ଜିଲାର ପ୍ରଥମ ମିଶନ ଶକ୍ତି କାଫେ ଉଦ୍‌ଘାଟିତ

ବିଷମକଟକ,୩।୫(ଡି.ଏନ୍‌.ଏ.): ରାୟଗଡା ଜିଲା ବିଷମକଟକରେ ମଙ୍ଗଳବାର ଜିଲାର ପ୍ରଥମ ମିଶନ ଶକ୍ତି କାଫେ ଉଦ୍‌ଘାଟିତ ହୋଇଛି। ବିଷମକଟକ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମିତ ଏହି କାଫେକୁ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଛନ୍ତି। ସମ୍ମାନିତ ଅତିଥି ଭାବେ ଜିଲାପାଳ ସ୍ବଧାଦେବ ସିଂ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର କୁମାର ଦାସ, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୂସୟା ମାଝି, ଜିଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝି, ବିଷମ କଟକ ବ୍ଲକ ଅଧ୍ୟକ୍ଷା ଯଶୋଦା ହୁଇକା, ଜିଲା ପରିଷଦ ସଦସ୍ୟା ସୁଜାତା କାଡ୍ରାକା, ଉପାଧ୍ୟକ୍ଷ ଦେବୀ ପ୍ରସାଦ ପଟ୍ଟନାୟକ, ସ୍ଥାନୀୟ ସରପଞ୍ଚ ନମିତା କୁଲସିକା ପ୍ରମୁଖ ଯୋଗ ଦେଇଥିଲେ। ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଭ୍ୟାମାନଙ୍କ ଦ୍ୱାରା ଏହି କାଫେ ପରିଚାଳନା କରାଯିବ। ଏଠାରେ ଭଳିକି ଭଳି ଖାଦ୍ୟ ପରସାଯିବା ବ୍ୟବସ୍ଥା କରାଯାଇଛି ।
ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି କର୍ମନିଯୁକ୍ତି ଯୋଜନାରେ ଏହି ଲୋକାଭିମୁଖୀ ପ୍ରକଳ୍ପଟି ପ୍ରାୟ ୨୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି। ପ୍ରକଳ୍ପ ନିର୍ମାଣର ସିଂହଭାଗ ରାଶି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଅନ୍ତର୍ଗତ ହୋଇଥିବା ହେତୁ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ବିଷମକଟକ ବ୍ଲକ ପ୍ରଶାସନ ଏବଂ ଜିଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମାତ୍ର ୪ ମାସ ମଧ୍ୟରେ କାଫେ ନିର୍ମାଣ ସଂପୂର୍ଣ୍ଣ କରାଯାଇଛି। ସ୍ବଳ୍ପ ସମୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ସରିଥିବାରୁ ଉପସ୍ଥିତ ଅତିଥିମାନେ ପ୍ରଶଂସା କରିଥିଲେ। ଏହାପରେ ବିଷମକଟକ ବସ୍‌ଷ୍ଟାଣ୍ଡ ନିକଟରେ ନିର୍ମିତ ସେଲଫି ପଏଣ୍ଟକୁ ମନ୍ତ୍ରୀ ଲୋକାର୍ପଣ କରିଥିଲେ। ସେଠାରୁ ମନ୍ତ୍ରୀ ଏବଂ ଅତିଥିମାନେ କୁଟ୍ରାଗଡା ଗ୍ରାମକୁ ଯାଇ ସ୍ବୟଂ ସହାୟିକା ଗୋଷ୍ଠୀ କର୍ମଶାଳା କେନ୍ଦ୍ର, ହାଟମୁନିଗୁଡା ପଞ୍ଚାୟତରେ ଏସ୍‌ଏଚଜି ସଭ୍ୟାଙ୍କ ନିମନ୍ତେ ଟେଲରିଂ ଟ୍ରେନିଙ୍ଗ କେନ୍ଦ୍ର,ସାପ୍ତାହିକ ହାଟ, ପଞ୍ଚାୟତ ବିଶ୍ରାମ କକ୍ଷ ଏବଂ ଦୁର୍ଗୀଠାରେ ଟେଲରିଂ ଟ୍ରେନିଙ୍ଗ ସେଣ୍ଟର ଉଦ୍‌ଘାଟନ କରିଛନ୍ତି । ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଦାସିବ ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉଦ୍‌ଘାଟନୀ କାର୍ଯକ୍ରମ ଆୟୋଜିତ ହୋଇଥିଲା। ସହକାରୀ ଯନ୍ତ୍ରୀ ପ୍ରତିଶ ତ୍ରିପାଠୀ, କନିଷ୍ଠ ଯନ୍ତ୍ରୀ ନିରଞ୍ଜନ ବେହେରା, ଗୋପୀନାଥ ମହାଙ୍କୁଡ, ଓପିଲିପି ପ୍ରୋଗ୍ରାମ ମ୍ୟାନେଜର ସୁଦର୍ଶନ ପାଢୀ, ଶିବ ଓରାମ, ଦିପକ ନାୟକଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଶୌଚ ପାଇଁ ଯାଇଥିବା ବେଳେ ଖସିଗଲା ଗୋଡ଼, ପୋଖରୀରେ ବୁଡ଼ି ଚାଲିଗଲା ଦିବ୍ୟାଙ୍ଗ ପଞ୍ଚାଙ୍କ ଜୀବନ

ଦିଗପହଣ୍ଡି/ପାଟପୁର,୨୧।୭(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ଗ୍ରାମ ଅଙ୍ଗେଇତ ବନ୍ଧ ପୋଖରୀରେ ବୁଡ଼ି ଜଣେ ଦିବ୍ୟାଙ୍ଗ ଯୁବକ ମୃତ୍ୟୁବରଣ କରିଛନ୍ତି ।…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ଧାରଣାସ୍ଥଳରୁ ରାହୁଲ କଲେ ବଡ଼ ଘୋଷଣା, ଏବେଠୁ ମୁଁ… ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୨୧।୭: ମଙ୍ଗଳବାର ନିଟ୍ (NEET) ପେପର ଲିକ୍ ମାମଲାରେ କକରୋଚ ଜନତା ପାର୍ଟି ଏବଂ ଦେଶବାସୀଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏଥିରେ ଏବେ କଂଗ୍ରେସ ନେତା…

ଥମୁନି ଦାଦନ ଦୁଃଖ, ସର୍ଦ୍ଦାର, ମାଲିକଙ୍କ ବିରୋଧରେ ତେଜିଲା କାର୍ଯ୍ୟାନୁଷ୍ଠାନ ଦାବି

ନୂଆପଡ଼ା,୨୧ା୭ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦାଦନ ଦୁଃଖ ଥମିବା ନାଁ ନେଉନାହିଁ। ସରକାରୀସ୍ତରରେ ଶ୍ରମ ଦିବସ ସୃଷ୍ଟି କରାଯାଇ ଶ୍ରମିକଙ୍କୁ କାମ ଯୋଗାଇବା ପାଇଁ ବିଭିନ୍ନ…

୪ରେ ଗଞ୍ଜାମ ଗସ୍ତରେ ଆସିବେ ରାଷ୍ଟ୍ରପତି: ତପ୍ତପାଣିଠାରେ ମା’ କନ୍ଧୁଣୀ ଦେବୀଙ୍କ କରିବେ ଦର୍ଶନ

ଛତ୍ରପୁର, ୨୧।୭ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଆସନ୍ତା ଅଗଷ୍ଟ ୪ ତାରିଖରେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଞ୍ଜାମ ଜିଲା ଗସ୍ତରେ ଆସୁଛନ୍ତି। ଭୁବନେଶ୍ୱରରୁ ଏକ…

ପ୍ଲଟିଂ ହେଉଥିବା ଅଞ୍ଚଳରେ ଲାଗୁଛି ଷ୍ଟ୍ରିଟ୍ ଲାଇଟ୍‌: ଆବଶ୍ୟକ ସ୍ଥାନରେ ନାହିଁ, ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ହଟାଇବାକୁ….

ପୁରୁଷୋତ୍ତମପୁର, ୨୧।୭ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ସହରରେ ଆବଶ୍ୟକ ସ୍ଥାନରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ଦାବିରେ ଦିବ୍ୟାଙ୍ଗ ଯୁବ ଆଇନଜୀବୀ ସନ୍ତୋଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri