Posted inଫୁରସତ

ଜାଣନ୍ତି କି ହାଇ ଆସେ କାହିଁକି…

ଚିକିତ୍ସା ବିଜ୍ଞାନର ଜନକ ହିପୋକ୍ରେଟ୍‌ସ କହିଛନ୍ତି, ଫୁସ୍‌ଫୁସ୍‌ରୁ ଦୁଷିତ ବାୟୁ ବାହାର କରିବାର ଏକ ମାଧ୍ୟମ ହେଉଛି ହାଇ। ଅର୍ଥାତ୍‌ ଆମ ଶ୍ୱସନ ପ୍ରଣାଳୀର ଏକ କାର୍ଯ୍ୟ ହେଉଛି ହାଇ। ଗବେଷଣା କହେ, ରକ୍ତରେ ଯେବେ ଅମ୍ଳଜାନର ଆବଶ୍ୟକତା ହୁଏ ସେବେ ହାଇ ହୁଏ। ହାଇ ମାରିବା ଦ୍ୱାରା ଅଧିକ ମାତ୍ରାରେ ବାୟୁ ଶରୀର ମଧ୍ୟକୁ ପ୍ରବେଶ କରେ ଓ ହୃଦସ୍ପନ୍ଦନ ବଢେ। ଯଦ୍ୱାରା ଅଧିକ ଅମ୍ଳଜାନ ଶରୀର ଭିତରକୁ ପମ୍ପ ହୋଇଥାଏ। ତେଣୁ ଏହା କୁହାଯାଇପାରେ ଯେ, ରକ୍ତରୁ ଟକ୍ସିନ୍‌କୁ କ୍ଲିୟର୍‌ କରିବା ଓ ଅମ୍ଳଜାନ ପ୍ରଦାନ କରିବା ପାଇଁ ହାଇ ହୋଇଥାଏ। ତେବେ ପ୍ରିନ୍ସଟନ ବିଶ୍ୱବିଦ୍ୟାଳୟର ତଥ୍ୟ କହେ, ହାଇର କନେକ୍ସନ ଆମ ମସ୍ତିସ୍କ ସହ ରହିଛି। କାମ କରୁଥିବା ସମୟରେ ତାତି ଯାଇଥିବା ମସ୍ତିସ୍କକୁ ଥଣ୍ଡା କରିବା ଲାଗି ହାଇ ଆସିଥାଏ। ଏହାଦ୍ୱାରା ଶରୀରର ତାପମାତ୍ରା ନିୟନ୍ତ୍ରିତ ହୋଇଥାଏ। ଶୀତଦିନେ ଅମ୍ଳଜାନର ଆବଶ୍ୟକତା ଅଧିକ ଥାଏ ତେଣୁ ଅଧିକ ହାଇ ଆସେ।
୨୦୦୪ ମସିହାରେ ମ୍ୟୁନିଖର ସାଇକିୟାଟ୍ରିକ ୟୁନିଭର୍ସିଟି ହସ୍ପିଟାଲର ରିସର୍ଚ୍ଚ କହେ, ହାଇ ସଂକ୍ରମଣ ବଢାଇଥାଏ। ପ୍ରାୟ ୩୦୦ ଲୋକଙ୍କ ଉପରେ କରାଯାଇଥିବା ଗବେଷଣାରେ ୫୦ ପ୍ରତିଶତ ଲୋକ ଏମିତି ଥିଲେ ଯେଉଁମାନେକି ଅନ୍ୟକୁ ଦେଖି ହାଇ ମାରୁଥିଲେ। ବୈଜ୍ଞାନିକଙ୍କ ମତରେ ଯେବେ ମଣିଷ କାହାକୁ ହାଇ ମାରୁଥିବା ଦେଖେ ତେବେ ତାହାର ‘ମିରର ନ୍ୟୁରୋନ ସିଷ୍ଟମ’ ଆକକ୍ଟିଭେଟ୍‌ ହୋଇଯାଏ। ଆଉ ତାହା ନକଲ କରିବାକୁ ଉକ୍‌ସାଇଥାଏ। ଏହି କାରଣରୁ ହିଁ ଜଣକୁ ଦେଖିଲେ ଅନ୍ୟ ଜଣେ ହାଇ ମାରିଥାନ୍ତି। ଏହାବାଦ ନିକଟରେ ହୋଇଥିବା ଏକ ଗବେଷଣା କହେ ଯେଉଁ ଲୋକଙ୍କ ମସ୍ତିସ୍କ ଅଧିକ କାମ କରେ ତାଙ୍କର ହାଇ ଅଧିକ ଲମ୍ବା ହୋଇଥାଏ। ଯଦ୍ୱାରା ମସ୍ତିସ୍କ ଥଣ୍ଡା ହୋଇଥାଏ। ପ୍ରଫେସର ଆଣ୍ଡ୍ର୍ୟୁ ସି. ଗ୍ୟାଲପ୍‌ଙ୍କ ତାଜା ଗବେଷଣା ‘ଆନିମଲ ବିହେଭିୟର’ ନାମକ ଜର୍ନାଲରେ ପ୍ରକାଶିତ ହୋଇଥିଲା। ଏହି ଗବେଷଣାରେ ଗ୍ୟାଲପ୍‌ କହିଛନ୍ତି, ଜଣକୁ ଦେଖି ଅନ୍ୟଜଣଙ୍କୁ ସେତେବେଳେ ହାଇ ଆସେ ଯେବେ ଏକ ଗ୍ରୁପ୍‌ର ସମସ୍ତେ ପରସ୍ପରକୁ ଭଲଭାବେ ଜାଣନ୍ତି। ୨୦୨୦ରେ ହୋଇଥିବା ଏକ ଗବେଷଣାରେ ବି ଦେଖା ଯାଇଥିଲା ଯେ, ହାତୀ ସହ ରହୁଥିବା ମାହୁନ୍ତ ଯେତେବେଳେ ହାଇ ମାରୁଥିଲା ହାତୀ ବି ହାଇ ମାରିଥିଲା। କାରଣ ଦୁହେଁ ପରସ୍ପର ସହ ସାମାଜିକଭାବେ ଜଡ଼ିତ। ଏହି ପ୍ରକ୍ରିୟା ଶୈଶବକାଳରୁ ଆରମ୍ଭ ହୋଇଥାଏ ଯେବେଠୁ ପିଲାଙ୍କ ମସ୍ତିସ୍କ ସକ୍ରିୟ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୨୨୦ କୋଟି ଖର୍ଚ୍ଚ କରି ଯୁବକ ହେଲେ କୁକୁର, କାରଣ ଜାଣିଲେ ଉଡିଜିବ ହୋସ୍‌: ଦେଖନ୍ତୁ Video

