଥ୍ୟ ଓ ମାଗଣା ରୋଗୀସେବା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରିଛନ୍ତି। ମାତ୍ର ସେସବୁ ଯୋଜନା ସଠିକ୍ ରୂପେ କାର୍ଯ୍ୟକାରୀ ହେଉ ନ ଥିବା ଅନେକ ଉଦାହରଣ ପରିଲକ୍ଷିତ ହେଉଛି। ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁୁବୁଡି ପଞ୍ଚାୟତ ଝରିପଦର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତ ଡାକ୍ତର ଓ କର୍ମଚାରୀଙ୍କ ଅନୁପସ୍ଥିତି ଯୋଗୁ ରୋଗୀସେବା ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗ ହୋଇଛି। ଅବସ୍ଥାପିତ ଡାକ୍ତର ଓ କର୍ମଚାରୀମାନେ ନିୟମିତ ଅନୁପସ୍ଥିତ ରହୁଥିବା କାରଣରୁ ଅଞ୍ଚଳବାସୀ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ରହୁଛନ୍ତି। ଝରିପଦର ଗ୍ରାମ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ  ବି. ତୁରୁୁବୁଡ଼ି,ଝରିପଦର,କାଣ୍ଡସର, ଦଶିପୁର,ବିରିବାଡ଼ିଆ,ପିଲିକାଡିହ ପ୍ରଭୃତି ଆଖପାଖ ୧୨ ଖଣ୍ଡ ଗ୍ରାମର ବାସିନ୍ଦା ନିର୍ଭର କରିଥାନ୍ତି। ବିଶେଷତଃ ଏସବୁ ଗ୍ରାମାଞ୍ଚଳର ଗରିବ, ଅସହାୟ ମହିଳା,ଶିଶୁ,ବୃଦ୍ଧା, ବୃଦ୍ଧ ନିକଟସ୍ଥ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ଯାଇନପାରି ଏହି ଡାକ୍ତରଖାନାରେ ଚିକିତ୍ସା ପାଇଁ ଆସିଥାନ୍ତି। ହେଲେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାୟତଃ ତାଲା ଝୁଲୁଛି। ଛୋଟ ବଡ଼ ଦୁର୍ଘଟଣା ରେ ଆହାତ କିମ୍ବା ଗୁରୁତର ରୋଗୀଙ୍କୁ ଚିକିତ୍ସା ପାଇଁ ୧୫ କି. ମି ଦୂରରେ ଥିବା ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନ ଚେତ ୩୫ କିମି ବ୍ରହ୍ମପୁର ବଡ଼ ଡାକ୍ତରଖାନା ନେବା ବେଳେ ରାସ୍ତାରେ ଅନେକଙ୍କ ମୃତ୍ୟୁ ହୋଇଯାଇଥାଏ। ଏପରିକି  ସାମାନ୍ୟ ଜ୍ୱର, ଥଣ୍ଡା କାଶ ପାଇଁ ଗରିବ ଲୋକେ ଅଟୋ ଭଡ଼ା କରି ଦିଗପହଣ୍ଡି ଦୌଡିବାକୁ ପଡୁଛି। ଏହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଡାକ୍ତରଙ୍କ ସମେତ ଫାର୍ମାସିଷ୍ଟ ସମେତ ଠିକାରେ ଜଣେ ଆଟେଣ୍ଡାଣ୍ଟ ଓ ସିକ୍ୟୁରିଟି ଗାର୍ଡ  ଅବସ୍ଥାପିତ ଅଛନ୍ତି। ଷ୍ଟାଫନର୍ସ ଓ ଏଏନ୍ଏମ ପଦବୀ ଖାଲି ପଡ଼ିଛି। କିନ୍ତୁ ପ୍ରତିଦିନ ପୂର୍ବାହ୍ନ ୧୦ଟାରେ ଏଠି ସ୍ୱାସ୍ଥ୍ୟକେନ୍ଦ୍ରର ତାଲା ଖୋଲେ ଆଉ ମଧ୍ୟାହ୍ନ ୧୨ଟା ବାଜିଲେ ଫାଟକରେ ତାଲା ପକାଇ ସମସ୍ତେ ଛୁଟିରେ ପଳାନ୍ତି। ରବିବାର କିମ୍ବା ପର୍ବପର୍ବାଣୀ ଦିନ ତ କଥା ସରିଲା। ସ୍ୱାସ୍ଥ୍ୟକେନ୍ଦ୍ର ଫାଟକର ତାଲା ଆଦୌ ଖୋଲାନଯାଇ  ଭଗବାନଙ୍କ ଭରସାରେ ଛାଡ଼ି ଦିଆଯାଏ ସ୍ୱାସ୍ଥ୍ୟ ସେବାକୁ।
ସ୍ୱାସ୍ଥ୍ୟ ସେବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସବୁଠାରୁ ବଡ଼ ପ୍ରାଥମିକତା ଦେଉଥିବା ବେଳେ ଝରିପଦର ଗ୍ରାମ ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଏହି ଚିତ୍ର ସ୍ବାସ୍ଥ୍ୟ ବ୍ୟବସ୍ଥାର ଅସଲ ଚେହେରାକୁ ପଦାରେ ପକାଉଛି। ମାସିକ ମୋଟା ଅଙ୍କର ଦରମା ପାଉଥିବା  ଡାକ୍ତର ଓ ଫାର୍ମାସିଷ୍ଟଙ୍କ ଏଭଳି ଦାୟିତ୍ୱହୀନତା ଯୋଗୁଏଠାକାର ଗରିବ ଲୋକେ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ଡା. ସ୍ଵପ୍ନା ପ୍ରିୟଦର୍ଶିନୀଙ୍କୁ ଯୋଗାଯୋଗ କରିବାରୁ ତାଙ୍କୁ ମଙ୍ଗଳବାର ଓ ଗୁରୁବାର  ତଲାସିଙ୍ଗି ଗ୍ରାମ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଡେପୁଟେଶନରେ ଯାଇ ସେଠାରେ ରୋଗୀ ସେବା କରିବାକୁ ପଡୁଛି। ଅନ୍ୟ ଦିନ ମାନଙ୍କରେ ସେ ସକାଳ ପ୍ରାୟ ୮ ଟାରେ ଝରିପଦର ଗ୍ରାମ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସେ ନିୟମିତ ଭାବେ ଡ୍ୟୁଟି କରୁଛନ୍ତି।

ଫାର୍ମାସିଷ୍ଟ ଶ୍ରୀକାନ୍ତ ବେହେରାଙ୍କୁ ପଚାରିବାରୁ ସେ ନିୟମିତ ଭାବେ ଡାକ୍ତରଖାନାରେ ଉପସ୍ଥିତ ରହୁଥିବା କହିଛନ୍ତି। ସରପଞ୍ଚ ବି.ଲିଙ୍ଗରାଜ ଦୋରାଙ୍କୁ ପଚାରିବାରୁ ଡାକ୍ତରଖାନାର ନୂତନ କୋଠା ନିର୍ମାଣ ସରିଥିଲେ ମଧ୍ୟ କୋଠା ହସ୍ତାନ୍ତର କରାଯାଇନାହିଁ। ସେ ଏନେଇ ବାରମ୍ବାର କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ନବନିର୍ମିତ କୋଠା ହସ୍ତାନ୍ତର କରାଯାଉନାହିଁ। ଫଳରେ ପୁରୁଣା କୋଠାରେ ଡାକ୍ତରଖାନା ଚାଲିଛି। ସେହିଭଳି ଅନ୍ୟ ଏକ ନୂତନ କୋଠା ନିର୍ମାଣ କାର୍ଯ୍ୟ ଚାଲୁରହିଛି ବୋଲି କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍‌ସିଏଲ୍‌ର ପ୍ରଶଂସନୀୟ…

ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

ହାଟଡିହୀର ଦୀପ୍ତିମୟୀଙ୍କୁ ବଡ଼ ଦାୟିତ୍ୱ: କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି; ଛୁଟୁଛି ଶୁଭେଚ୍ଛାର…

ହାଟଡିହୀ,୨୨।୯(ଶୁଭକାନ୍ତ ନାୟକ): ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି ଭାବେ ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ଦୀପ୍ତିମୟୀ ଖୁଣ୍ଟିଆଙ୍କୁ ମନୋନୀତ କରାଯାଇଛି। ଭାଜପା…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଆଉ ନାହାନ୍ତି ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଡ. ଗୋପବନ୍ଧୁ ବେହେରା: କଳାହାଣ୍ଡିରେ ଶୋକର ଛାୟା

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଜଣେ ଅଗ୍ରଣୀ ଶିକ୍ଷାବିତ୍, ଆଦର୍ଶ ମାର୍ଗଦର୍ଶକ ତଥା ବିଶିଷ୍ଟ ରସାୟନ ବିଜ୍ଞାନ ପ୍ରଫେସର ଡକ୍ଟର ଗୋପବନ୍ଧୁ ବେହେରାଙ୍କର ୮୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?