ମାଟ୍ରିମୋନିରେ ସ୍ତ୍ରୀଙ୍କ ନାଁରେ ଆକାଉଣ୍ଟ ଖୋଲି ଠକୁଥିଲେ

ଭୁବନେଶ୍ୱର,୨୦ା୧(ସତ୍ୟଜିତ୍‌ ରାଉତ): ଶିକ୍ଷାଗତ ଯୋଗ୍ୟତା ନବମ ଫେଲ୍‌, ହେଲେ କାମ ଥିଲା ଅତି ଚତୁର। ମାଟ୍ରିମୋନି ଆପ୍‌ରେ ସ୍ତ୍ରୀଙ୍କ ନାଁରେ ଆକାଉଣ୍ଟ ଖୋଲି ପ୍ରୋଫାଇଲ୍‌ରେ ଦେଇଥିଲେ ସୁନ୍ଦରୀ ଯୁବତୀଙ୍କ ଫଟୋ। ବିବାହ ପାଇଁ କନ୍ୟା ଖୋଜୁଥିବା ଯୁବକଙ୍କ ସହ ଚାଟ୍‌ କରି ଫସାଉଥିଲେ। ନିଜକୁ ଯୁବତୀର ପରିଚୟ ଦେବା ସହ ବିବାହ କରିବାକୁ କହି ଠକୁଥିଲେ। ଏଭଳି ଜଣେ ଯୁବକଙ୍କଠାରୁ ୩.୧୮ ଲକ୍ଷ ଟଙ୍କା ଠକିନେବା ଅଭିଯୋଗରେ ଭୁବନେଶ୍ୱର ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧ ଥାନା ପୋଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଶୁକ୍ରବାର ଗିରଫ କରିଛି। ସେ ହେଲେ ପୁରୀ ଜିଲା ସଦର ଥାନା ଅଞ୍ଚଳର ନୃସିଂହ ବିଶ୍ୱାଳ (୩୬)। ତାଙ୍କଠାରୁ ନଗଦ ୧ ଲକ୍ଷ ୬୧ ହଜାର ୧୯୦ ଟଙ୍କା, ୫ଟି ଏଟିଏମ୍‌ କାର୍ଡ, ୨ଟି ସିମ୍‌ କାର୍ଡ ଓ ୩ଟି ମୋବାଇଲ ଫୋନ୍‌ ଜବତ ହୋଇଛି। ଅଭିଯୁକ୍ତ ନୃସିଂହଙ୍କୁ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ପରେ ସେ ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି।
ସୂଚନା ଅନୁଯାୟୀ, ଭୁବନେଶ୍ୱରର ମାନସ ରଞ୍ଜନ ପଣ୍ଡା ବିବାହ ପାଇଁ ଭାରତ ମାଟ୍ରିମୋନି ଆପ୍‌ରେ କନ୍ୟା ଖୋଜୁଥିଲେ। ଏହି ସମୟରେ ଅଭିଯୁକ୍ତ ନୃସିଂହ ତାଙ୍କ ସ୍ତ୍ରୀଙ୍କ ନାଁରେ ଖୋଲିଥିବା ଦୀପା ପ୍ରଧାନ ନାମ୍ନୀ ଆକାଉଣ୍ଟରେ ତାଙ୍କର ନଜର ପଡ଼ିଥିଲା। ଫଟୋ ଓ ପ୍ରୋଫାଇଲ୍‌ ଦେଖି ମାନସ ତାଙ୍କୁ ବିବାହ ପାଇଁ ପସନ୍ଦ କରିଥିଲେ। ହେଲେ ତାହା ଏକ ନକଲି ଆକାଉଣ୍ଟ ବୋଲି ମାନସ ଅଜ୍ଞ ଥିଲେ। ତେଣୁ ସେ ଗତବର୍ଷ ମେ’ ୧୮ରୁ ଉକ୍ତ ଆକାଉଣ୍ଟ୍‌ରେ ଦିଆଯାଇଥିବା ହ୍ବାଟ୍ସଆପ୍‌ ନମ୍ବର ଆଣି ଚାଟିଂ କରିଥିଲେ। ମାନସ ଉକ୍ତ ନମ୍ବରରେ ଭଏସ୍‌ କିମ୍ବା ଭିଡିଓ କଲ୍‌ କରିବାକୁ ଚାହୁଁଥିଲେ ମଧ୍ୟ ଦୀପା ପରିଚୟରେ ଚାଟିଂ କରୁଥିବା ଅଭିଯୁକ୍ତ ନୃସିଂହ ବିଭିନ୍ନ କଥା କହି ବାରଣ କରୁଥିଲେ। ପରେ ଅଭିଯୁକ୍ତ ପାରିବାରିକ ସମସ୍ୟା କହି ମାନସଙ୍କୁ ଜାଲରେ ଫସାଇଥିଲେ। ପ୍ରଥମେ ବାପା କ୍ୟାନ୍‌ସରରେ ପୀଡ଼ିତ ଥିବା କହିଥିଲେ। ପରବର୍ତ୍ତୀ ସମୟରେ ବାପାଙ୍କ ମୃତ୍ୟୁ ଖବର ଦେବା ସହ ତାଙ୍କ ଗୋଡ଼ ଭାଙ୍ଗି ଯାଇଥିବା ଓ ବ୍ୟାଙ୍କ ଆକାଉଣ୍ଟ ବ୍ଲକ୍‌ ହୋଇଯାଇଥିବା ଜଣାଇ ସହାୟତା ଲୋଡିଥିଲେ। ଏପରି ବିଭିନ୍ନ ସମସ୍ୟା କହି ମାନସଙ୍କଠାରୁ ସେ ବିଭିନ୍ନ ପର୍ଯ୍ୟାୟରେ ୩ ଲକ୍ଷ ୧୮ ହଜାର ଟଙ୍କା ନେଇଯାଇଥିଲେ। ପରେ ଏହି ଟଙ୍କା ମାନସ ମାଗିବା ପରେ ଅଭିଯୁକ୍ତ ବିଭିନ୍ନ ବାହାନା କାଢ଼ିବା ସହ ପରେ ମୋବାଇଲକୁ ସୁଇଚ୍‌ ଅଫ୍‌ କରିଦେଇଥିଲେ। ଏନେଇ ମାନସ ସାଇବର ଥାନାରେ ଏତଲା ଦେଇଥିଲେ। ପୋଲିସ ଗତବର୍ଷ ନଭେମ୍ବର ୧୫ରେ ଏକ ମାମଲା (ନଂ.୧୧୫/୨୦୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତେବେ ଅଭିଯୁକ୍ତ ନୃସିଂହ ଭାରତ ମାଟ୍ରିମୋନି ଆପ୍‌ ସହ ଅନ୍ୟାନ୍ୟ ମାଟ୍ରିମୋନିଆଲ୍‌ ସାଇଟ୍‌ରେ ମଧ୍ୟ ଏଭଳି ଠକେଇ କରିଥିବା ପୋଲିସ ସନ୍ଦେହ କରୁଛି। ତେଣୁ ସେସବୁ ଆପ୍‌କୁ ଟିଠି ଲେଖି ତଥ୍ୟ ମଗାଯାଇଛି। ଏପରିକି ମାନସଙ୍କୁ ରିମାଣ୍ଡରେ ଆଣିବାକୁ ମଧ୍ୟ ପୋଲିସ ଯୋଜନା କରୁଥିବା ଡିସିପି ପ୍ରତୀକ ସିଂ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?