ବାପାଙ୍କ ମୃତ୍ୟୁ ପରେ ବି ପୈତୃକ ସମ୍ପତ୍ତିରେ ଝିଅଙ୍କ ଅଧିକାର ରୁହେ କି ନାହିଁ, ଜାଣନ୍ତୁ କ’ଣ କହେ ଆଇନ?

ନୂଆଦିଲ୍ଲୀ,୨୭।୮: ଭାରତୀୟ ସମାଜରେ ଦୀର୍ଘ ଦିନ ଧରି ପୈତୃକ ସମ୍ପତ୍ତି ଉପରେ କେବଳ ପୁଅମାନଙ୍କର ଅଧିକାର ଥାଏ ବୋଲି ବିଚାର କରାଯାଉଥିଲା। କିନ୍ତୁ ସମୟ ସହ ଆଇନରେ ପରିବର୍ତ୍ତନ ହୋଇଛି ଏବଂ ଝିଅମାନଙ୍କୁ ମଧ୍ୟ ସମାନ ଅଧିକାର ଦିଆଯାଇଛି। ବର୍ତ୍ତମାନ ସ୍ଥିତି ଏପରି ଯେ, ବାପାଙ୍କ ମୃତ୍ୟୁ ପରେ ମଧ୍ୟ ଝିଅମାନେ ପୈତୃକ ସମ୍ପତ୍ତିରେ ସମାନ ଅଂଶୀଦାର ହୋଇଥାନ୍ତି। ଆସନ୍ତୁ ଏହି ବିଷୟରେ ଭାରତୀୟ ଆଇନ କ’ଣ କହୁଛି ସବିଶେଷ ଜାଣିବା।

ପୈତୃକ ସମ୍ପତ୍ତି କ’ଣ?
ପୈତୃକ ସମ୍ପତ୍ତି ହେଉଛି ଏକ ପରିବାରରେ ଚାରି ପିିଢ଼ି ପର୍ଯ୍ୟନ୍ତ ବିନା ବଣ୍ଟନରେ ଚାଲିଆସୁଥିବା ସମ୍ପତ୍ତି। ଉଦାହରଣ ସ୍ବରୂପ, ଜେଜେବାପାଙ୍କଠାରୁ ବାପା ଓ ତା’ପରେ ନାତି ପର୍ଯ୍ୟନ୍ତ ଆସୁଥିବା ସମ୍ପତ୍ତିକୁ ପୈତୃକ ସମ୍ପତ୍ତି କୁହାଯାଏ।

ଝିଅଙ୍କ ଅଧିକାର: ପୂର୍ବେ ଓ ଏବେ
ପୁରୁଣା ଆଇନ(୧୯୫୬ ହିନ୍ଦୁ ଉତ୍ତରାଧିକାର ଅଧିନିୟମ):
ଏହି ଆଇନରେ ଝିଅମାନଙ୍କୁ ପୈତୃକ ସମ୍ପତ୍ତିରେ ଅଧିକାର ଦିଆଯାଇ ନ ଥିଲା। ଝିଅମାନଙ୍କୁ କେବଳ ବିବାହ ପର୍ଯ୍ୟନ୍ତ ବାପାଙ୍କ ଦାୟିତ୍ୱ ବୋଲି ବିଚାର କରାଯାଉଥିଲା।

୨୦୦୫ର ସଂଶୋଧନ:
୨୦୦୫ ମସିହାରେ ହିନ୍ଦୁ ଉତ୍ତରାଧିକାର ଅଧିନିୟମରେ ଏକ ବଡ଼ ପରିବର୍ତ୍ତନ ହେଲା। ଏହି ସଂଶୋଧନ ପରେ ଝିଅମାନଙ୍କୁ ପୁଅମାନଙ୍କ ସହିତ ସମାନ ଭାବେ ପୈତୃକ ସମ୍ପତ୍ତିରେ ଅଧିକାର ମିଳିଲା। ଝିଅମାନେ ଏବେ ଜନ୍ମରୁ ହିଁ ‘କୋପାର୍ସେନର’(Coparcener) ଅର୍ଥାତ ପୈତୃକ ସମ୍ପତ୍ତିରେ ସମାନ ଅଂଶୀଦାର ବୋଲି ଗଣାଯାନ୍ତି। ସେମାନଙ୍କୁ ପୁଅମାନଙ୍କ ସମାନ ଅଧିକାର ମିଳିଥାଏ। ଏହି ଅଧିକାର ବାପାଙ୍କ ଜୀବନ କାଳ ସୀମିତ ନୁହେଁ, ଅର୍ଥାତ ବାପାଙ୍କ ମୃତ୍ୟୁ ପରେ ମଧ୍ୟ ଝିଅଙ୍କ ଅଧିକାର ବଜାୟ ରହିଥାଏ।

