ଓମିକ୍ରନକୁ ହାଲୁକା ଭାବେ ଗ୍ରହଣ କରିବା ହେବ ଭୁଲ, ସଂକ୍ରମିତଙ୍କ ନିକଟରେ ଦେଖାଦେଲାଣି ଓମିକ୍ରନ୍ ସହ ଡେଲ୍ଟା ଭାରିଏଣ୍ଟ

ନୂଆଦିଲ୍ଲୀ,୧୦ ।୧: କରୋନା ଭାଇରସର ଡେଲ୍ଟା ଭାରିଏଣ୍ଟର ଗତିବିଧି ଉପରେ ଦିଲ୍ଲୀ ଡାକ୍ତରମାନେ ଅଧ୍ୟୟନ କରି କିଛି ନୂଆ ତଥ୍ୟ ହାସଲ କରିଛନ୍ତି । ଦିଲ୍ଲୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କରୋନା ସଂକ୍ରମିତଙ୍କ ସାମ୍ପଲ ଟେଷ୍ଟ କରାଯାଇଥିଲା । ଏଥିରେ ଓମିକ୍ରନ୍ ଭାରିଏଣ୍ଟର ସିକ୍ୟୁଏନସିଂ ପରେ ଏହା ୩୫ ଥର ମ୍ୟୁଟେଶନ ଅର୍ଥାତ୍ ଭିନ୍ନ ଭିନ୍ନ ପରିବର୍ତ୍ତନ ହୋଇଥିଲା । ମେଡିକାଲ ଜର୍ନାଲ ମେଡରେକ୍ସିଭରେ ପ୍ରକାଶିତ ଅଧ୍ୟୟନରେ କୁହାଯାଇଛି ଦେଶରେ ପ୍ରଥମଥର ଡାକ୍ତରମାନେ କୈନୋପର ପ୍ରାଦ୍ୟୋଗିକିର ବ୍ୟବହାର କରି ଅନୁକ୍ରମଣ ରସାୟନ ଶାସ୍ତ୍ର ଉପରେ କାମ କରିଛନ୍ତି । ଏହାରି ମାଧ୍ୟମରେ ଓମିକ୍ରନ୍ ଭାରିଏଣ୍ଟର ପ୍ରତ୍ୟେକ ମ୍ୟୁଟେଶନ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ସହ ଏହା କେଉଁଭଳି ରୋଗୀଙ୍କ ଶରୀରରେ ପ୍ରଭାବ ପକାଉଛି ସେ ସମ୍ପର୍କରେ ବି ଜାଣି ପାରିଛନ୍ତି । ଏହାସହ ଦିଲ୍ଲୀରେ କେତେଜଣଙ୍କ ମଧ୍ୟରେ ଓମିକ୍ରନ ସହ ଡେଲ୍ଟା ଭାରିଏଣ୍ଟ ସଂକ୍ରମଣ ଥିବା ଜଣାପଡିଛି । ଯାହା ଖୁବ୍ ଚିନ୍ତାଜନକ ବିଷୟ । ଗୋଟିଏ ପଟେ ଡେଲ୍ଟା ଭାରିଏଣ୍ଟ ବହୁ ବିପଜ୍ଜନକ ହୋଇଥିବା ବେଳେ ଅନ୍ୟପଟେ ଓମିକ୍ରନ୍‌ର ଦ୍ରୁତ ସଂକ୍ରମଣ । ଏହା ଆଗାମୀ ଦିନରେ ଜଟିଳ ପରିସ୍ଥିତି ସୃଷ୍ଟି କରିବ ବୋଲି ଡାକ୍ତାମାନେ ଚେତାବନୀ ଦେଇଛନ୍ତି । ତେଣୁ ଓମିକ୍ରନକୁ ହାଲୁକା ଭାବେ ଗ୍ରହଣ କରିବା ଭୁଲ ହେବ ବୋଲି ସେମାନେ ମତ ରଖିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଜାମିଆ ଛାତ୍ରଙ୍କୁ ‘ଯୁବ ବମ୍‌’ କହିଲେ ଉଦ୍ଧବ

ମୁମ୍ବାଇ,୧୭।୧୨: ନାଗରିକତ୍ୱ ସଂଶୋଧନ ଆଇନକୁ ନେଇ ସାରା ଦେଶରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏହାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହେଇଛି। ଏବେ...

ମହାରାଷ୍ଟ୍ରରେ ଉଦ୍ଧବ ସରକାରଙ୍କ ଶାସନ ଆରମ୍ଭ

ମୁମ୍ବାଇ,୨୮।୧୧: ମହାରାଷ୍ଟ୍ରରେ ଠାକ୍‌ରେ ଶାସନ ଆରମ୍ଭ ହୋଇଛି। ଗୁରୁବାର ସନ୍ଧ୍ୟା ୬ଟା ୪୦ରେ ଶିବସେନା ପ୍ରମୁଖ ଉଦ୍ଧବ ଠାକ୍‌ରେ ସ୍ଥାନୀୟ ଶିବାଜୀ ପାର୍କରେ ଆୟୋଜିତ ଏକ...

ଖାଦ୍ୟ ପରଷିବାରେ ବିଳମ୍ବ ହେବାରୁ ସ୍ତ୍ରୀଙ୍କୁ …

ଭୋପାଳ,୨୮।୫: ଖାଦ୍ୟ ଦେବାରେ ବିଳମ୍ବ ପାଇଁ ସ୍ବାମୀ ନିଜ ଉପରୁ ଆୟତ୍ତ ହରାଇ ସ୍ତ୍ରୀଙ୍କୁ କୂଅକୁ ଫିଙ୍ଗି ଦେଇଛନ୍ତି। ଏଭଳି ଅଭାବନୀୟ ଘଟଣା ମଧ୍ୟପ୍ରଦେଶର ହାତପିପ୍‌ଲିୟା...

ମମତାଙ୍କୁ ପୁଣି ସମାଲୋଚନା କଲେ ପ୍ରଧାନମନ୍ତ୍ରୀ

କୋଲକାତା,୩।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଚାଲିଥିବା ବେଳେ ଭାଜପା ଏବଂ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି। ୨ଟି ପର୍ଯ୍ୟାୟ ମତଦାନ...

ରାଜୌରୀ ଆକ୍ରମଣ ଘଟଣାରେ ୫୦ ଅଟକ

ଜମ୍ମୁ,୧୧ା୧: ଜମ୍ମୁ-କଶ୍ମୀରର ରାଜୌରୀ ଜିଲାରେ ଜାନୁୟାରୀ ୧ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ରାଜ୍ୟ ପୋଲିସ ୫୦ ଜଣଙ୍କୁ ଅଟକ ରଖି ଜେରା କରୁଛିି। ରାଜୌରୀର...

୩ଦିନରୁ ଭୋକିଲା ପେଟରେ ଶ୍ରମିକ

କେନ୍ଦୁଝର,୨।୪(ସ୍ବ.ପ୍ର.): ପଶ୍ଚିମବଙ୍ଗ ଓ ବିହାରରୁ ପାଖାପାଖି ୩୦ଜଣ ନିର୍ମାଣ ମିସ୍ତ୍ରୀ, ତୁଳା କାମ ଓ କାଠ କାମ ମିସ୍ତ୍ରୀ କାର୍ଯ୍ୟ ସକାଶେ କେନ୍ଦୁଝରକୁ ଆସିଥିଲେ। ଲକ୍‌ଡାଉନ୍‌...

ପ୍ରବଳ ବର୍ଷାରେ ଧସୁଛି ପାହାଡ, ବଦ୍ରିନାଥ ହାଇୱେ ଜାମ

ଚମୋଲି୧୧ ।୭: ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁ ସଧାରଣ ଜନ-ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । କିଛିଦିନ ପରେ ଏଭଳି ବର୍ଷା ହେବା ଫଳରେ ପାହାଡ...

ଅପରେଶନ୍‌ ଏଲ୍‌ଜେପି: ପୁତୁରା ବିରୋଧରେ ବିଦ୍ରୋହ କରି ସଂସଦୀୟ ଦଳର ନେତା ହେଲେ ପଶୁପତି

ପାଟନା/ନୂଆଦିଲ୍ଲୀ,୧୪।୬: ଏକଦା ବିହାର ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି)ରେ ଏବେ ଫାଟ ସୃଷ୍ଟି ହୋଇଛି। ଦଳର ନେତା ରାମ...

Advertisement
Archives

Model This Week