Posted inଫୁରସତ

ପାଖରେ ଅଛି କି ଏଭଳି ନୋଟ୍‌, ରାତାରାତି ପାଲଟିବେ ଧନୀ…

ନୂଆଦିଲ୍ଲୀ,୧୩।୭: କେତେକ ପୁରୁଣା ନୋଟ୍‌ ଏବଂ ସ୍ବତନ୍ତ୍ର ନମ୍ବର ରହିଥିବା ନୋଟ୍‌ ପାଖରେ ଥିଲେ ଏହା ରାତାରାତି ଧନୀ କରିଦେବ। ଏକ ଟଙ୍କିଆରୁ ଆରମ୍ଭ କରି ୨,୫, ୧୦, ୨୦, ୫୦, ୧୦୦, ୨୦୦, ୫୦୦ ଏବଂ ୨୦୦୦ ଟଙ୍କା ନୋଟ୍‌ରେ ଯଦି ୭୮୬ ଅବା ୧୨୩୪୫୬ ଆଦି ନମ୍ବର ରହିଥିବା ତେବେ ଏହାର ଦାମ୍‌ ଅନେକଗୁଣା ବଢ଼ିଯାଇଥାଏ। ଏଭଳିି ନୋଟ୍‌ ଜଣଙ୍କୁ ଲକ୍ଷପତି ମଧ୍ୟ କରି ପାରିବ। ବିଭିନ୍ନ ସଂସ୍ଥା ପକ୍ଷରୁ ଅନ୍‌ଲାଇନ୍‌ରେ ଏଭଳି ପୁରୁଣା ନୋଟ୍‌ ଏବଂ କଏନ୍‌ କିଣା ବିକା ଲାଗି ଖବର ପ୍ରକାଶ ପାଇଥାଏ। ଇ-ବେ ନାମକ ଓ୍ବେବସାଇଟ୍‌ ଏଭଳି ବିରଳ ଟଙ୍କା ବିକ୍ରିକଲେ ଲକ୍ଷାଧିକ ଟଙ୍କା ମିଳିଥାଏ। ସେହିପରି ଏଭଳି ଏକ ଟଙ୍କିଆ ନୋଟ୍‌ ଥିଲେ ଏହା ଜଣଙ୍କୁ କୋଟିପତି କରିଦେବ। ୮୬ ଅବା ୧୨୩୪୫୬ ଆଦି ନମ୍ବର ରହିଥିବା ନୋଟ୍‌କୁ ସୌଭାଗ୍ୟ ବୃଦ୍ଧିକାରୀ ବୋଲି କେତେକ କହିଥାନ୍ତି। ଏକ ଟଙ୍କିଆ ନୋଟ୍‌କୁ ଛାଡ଼ି ଅନ୍ୟ ସବୁ ନୋଟ୍‌ରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ନରଙ୍କ ହସ୍ତାକ୍ଷର ରହିଥାଏ। ତେବେ ଏକ ଟଙ୍କିଆ ନୋଟ୍‌ରେ ଅର୍ଥମନ୍ତ୍ରଣାଳୟ ସଚିବଙ୍କ ହସ୍ତାକ୍ଷର ରହିଥାଏ। ଅନ୍ୟ ସବସ୍ତ ନୋଟ୍‌କୁ ରିଜର୍ଭ ବ୍ୟାଙ୍କ ଜାରି କରୁଥିବାବେଳେ ଏକ ଟଙ୍କଆ ନୋଟ୍‌କୁ କେନ୍ଦ୍ରୀୟ ଅର୍ଥ ମନ୍ତ୍ରଣାଳୟ ଜାରି କରିଥାଏ। ୧୯୧୭ ନଭେମ୍ବର ୩୦ରେ ପ୍ରଥମେ ଏକ ଟଙ୍କିଆ ନୋଟ୍‌ ଛପାଯାଇଥିଲା। ଏଥିରେ ବ୍ରିଟେନ୍‌ର ରାଜା ଜର୍ଜ ପଞ୍ଚମଙ୍କର ଫଟୋ ଥିଲା। ୧୯୨୬ରେ ଏକ ଟଙ୍କିଆ ନୋଟ୍‌ ଛପା ବନ୍ଦ କରାଯାଇଥିଲା। ୧୯୪୦ରେ ପୁଣି ଏହାର ଛପା ଆରମ୍ଭ ହୋଇଥିଲା। ୧୯୯୪ରେ ପୁଣି ଏହାର ଛପାକୁବନ୍ଦ କରାଯାଇଥିଲା। ୨୦୧୫ରେ ଏହାର ଛପା ପୁଣି ଥରେ ଆରମ୍ଭ କରାଯାଇଥିଲା। ଏଭଳି ପୁରୁଣା ଟଙ୍କା ଅବା କଏନ୍‌କୁ ଏକ ନିଦ୍ଦିଷ୍ଟ ଓ୍ବେବସାଇଟ୍‌ରେ ବିକ୍ରି କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?