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ (୨୦୨୦):
୨୦୨୦ ମସିହାରେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଦେଇଥିଲେ। ଅଦାଲତ କହିଥିଲେ ଯେ, ଝିଅଙ୍କର ପୈତୃକ ସମ୍ପତ୍ତି ଉପରେ ଅଧିକାର ଜନ୍ମରୁ ହିଁ ହୋଇଥାଏ ଏବଂ ଏହା ବାପାଙ୍କ ଜୀବିତ ଥିବା କିମ୍ବା ନ ଥିବା ଉପରେ ନିର୍ଭର କରେ ନାହିଁ। ଅର୍ଥାତ ଯଦି ବାପାଙ୍କ ମୃତ୍ୟୁ ୨୦୦୫ ପୂର୍ବରୁ ହୋଇଥାଏ, ତେବେ ମଧ୍ୟ ଝିଅ ସମ୍ପତ୍ତି ଉପରେ ଅଧିକାର ଦାବି କରିପାରିବେ, ଯଦି ସମ୍ପତ୍ତିର ବଣ୍ଟନ ହୋଇ ନ ଥାଏ।

ଝିଅଙ୍କୁ ମିଳୁଥିବା ଅଧିକାର:
-ପୈତୃକ ସମ୍ପତ୍ତିରେ ପୁଅମାନଙ୍କ ସହିତ ସମାନ ଅଂଶ
-ସମ୍ପତ୍ତିରୁ ହେଉଥିବା ଆୟ ଉପରେ ମଧ୍ୟ ସମାନ ଅଧିକାର
-ବିବାହ ପରେ ମଧ୍ୟ ପୈତୃକ ସମ୍ପତ୍ତି ଅଧିକାର ସମାପ୍ତ ହୁଏ ନାହିଁ
-ବେଟି ନିଜ ଅଂଶର ସମ୍ପତ୍ତିକୁ ବିକ୍ରି, ଦାନ କିମ୍ବା ଉଇଲ କରିପାରନ୍ତି

କାହାକୁ ଏହି ଅଧିକାର ମିଳେ ନାହିଁ?
ମୁସଲିମ, ଖ୍ରୀଷ୍ଟିଆନ ଓ ପାର୍ସୀ ସମ୍ପ୍ରଦାୟର ଲୋକଙ୍କ ଉପରେ ହିନ୍ଦୁ ଉତ୍ତରାଧିକାର ଅଧିନିୟମ ଲାଗୁ ହୁଏ ନାହିଁ।
ଯଦି ଝିଅ ବାପାଙ୍କ ମୃତ୍ୟୁ ପୂର୍ବରୁ ସମ୍ପତ୍ତି ତ୍ୟାଗ କରିଥାନ୍ତି, ତେବେ ସେ ଅଧିକାର ଦାବି କରିପାରିବେ ନାହିଁ।

ଏହି ଆଇନ ପରିବର୍ତ୍ତନ ଭାରତୀୟ ସମାଜରେ ମହିଳାମାନଙ୍କୁ ଆର୍ଥିକ ଓ ସାମାଜିକ ସଶକ୍ତିକରଣ ଦେବାରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଏକାଠି ହେବେ ୩୦ ଦେଶ, ଲଣ୍ଡନରେ ବସିବ ବୈଠକ, ଜାଣନ୍ତୁ ଭାରତ ସାମିଲ ହେବ କି ନାହିଁ…

ଲଣ୍ଡନ,୨୨ା୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ପଥ ହର୍ମୁଜ ପ୍ରଣାଳୀକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରବଳ ଉତ୍ତେଜନା ଲାଗି ରହିଛି। ଆମେରିକାର ନୌସେନା ଅବରୋଧ…

ପୁଣି ବିହାରରେ ହେବକି ଖେଳ? ତେଜ ପ୍ରତାପ ଯାଦବ-ପ୍ରଶାନ୍ତ କିଶୋରଙ୍କ ଗୁପ୍ତ ବୈଠକ ପରେ…

ପାଟନା,୨୨ା୪: ଜନଶକ୍ତି ଜନତା ଦଳ ସୁପ୍ରିମୋ ତେଜ ପ୍ରତାପ ଯାଦବ ଏବଂ ଜନ ସୂରଜ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ଏକ ଗୁପ୍ତ ବୈଠକର ଏକ ଭିଡିଓ…

‘ଦୟାକରି ସେମାନଙ୍କର କ୍ଷତି କରନ୍ତୁ ନାହିଁ…’ ୮ ମହିଳାଙ୍କ ମୁକ୍ତି ପାଇଁ ଇରାନକୁ ଟ୍ରମ୍ପଙ୍କ ଅପିଲ

ଓ୍ବାଶିଂଟନ,୨୨ା୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନରେ କଥିତ ଭାବରେ ବନ୍ଦୀ ଥିବା ଆଠ ଜଣ ମହିଳାଙ୍କୁ ମୁକ୍ତ କରିବାକୁ ନିବେଦନ କରିଛନ୍ତି । ଟ୍ରମ୍ପ ସୋସିଆଲ…

ଐତିହାସିକ ଶତକ ସହ ଅରେଞ୍ଜ କ୍ୟାପ ହାସଲ କଲେ ଅଭିଷେକ

ହାଇଦ୍ରାବାଦ୍‌,୨୨ା୪: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅପରାଜିତ ଐତିହାସିକ ଶତକ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌ (ଏସ୍‌ଆର୍‌ଏଚ୍‌) ମଙ୍ଗଳବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି)କୁ ୪୭ ରନରେ…

ସ୍କୁଲ ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରିକଲେ ସରକାର

ନୂଆଦିଲ୍ଲୀ,୨୨ା୪: ପ୍ରବଳ ଗରମକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସରକାର ସ୍କୁଲଗୁଡ଼ିକ ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ପିଲାମାନଙ୍କ ସ୍ବାସ୍ଥ୍ୟକୁ…

ଏକର ପିଛା ୩୦ କୋଟି ଦିଅ: ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଦାବି ରଖିଲେ ଗ୍ରାମବାସୀ

ପାଟଣା,୨୨/୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଚେମେଣା ହାଇସ୍କୁଲ ପଡିଆରେ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ଗ୍ରାମସଭା ଗ୍ରାମରେ ଅନୁଷ୍ଠିତ ହୋଇଛି।…

ତମାଖୁ ବର୍ଜନ କଲେ ୨୦.୫ ନିୟୁତ ପରିବାରରେ ଆସିପାରେ ଆର୍ଥିକ ସୁଧାର

ନୂଆଦିଲ୍ଲୀ,୨୨ା୪(ପିଟି):ତମାଖୁ ସେବନ ସ୍ବାସ୍ଥ୍ୟ ପ୍ରତି ହାନିକାରକ ହୋଇଥାଏ ବୋଲି ସାଧାରଣରେ ବିଶ୍ୱାସ କରାଯାଏ। ହେଲେ ଏହା ପରିବାରର ଆର୍ଥିକ ସ୍ଥିତିକୁ ମଧ୍ୟ ବିଶେଷ ପ୍ରଭାବିତ କରିଥାଏ। ଏକ…

ଟ୍ରମ୍ପଙ୍କ ଅସ୍ତ୍ରବିରତି ବୃଦ୍ଧିରେ ଖୁସି ନାହିଁ ଇରାନ: କହିଲା- ଏହା ଏକ ଚାଲ୍‌…

ତେହରାନ୍‌,୨୨।୪: ଇରାନର ସଂସଦର ବାଚସ୍ପତି ଏବଂ ଶୀର୍ଷ ଆଲୋଚନାକାରୀ ମହମ୍ମଦ ବାଘେର ଗାଲିବାଫଙ୍କ ଜଣେ ପରାମର୍ଶଦାତା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଯୁଦ୍ଧବିରତି ବୃଦ୍ଧି ଘୋଷଣାକୁ ଖାରଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri