Posted inଫୁରସତ

ଯୁବତୀଙ୍କ କ୍ୟାରିୟର ନଷ୍ଟ କରିଦେଲା ଡିଏନ୍‌ଏ ଟେଷ୍ଟ, କାରଣ ଜାଣିଲେ…

ଏପରି କିଛି କଥା ଜୀବନରେ ସାମ୍ନାକୁ ଆସିଥାଏ, ଯାହା ଆମେ କେବେ କଳ୍ପନା ମଧ୍ୟ କରି ନ ଥାଉ। ବିଜ୍ଞାନର ଅଗ୍ରଗତି ଯୋଗୁ ଏତେ ସୁବିଧା ଅଛି ଯେ, ଜଣେ ମଣିଷ କିଛି ସମୟ ମଧ୍ୟରେ ଅନେକ ଲୁକ୍କାୟିତ ଜିନିଷ ସମ୍ପର୍କରେ ଜାଣିପାରିଥାଏ। ଅନ୍ୟ ପଟେ ଏହାର ଲାଭ ସହିତ ଅନେକ ଅସୁବିଧା ମଧ୍ୟ ସୃଷ୍ଟି ହୋଇଥାଏ।

ଠିକ୍‌ ଏମିତି ଅସୁବିଧା ଜଣେ ଯୁବତୀଙ୍କ କ୍ଷେତ୍ରରେ ଘଟିଛି। ଯୁବତୀ ଜଣକ ସୋସିଆଲ ମିଡିଆରେ ଏକ ପୋଷ୍ଟ ଲେଖିଛନ୍ତି। ଏହି ପୋଷ୍ଟରେ ତାଙ୍‌ କ୍ୟାରିୟର କିପରି ନଷ୍ଟ ହେଲା ସେ କଥା କହିଛନ୍ତି। ଯୁବତୀ ଜଣକଙ୍କ ଚାକିରି ଛାଡ଼ିବାର କାରଣ ଏତେ ଅଦ୍ଭୁତ ଥିଲା ଯେ, ସେ ଏପର୍ଯ୍ୟନ୍ତ ଏହାକୁ ହଜମ କରିପାରୁନାହାନ୍ତି। ଯୁବତୀଙ୍କ ବାପା ଏକ ଡିଏନ୍‌ଏ କିଟ୍‌ ଆଣି ସମସ୍ତଙ୍କୁ ଉପହାର ଦେଇଥିଲେ, କିନ୍ତୁ ସେ ଜାଣି ନ ଥିଲେ ଯେ; ଘରେ ଏକ ବଡ଼ ଅସୁବିଧା ସୃଷ୍ଟି ହେବ।

ଏକ ରିପୋର୍ଟ ଅନୁଯାୟୀ, ଯେତେବେଳେ ତାଙ୍କ ପିତା ଡିଏନ୍‌ଏ କିଟ ଉପହାର ଦେଇଥିଲେ ସମସ୍ତେ ପରୀକ୍ଷା କରିଥିଲେ। ଯେତେବେଳେ ଏହି ଯୁବତୀ ଜଣକ ପରୀକ୍ଷା ଫଳାଫଳରେ ତାଙ୍କ ଜିନ୍‌ ସମ୍ପର୍କୀୟମାନଙ୍କରେ ତାଙ୍କ ମାଲିକଙ୍କ ନାମ ଦେଖିଲେ, ସେ ଆଶ୍ଚର୍ଯ୍ୟ ହୋଇଗଲେ। ଯୁବତୀ ଜଣକ ଆଶ୍ଚର୍ଯ୍ୟ ହୋଇଗଲେ ଯେ, ତାଙ୍କ କମ୍ପାନୀର ସିଇଓଙ୍କ ନାମ ଏଥିରେ ଅଛି, ଯିଏ ତାଙ୍କ ଭାଇ ବୋଲି ଜଣାପଡ଼ିଛି। ତାଙ୍କ ପିତା ପ୍ରାୟ ୧୦ ବର୍ଷ ଟେକ୍ସାସରେ ଥିଲେ, ଏହା ପରେ ସେ ତାଙ୍କ ମା’ଙ୍କୁ ବିବାହ କରିଥିଲେ। ତାଙ୍କ ମାଲିକ ମଧ୍ୟ ଟେକ୍ସାସରେ ଜନ୍ମଗ୍ରହଣ କରିଥିଲେ। ଏପରି ପରିସ୍ଥିତିରେ ମାଲିକ ପିତାଙ୍କ ଗୁପ୍ତ ପ୍ରେମ ସନ୍ତାନ ଥିଲେ। ଯାହା ବିଷୟରେ ସେ ବୋଧହୁଏ ଜାଣି ନ ଥିଲେ।

ବର୍ତ୍ତମାନ ଯଦିଓ ଏହି ଭୁଲ୍‌ଟି ଯୁବତୀଙ୍କ ପିତାଙ୍କର ଥିଲା, କିନ୍ତୁ ଏହି କାରଣରୁ ତାଙ୍କୁ ଭଲ ଚାକିରି ହରାଇବାକୁ ପଡ଼ିଲା। ସେ ସାଧାରଣ ଢଙ୍ଗରେ ଅଫିସକୁ ଯାଉଥିଲେ, କିନ୍ତୁ ସେଠାରେ ହଠାତ୍‌ ତାଙ୍କୁ ଏପରି ତାଲିମ ପାଇଁ ଡକାଯାଇଥିଲା, ଯେଉଁଥିରେ କୁହାଯାଇଥିଲା ଯେ, କୌଣସି ପ୍ରକାରେ ପରସ୍ପରର ପରିବାର ସମ୍ପର୍କୀୟଙ୍କୁ ନିୟୋଜିତ କରାଯାଇପାରିବ ନାହିଁ। ଯୁବତୀଙ୍କୁ ଜାଣିବାକୁ ଅଧିକ ସମୟ ଲାଗିଲା ନାହିଁ ଯେ, ତାଙ୍କ ମାଲିକ ତାଙ୍କ ସାବତ ଭଉଣୀ ବିଷୟରେ ମଧ୍ୟ ଜାଣିଛନ୍ତି ଏବଂ ତାଙ୍କୁ କୌଣସି ପ୍ରକାରେ ଚାକିରିରୁ ବାହାର କରିବାକୁ ଚାହୁଁଛନ୍ତି। ଅନେକ ଉତ୍‌ଥାନ ଓ ପତ୍ତନ ପରେ ତାଙ୍କୁ ଚାକିରିରୁ ବାହାର କରିଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ଦୋଳି ଖେଳୁଥିଲା ହାତୀ… ପରେ ଘଟିଲା କିଛି ଏମିତି

ସୋସିଆଲ ମିଡିଆରେ ଅନେକ ପ୍ରକାର ଭିଡିଓ ଭାଇରାଲ ହେଉଛି। ସେଥି ମଧ୍ୟରୁ ପଶୁ ପକ୍ଷୀଙ୍କ ଭିଡିଓ ଅନ୍ୟତମ। କେତେବେଳେ ମାଙ୍କଡମାନଙ୍କ ଦୁଷ୍ଟାମି ତ କେତେବେଳେ ସେମାନଙ୍କ...

ଆଇସ୍‌କ୍ରିମ୍‌ ଖାଉଥିଲେ ଯୁବତୀ, ହଠାତ୍‌ ଉପରୁ ଆସିଲା… ଭିଡିଓ ଦେଖି ହେବେ ଆଶ୍ଚର୍ଯ୍ୟ

ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୁଏ, ଯାହା ଆମେ ଆଖିରେ ବିଶ୍ୱାସ କରିପାରୁ ନାହିଁ। କିଛି ଭିଡିଓ ଆମକୁ ଆଶ୍ଚର୍ଯ୍ୟ କରେ ଏବଂ...

ଫାଶି ପାଇଥିବା ଏକମାତ୍ର ଟେଷ୍ଟ କ୍ରିକେଟର

କ୍ରିକେଟ ଇତିହାସରେ ଜଣେ ଏଭଳି ଖେଳାଳି ଥିଲେ, ଯାହାଙ୍କୁ ଫାଶି ଦିଆଯାଇଥିଲା। ସେ ହେଲେ ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ୧୯୩୪ରୁ ୩୯ ମସିହା ପର୍ଯ୍ୟନ୍ତ ଖେଳିଥିବା ଲେସଲି...

ଓଡ଼ିଶୀ ନୃତ୍ୟ ଦେଇଛି ପରିଚୟ

ସେ ପିଲାଟିଦିନୁ କଳାପ୍ରେମୀ। କେଉଁଠି ବାଦ୍ୟ ବାଜିଲେ ଆପେ ଆପେ ନାଚି ଉଠେ ତାଙ୍କ କୁନି କୁନି ପାଦ। ଆଉ ପିଲାଦିନର ସେହି ରୁଚି ଆଜି...

ସୋସିଆଲ ମିଡିଆରେ ଏପରି ପୋଷ୍ଟ କରୁଛନ୍ତି କି? ସାରା ଜୀବନ କରିବେ ପଶ୍ଚାତାପ

ସାଧାରଣତଃ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିବାକୁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି। ମାତ୍ର କିଛି ଲୋକ କେବଳ ଫଟୋ ପୋଷ୍ଟ କରିଥାନ୍ତି। ଖାଲି ସେତିକି...

କରୋନା: ଆତଙ୍କିତ ନ ହୋଇ ସତର୍କ ରହିବା ଜରୁରୀ

୩୧ ଡିସେମ୍ବର ୨୦୧୯। ଚାଇନାସ୍ଥ ଉହାନ ସହରର ହୁବେଇ ପ୍ରାନ୍ତରେ ଅନେକ ନିମୋନିଆ କେସ୍‌ ଆସିଥିବା ଓ୍ବାର୍ଲ୍‌ଡ ହେଲ୍‌ଥ ଅର୍ଗାନାଇଜେଶନ୍‌ ସତର୍କ କରାଇଥିଲେ। ତେବେ ଏହା...

ଆଳୁ ଆକୃତି ହୋଟେଲ

ଯୁକ୍ତରାଷ୍ଟ୍ର ଆମେରିକାର ଇଡାହୋ ରାଜ୍ୟର ରାଜଧାନୀ ବୋଇସେଠାରେ ରହିଛି ଏଭଳି ଏକ ହୋଟେଲ, ଯାହା ହେଖିବାକୁ ଆଳୁ ଆକୃତିର। ଏହି ହୋଟେଲକୁ ଦେଖିଲେ ଲାଗେ ମାଟି...

ଏହା ଭାରତର ୪ ଦୂରସ୍ଥାନ ଯାତ୍ରା କରୁଥିବା ଟ୍ରେନ୍‌, ଯେଉଁଥିରେ ବସି ଦେଖିପାରିବେ ପୂରା ଭାରତର ଦୃଶ୍ୟ

ବିଭିନ୍ନତା ମଧ୍ୟରେ ଏକତା ପରିଲକ୍ଷିତ ହେଉଥିବା ଆମ ଭାରତ ଏକ ବିରାଟ ଦେଶ। ଏହାର ସଭ୍ୟତା ଓ ସଂସ୍କୃତି ମଧ୍ୟ ଅଲଗା। ତେବେ ଯଦି ଆପଣଙ୍କୁ...

Advertisement
Archives

Model This Week