Posted inଖେଳ

କ୍ୱାର୍ଟରରେ ଜୋକୋଭିଚ୍‌-ଖାଚାନୋଭ

ପ୍ୟାରିସ୍‌, ୫ା୬: କ୍ଲେ କୋର୍ଟ ଗ୍ରାଣ୍ଡସ୍ଲାମ ଫ୍ରେଞ୍ଚ ଓପନ କ୍ୱାର୍ଟର ଫାଇନାଲରେ ସର୍ବିଆର ନୋଭାକ୍‌ ଜୋକୋଭିଚ୍‌ ପ୍ରବେଶ କରିଛନ୍ତି। ରାଫେଲ ନାଡାଲଙ୍କ ଅନୁପସ୍ଥିତିରେ ଟାଇଟଲ୍‌ ଫେବରିଟ୍‌ ଭାବରେ ବିବେଚିତ ଜୋକୋଭିଚ୍‌ ଜୁଆନ୍‌ ପାବ୍‌ଲୋ ଭାରିଲାସଙ୍କୁ ୬-୩, ୬-୨, ୬-୨ ସେଟ୍‌ରେ ପରାସ୍ତ କରିଛନ୍ତି। ଏହି ବିଜୟ ସହିତ ରେକର୍ଡ ୧୭ତମ ଥର ସେ ଫ୍ରେଞ୍ଚ ଓପନର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ୨୨ ଗ୍ରାଣ୍ଡସ୍ଲାମ ହାସଲକାରୀ ନାଡାଲଙ୍କ ସହ ଯୁଗ୍ମ ଭାବରେ ପ୍ରଥମ ସ୍ଥାନରେ ରହିଥିବା ବେଳେ ଏଠାରେ ତାଙ୍କୁ ଅତିକ୍ରମ କରିବାର ସୁଯୋଗ ରହିଛି। ଜୋକୋଭିଚ୍‌ଙ୍କ ବ୍ୟତିତ କାରେନ୍‌ ଖାଚାନୋଭ୍‌ ମଧ୍ୟ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଜୁଆନ୍‌ ପାବ୍‌ଲେ ଭାରିଲାସଙ୍କ ବିପକ୍ଷରେ ଜୋକୋଭିଚ୍‌ଙ୍କ ଆରମ୍ଭ ବେଶ ବଢିଆ ରହିଥିଲା। ଦୁଇ ଘଣ୍ଟା ଧରି ଖେଳା ଯାଇଥିବା ମ୍ୟାଚକୁ ସେ ଜିତିଥିଲେ। ଏହା ସହିତ କ୍ୟାରିୟରର ୫୫ତମ ମେଜର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବାରେ ସମର୍ଥ ହୋଇଛନ୍ତି ଜୋକୋଭିଚ୍‌। କେବଳ ରୋଜର ଫେଡେରର ୫୮ ମେଜର କ୍ୱାର୍ଟରଫାଇନାଲ ସହିତ ଆଗରେ ରହିଛନ୍ତି। ମଙ୍ଗଳବାର ଜୋକୋଭିଚ୍‌ ୧୧ ନମ୍ବର ସିଡ୍‌ କାରେନ୍‌ ଖାଚାନୋଭଙ୍କୁ ଭେଟିବେ। ଖାଚାନୋଭ୍‌ କୌଣସି ଗ୍ରାଣ୍ଡସ୍ଲାମରେ ଜୋକୋଭିଚ୍‌ଙ୍କୁ ହରାଇ ନ ଥିବା ବେଳେ ବିଜୟ-ପରାଜୟ ରେକର୍ଡ ୧-୮ ରହିଛି। ଲୋରେଞ୍ଜୋ ସୋନେଗୋଙ୍କୁ ୧-୬, ୬-୪, ୭-୬(୭) ଓ ୬-୧ ସେଟ୍‌ରେ ହରାଇ ପଞ୍ଚମ ଗ୍ରାଣ୍ଡସ୍ଲାମ କ୍ୱାର୍ଟରରେ ପ୍ରବେଶ କରିଛନ୍ତି ଖାଚାନୋଭ୍‌।
ମହିଳା ସିଙ୍ଗଲ୍ପରେ ଦୁଇ ଅଣସିଡେଡ୍‌ ଖେଳାଳି କାରୋଲିନା ମୁଚୋଭା ଓ ଆନାସ୍ତାସିଆ ପାଭ୍ଲ୍ୟୁଚେଙ୍କୋଭା ଚତୁର୍ଥ ରାଉଣ୍ଡ ମ୍ୟାଚ୍‌ ଜିତିବା ସହିତ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଉଭୟ ଖେଳାଳି ମଙ୍ଗଳବାର ପରସ୍ପର ବିରୋଧରେ ଖେଳିବେ। ଆନାସ୍ତାସିଆ ପାଭ୍ଲ୍ୟୁଚେଙ୍କୋଭା ବିଶ୍ୱ ମାନ୍ୟତାର ୨୮ ନମ୍ବର ସ୍ଥାନରେ ଥିବା ଏଲିସ ମର୍ଟେନ୍ସଙ୍କୁ ୩-୬, ୭-୬(୩) ଓ ୬-୩ ସେଟ୍‌ରେ ପରାସ୍ତ କରିଥିଲେ। ଅନ୍ୟ ପକ୍ଷରେ କାରୋଲିନା ମୁଚୋଭା ୬-୪, ୬-୪ର ସିଧାସଳଖ ସେଟ୍‌ରେ ଏଲିନା ଆଭାନେସ୍ୟାନଙ୍କୁ ପରାସ୍ତ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ନେସଲେ, ପେପ୍ସିକୋରୁ ଡୋମିନୋଜ୍… ଭ୍ରାମକ ବିଜ୍ଞାପନ ପାଇଁ ୧୫୦ରୁ ଅଧିକ କମ୍ପାନୀକୁ ନୋଟିସ୍!

ନୂଆଦିଲ୍ଲୀ,୨୩ା୮: ଭାରତର ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା ‘ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ’ (FSSAI) ଦେଶର କେତେକ ପ୍ରମୁଖ ଖାଦ୍ୟ ଏବଂ ପାନୀୟ (Food…

କୁଲଦୀପ ଯାଦବଙ୍କୁ ଦ୍ୱିତୀୟ ଟେଷ୍ଟରୁ କାହିଁକି ବାଦ ଦିଆଗଲା? ବିସିସିଆଇ ପ୍ରକୃତ କାରଣ ପ୍ରକାଶ କଲା

ନୂଆଦିଲ୍ଲୀ,୨୩।୮: କୁଲଦୀପ ଯାଦବ ବର୍ତ୍ତମାନ କଲମ୍ବୋରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳୁନାହାଁନ୍ତି। ତାଙ୍କ ସ୍ଥାନରେ ଅଫ ସ୍ପିନର ସାରାଂଶ ଜୈନଙ୍କୁ ପ୍ଲେଇଂ ଏକାଦଶରେ ସାମିଲ…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri