ପ୍ରକଳ୍ପ ପ୍ରତିଶ୍ରୁତିରେ ଅଣନିଃଶ୍ୱାସୀ ଜିଲାବାସୀ

କେନ୍ଦ୍ରାପଡ଼ା ଅଫିସ,୩।୧।୭: ଅର୍ଥନୈତିକ ଅଭିବୃଦ୍ଧିରେ ରାଜ୍ୟର ୨୬ତମ ସ୍ଥାନରେ କେନ୍ଦ୍ରାପଡ଼ା ଜିଲା ଅଛି। ଅର୍ଥକାରୀ ଫସଲ ଯୋଜନା ନ ଥିଲେ ମଧ୍ୟ କୃଷିଭିତ୍ତିକ ଅର୍ଥନୀତିରେ ଏହି ଜିଲା ପରିଚାଳିତ ହେଉଛି। ରାଜନେତାମାନେ ଗତ ଦଶନ୍ଦୀ ଧରି ଏହାର ସୁଯୋଗ ନେଉଛନ୍ତି।  ନିର୍ବାଚନ ସମୟରେ ଶିଳ୍ପ ବନ୍ଦର ନିର୍ମାଣ ପ୍ରତିଶ୍ରୁତି ଅଜାଡି ଦେଉଛନ୍ତି। ଶିଳ୍ପ ଦ୍ୱାରା ପ୍ରଗତି ହେବ ବୋଲି ସବୁଠି ପ୍ରଚାର ପ୍ରସାର ହେଉଛି। ବରୁଣେଇ ବନ୍ଦର ଓ ଅଳାଇଲୋଠାରେ ପାୱାର ଥର୍ମାଲ ପ୍ରତିଷ୍ଠା ନିର୍ବାଚନ ପ୍ରତିଶ୍ରୁତିକୁୂ ସ୍ଥାନୀୟ ଲୋକମାନେ ଭୁଲିଛନ୍ତି ା ଏବେ ପେଲେଟ କାରଖାନା, ସିମେଣ୍ଟ କାରଖାନା, ପେଟ୍ରୋ କେମିକାଲ ପ୍ଲାଣ୍ଟ, ଉପକୂଳ ରାଜପଥ, ୫ନଂ.ଜାତୀୟ ଜଳପଥ, ଆଖଡାଶଳୀରେ ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ଆଦି ପ୍ରତିଷ୍ଠାକୁ ଜିଲାବାସୀ ଅନାଇ ରହିଛନ୍ତି। ଜମି ଅଧିଗ୍ରହଣ ଓ ଶିଳ୍ପ ପ୍ରତିଷ୍ଠା ପରେ ଜୀବନଜୀବିକା ଓ ଜାତୀୟ ଉଦ୍ୟାନର ପରିବେଶ ଉପରେ ପ୍ରଭାବ ସମ୍ପର୍କରେ କୌଣସି ସୂଚନା ସର୍ବସାଧାରଣରେ ପ୍ରକାଶିତ ହେଉନାହିଁ। ସେହିପରି ପେଟ୍ରୋ କେମିକାଲ ପ୍ଲାଣ୍ଟ ପାଇଁ ଆସନ୍ତା ମାସରେ ଜନଶୁଣାଣୀ ଆରମ୍ଭ ହେବ। ଏହାକୁ ଦେଖି ପ୍ରକଳ୍ପ ପ୍ରତିଶ୍ରୁତିରେ ଜିଲାବାସୀ ଅଣନିଃଶ୍ୱାସୀ ହୋଇଛନ୍ତି ବୋଲି ଆଲୋଚନା ଚାଲିଛି।

 

୨୦୦୯ ସାଧାରଣ ନିର୍ବାଚନରେ ବରୁଣେଇ ବନ୍ଦର ହେବ ବୋଲି ପ୍ରଚାର ପ୍ରସାର ହୋଇଥିଲା। ସେହିପରି ୨୦୧୪ରେ ଅଳାଇଲେଠାରେ ଥର୍ମାଲ ପ୍ଲାଣ୍ଟ ନିର୍ମାଣ ପାଇଁ ଏମଓୟୁ ସହିତ ଜମି ଅଧିଗ୍ରହଣ ହୋଇଥିଲା ା ସେହି ଜମି ଏବେ ପଡ଼ିଆ ପଡିଛି। ତେବେ ୨୦୧୯ ନିର୍ବାଚନ ପୂର୍ବ ଓ ପରେ ରାଜ୍ୟ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଖଡାଶାଳୀ ବନ୍ଦର, ପେଲେଟ ଉପତ୍ାଦନ ଶିଳ୍ପ, ସିମେଣ୍ଟ କମ୍ପାନୀ, ପେଟ୍ରୋ କେମିକାଲ ପ୍ଲାଣ୍ଟ, ୫ନଂ.ଜାତୀୟ ଜଳପଥ, ଉପକୂଳ ରାଜପଥ ଆଦି ପ୍ରକଳ୍ପ ନିର୍ମାଣ ହୋଇ ଜିଲା ଅର୍ଥନୀତିକୁ ଚଳଚଞ୍ଚଳ କରିବ ବୋଲି ପ୍ରତିଶ୍ରୁତି ମିଳିଛି। ୫ନଂ.ଜାତୀୟ ଜଳପଥ ନିର୍ମାଣ ପାଇଁ ଜିଲାର ବହୁ ନଦୀ ନାଳରେ ଏବେ ସେତୁଟିଏ ହୋଇ ପାରୁନାହିଁ। ଶିଳ୍ପ ପ୍ରତିଷ୍ଠା ହେବ ଘୋଷଣା ପରେ ସାଧାରଣ ଜମିର ମୂଲ୍ୟ ଅହେତୁକ ବଢ଼ିଯାଇଛି।ପ୍ରତିଶ୍ରୁତିର ପାହାଡରେ ଜିଲାବାସୀ ଚାପି ହୋଇଛନ୍ତି।
– ପ୍ରତାପ କୁମାର ପାଢ଼ୀ, ସାମାଜିକ କର୍ମୀ, ପଟ୍ଟାମୁଣ୍ଡାଇ
ଶିଳ୍ପ ପ୍ରଗତିର ମାଧ୍ୟମ। ଏହାକୁ ଜିଲାବାସୀ ବିରୋଧ କରନ୍ତି ନାହିଁ। ତେବେ ପରିବେଶ ପ୍ରତି ଧ୍ୟାନ ରଖି ଏହି ପ୍ରକଳ୍ପ କରିବା ଆବଶ୍ୟକ। ଏହି ଜିଲାରେ ଜାତୀୟ ଉଦ୍ୟାନ ଭିତରକନିକା ଅଛି। ଏଠାରେ କେବଳ ଚିଙ୍ଗୁଡି, କୁମ୍ଭୀର ଓ ଦେଶୀ ବିଦେଶୀ ପକ୍ଷୀ ଠୁଳ ହେଉନାହାନ୍ତି।ବିଭିନ୍ନ ପ୍ରକାର ଔଷଧୀୟ ଗୁଳ୍ମ ସହ ବିସ୍ତୀର୍ଣ୍ଣ ହେନ୍ତାଳବଣ ଅଛି ା ଶିଳ୍ପର ପ୍ରଦୂଷିତ ପରିବେଶ ଓ ଉଦ୍‌ବୃତ୍ତ ଜଳ ହେନ୍ତାଳବଣକୁ ଧ୍ୱଂସ କରିବା ଶକ୍ତି ରଖିଛି ା ଚିଙ୍ଗୁଡି ଘେରିରୁ ନିର୍ଗତ ରାସାୟନିକ ଦ୍ରବ୍ୟ, ଜଳ ସ୍ଥାନୀୟ ବନ୍ୟା ଓ ସାମୁଦ୍ରିକ ପରିବେଶକୁ ନଷ୍ଟ କରୁଛି ା ଖରସ୍ରୋତାରୁ ମଧୁର ପାଣି ଭଦ୍ରକକୁ ଦେବା, ବୈତରଣୀ ଜଳକୁ ଯାଜପୁରଠାରେ ଆନିକଟ ମାଧ୍ୟମରେ ଅଟକାଇବା, ମହାନଦୀରେ ସନ୍ତରାଠାରୁ ୱାଟର ରିଜର୍ଭର ପ୍ରତିଷ୍ଠା ପାଇଁ ଯୋଜନା ପରେ ଏବେ ଶିଳ୍ପ ପାଇଁ ମହାନଦୀରୁ ମଧୁର ଜଳ ନିଆଯିବ। ଯାହା ସମୁଦ୍ରର ପ୍ରାଚୀର କୁହା ଯାଉଥିବା ହେନ୍ତାଳବଣକୁ ନଷ୍ଟ କରିବ।
