ପଞ୍ଜାବ ପାଇଁ କର ଅବା ମର

ଶାରଜା, ୧୫।୧୦- ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଗୁରୁବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ପଞ୍ଜାବ ଏପର୍ଯ୍ୟନ୍ତ ଖେଳିଥିବା ୭ ମ୍ୟାଚରୁ ୬ ପରାଜୟଲାଭ କରି ମାତ୍ର ୨ ପଏଣ୍ଟ ପାଇଛି। ତେଣୁ ପ୍ଲେ-ଅଫ୍‌ ଆଶା ଉଜ୍ଜୀବିତ ରଖିବାକୁ ହେଲେ ଦଳକୁ ଅବଶିଷ୍ଟ ୭ ମ୍ୟାଚରେ ବିଜୟ ଲାଭ କରିବାକୁ ପଡ଼ିବ। ତେଣୁ ଏଣିକି ପ୍ରତି ମ୍ୟାଚ ଦଳପାଇଁ କର ଅବା ମର ସ୍ଥିତି ସୃଷ୍ଟି କରିଛି। ଅନ୍ୟପକ୍ଷରେ ଆର୍‌ସିବି ୭ ମ୍ୟାଚରୁ ୫ ବିଜୟ ସହ ୧୦ ପଏଣ୍ଟ ପାଇ ସାରିଛି। ଦଳ ସନ୍‌ରାଇଜର୍ସ ହାଇଦ୍ରାବାଦ, ମୁମ୍ବାଇ ଇଣ୍ଡିଆନ୍ସ, ରାଜସ୍ଥାନ ରୟାଲ୍ସ, ଚେନ୍ନାଇ ସୁପରକିଙ୍ଗ୍ସ ଓ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ବିଜୟ ହାସଲ କରିଥିବାବେଳେ ପଞ୍ଜାବ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପରାଜିତ ହୋଇଛି। ଏବେ ବିରାଟ କୋହଲିଙ୍କ ଦଳପାଇଁ ପଞ୍ଜାବ ବିପକ୍ଷ ରିଟର୍ନ ମ୍ୟାଚରେ ପରାଜୟର ମଧୁର ପ୍ରତିଶୋଧ ନେବା ସୁଯୋଗ ଆସିଛି। ଦଳ କ୍ରମାଗତ ୨ଟି ମ୍ୟାଚ ଜିତି ସାରିଥିବାରୁ ବିଜୟରେ ହ୍ୟାଟ୍ରିକ କରିବା ଅପେକ୍ଷରେ ଅଛି।
ଗେଲ୍‌ ଖେଳିବେ
ଏଥର ପଞ୍ଜାବର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ଏପରି କେତେକ ମ୍ୟାଚରେ ଦଳ ବିଜୟ ଦ୍ୱାରରେ ପହଞ୍ଚତ୍ଥିଲେ ହେଁ ଫିନିଶିଂ କରି ନ ପାରି ପରାଜୟ ସ୍ବାଦ ଚାଖିଛି। ଆର୍‌ସିବି ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ବିସ୍ଫୋରକ ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ୍‌ ଖେଳିବେ ବୋଲି ସୂଚନା ମିଳି ସାରିଛି। ଏପର୍ଯ୍ୟନ୍ତ ପଞ୍ଜାବର ଅଭିଯାନରେ ଗେଲ୍‌ ସାମିଲ ହୋଇପାରି ନ ଥିଲେ। ଆଗାମୀ ମ୍ୟାଚରେ ଗେଲ୍‌ଙ୍କ ପ୍ରଦର୍ଶନ ବଳରେ ଦଳ କ୍ରମାଗତ ୫ ମ୍ୟାଚ ପରାଜୟ ଧାରା ଭାଙ୍ଗିବା ଲକ୍ଷ୍ୟରେ ରହିଛି। ଚଳିତ ଆଇପିଏଲ୍‌ର ପ୍ରଥମ ପର୍ଯ୍ୟାୟରେ ଆରସିବିକୁ ହରାଇଥିଲା ପଞ୍ଜାବ। ଏହା ଦଳକୁ ମନସ୍ତାତ୍ତ୍ୱିକ ଫାଇଦାରେ ରଖିବ। ଶାରଜା ଗ୍ରାଉଣ୍ଡ ଅପେକ୍ଷାକୃତ ଛୋଟ ଥିବାରୁ ଗେଲ୍‌ ବଡ଼ ଶଟ୍‌ ଖେଳିବା ନେଇ ପଞ୍ଜାବ ପ୍ରଶଂସକ ଆଶା ରଖିଛନ୍ତି। ତେବେ ଚଳିତ ଆଇପିଏଲରେ ପ୍ରଥମଥରପାଇଁ ପଡ଼ିଆକୁ ଓହ୍ଲାଇବାକୁ ଯାଉଥିବାରୁ ୪୧ ବର୍ଷୀୟ ଗେଲ୍‌ଙ୍କ ପାଇଁ ହଠାତ୍‌ ବଡ଼ ଶଟ୍‌ ଖେଳିବା ସହଜ ହେବନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଗତ ୨ଟି ମ୍ୟାଚରେ ସେ ଖେଳିବାନେଇ ଫ୍ରାଞ୍ଚାଇଜ୍‌ ପକ୍ଷରୁ ସୂଚନା ଦିଆଯାଇଥିଲା। ମାତ୍ର ଫୁଡ୍‌ ପଏଜନିଂ ଯୋଗୁ ସେ ଚୂଡ଼ାନ୍ତ ଏକାଦଶରେ ସାମିଲ ହୋଇପାରି ନ ଥିଲେ। ତେବେ ସେ କେଉଁ ଖେଳାଳିଙ୍କ ସ୍ଥାନନେବେ ତାହା ଦେଖିବାକୁ ଉତ୍ସୁକତା ରହିଛି। ଗ୍ଲେନ ମ୍ୟାକ୍ସଓ୍ବେଲ ଏପର୍ଯ୍ୟନ୍ତ ଧୂଆଁଧାର ବ୍ୟାଟିଂ କରିପାରି ନାହାନ୍ତି। ତେଣୁ ତାଙ୍କ ସ୍ଥାନରେ ଗେଲ୍‌ଙ୍କୁ ନିଆ ଯାଇପାରେ। ଏହା ହେଲେ ଜଣେ ଭାରତୀୟ ବୋଲରଙ୍କୁ ନେବାକୁ ପଡ଼ିବ। ଟୁର୍ନାମେଣ୍ଟର ଦୁଇ ସର୍ବାଧିକ ରନ ସଂଗ୍ରହକାରୀ ଅଧିନାୟକ ଲୋକେଶ ରାହୁଲ(୩୮୭ ରନ) ଓ ମୟଙ୍କ ଅଗ୍ରଓ୍ବାଲ(୩୩୭ ରନ) ପଞ୍ଜାବ ଦଳର। ମାତ୍ର ଏହି ଦଳ ପଏଣ୍ଟ ଟେବୁଲର ନିମ୍ନରେ ରହି ଉପରକୁ ଉଠିବାକୁ ସଂଘର୍ଷ କରୁଛି। ମହମ୍ମଦ ସାମି ଓ ରବି ବିଷ୍ଣୋଇଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବୋଲର ପ୍ରଭାବୀ ହୋଇପାରି ନାହାନ୍ତି। ଅନେକ ପରୀକ୍ଷା ନିରୀକ୍ଷା ହୋଇ ସାରିଥିଲେ ହେଁ ଦଳର ସନ୍ତୁଳନ ଏପର୍ଯ୍ୟନ୍ତ ସଜଡ଼ା ଯାଇପାରିନାହିଁ।
ଆର୍‌ସିବି ଏବେ ମଜଭୁତ ସ୍ଥିତିରେ ରହିଛି। ଗତ କିଛିବର୍ଷର ପ୍ରଦର୍ଶନକୁ ଦେଖିଲେ ଏଥର ବୋଲିଂ ବିଭାଗକୁ ନେଇ ଥିବା ଚିନ୍ତା ଦୂର ହୋଇଥିବା ପରିଲକ୍ଷିତ ହୋଇଛି। ଦୁଇ ସ୍ପିନର ଓ୍ବାଶିଂଟନ ସୁନ୍ଦର ଓ ୟୁଜବେନ୍ଦ୍ର ଚହଲ ଅତ୍ୟନ୍ତ ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି। ଆହତ ସମସ୍ୟାରୁ ମୁକୁଳି କ୍ରିସ୍‌ ମୋରିସ ଦଳରେ ଯୋଗଦେବାପରେ ପେସ୍‌ ବିଭାଗ ମଧ୍ୟ ଶାଣିତ ହୋଇଛି। ଆରସିବି ଗତ ମ୍ୟାଚରେ ଏହି ଗ୍ରାଉଣ୍ଡରେ କୋଲକାତାକୁ ଭେଟିଥିଲା। ତେଣୁ ମ୍ୟାଚ ଆଗେଇବା ସହିତ ଗ୍ରାଉଣ୍ଡ କଣ୍ଡିଶନରେ କିପରି ପରିବର୍ତ୍ତନ ହେଉଛି ତାହା ଦଳକୁ ଭଲଭାବେ ଜଣାଅଛି। କୋଲକାତା ବିପକ୍ଷରେ ଆରୋନ ଫିଞ୍ଚ୍‌ ଭଲ ବ୍ୟାଟିଂ କରିଥିବାରୁ ତାଙ୍କ ସହ ଦେବଦତ୍ତ ପଡିକାଲ, ଅଧିନାୟକ ବିରାଟ କୋହଲି ଓ ଏବି ଡିଭିଲର୍ସଙ୍କୁ ନେଇ ଗଠିତ ଆରସିବିର ଟପ୍‌ ଅର୍ଡର ଯେ କୌଣସି ଦଳପାଇଁ ଚିନ୍ତାର କାରଣ ହୋଇପାରନ୍ତି।
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ବିରାଟ କୋହଲି(ଅଧିନାୟକ), ଏବି ଡି’ଭିଲର୍ସ, ଗୁରକୀରଟ ମାନ, ଦେବଦତ୍ତ ପଡିକଲ, ଆରୋନ ଫିଞ୍ଚ୍‌, ୟୁଜବେନ୍ଦ୍ର ଚହଲ, ମହମ୍ମଦ ସିରାଜ, ଉମେଶ ଯାଦବ, ନବଦୀପ ସଇନୀ, ଡେଲ ଷ୍ଟେଇନ୍‌, ଇସୁରୁ ଉଡାନ, ମୋଇନ ଅଲୀ, ପଓ୍ବନ ନେଗୀ, ଶିବମ୍‌ ଦୁବେ, ଓ୍ବାଶିଂଟନ ସୁନ୍ଦର, କ୍ରିସ୍‌ ମୋରିସ, ପବନ ଦେଶପାଣ୍ଡେ, ପାର୍ଥିବ ପଟେଲ, ଜୋଶୁଆ ଫିଲିପ୍‌, ଶାହାବାଜ ଅହମଦ, ଆଡାମ ଜାମ୍ପା।
କିଙ୍ଗ୍ସ ଇଲେଭେନ ପଞ୍ଜାବ: ଲୋକେଶ ରାହୁଲ(ଅଧିନାୟକ), କ୍ରିସ୍‌ ଗେଲ୍‌, ମୟଙ୍କ ଅଗ୍ରଓ୍ବାଲ, କରୁଣ ନାୟାର, ସର୍ଫରାଜ ଖାଁ, ମନଦୀପ ସିଂ, ଶେଲଡନ କୋଟ୍ରେଲ, ଇଶାନ ପୋରେଲ, ରବି ବିଷ୍ଣୋଇ, ମହମ୍ମଦ ସାମି, ମୁଜିବୁର ରହମନ, ଅର୍ଶଦୀପ ସିଂ, ହର୍ଡୁସ ଭିଲଜନ, ମୁରୁଗାନ ଅଶ୍ୱିନ, ଜଗଦୀଶ ସୁଚିଥ, ହରପ୍ରୀତ ବ୍ରାର, ଦର୍ଶନ ନଲକନ୍ଦେ, ଗ୍ଲେନ ମ୍ୟାକ୍ସଓ୍ବେଲ, ଜେମ୍ସ ନୀଶାମ, କ୍ରିସ୍‌ ଜୋର୍ଡାନ, କ୍ରିଷ୍ଣାପ୍ପା ଗୋଥାମ, ଦୀପକ ହୁଦା, ତାଜିନ୍ଦର ସିଂ ଧିଲୋନ, କିକୋଲାସ ପୁରନ, ପ୍ରଭସିମରନ ସିଂ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?