ନୂଆଦିଲ୍ଲୀ, ୮।୮: ସୋସିଆଲ ମିଡିଆରେ ଏକ ଭିଡିଓ ଦ୍ରୁତଗତିରେ ଭାଇରାଲ ହେଉଛି, ଯାହାକୁ ଦେଖି ଲୋକେ ବିଭିନ୍ନ ପ୍ରକାରର କଥା କହୁଛନ୍ତି। ଭାଇରାଲ ପୋଷ୍ଟରେ ଦାବି କରାଯାଉଛି…

ଗରମରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ଏମିତି ନିର୍ଦ୍ଦେଶ ଦେଲେ କିମ୍‌ ଜୋଙ୍ଗ୍‌ ଉନ୍‌, ସାରା ବିଶ୍ୱ ଜାଣି ଆଶ୍ଚର୍ଯ୍ୟ…

ପ୍ୟୋଙ୍ଗୟାଙ୍ଗ,୭ା୮: ଉତ୍ତର କୋରିଆରେ ବର୍ତ୍ତମାନ ପ୍ରବଳ ଗରମ ଅନୁଭୂତ ହେଉଛି। ଏହି ଗରମ ଯୋଗୁ ସେଠାକାର ଲୋକମାନଙ୍କୁ ଏମିତି ନିର୍ଦ୍ଦେଶ ଦିଆଯାଇଛି ଯାହା ଆଶ୍ଚର୍ଯ୍ୟଜନକ। ଉତ୍ତର କୋରିଆର…

ଭାରତର ଏହି ସ୍ଥାନରେ ଏଯାଏଁ ପହଞ୍ଚିନି କଳିଯୁଗ? ରହସ୍ୟ ଜାଣିଲେ କାବା ହୋଇଯିବେ…

ନୂଆଦିଲ୍ଲୀ,୬।୮: ହିନ୍ଦୁ ଧର୍ମଶାସ୍ତ୍ରଗୁଡ଼ିକରେ ଚାରୋଟି ଯୁଗ— ତ୍ରେତାୟୁଗ, ସତ୍ୟଯୁଗ, ଦ୍ୱାପର ଯୁଗ ଏବଂ କଳିଯୁଗର ବର୍ଣ୍ଣନା କରାଯାଇଛି। ତିନୋଟି ଯୁଗ ଶେଷ ହୋଇସାରିଛି ଏବଂ ଏବେ ଶେଷ…

ଏହି ମନ୍ଦିରରେ ୩୦୦ ବର୍ଷ ଧରି ଜଳୁଛି ଅଖଣ୍ଡ ଦୀପ, ଦିନକୁ ୩ ଥର ହୋଇଥାଏ ଶିବଲିଙ୍ଗର ରଙ୍ଗ ପରିବର୍ତ୍ତନ

ଶ୍ରାବଣ ମାସରେ ଭଗବାନ ଶିବଙ୍କ ପୂଜା କରିବାର ବହୁତ ମହତ୍ତ୍ୱ ରହିଛି। ସାରା ଦେଶରେ ଅନେକ ଶିବ ମନ୍ଦିର ଅଛି। ଏହି ମନ୍ଦିରଗୁଡ଼ିକ ମଧ୍ୟରୁ ଅନେକକୁ ଚମତ୍କାର…

କୋର୍ଟଙ୍କ ବଡ଼ ନିଷ୍ପତ୍ତି: ଏଣିକି ଟ୍ରେନ୍‌ରେ ଲଗେଜ୍‌ ଚୋରି ହେଲେ ଜରିମାନା ଦେବ ରେଳ ବିଭାଗ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ…

ନୂଆଦିଲ୍ଲୀ,୬ା୮: ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି ଆଉ ଏହି ସମୟରେ ଆପଣଙ୍କ ବ୍ୟାଗ କିମ୍ବା ମୂଲ୍ୟବାନ ଜିନିଷ ଚୋରି ହୋଇଯାଉଛି, ତେବେ ଆଉ ଚିନ୍ତା ନାହିଁ।…

ଭାରତର ଏମିତି ଏକ ଗାଁ: ୫ ଦିନ ବିନା ପୋଷାକରେ ରୁହନ୍ତି ମହିଳା, ରହସ୍ୟ ଜାଣି ହେବେ ତାଜୁବ

ପୃଥିବୀ ବହୁତ ବିଶାଳ ଏବଂ ଏହାର ପ୍ରତ୍ୟେକ କୋଣରେ ଲୋକମାନଙ୍କର ନିଜସ୍ବ ପରମ୍ପରା ଓ ରୀତିନୀତି ରହିଛି। କେତେକ ପରମ୍ପରା ଆମ ପାଖପାଖି ସାଧାରଣ ଲାଗେ, ଆଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri