Posted inଫୁରସତ

ଈଶ୍ୱରୀୟ ବୃକ୍ଷ

ଭାରତୀୟ ସଂସ୍କୃତିେରେ ନଡ଼ିଆ ବା ଶ୍ରୀଫଳର ଗୁରୁତ୍ୱ ଅବର୍ଣ୍ଣନୀୟ। ନିତି ଦିନିଆ ଜୀବନ ଶୈଳୀଠାରୁ ଆରମ୍ଭ କରି ପୂଜା ପାର୍ବଣ ଆଦି ବିଭିନ୍ନ ମାଙ୍ଗଳିକ କାର୍ଯ୍ୟରେ ନଡ଼ିଆକୁ ଲୋଡା ଯାଇଥାଏ। ନଡ଼ିଆକୁ ନେଇ କେତେ କାହାଣୀ କବିତା ମଧ୍ୟ ରଚନା କରାଯାଇଛି। ଭାରତ ମହାସାଗର ଏବଂ ପ୍ରଶାନ୍ତ ମହାସାଗର ଉପକୂଳ ଅଞ୍ଚଳରେ ଏହାର ଉତ୍ପତ୍ତି ହୋଇଥିବାର କୁହାଯାଏ। ବାହାର କଠିନ ଆବରଣ ଭିତର ଅଂଶ କୋମଳ ଥିବା ଏହି ଆଶ୍ଚର୍ଯ୍ୟ ଜନକ ଫଳଟି ମେଲାନେସିଆ ଅଞ୍ଚଳ ଅର୍ଥାତ୍‌ ଇଣ୍ଡୋସେନିଆ, ନ୍ୟୁ ଗୁଏନା, ଫିଜି ଆଦି ସ୍ଥାନରେ ପ୍ରଥମେ ଦେଖାଦେଇଥିବା ୈକତେକ କୁହନ୍ତି। ଗବେଷକଙ୍କ ଅନୁସାରେ ଦକ୍ଷିଣ ଭାରତ ନଡ଼ିଆର ମୂଳ ଉତ୍ପତ୍ତି ସ୍ଥଳ।
ଆରବ ଏବଂ ପାର୍ସୀ ନାବିକମାନେ ନଡ଼ିଆକୁ ଭାରତରୁ ପୂର୍ବ ଆଫ୍ରିକା ଉପକୂଳକୁ ନେଇ ଯାଇଥିବା କୁହାଯାଏ। ଏହାର ଉତ୍ପତ୍ତି ତଥା ଇତିହାସ ଯାହା ହେଉନା କାହିଁକି, ନଡିଆ ଗଛ ଆମକୁ ବିଭିନ୍ନ ପ୍ରକାରର ଉତ୍ପାଦ ଯୋଗାଇଥାଏ। ନଡ଼ିିଆ ଗଛର ବଟାନିକାଲ୍‌ ନାମ କୋକୋସ ନ୍ୟୁସିଫେରା। ଏହି ଗଛଗୁଡିକ ଟ୍ରପିକାଲ ଅଞ୍ଚଳରେ ଫସଲ ଭାବରେ ବହୁଳ ଭାବରେ ଦେଖାଯାଏ ଏବଂ ଚାଷ ବି କରାଯାଏ। ନଡ଼ିଆ ଯୋଗୁ ସମୃଦ୍ଧ ହୋଇଥିବା ଅଞ୍ଚଳ ମଧ୍ୟରେ ଦକ୍ଷିଣ ପୂର୍ବ ଏସିଆ, ଇଣ୍ଡୋନେସିଆ, ଭାରତ, ଅଷ୍ଟ୍ରେଲିଆ, ପ୍ରଶାନ୍ତ ସାଗର ଦ୍ୱୀପପୁଞ୍ଜ, ଦକ୍ଷିଣ ଆମେରିକା, ଆଫ୍ରିକା, କାରିବିଆନ ଏବଂ ଉତ୍ତର ଆମେରିକାର ଦକ୍ଷିଣ ସୀମା ଆଦି ରହିଛି।
ଭାରତୀୟ ସଂସ୍କୃତିରେ ନଡ଼ିଆଗଛକୁ ସମସ୍ତ ଇଛା ପୂରଣ କରୁଥିବା ଈଶ୍ୱରୀୟ ବୃକ୍ଷ ଭାବେ ଗ୍ରହଣ କରାଯାଇଥାଏ। ଏହାର ବାହୁଙ୍ଗା କୁଡ଼ିଆ ଘର ନିର୍ମାଣରେ ବ୍ୟବହାର କରାଯାଉଥିବାବେଳେ ଗଣ୍ଡି ବିଭିନ୍ନ କାର୍ଯ୍ୟରେ ବ୍ୟବହୃତ ହୁଏ। ସେହିପରି କତାରୁ ନିତିଦିନିଆ ସାମଗ୍ରୀଠାରୁ ଆରମ୍ଭ କରି ବହୁ ଦରକାରୀ ଦ୍ରବ୍ୟ ପ୍ରସ୍ତୁତ କରାଯାଇଥାଏ। ଅତି ଉପଯୋଗୀ ନଡ଼ିଆ ଏବଂ ଏହାର ଗଛ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ୨୦୦୯ରେ ଏସିଆନ୍‌ ଆଣ୍ଡ୍‌ ପାସିଫିକ୍‌ କୋକନଟ୍‌ କମ୍ୟୁନିଟି(ଏପିସିସି) ଗଠିତ ହୋଇଥିଲା। ଏହି ଅଣ-ଲାଭକାରୀ ସଂସ୍ଥାର ଗଠନ ଦିନକୁ ମନେ ରଖିବା ସହିତ ନଡ଼ିଆର ଗୁରୁତ୍ୱକୁ ବଜାୟ ରଖିବା ଲାଗି ସେପ୍ଟେମ୍ବର ୨କୁ ବିଶ୍ୱ ନାରିକେଳ ଦିବସ ଭାବେ ପାଳନ ଲାଗି ଏପିସି ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଧାନଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର

ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…

ଗ୍ରାମ୍ୟ ରାସ୍ତା ମରାମତି ପାଇଁ ସରପଞ୍ଚଙ୍କ ଦାବି: ଜିଲାପାଳଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ କଇଠଖଣ୍ଡି ଏବଂ ବୋରିପଦର ଗ୍ରାମ ଖାଲଖମା ରାସ୍ତା ଗୁଡ଼ିକୁ ତୁରନ୍ତ…

ଜନ୍ମଦିନରେ ଭାସିଯାଇ ଥିଲେ ଯୁବକ, ଦିନକ ପରେ ମିଳିଲା…

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ମାନେଶ୍ୱରସ୍ଥିତ ମାଳତୀଯୋରରେ ଭାସିଯାଇ ନିଖୋଜ ପ୍ରବାସୀ ଶ୍ରମିକ ପ୍ରକାଶ ସରଣ(୨୧)ଙ୍କ ମୃତଦେହକୁ ମାନେଶ୍ୱରର ଅଗ୍ନିଶମ ବାହିନୀ ଶୁକ୍ରବାର ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri