ବିଭାଜନକାରୀ ରାଜନୀତି

ଡିସେମ୍ୱର ୬ ଆଧୁନିକ ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ କଥା ସ୍ମରଣ କରାଇଦିଏ। ରାଜନୀତିକୁ ସବୁଦିନ ପାଇଁ ପରିବର୍ତ୍ତନ କରିଦେଇଥିବା ଏହି ଆନ୍ଦୋଳନ ବିଷୟରେ ଲେଖିବା ଆବଶ୍ୟକ। ଚାଳିଶ ବର୍ଷ ପୂର୍ୱେ ଭାଜପା ୧୯୮୪ରେ ୭% ଭୋଟ ପାଇ ଦୁଇଟି ଲୋକ ସଭା ଆସନ ଜିତିଥିଲା। ୧୯୮୬ରେ ଲାଲକୃଷ୍ଣ ଆଡଭାନୀ ଭାଜପା ଦାୟିତ୍ୱ ନେବାବେଳେ ସେ କେବେ ବି ନିର୍ୱାଚନ ରାଜନୀତିରେ ଭାଗ ନେଇ ନ ଥିଲେ। ସେ ଆର୍‌ଏସ୍‌ଏସ୍‌ ପତ୍ରିକାରେ ଜଣେ ସାମ୍ୱାଦିକ ଥିଲେ ଓ ପରେ ରାଜନୀତିରେ ପ୍ରବେଶ କରିଥିଲେ। ରାଜନେତା ଭାବରେ ଦିଲ୍ଲୀ ପରିଷଦ ହେଉ କିମ୍ୱା ରାଜ୍ୟ ସଭାରେ ଆଡଭାନୀ ସବୁବେଳେ ଜଣେ ମନୋନୀତ ସଦସ୍ୟ ଥିଲେ। ରାଜନୈତିକ ଗଣ ଆନ୍ଦୋଳନର ତାଙ୍କର କୌଣସି ଅଭିଜ୍ଞତା ନ ଥିଲା ଏବଂ ତାଙ୍କ ଆତ୍ମଜୀବନୀ (୨୦୦୮ରେ ପ୍ରକାଶିତ ମୋ ଦେଶ, ମୋ ଜୀବନ) ଅନୁସାରେ ଏହା କିପରି କାମ କଲା ତାହା ଜଣାପଡ଼ୁନାହିଁ। ଅଯୋଧ୍ୟା ପ୍ରସଙ୍ଗ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ନେତୃତ୍ୱରେ ଆର୍‌ଏସ୍‌ଏସ୍‌ ଭିତରେ ଥିବା ଅଣ-ରାଜନୈତିକ ଗୋଷ୍ଠୀଗୁଡ଼ିକ ଦ୍ୱାରା ଆରମ୍ଭ ହୋଇଥିଲା। ଫେବୃଆରୀ ୧୯୮୯ରେ, ଆଲ୍ଲାହାବାଦ କୁମ୍ଭମେଳାରେ ଭିଏଚ୍‌ପି ନଭେମ୍ୱରରେ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରିବ ବୋଲି କହିଥିଲା। ଏଥିରେ ସାରା ଦେଶରେ ରାମଙ୍କ ନାମ ଖୋଦିତ ଇଟା ତିଆରି କରାଯିବ ଏବଂ ନଭେମ୍ୱରରେ ଅଯୋଧ୍ୟାକୁ ଶୋଭାଯାତ୍ରାରେ ନିଆଯିବ। ଆଡଭାନୀ ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି, ଏହି ସମୟ ପର୍ଯ୍ୟନ୍ତ ମୁଖ୍ୟଧାରାର ରାଜନୀତିରେ ଏହା ଏକ ପ୍ରସଙ୍ଗ ହୋଇ ନ ଥିଲା। ଜୁନ୍‌ ୧୯୮୯ରେ ହିମାଚଳ ପ୍ରଦେଶରେ ଭାଜପାର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଆଡଭାନୀ ଦଳକୁ ଏହି ପ୍ରସଙ୍ଗରେ ସାମିଲ କରିଥିଲେ। ଭାଜପା ତା’ ପ୍ରସ୍ତାବରେ ଦାବି କରିଥିଲା ଯେ, ଏହି ସ୍ଥାନ ହିନ୍ଦୁଙ୍କୁ ହସ୍ତାନ୍ତର କରାଯିବା ଉଚିତ ଏବଂ ଅନ୍ୟ କୌଣସି ଉପଯୁକ୍ତ ସ୍ଥାନରେ ମସ୍‌ଜିଦ ନିର୍ମାଣ କରାଯାଉ। କିଛି ମାସ ପରେ ନଭେମ୍ୱର ୧୯୮୯ରେ ନିର୍ୱାଚନ ହେଲା। ଭାଜପା ଇସ୍ତାହାରରେ ପ୍ରଥମ ଥର ପାଇଁ ଅଯୋଧ୍ୟା ବିଷୟରେ କୁହାଯାଇଥିଲା, ‘୧୯୪୮ ରେ ଭାରତ ସରକାରଙ୍କ ଦ୍ୱାରା ଯେଭଳି ସୋମନାଥ ମନ୍ଦିର ନିର୍ମାଣ କରାଯାଇଥିଲା ସେହି ଧାରାରେ ଅଯୋଧ୍ୟାରେ ରାମ ଜନ୍ମମନ୍ଦିରର ପୁନଃ ନିର୍ମାଣକୁ ଅନୁମତି ଦିଆ ନ ଯିବାରୁ ଉତ୍ତେଜନା ବୃଦ୍ଧି ପାଇଛି ଏବଂ ସାମାଜିକ ସଦ୍‌ଭାବନା ଗୁରୁତର ଭାବରେ ବିପର୍ଯ୍ୟସ୍ତ ହୋଇଛି’। ଏହା ବାସ୍ତବରେ ଭାଜପା ସମ୍ୱିଧାନର ଉଲ୍ଲଂଘନ, କାରଣ ଏହାର ପ୍ରଥମ ପୃଷ୍ଠା ଏବଂ ପ୍ରାରମ୍ଭିକ ଲେଖାରେ ଧର୍ମନିରପେକ୍ଷତାର ନୀତି ପ୍ରତି ବିଶ୍ୱାସ ଏବଂ ନିଷ୍ଠା ରଖିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ଭୋଟ ପୂର୍ୱରୁ ଭିଏଚ୍‌ପି ସାରା ଭାରତରୁ ଶୋଭାଯାତ୍ରା ଅଯୋଧ୍ୟା ଆଣି ମସ୍‌ଜିଦ ନିକଟରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲା। ଏହାର ବିଭାଜନକାରୀ ତଥା ମୁସଲମାନ ବିରୋଧୀ ଶକ୍ତିକୁ ଆଧାରକରି ଭାଜପା ୮୫ ଟି ଆସନ ଜିତିଥିଲା, ଯାହା ଥିଲା ଗତ ନିର୍ୱାଚନରେ ଜନସଂଘ ଏକାକୀ ଲଢ଼ି ପାଇଥିବା ଆସନଠାରୁ ୪ଗୁଣ ଏବଂ ୧୯୮୪ ରେ ବାଜପେୟୀଙ୍କ ନେତୃତ୍ୱରେ ପାଇଥିବା ଆସନ ତୁଳନାରେ ୪୦ଗୁଣରୁ ଅଧିକ। ଫଳରେ ଆର୍‌ଏସ୍‌ଏସ୍‌ର ଆଡଭାନୀ ସବୁଠାରୁ ସଫଳ ରାଜନେତା ପାଲଟିଗଲେ ଏବଂ ନିର୍ୱାଚନୀ ସଫଳତାର ଉପାୟ ପାଇଗଲେ। ନିର୍ୱାଚନରେ କଂଗ୍ରେସ ସଂଖ୍ୟାଗରିଷ୍ଠତା ହରାଇଲା ଏବଂ ଭି.ପି. ସିଂହଙ୍କ ନେତୃତ୍ୱରେ ଏକ ମେଣ୍ଟ ସରକାର ଆଡଭାନୀଙ୍କ ସମର୍ଥନରେ କ୍ଷମତା ହାସଲକଲା, ଯଦିଓ ଏହା ଅଳ୍ପ ସମୟ ପାଇ ତିଷ୍ଠିରହିଥିଲା।
ନିର୍ୱାଚନର ୩ ମାସ ପରେ, ଫେବୃଆରୀ ୧୯୯୦ରେ, ଭିଏଚ୍‌ପି ମସ୍‌ଜିଦ ବିରୋଧରେ ପୁନର୍ୱାର ଆନ୍ଦୋଳନ ଆରମ୍ଭକରି ଅକ୍ଟୋବରରୁ କାରସେବା ଜାରି ରଖିବ ବୋଲି କହିଥିଲା। ଆଡଭାନୀ ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି, ଜୁନ୍‌ରେ ଲଣ୍ଡନ ଗସ୍ତରେ ଯିବା ପୂର୍ୱରୁ ଆର୍‌ଏସ୍‌ଏସ୍‌ ପତ୍ରିକା ପଞ୍ଚଜନ୍ୟ ଦ୍ୱାରା ନିଆଯାଇଥିବା ସାକ୍ଷାତ୍‌କାରରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯଦି ସରକାର ଅଯୋଧ୍ୟା ମାମଲାର ସମାଧାନ କରିବାରେ ବିଫଳ ହୁଅନ୍ତି ତେବେ କ’ଣ ହେବ। ଆଡଭାନୀ କହିଥିଲେ, ୩୦ ଅକ୍ଟୋବରରେ କାରସେବା ଆରମ୍ଭ କରିବାର ନିଷ୍ପତ୍ତିକୁ ତାଙ୍କ ଦଳ ସମର୍ଥନ କରେ ଏବଂ ଯଦି ଏହାକୁ ବନ୍ଦ କରାଯାଏ ତେବେ ଭାଜପା ନେତୃତ୍ୱରେ ଏକ ଜନ ଆନ୍ଦୋଳନ କରାଯିବ। ଆଡଭାନୀ କହିଛନ୍ତି, ସେ ମୁସଲମାନଙ୍କୁ ଏକ ଚୁକ୍ତି ପ୍ରସ୍ତାବ ଦେଇଥିଲେ। ଯଦି ସେମାନେ ବାବ୍ରି ମସ୍‌ଜିଦ ହସ୍ତାନ୍ତର କରନ୍ତି, ତେବେ ସେ ମଥୁରା ଏବଂ ବାରାଣସୀରେ ଥିବା ଅନ୍ୟ ଦୁଇଟି ମସ୍‌ଜିଦ ବିରୋଧରେ ପ୍ରଚାର ନ କରିବା ପାଇଁ ଭିଏଚ୍‌ପିକୁ ବ୍ୟକ୍ତିଗତ ଭାବେ ଅନୁରୋଧ କରିବେ। ଆଡଭାନୀ ଲେଖିଛନ୍ତି, ମୁସଲମାନମାନେ ଏହାକୁ ସନ୍ତୋଷଜନକ ମନେକରୁ ନ ଥିବାରୁ ସେ ଅଧିକ ନିରାଶ ଓ କ୍ରୋଧିତ ଥିଲେ। ଆଡଭାନୀ ଘୋଷଣା କରିଥିଲେ, ସେ ଗୁଜରାଟରେ ଦୀନ୍‌ଦୟାଲ ଉପାଧ୍ୟାୟଙ୍କ ଜନ୍ମଦିନ ୨୫ ସେପ୍ଟେମ୍ୱରରେ ମସ୍‌ଜିଦ ବିରୋଧରେ ତାଙ୍କର ଅଭିଯାନ ଆରମ୍ଭ କରିବେ ଏବଂ ‘ରଥ’ (ପ୍ରକୃତରେ ଏକ ଟ୍ରକ୍‌) ଚଢ଼ି ୩୦ ଅକ୍ଟୋବର ୧୯୯୦ ରେ ଅଯୋଧ୍ୟାରେ ପହଞ୍ଚିବେ।
ଆଡଭାନୀ ଲେଖିଛନ୍ତି, ତାଙ୍କ ଅଭିଯାନକୁ ମିଳିଥିବା ପ୍ରତିକ୍ରିୟା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ଲେଖିଛନ୍ତି ,”ମୁଁ କେବେ ଅନୁଭବ କରି ନ ଥିଲି ଯେ ଧର୍ମୀୟତା ଭାରତୀୟଙ୍କ ଜୀବନରେ ଏତେ ଗଭୀର ଭାବରେ ରହିଛି।“ ଆଡଭାନୀ ଆହୁରି ମଧ୍ୟ କହିଛନ୍ତି, ପ୍ରଥମ ଥର ସେ ସ୍ୱାମୀ ବିବେକାନନ୍ଦଙ୍କ ଉକ୍ତି-‘ଧର୍ମ ହେଉଛି ଭାରତର ଆତ୍ମା ଏବଂ ଯଦି ଆପଣ ଭାରତୀୟଙ୍କୁ କୌଣସି ବିଷୟ ଶିକ୍ଷା ଦେବାକୁ ଚାହାନ୍ତି ତେବେ ସେମାନେ ଏହାକୁ ଧର୍ମର ଭାଷାରେ ଭଲ ଭାବରେ ବୁଝନ୍ତି’ର ସତ୍ୟକୁ ବୁଝିପାରିଥିଲେ। ଅଯୋଧ୍ୟା ଯାତ୍ରାର ପ୍ରତ୍ୟେକ ଷ୍ଟପେଜରେ ଆଡଭାନୀ ବାବ୍ରି ମସ୍‌ଜିଦକୁ କାହିଁକି ଭାଙ୍ଗିବାକୁ ପଡ଼ିଲା ସେ ବିଷୟରେ କହୁଥିଲେ। ଆଡଭାନୀଙ୍କ ବାବ୍ରି ମସ୍‌ଜିଦ ବିରୋଧୀ ଅଭିଯାନ ଯୋଗୁ ଘଟିଥିବା ହିଂସାରେ ୩,୪୦୦ ରୁ ଅଧିକ ଭାରତୀୟ ପ୍ରାଣ ହରାଇଥିଲେ, କିନ୍ତୁ ଏହା ଭାଜପାକୁ କ୍ଷମତାର ଦ୍ୱାରଦେଶରେ ପହଞ୍ଚାଇଦେଇଥିଲା। ୧୯୯୧ ମଧ୍ୟଭାଗରେ ଅନୁଷ୍ଠିତ ସାଧାରଣ ନିର୍ୱାଚନରେ ଭାଜପା ୨୦% ଭୋଟ ପାଇ ୧୨୦ ଆସନ ଜିତିଥିଲା। ୧୯୯୬ ରେ ବାବ୍ରି ମସ୍‌ଜିଦ ଭଙ୍ଗା ପରେ ଅନୁଷ୍ଠିତ ପ୍ରଥମ ନିର୍ୱାଚନରେ ଭାଜପା ୧୬୧ ଆସନ ପାଇଥିଲା। ୨୦୦୨ ପରେ ବିଭାଜନକାରୀ ରାଜନୀତି କରିବାକୁ ଇଚ୍ଛୁକ ଏବଂ ଉତ୍ସାହୀ ଥିବା ଭାଜପା ଏକମାତ୍ର ଦଳ ଭାବରେ ନିଜର ସ୍ଥିତିକୁ ଦୃଢ଼ କରିଥିଲା ଏବଂ ଏଥିପାଇଁ ଏହାକୁ ଭଲ ସଫଳତା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?