ତୃତୀୟ ଲହରରେ ମୃତ୍ୟୁ ସଂଖ୍ୟା ୬୦୦ ପ୍ରତିଶତ କମିବ !…

ନୂଆଦିଲ୍ଲୀ, ୧୦।୧ : ଓମିକ୍ରନ କାରଣରୁ କରୋନାର ତୃତୀୟ ଲହର ସଂକ୍ରମଣ ଦ୍ରୁତ ବ୍ୟାପିବାର ଆଶଙ୍କା ରହିଛି। କିନ୍ତୁ ଏହା ଦ୍ୱାରା ମୃତ୍ୟୁ ହାର, ଦ୍ୱିତୀୟ ଲହର ଅପେକ୍ଷା ପ୍ରାୟ ୬୦୦ ପ୍ରତିଶତ କମ ରେକର୍ଡ କରାଯାଇଛି। ଅପର ପକ୍ଷରେ ପ୍ରଥମ ଲହର ତୁଳନାରେ ମୃତ୍ୟୁ ସଂଖ୍ୟାରେ ୯୦୦ ପ୍ରତିଶତ ହ୍ରାସ ଘଟିବ ବୋଲି ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ତେବେ ଆଗାମୀ ଦିନରେ ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ବୃଦ୍ଧି ଘଟିପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ବିଶେଷଜ୍ଞଙ୍କ ଅନୁସାରେ ଓମିକ୍ରନ କମ ମାରାତ୍ମକ। ଏହା ଫୁସଫୁସକୁ କ୍ଷତି ପହଞ୍ଚାଏ ନାହିଁ। ତେଣୁ ଡାକ୍ତରଖାନାରେ ଭର୍ତ୍ତି ହେବାର ହାର କମ, ଯେଉଁଥିପାଇଁ ମୃତ୍ୟୁ ମଧ୍ୟ କମ ହେବାର ଆଶଙ୍କା ରହିଛି। ବର୍ଦ୍ଧମାନ ମହାବୀର ମେଡ଼ିକାଲ କଲେଜର ଯୋଗାଯୋଗ ବିଭାଗର ପ୍ରଫେସର ଯୁଗଳ କିଶୋର କହିଛନ୍ତି ଯେ ଓମିକ୍ରନ ସଂକ୍ରମିତ ପାଞ୍ଚ-ସାତ ଦିନ ମଧ୍ୟରେ ସୁସ୍ଥ ହୋଇଯାଉଛି ଏବଂ ଇତି ମଧ୍ୟରେ ଦେଶରେ ତୃତୀୟ ଲହରର ୧୦ ଦିନରୁ ଅଧିକ ସମୟ ବିତିଯାଇଛି।

ପୂର୍ବ ଲହରରେ ମୃତ୍ୟୁ ସଂଖ୍ୟା ୯ରୁ ୧୦ ଦିନ ପରେ ବଢୁଥିଲା। ତେଣୁ ଆଗାମୀ ଦିନରେ ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ବୃଦ୍ଧି ଘଟିପାରେ ବୋଲି ଆଶଙ୍କା କରାଯାଉଛି। କିନ୍ତୁ, ଏହା ଦ୍ୱିତୀୟ ଲହରଠାରୁ ବହୁତ କମ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ବନାମ କଂଗ୍ରେସ

ନୂଆଦିଲ୍ଲୀ,୩ା୩: ବୁଡ଼ିଗଲା ଗୋଡ଼ ତଳକୁ ତଳକୁ। ନିର୍ବାଚନରେ ଲଗାତର ପରାଜୟର ମୁହଁ ଦେଖୁଥିବା ଭାରତର ସର୍ବପୁରାତନ ଦଳ କଂଗ୍ରେସ ପାଇଁ ଏବେ ସମ୍ଭବତଃ ଏହି ଉକ୍ତି...

ଦ୍ୱିତୀୟ ୟେଦୁରପ୍ପା ହେବେ କି ଫଡନବିସ!

ମୁମ୍ବାଇ,୨୫।୧୧: ମହାରାଷ୍ଟ୍ର ମହାଭାରତର ଅନ୍ତ କେବେ ହେବ ତାହା କହିବା ମୁସ୍କିଲ। ହେଲେ ରାତାରାତି ଏନ୍‌ସିପି ସହ ମେଣ୍ଟ କରି ସରକାର ଗଠନ କରିଥିବା ଭାରତୀୟ...

ସାଧାରଣତନ୍ତ୍ର ଦିବସରେ ହୋଇପାରେ ଆଇଇଡି ବିସ୍ଫୋରଣ

ନୂଆଦିଲ୍ଲୀ,୧୮ ।୧: ସାଧାରଣତନ୍ତ୍ର ଦିବସରେ ଜମ୍ମୁ-କଶ୍ମୀରେ ବ୍ୟାପକ ପରିମାଣର ହିଂସା ହୋଇପାରେ ବୋଲି ସୁରକ୍ଷା ଏଜେନ୍ସିକୁ ଖବର ମିଳିଛି । ଆଇଏସର ଇସାରାରେ ଘାଟିରେ ଆଇଇଡି...

ନୂଆ ସଂସଦ ଭବନର ଉଦ୍‌ଘାଟନ ପରେ ବୀର ସାବରକରଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନୂଆ ସଂସଦ ଭବନର ଉଦ୍‌ଘାଟନ କରିଛନ୍ତି। ଏହା ପରେ ଲୋକ ସଭା ବାଚସ୍ପତି ଏବଂ ଅନ୍ୟ ମନ୍ତ୍ରୀମାନେ ସେଣ୍ଟ୍ରାଲ...

ପୁଣି ୪୩ଟି ଆପ୍‌ସ ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୨୪।୧୧: ପୁଣି ୪୩ ମୋବାଇଲ ଆପ୍‌ସ ବ୍ୟାନ କରିଛନ୍ତି କେନ୍ଦ୍ର ସରକାର। ଧାରା ୬୯ଏ ଅନୁଯାୟୀ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି। ଦେଶର ସୁରକ୍ଷା,...

ଲୋକସେବା ଭବନରେ କରୋନା କଟକଣା: କମିଲା କର୍ମଚାରୀଙ୍କ ସଂଖ୍ୟା

ଭୁବନେଶ୍ୱର,୨୩।୩(ବ୍ୟୁରୋ): କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଚାଲିଥିବା ବେଳେ ଭାରତରେ ମଧ୍ୟ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିଚାଲିଛି। ଏହି ଘାତକ ଭୂତାଣୁର...

ବୁଡ଼ାଜାହାଜ ପ୍ରକଳ୍ପରୁ ଓହରିଲା ଫ୍ରାନ୍ସ

ନୂଆଦିଲ୍ଲୀ,୪।୫ (ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫ୍ରାନ୍ସ ଗସ୍ତର ଦିନକ ପୂର୍ବରୁ ସେଠାର ନାଭାଲ ଗ୍ରୁପ୍‌ ଭାରତ ସହ ବୁଡାଜାହାଜ ପ୍ରକଳ୍ପ (ପି-୭୫ଆଇ) ବୁଝାମଣାରୁ ଓହରିଯାଇଛି।...

ମଧ୍ୟପ୍ରଦେଶ କଂଗ୍ରେସରେ ଫାଟ

ଭୋପାଳ,୧୬ା୨(ପି.ଟି.): ମଧ୍ୟପ୍ରଦେଶ କଂଗ୍ରେସରେ ଫାଟ ସ୍ପଷ୍ଟ ହୋଇଛି। କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ମଧ୍ୟରେ ରହିଥିବା ବିରୋଧଭାସ ପୁଣିଥରେ ସାମନାକୁ ଆସିଛି।...

Advertisement
Archives

Model This Week