ପ୍ରକଳ୍ପ ପ୍ରତିଶ୍ରୁତିରେ ଅଣନିଃଶ୍ୱାସୀ ଜିଲାବାସୀ

କେନ୍ଦ୍ରାପଡ଼ା ଅଫିସ,୩।୧।୭: ଅର୍ଥନୈତିକ ଅଭିବୃଦ୍ଧିରେ ରାଜ୍ୟର ୨୬ତମ ସ୍ଥାନରେ କେନ୍ଦ୍ରାପଡ଼ା ଜିଲା ଅଛି। ଅର୍ଥକାରୀ ଫସଲ ଯୋଜନା ନ ଥିଲେ ମଧ୍ୟ କୃଷିଭିତ୍ତିକ ଅର୍ଥନୀତିରେ ଏହି ଜିଲା ପରିଚାଳିତ ହେଉଛି। ରାଜନେତାମାନେ ଗତ ଦଶନ୍ଦୀ ଧରି ଏହାର ସୁଯୋଗ ନେଉଛନ୍ତି।  ନିର୍ବାଚନ ସମୟରେ ଶିଳ୍ପ ବନ୍ଦର ନିର୍ମାଣ ପ୍ରତିଶ୍ରୁତି ଅଜାଡି ଦେଉଛନ୍ତି। ଶିଳ୍ପ ଦ୍ୱାରା ପ୍ରଗତି ହେବ ବୋଲି ସବୁଠି ପ୍ରଚାର ପ୍ରସାର ହେଉଛି। ବରୁଣେଇ ବନ୍ଦର ଓ ଅଳାଇଲୋଠାରେ ପାୱାର ଥର୍ମାଲ ପ୍ରତିଷ୍ଠା ନିର୍ବାଚନ ପ୍ରତିଶ୍ରୁତିକୁୂ ସ୍ଥାନୀୟ ଲୋକମାନେ ଭୁଲିଛନ୍ତି ା ଏବେ ପେଲେଟ କାରଖାନା, ସିମେଣ୍ଟ କାରଖାନା, ପେଟ୍ରୋ କେମିକାଲ ପ୍ଲାଣ୍ଟ, ଉପକୂଳ ରାଜପଥ, ୫ନଂ.ଜାତୀୟ ଜଳପଥ, ଆଖଡାଶଳୀରେ ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ଆଦି ପ୍ରତିଷ୍ଠାକୁ ଜିଲାବାସୀ ଅନାଇ ରହିଛନ୍ତି। ଜମି ଅଧିଗ୍ରହଣ ଓ ଶିଳ୍ପ ପ୍ରତିଷ୍ଠା ପରେ ଜୀବନଜୀବିକା ଓ ଜାତୀୟ ଉଦ୍ୟାନର ପରିବେଶ ଉପରେ ପ୍ରଭାବ ସମ୍ପର୍କରେ କୌଣସି ସୂଚନା ସର୍ବସାଧାରଣରେ ପ୍ରକାଶିତ ହେଉନାହିଁ। ସେହିପରି ପେଟ୍ରୋ କେମିକାଲ ପ୍ଲାଣ୍ଟ ପାଇଁ ଆସନ୍ତା ମାସରେ ଜନଶୁଣାଣୀ ଆରମ୍ଭ ହେବ। ଏହାକୁ ଦେଖି ପ୍ରକଳ୍ପ ପ୍ରତିଶ୍ରୁତିରେ ଜିଲାବାସୀ ଅଣନିଃଶ୍ୱାସୀ ହୋଇଛନ୍ତି ବୋଲି ଆଲୋଚନା ଚାଲିଛି।

 

୨୦୦୯ ସାଧାରଣ ନିର୍ବାଚନରେ ବରୁଣେଇ ବନ୍ଦର ହେବ ବୋଲି ପ୍ରଚାର ପ୍ରସାର ହୋଇଥିଲା। ସେହିପରି ୨୦୧୪ରେ ଅଳାଇଲେଠାରେ ଥର୍ମାଲ ପ୍ଲାଣ୍ଟ ନିର୍ମାଣ ପାଇଁ ଏମଓୟୁ ସହିତ ଜମି ଅଧିଗ୍ରହଣ ହୋଇଥିଲା ା ସେହି ଜମି ଏବେ ପଡ଼ିଆ ପଡିଛି। ତେବେ ୨୦୧୯ ନିର୍ବାଚନ ପୂର୍ବ ଓ ପରେ ରାଜ୍ୟ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଖଡାଶାଳୀ ବନ୍ଦର, ପେଲେଟ ଉପତ୍ାଦନ ଶିଳ୍ପ, ସିମେଣ୍ଟ କମ୍ପାନୀ, ପେଟ୍ରୋ କେମିକାଲ ପ୍ଲାଣ୍ଟ, ୫ନଂ.ଜାତୀୟ ଜଳପଥ, ଉପକୂଳ ରାଜପଥ ଆଦି ପ୍ରକଳ୍ପ ନିର୍ମାଣ ହୋଇ ଜିଲା ଅର୍ଥନୀତିକୁ ଚଳଚଞ୍ଚଳ କରିବ ବୋଲି ପ୍ରତିଶ୍ରୁତି ମିଳିଛି। ୫ନଂ.ଜାତୀୟ ଜଳପଥ ନିର୍ମାଣ ପାଇଁ ଜିଲାର ବହୁ ନଦୀ ନାଳରେ ଏବେ ସେତୁଟିଏ ହୋଇ ପାରୁନାହିଁ। ଶିଳ୍ପ ପ୍ରତିଷ୍ଠା ହେବ ଘୋଷଣା ପରେ ସାଧାରଣ ଜମିର ମୂଲ୍ୟ ଅହେତୁକ ବଢ଼ିଯାଇଛି।ପ୍ରତିଶ୍ରୁତିର ପାହାଡରେ ଜିଲାବାସୀ ଚାପି ହୋଇଛନ୍ତି।
– ପ୍ରତାପ କୁମାର ପାଢ଼ୀ, ସାମାଜିକ କର୍ମୀ, ପଟ୍ଟାମୁଣ୍ଡାଇ
ଶିଳ୍ପ ପ୍ରଗତିର ମାଧ୍ୟମ। ଏହାକୁ ଜିଲାବାସୀ ବିରୋଧ କରନ୍ତି ନାହିଁ। ତେବେ ପରିବେଶ ପ୍ରତି ଧ୍ୟାନ ରଖି ଏହି ପ୍ରକଳ୍ପ କରିବା ଆବଶ୍ୟକ। ଏହି ଜିଲାରେ ଜାତୀୟ ଉଦ୍ୟାନ ଭିତରକନିକା ଅଛି। ଏଠାରେ କେବଳ ଚିଙ୍ଗୁଡି, କୁମ୍ଭୀର ଓ ଦେଶୀ ବିଦେଶୀ ପକ୍ଷୀ ଠୁଳ ହେଉନାହାନ୍ତି।ବିଭିନ୍ନ ପ୍ରକାର ଔଷଧୀୟ ଗୁଳ୍ମ ସହ ବିସ୍ତୀର୍ଣ୍ଣ ହେନ୍ତାଳବଣ ଅଛି ା ଶିଳ୍ପର ପ୍ରଦୂଷିତ ପରିବେଶ ଓ ଉଦ୍‌ବୃତ୍ତ ଜଳ ହେନ୍ତାଳବଣକୁ ଧ୍ୱଂସ କରିବା ଶକ୍ତି ରଖିଛି ା ଚିଙ୍ଗୁଡି ଘେରିରୁ ନିର୍ଗତ ରାସାୟନିକ ଦ୍ରବ୍ୟ, ଜଳ ସ୍ଥାନୀୟ ବନ୍ୟା ଓ ସାମୁଦ୍ରିକ ପରିବେଶକୁ ନଷ୍ଟ କରୁଛି ା ଖରସ୍ରୋତାରୁ ମଧୁର ପାଣି ଭଦ୍ରକକୁ ଦେବା, ବୈତରଣୀ ଜଳକୁ ଯାଜପୁରଠାରେ ଆନିକଟ ମାଧ୍ୟମରେ ଅଟକାଇବା, ମହାନଦୀରେ ସନ୍ତରାଠାରୁ ୱାଟର ରିଜର୍ଭର ପ୍ରତିଷ୍ଠା ପାଇଁ ଯୋଜନା ପରେ ଏବେ ଶିଳ୍ପ ପାଇଁ ମହାନଦୀରୁ ମଧୁର ଜଳ ନିଆଯିବ। ଯାହା ସମୁଦ୍ରର ପ୍ରାଚୀର କୁହା ଯାଉଥିବା ହେନ୍ତାଳବଣକୁ ନଷ୍ଟ କରିବ।
– ହେମନ୍ତ କୁମାର ରାଉତ, ପରିବେଶବିତ୍‌, ରାଜନଗର
ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡର ଅଏଲ ରିଫାଇନାରୀ ପକ୍ଷରୁ ୨୮୪.୧୫ ବର୍ଗ କି.ମି (୨୮୪୧୫ ହେକ୍ଟର) ପରିଧି ମଧ୍ୟରେ ପେଟ୍ରୋଲିୟମ, କେମିକାଲସ ଆଣ୍ଡ ପେଟ୍ରୋକେମିକାଲସ ଇନଭେଷ୍ଟମେଣ୍ଟ ରେଜିଅନ (ପିସିପିଆଇଆର) ପ୍ଲାଣ୍ଟ ନିର୍ମାଣ ଯୋଜନା ଅଛି ା ଏଥିପାଇଁ ଜଗତସିଂହପୁର ଜିଲା ଏରସମାର ୨୬ ଗ୍ରାମ, କୁଜଙ୍ଗର ୬୧ ଗ୍ରାମ, ପାରାଦୀପ ସହିତ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାର ୫୨ ଗ୍ରାମ ଓ ମାର୍ଶାଘାଇର ୧୨ ଗ୍ରାମ ଚିହ୍ନଟ ହୋଇଛି। ୩,୫୧,୦୫୮ କୋଟି ଟଙ୍କା ଏଥିରେ ନିବେଶ ହେବାକୁ ଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ୨୯,୭୭୭ କୋଟି ଟଙ୍କା ଖର୍ଚ୍ଚ ହେବ।ତେବେ ଏହି ପ୍ଲାଣ୍ଟ ନିର୍ମାଣ ପରେ ଦୈନିକ ୬୨୦ ମିଲିୟନ ଲିଟର ମଧୁର ଜଳ ଆବଶ୍ୟକ ଥିବା ବେଳେ ମହାନଦୀରୁ ୩୨୯ ମିଲିୟନ ଲିଟର ଦୈନିକ ଉଠାଯିବାକୁ ଯୋଜନା ରହିଛି। ସେହିପରି ଶିଳ୍ପ ଓ ଘରୋଇ ନିର୍ଗତ ବ୍ୟର୍ଜବସ୍ତୁ, ବାୟୁ ପ୍ରଦୂଷଣ ଆଦି ସ୍ଥାନୀୟ ପରିବେଶକୁ ନଷ୍ଟ କରିବା ସମ୍ଭାବନା ଅଛି। ଏନେଇ ଆସନ୍ତା ମାସରେ ଜନଶୁଣାଣୀ ସମ୍ଭାବନା ଅଛି।
– ଜ୍ୟୋତିରଞ୍ଜନ ନାୟକ, ସାମାଜିକ କର୍ମୀ, କେନ୍ଦ୍ରାପଡ଼ା


Enter your email to get our daily news in your inbox.

All Right Reserved By Dharitri.Com

ଗିଲ୍‌ଙ୍କ ଅଧିନାୟକତ୍ୱକୁ ନେଇ ଗମ୍ଭୀରଙ୍କ ବଡ଼ ବୟାନ, ବୋଲରଙ୍କ…

ନୂଆଦିଲ୍ଲୀ,୨।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ୪୦୬ ରନ୍‌ର ବଡ଼ ଲକ୍ଷ୍ୟକୁ ହାସଲ କରି ଭାରତ ଚମତ୍କାର ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ରେ ଶୁବମନ ଗିଲ୍‌ଙ୍କ…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?