– ହେମନ୍ତ କୁମାର ରାଉତ, ପରିବେଶବିତ୍‌, ରାଜନଗର
ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡର ଅଏଲ ରିଫାଇନାରୀ ପକ୍ଷରୁ ୨୮୪.୧୫ ବର୍ଗ କି.ମି (୨୮୪୧୫ ହେକ୍ଟର) ପରିଧି ମଧ୍ୟରେ ପେଟ୍ରୋଲିୟମ, କେମିକାଲସ ଆଣ୍ଡ ପେଟ୍ରୋକେମିକାଲସ ଇନଭେଷ୍ଟମେଣ୍ଟ ରେଜିଅନ (ପିସିପିଆଇଆର) ପ୍ଲାଣ୍ଟ ନିର୍ମାଣ ଯୋଜନା ଅଛି ା ଏଥିପାଇଁ ଜଗତସିଂହପୁର ଜିଲା ଏରସମାର ୨୬ ଗ୍ରାମ, କୁଜଙ୍ଗର ୬୧ ଗ୍ରାମ, ପାରାଦୀପ ସହିତ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାର ୫୨ ଗ୍ରାମ ଓ ମାର୍ଶାଘାଇର ୧୨ ଗ୍ରାମ ଚିହ୍ନଟ ହୋଇଛି। ୩,୫୧,୦୫୮ କୋଟି ଟଙ୍କା ଏଥିରେ ନିବେଶ ହେବାକୁ ଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ୨୯,୭୭୭ କୋଟି ଟଙ୍କା ଖର୍ଚ୍ଚ ହେବ।ତେବେ ଏହି ପ୍ଲାଣ୍ଟ ନିର୍ମାଣ ପରେ ଦୈନିକ ୬୨୦ ମିଲିୟନ ଲିଟର ମଧୁର ଜଳ ଆବଶ୍ୟକ ଥିବା ବେଳେ ମହାନଦୀରୁ ୩୨୯ ମିଲିୟନ ଲିଟର ଦୈନିକ ଉଠାଯିବାକୁ ଯୋଜନା ରହିଛି। ସେହିପରି ଶିଳ୍ପ ଓ ଘରୋଇ ନିର୍ଗତ ବ୍ୟର୍ଜବସ୍ତୁ, ବାୟୁ ପ୍ରଦୂଷଣ ଆଦି ସ୍ଥାନୀୟ ପରିବେଶକୁ ନଷ୍ଟ କରିବା ସମ୍ଭାବନା ଅଛି। ଏନେଇ ଆସନ୍ତା ମାସରେ ଜନଶୁଣାଣୀ ସମ୍ଭାବନା ଅଛି।
– ଜ୍ୟୋତିରଞ୍ଜନ ନାୟକ, ସାମାଜିକ କର୍ମୀ, କେନ୍ଦ୍ରାପଡ଼ା


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri