ଡିଏନ୍‌ ଗ୍ରୁପ୍‌ର କଳାଧନ ହିସାବ ସରୁନି

ଭୁବନେଶ୍ୱର,୮।୭(ସୂର୍ଯ୍ୟକାନ୍ତ ବେହେରା): ଟିକସ ଫାଙ୍କିବା ଅଭିଯୋଗରେ ରିୟଲ୍‌ ଇଷ୍ଟେଟ୍‌ କମ୍ପାନୀ ଡିଏନ୍‌ ଗ୍ରୁପ୍‌ ଉପରେ ଲଗାତର ତିନିଦିନ ଧରି ଆୟକର ବିଭାଗ ଚଢାଉ ଜାରି ରଖିଛି। ତଦନ୍ତ ଯେତେ ଭିତରକୁ ଯାଉଛି, ସେତେ କଳାଧନ ମିଳୁଥିବା ଜଣାପଡିଛି। ତେବେ ପ୍ରଥମ ଦିନ କର୍ମଚାରୀଙ୍କ ଘରୁ ୩୦ କୋଟି ନଗଦ ଟଙ୍କା ଜବତ ହେବା ଓ ଗୁରୁବାର ଦ୍ୱିତୀୟ ଦିନରେ ଡିଏନ୍‌ ଗ୍ରୁପ୍‌ର ୧୦୫ କୋଟିରୁ ଅଧିକ ଟଙ୍କାର ବ୍ୟବସାୟିକ କାରବାର ଚିଠା ମିଳିବା ପରେ ଆୟକର ଟିମ୍‌ ତଦନ୍ତ ପ୍ରକ୍ରିୟାକୁ ଜୋର୍‌ଦାର କରିଛି। ଶୁକ୍ରବାର ଆୟକର ଅଧିକାରୀମାନେ ଆଇଆର୍‌ସି ଭିଲେଜସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚତ୍ ଡିଏନ ଗ୍ରୁପ୍‌ର ଅଧ୍ୟକ୍ଷ ଜଗ୍‌ଦୀଶ ପ୍ରସାଦ ନାୟକ ଓ ସହଯୋଗୀଙ୍କ ସମେତ ଅନ୍ୟମାନଙ୍କୁ ମାରାଥନ ପଚରାଉଚରା କରିଛି। ଏହାସହ ୩୦କୋଟି ଟଙ୍କା ରଖିଥିବା ଡିଏନ୍‌ ଗ୍ରୁପ୍‌ର ଲିଗାଲ ଅଫିସର ଚନ୍ଦ୍ରଶେଖର ପଣ୍ଡାଙ୍କ ବନ୍ଧୁ ନୀରଜ ସିଂଙ୍କୁ ମଧ୍ୟ ଜେରା କରିଥିବା ଜଣାପଡିଛି। ତେବେ ନୀରଜ ସିଂ କିଏ ଓ ଡିଏନ୍‌ ଗ୍ରୁପ୍‌ କାର୍ଯ୍ୟରେ ତାଙ୍କର ଭୂମିକା କ’ଣ ତାକୁ ନେଇ ଅଧିକ ଖୋଳତାଡ ଚାଲିଛି। ପଚରାଉଚରାବେଳେ ଏମାନଙ୍କଠାରୁ ଡିଏନ୍‌ ଗ୍ରୁପ୍‌ ଠୁଳ କରିଥିବା କଳାଧନର ବିଭିନ୍ନ ଉତ୍ସକୁ ଧରିଛନ୍ତି ଆୟକର ଅଧିକାରୀ। ଆଉ କେତେ ବେନାମୀ ସମ୍ପତ୍ତି ଲୁଚାଇଛନ୍ତି, କେତେ ଆୟକର ଫାଙ୍କି ହୋଇଛି ତାହାର ହିସାବ ଖୋଜି ଚାଲିଛନ୍ତି। ଅନ୍ୟପକ୍ଷରେ ଡିଏନ୍‌ ଗ୍ରୁପର ବେଆଇନ ଆର୍ଥିକ କାରବାର କଥା ସାମ୍ନାକୁ ଆସୁଥିବାରୁ କିଛି ନେତା ଓ ପ୍ରଶାସକ ଏଥିରେ ପୁଞ୍ଜିନିବେଶ କରିଥିବା ଅଭିଯୋଗ ଉଠୁଥିବାରୁ ବିଭାଗ ଏ ଦିଗରେ ମଧ୍ୟ ତଦନ୍ତକୁ ଆଗକୁ ନେଇଛି। ରାଜଧାନୀର ଆଖପାଖ ଅଞ୍ଚଳରେ ଡିଏନ୍‌ ଗ୍ରୁପ୍‌କୁ ବେଆଇନ ଭାବେ ସରକାରୀ ଜମି ଦିଆଯାଇଛି ଥିବା କଥା ବି ଉଠୁଛି। ଏଥିରେ ବଡ଼ ଧରଣର ସ୍କାମ ହୋଇଥିବା ଅଭିଯୋଗ ହେଉଛି। ଏହାକୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି ହେଉଛି। ତେଣୁ ଏତେ ପରିମାଣର ନଗଦ ଅର୍ଥ ଓ ବେନାମୀ ସମ୍ପତ୍ତିର ସୁରାକ ମିଳିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତତ୍ପର ହୋଇପଡିଛି। କେଉଁ ମୁହୂର୍ତ୍ତରେ ଇଡି ତଦନ୍ତ ଭାର ହାତକୁ ନେଇ ଚଢାଉ କରିବ ବୋଲି ଚର୍ଚ୍ଚା ଚାଲିଛି।
ସୂଚନା ଅନୁସାରେ, ଡିଏନ୍‌ ଗ୍ରୁପ୍‌ ବିରୋଧରେ ଆୟକର ଫାଙ୍କି ନେଇ ଅଭିଯୋଗ ଆସିଥିଲା। ବୁଧବାର ସକାଳେ ୭ଟି ଟିମ୍‌ ଭୁବନେଶ୍ବର ନୂଆପଲ୍ଲୀସ୍ଥିତ ଅଫିସ, ଘର, କଟକ ସମେତ ୨୦ଟି ସ୍ଥାନରେ ଚଢ଼ାଉ କରିଥିଲା। ୟୁନିଟ-୪ରେ ଥିବା ପୋଷ୍ଟାଲ କଲୋନିରେ ରହୁଥିବା ଡିଏନ୍‌ ଗ୍ରୁପ୍‌ର ଲିଗାଲ ଅଫିସର ଚନ୍ଦ୍ରଶେଖର ପଣ୍ଡାଙ୍କ ଘର ଖଟ ତଳେ ୩ଟି ଟ୍ରଙ୍କ ଓ ଗୋଟିଏ ଆଟାଚିରେ ଥିବା ୩୦କୋଟି ଟଙ୍କା ଜବତ କରାଯାଇଥିଲା। ଏହାପରଠାରୁ ଆୟକର ଟିମ୍‌ ଚଢ଼ାଉ, ଯାଞ୍ଚ ଓ ଜେରା ଚଳାଇଥିବାବେଳେ କଳାଧନର ହିସାବ ସରୁ ନ ଥିବା ଜଣାପଡିଛି। ତେବେ ତଦନ୍ତ ଚାଲିଥିବାରୁ ବିଭାଗ ପକ୍ଷରୁ ଅଧିକ କିଛି ସୂଚନା ଦିଆଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ଆସି ସାଲେପୁରରେ ପହଞ୍ଚିନ୍ତି। ରାହୁଲ...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇଏଫ୍ଏ ବଟିକା

ଭୁବନେଶ୍ୱର, ୨୭।୪: ଖରା ଛୁଟିରେ ଛାତ୍ରଛାତ୍ରୀଙ୍କୁ ଆଇରନ୍ ଓ ଫଲିକ୍ ଏସିଡ୍ (ଆଇଏଫ୍ଏ) ବଟିକା ବାଣ୍ଟିବେ ଶିକ୍ଷକ ଶିକ୍ଷୟିତ୍ରୀ। ଆନେମିଆ (ରକ୍ତହୀନତା) ମୁକ୍ତ ଲକ୍ଷ୍ୟ ଅଭିଯାନ...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଓଡ଼ିଶାରେ ଆସି ପହଞ୍ଚିଛନ୍ତି। ଏକ ସ୍ବତନ୍ତ୍ର ବିମାନ ଯୋଗେ ରାହୁଲ ଦିଲ୍ଲୀରୁ ଆସି ଆଜି ଭୁବନେଶ୍ୱର ବିମାନବନ୍ଦରରେ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

ଟ୍ବିନ୍‌ ସିଟିକୁ ରେଡ୍‌ ଆଲର୍ଟ

ଭୁବନେଶ୍ୱର,୨୮ା୪(ଅସମାପିକା ସାହୁ): ତାତିରେ ସିଝୁଛି ସାରା ଓଡ଼ିଶା। ରାଜ୍ୟବାସୀଙ୍କୁ କଲବଲ କରୁଛି ଅସହ୍ୟ ତାତି । ସ୍ଥିତି ଏମିତି ହେଲାଣି ଯେ, ବାହାରକୁ ବି ବାହାରିବା...

ରାସେଶ୍ୱରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ ରାସେଶ୍ୱରୀ

ସମ୍ବଲପୁର,୨୮ା୪: ଓଡ଼ିଶା ରାଜନୀତିରେ ସମ୍ବଲପୁର ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ଏହାରି ମଧ୍ୟରେ ରବିବାର ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri