Posted inଖେଳ

ଚତୁର୍ଥ ରାଉଣ୍ଡରେ ପ୍ରବେଶ କଲେ ଜୋକୋଭିଚ୍‌

ମେଲବୋର୍ନ, ୨୦ା୧: ସର୍ବୀୟ ଟେନିସ ଷ୍ଟାର ନୋଭାକ୍‌ ଜୋକୋଭିଚ୍‌ ସିଜନର ପ୍ରଥମ ଗ୍ରାଣ୍ଡସ୍ଲାମ ଇଭେଣ୍ଟ ଅଷ୍ଟ୍ରେଲିଆନ ଓପନ ଟେନିସ ପ୍ରତିଯୋଗିତାର ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି । ଏହା ତାଙ୍କ ୧୦୦ତମ ମ୍ୟାଚ ଥିଲା । ଟପ୍‌ ସିଡ୍‌ ଜୋକୋଭିଚ୍‌ ତାଙ୍କ ଫର୍ମ ଜାରିରଖିବା ସହ ଶୁକ୍ରବାର ଖେଳାଯାଇଥିବା ୩୦ତମ ସିଡ୍‌ ଥୋମାସ ମାର୍ଟିନ ଇଚିଭେରିଙ୍କୁ ୬-୩, ୬-୩, ୭-୬ (୭-୨)ରେ ହରାଇ ଦେଇଛନ୍ତି । ୩୬ ବର୍ଷୀୟ ଏହି ଟେନିସ ଷ୍ଟାର ଏଠାରେ ଚାମ୍ପିୟନ ହେଲେ ତାଙ୍କ ମୋଟ ଗ୍ରାଣ୍ଡସ୍ଲାମ ଟାଇଟଲ ସଂଖ୍ୟା ୨୫ରେ ପହଞ୍ଚତ୍ବ, ଯଦ୍ଦ୍ବାରା ସେ ଅଷ୍ଟ୍ରେଲିଆର ମାର୍ଗାରେଟ କୋର୍ଟଙ୍କ ଦ୍ୱାରା ପ୍ରତିଷ୍ଠିତ ସର୍ବକାଳୀନ ରେକର୍ଡକୁ ଅତିକ୍ରମ କରିଯିବେ । ଚଳିତ ଟୁର୍ନାମେଣ୍ଟରେ ଏପର୍ଯ୍ୟନ୍ତ ଏହା ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଥିଲା ବୋଲି ଜୋକୋଭିଚ୍‌ କହିଛନ୍ତି । ମେଲବୋର୍ନରେ ସେ ଏପର୍ଯ୍ୟନ୍ତ ଖେଳିଥିବା ତାଙ୍କ ୧୦୦ଟି ମ୍ୟାଚ ମଧ୍ୟରୁ ସେ ୯୨ଟିରେ ବିଜୟ ହାସଲ କରିପାରିଛନ୍ତି । ବର୍ତ୍ତମାନ ସେ ସମସ୍ତ ୪ ଗ୍ରାଣ୍ଡସ୍ଲାମରେ ୧୦୦ ଲେଖାଏ ମ୍ୟାଚ ଖେଳିବାରେ ପ୍ରଥମ ଖେଳାଳି ବିବେଚିତ ହୋଇଛନ୍ତିା ପୁରୁଷ ସିଙ୍ଗଲ୍ସରେ ଖେଳାଯାଇଥିବା ଅନ୍ୟ ମ୍ୟାଚଗୁଡ଼ିକରେ ରୁଷିଆର ଆଣ୍ଡ୍ରେ ରୁବ୍ଲେଭ ୬-୨, ୭-୬ (୮-୬), ୬-୪ରେ ଆମେରିକାର ପିଟର କୋଡ୍ରାଙ୍କୁ ହରାଇ ଦେଇଛନ୍ତିା ଅଷ୍ଟ୍ରେଲିଆର ଆଲେକ୍ସ ଡି’ ମିନାଉର ୬-୩,୬-୩, ୬-୧ ସେଟ୍‌ରେ ଇଟାଲୀର ଫାବିଓ କୋବୋଲିଙ୍କୁ ପରାସ୍ତ କରି ଚତୁର୍ଥ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତିା ଗ୍ରୀସ୍‌ର ଷ୍ଟିଫାନସ ସିତ୍‌ସିପାସ ୬-୩, ୬-୦, ୬-୪ରେ ଫ୍ରାନ୍ସର ଲୁକା ଭାନ୍‌ ଆଚ୍‌ଙ୍କୁ ପରାସ୍ତ କରିଛନ୍ତିା
ମହିଳା ବିଭାଗରେ ରୁଷିଆର ସ୍ବଳ୍ପ ବୟସ୍କା ୧୬ ବର୍ଷୀୟା ମିରା ଆନ୍ଦ୍ରିଭା ଦୃଢ ପ୍ରତ୍ୟାବର୍ତ୍ତନ ସହ ଚତୁର୍ଥ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି । ରୁଷିଆର ଏହି ୧୬ ବର୍ଷ ବୟସ୍କା ନିର୍ଣ୍ଣାୟକ ସେଟ୍‌ରେ ୫-୧ରେ ଅଗ୍ରଣୀ ରହିଥିବା ବେଳେ ଫ୍ରାନ୍ସର ଡିଆନେ ପ୍ୟାରିଙ୍କୁ ୧-୬, ୬-୧, ୭-୬ (୧୦-୫)ରେ ପରାସ୍ତ କରିଛନ୍ତିା ପ୍ରଥମ ଥର ଅଷ୍ଟ୍ରେଲିଆନ ଓପନ ଖେଳିଥିବା ଆନ୍ଦ୍ରିଭା ଗତବର୍ଷ ମଧ୍ୟ ଓ୍ବିମ୍ବେଲଡନରେ ଚତୁର୍ଥ ରାଉଣ୍ଡକୁ ଉନ୍ନୀତ ହୋଇପାରିଥିଲେ । ପୂର୍ବରୁ ଟାଇଟଲ ବଜାୟ ରଖିବା ଲକ୍ଷ୍ୟରେ ଥିବା ଆରିନା ସାବାଲେଙ୍କା ବର୍ତ୍ତମାନ ପୂର୍ବ ରାଉଣ୍ଡରେ ଲିସା ତିସୁରେଙ୍କୋଙ୍କୁ ୬-୦, ୬-୦ରେ ହରାଇ ଦେଇଛନ୍ତି  । ଅନ୍ୟପକ୍ଷରେ ଆଲିସିଆ ପାର୍କଙ୍କ ବିପକ୍ଷରେ କୋକୋ ଗଫ୍‌ ୬-୦-୬-୨ ସେଟ୍‌ରେ ବିଜୟ ହାସଲ କରିଥିବା ବେଳେ ରୁଷୀୟ କ୍ୱାଲିଫାୟର ମାରିଆ ଟିମୋଫିଭା ଦଶମ ସିଡ୍‌ ବିଟ୍ରିଜ ହାଦାଦା ମେଇଆଙ୍କ ବିପକ୍ଷରେ ଚମକପ୍ରଦ ବିଜୟ ହାସଲ କରିଛନ୍ତି ।ଏଥିସହିତ ସେ ୨୦୧୭ ପରେ ଜଣେ ନିମ୍ନ ର଼୍ୟାଙ୍କିଙ୍ଗପ୍ରାପ୍ତ ଖେଳାଳି ହିସାବରେ ମହିଳା ସିଙ୍ଗଲ୍ସ ଚତୁର୍ଥ ରାଉଣ୍ଡ ପ୍ରବେଶରେ ସଫଳ ହୋଇଛନ୍ତି । ମହିଳା ସିଙ୍ଗଲ୍ସରେ ଚେକ୍‌ ରିପବ୍ଲିକର ବାରବୋରା କ୍ରେଜିକୋଭା ୪-୬, ୭-୫, ୬-୩ରେ ଅଷ୍ଟ୍ରେଲିଆର ଷ୍ଟର୍ମ ହଣ୍ଟରଙ୍କୁ ହରାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରସ୍କାର ବିତରଣ ଉତ୍ସବରୁ ବାଦ୍‌ ପଡ଼ିଲେ ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀ ଟପ୍ପର ଛାତ୍ର

ଦାରିଙ୍ଗବାଡ଼ି,୧୭ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ହେଲିପ୍ୟାଡ୍‌ ପଡ଼ିଆଠାରେ ବ୍ଲକସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ପାଳନ ପରିପ୍ରେକ୍ଷୀରେ ବ୍ଲକ ଅଞ୍ଚଳରେ ରହିଥିବା ବିଭିନ୍ନ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ,…

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri