ଡିଏନ୍‌ଏ ରିପୋର୍ଟ: ପୁଅ ନୁହେଁ, ଝିଅ ହୋଇଥିଲା

ଭୁବନେଶ୍ୱର,୬ା୧୦(ସତ୍ୟଜିତ୍‌ ରାଉତ):ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ ଘଟଣାର ୯ଦିନ ପରେ ଗୁରୁବାର ସତ ପଦାକୁ ଆସିଛି। ଅଭିଯୋଗକାରୀ ପିତା ତଥା କେନ୍ଦ୍ରାପଡ଼ା ଜିଲା ରାଜକନିକା ଅଞ୍ଚଳର ବାସିନ୍ଦା ପ୍ରାଣକୃଷ୍ଣ ବିଶ୍ୱାଳଙ୍କ ସ୍ତ୍ରୀଙ୍କର ପୁଅ ନୁହେଁ, ଝିଅ ହିଁ ଜନ୍ମ ହୋଇଥିଲା। ଷ୍ଟେଟ୍‌ ଫୋରେନ୍‌ସିକ୍‌ ସାଇନ୍ସ ଲାବରେଟୋରି(ଏସ୍‌ଏଫ୍‌ଏସ୍‌ଏଲ) ପକ୍ଷରୁ ପୋଲିସକୁ ମିଳିଥିବା ଡିଏନ୍‌ଏ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ଏ ସଂକ୍ରାନ୍ତରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେବାପରେ ଶିଶୁ ଅଦବଦଳ ଘଟଣାକୁ ନେଇ ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି।
ସୂଚନାଯୋଗ୍ୟ, ପ୍ରାଣକୃଷ୍ଣଙ୍କ ସ୍ତ୍ରୀ ଗର୍ଭ ଯନ୍ତ୍ରଣା ଅନୁଭବ କରିବାରୁ ଗତ ସେପ୍ଚେମ୍ବର ୨୫ରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରାତି ୧୦ରେ ତାଙ୍କର ପୁଅ ହୋଇଥିବା ନେଇ ଲେବର ରୁମ୍‌ର ଜଣେ କର୍ମଚାରୀ କହିଥିଲେ। ହେଲେ ପରେ ତାଙ୍କର ଝିଅ ହୋଇଛି ବୋଲି ଡାକ୍ତର ଜଣାଇଥିଲେ। ଏହାକୁ ନେଇ ପ୍ରାଣକୃଷ୍ଣଙ୍କ ମନରେ ସନ୍ଦେହ ହୋଇଥିଲା। ଶିଶୁ ଅଦଳବଦଳ ହୋଇଥିବା ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ଓ ପୋଲିସରେ ଅଭିଯୋଗ କରିବା ସହ ଡିଏନ୍‌ଏ ଟେଷ୍ଟ ଦାବି କରିଥିଲେ। ଏପରିକି ଡିଏନ୍‌ଏ ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ଶିଶୁ କନ୍ୟାଙ୍କୁ ନେବେ ନାହିଁ ବୋଲି ଅଡି ବସିଥିଲେ। କ୍ୟାପିଟାଲ ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଡିଏନ୍‌ଏ ଟେଷ୍ଟ ପାଇଁ କୋର୍ଟଙ୍କଠାରୁ ଅନୁମତି ମିଳିବା ପରେ କ୍ୟାପିଟାଲ ହସ୍ପିଟାଲର ସ୍ବତନ୍ତ୍ର ଡାକ୍ତରୀ ଦଳ ଉଭୟ ଶିଶୁ ଓ ମା’ର ନମୁନା ସଂଗ୍ରହ କରିଥିଲା। ଅନ୍ୟପକ୍ଷରେ ହସ୍ପିଟାଲ ପକ୍ଷରୁ ଗଠିତ ଏକ ଟିମ୍‌ ତଦନ୍ତ କରି ପ୍ରାଣକୃଷ୍ଣଙ୍କ ଝିଅ ହୋଇଥିବା ସ୍ପଷ୍ଟ କରିଥିଲା। ସେହି ସମୟରେ ଅନ୍ୟ ଜଣଙ୍କର ପୁଅ ହୋଇଥିଲା। କିନ୍ତୁ ଲେବର ରୁମ୍‌ର ଆଟେଣ୍ଡାଣ୍ଟ ପ୍ରାଣକୃଷ୍ଣଙ୍କୁ ଭୁଲ୍‌ରେ ତାଙ୍କର ପୁଅ ହୋଇଥିବା କହିଦେଇଥିଲେ। ତେଣୁ ଏଭଳି ଭୁଲ୍‌ ସୂଚନା ଦେଇଥିବା ସମ୍ପୃକ୍ତ ଆଟେଣ୍ଡାଣ୍ଟଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri