ଜିଲାବାସୀ ପ୍ରକଳ୍ପ ପ୍ରତିଶ୍ରୁତିରେ ଅଣନିଃଶ୍ୱାସୀ

କେନ୍ଦ୍ରାପଡ଼ା, ୨।୮ (ଜଗନ୍ନାଥ ଧଳ): ସାଧାରଣ ନିର୍ବାଚନ ପ୍ରସ୍ତୁତିରେ ରାଜ୍ୟର ବୃହତ ୩ ରାଜନୈତିକ ଦଳ ତପତ୍ର ହୋଇଛନ୍ତି। ବିଭିନ୍ନ ରଣନୀତି ବୈଠକରେ ପ୍ରସ୍ତୁତ ହେଉଥିବା ବେଳେ ସାଙ୍ଗଠନିକ କାର୍ଯ୍ୟକୁ ଗୁରୁତ୍ୱ ଦେଉଛନ୍ତି। ଅପରପକ୍ଷରେ ଅର୍ଥନୈତିକ ଅଭିବୃଦ୍ଧିରେ ରାଜ୍ୟର ୨୬ତମ ସ୍ଥାନରେ କେନ୍ଦ୍ରାପଡ଼ା ଜିଲା ଅଛି। ଅର୍ଥକରୀ ଫସଲ ଯୋଜନା ନ ଥିଲେ ମଧ୍ୟ କୃଷିଭିତ୍ତିକ ଅର୍ଥନୀତିରେ ଏହି ଜିଲା ପରିଚାଳିତ ହେଉଛି। ରାଜନେତାମାନେ ନିର୍ବାଚନ ସମୟରେ ଶିଳ୍ପ ବନ୍ଦର ନିର୍ମାଣ ପ୍ରତିଶ୍ରୁତି ଅଜାଡ଼ି ଦେଉଛନ୍ତି। ଶିଳ୍ପ ଦ୍ୱାରା ପ୍ରଗତି ହେବ ବୋଲି ସବୁଠି ପ୍ରଚାର ପ୍ରସାର ହେଉଛି। ବରୁଣେଇ ବନ୍ଦର ଓ ଅଳାଇଲୋଠାରେ ପାୱାର ଥର୍ମାଲ ପ୍ରତିଷ୍ଠା ନିର୍ବାଚନ ପ୍ରତିଶ୍ରୁତିକୁ ସ୍ଥାନୀୟ ଲୋକମାନେ ଭୁଲିଛନ୍ତି। ଏବେ ପେଲେଟ କାରଖାନା, ସିମେଣ୍ଟ କାରଖାନା, ପେଟ୍ରୋ କେମିକାଲ ପ୍ଲାଣ୍ଟ, ଉପକୂଳ ରାଜପଥ, ଜାତୀୟ ଜଳପଥ ୫, ଆଖଡାଶାଳୀରେ ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ଆଦି ପ୍ରତିଷ୍ଠାକୁ ଜିଲାବାସୀ ଅନାଇ ରହିଛନ୍ତି। ଜମି ଅଧିଗ୍ରହଣ, ଶିଳ୍ପ ପ୍ରତିଷ୍ଠା ପରେ ଜୀବନଜୀବିକା ଓ ଜାତୀୟ ଉଦ୍ୟାନର ପରିବେଶ ଉପରେ ପ୍ରଭାବ ସମ୍ପର୍କରେ କୌଣସି ସୂଚନା ସର୍ବସାଧାରଣରେ ପ୍ରକାଶିତ ହେଉନାହିଁ। ଯାହା ସ୍ଥାନୀୟ ଅଞ୍ଚଳରେ ଏକ ଆଶଙ୍କାରେ ପରିଣତ ହୋଇଛି।
୨୦୦୯ ସାଧାରଣ ନିର୍ବାଚନରେ ବରୁଣେଇ ବନ୍ଦର ହେବ ବୋଲି ପ୍ରଚାର ପ୍ରସାର ହୋଇଥିଲା। ସେହିପରି ୨୦୧୪ରେ ଅଳାଇଲେଠାରେ ଥର୍ମାଲ ପ୍ଲାଣ୍ଟ ନିର୍ମାଣ ପାଇଁ ଏମ୍‌ଓୟୁ ସହିତ ଜମି ଅଧିଗ୍ରହଣ ହୋଇଥିଲା। ଏହି ଜମି ଏବେ ପଡ଼ିଆ ପଡ଼ିଛି। ତେବେ ୨୦୧୯ ନିର୍ବାଚନ ପୂର୍ବ ଓ ପରେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଖଡାଶାଳୀ ବନ୍ଦର, ପେଲେଟ ଉପତ୍ାଦନ ଶିଳ୍ପ, ସିମେଣ୍ଟ ଫାକ୍ଟେରି, ପେଟ୍ରୋ କେମିକାଲ ପ୍ଲାଣ୍ଟ, ଜାତୀୟ ଜଳପଥ ୫, ଉପକୂଳ ରାଜପଥ ଆଦି ପ୍ରକଳ୍ପ ନିର୍ମାଣ ହୋଇ ଜିଲା ଅର୍ଥନୀତିକୁ ଚଳଚଞ୍ଚଳ କରିବ ବୋଲି ପ୍ରତିଶ୍ରୁତି ମିଳିଛି। ଜାତୀୟ ଜଳପଥ ୫ ନିର୍ମାଣ ପାଇଁ ଜିଲାର ବହୁ ନଦୀ ନାଳରେ ଏବେ ସେତୁଟିଏ ହୋଇ ପାରୁନାହିଁ। ଶିଳ୍ପ ପ୍ରତିଷ୍ଠା ହେବ ଘୋଷଣା ପରେ ସାଧାରଣ ଜମିର ମୂଲ୍ୟ ଅହେତୁକ ବଢ଼ିଯାଇଛି। ପ୍ରତିଶ୍ରୁତିର ପାହାଡ଼ରେ ଜିଲାବାସୀ ଚାପି ହୋଇ କେବଳ ଅଣନିଃଶ୍ୱାସୀ ହୋଇଛନ୍ତି।
– ପ୍ରତାପ କୁମାର ତ୍ରିପାଠୀ, ସାମାଜିକ କର୍ମୀ, ମହାକାଳପଡ଼ା
ଶିଳ୍ପ ପ୍ରଗତିର ମାଧ୍ୟମ। ଏହାକୁ ଜିଲାବାସୀ ବିରୋଧ କରନ୍ତି ନାହିଁ। ତେବେ ପରିବେଶ ପ୍ରତି ଧ୍ୟାନ ରଖି ଏହି ପ୍ରକଳ୍ପ କରିବା ଆବଶ୍ୟକ। ଏହି ଜିଲାରେ ଜାତୀୟ ଉଦ୍ୟାନ ଭିତରକନିକା ଅଛି। ଏଠାରେ କେବଳ ଚିଙ୍ଗୁଡି, କୁମ୍ଭୀର ଓ ଦେଶୀ ବିଦେଶୀ ପକ୍ଷୀ ଠୁଳ ହେଉନାହାନ୍ତି। ବିଭିନ୍ନ ପ୍ରକାର ଔଷଧୀୟ ଗୁଳ୍ମ ସହ ବିସ୍ତୀର୍ଣ୍ଣ ହେନ୍ତାଳବଣ ଅଛି। ଶିଳ୍ପର ପ୍ରଦୂଷିତ ପରିବେଶ ଓ ଉଦ୍‌ବୃତ ଜଳ ହେନ୍ତାଳବଣକୁ ଧ୍ୱଂସ କରିବା ଶକ୍ତି ରଖିଛି। ଚିଙ୍ଗୁଡି ଘେରିରୁ ନିର୍ଗତ ରାସାୟନିକ ଦ୍ରବ୍ୟ, ଜଳ ସ୍ଥାନୀୟ ବନ୍ୟ ଓ ସାମୁଦ୍ରିକ ପରିବେଶକୁ ନଷ୍ଟ କରୁଛି। ଖରସ୍ରୋତାରୁ ମଧୁର ପାଣି ଭଦ୍ରକକୁ ଦେବା, ବୈତରଣୀ ଜଳକୁ ଯାଜପୁରଠାରେ ଆନିକଟ ମାଧ୍ୟମରେ ଅଟକାଇବା, ମହାନଦୀରେ ସନ୍ତରାଠାରୁ ୱାଟର ରିଜର୍ଭର ପ୍ରତିଷ୍ଠା ପାଇଁ ଯୋଜନା ପରେ ଏବେ ଶିଳ୍ପ ପାଇଁ ମହାନଦୀରୁ ମଧୁର ଜଳ ନିଆଯିବ। ଯାହା ସମୁଦ୍ରର ପ୍ରାଚୀର କୁହାଯାଉଥିବା ହେନ୍ତାଳବଣକୁ ନଷ୍ଟ କରିବ।
– ଆକାଶ କୁମାର ଦାସ,
ବୁଦ୍ଧିଜୀବୀ, କେନ୍ଦ୍ରାପଡ଼ା
ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡର ଅଏଲ ରିଫାଇନାରୀ ପକ୍ଷରୁ ୨୮୪.୧୫ ବର୍ଗ କିମି (୨୮୪୧୫ ହେକ୍ଟର) ପରିଧି ମଧ୍ୟରେ ପେଟ୍ରୋଲିୟମ, କେମିକାଲସ ଆଣ୍ଡ ପେଟ୍ରୋ କେମିକାଲସ ଇନଭେଷ୍ଟମେଣ୍ଟ ରେଜିୟନ (ପିସିପିଆଇଆର) ପ୍ଲାଣ୍ଟ ନିର୍ମାଣ ଯୋଜନା ଅଛି। ସେହିପରି ଆର୍ସଲ ମିତ୍ତଲ ପକ୍ଷରୁ ଷ୍ଟିଲ ପ୍ଲାଣ୍ଟ, ଉପକୂଳ ରାଜପଥ, ନଦୀ ଭିତ୍ତିକ ବନ୍ଦର ଯୋଜନା ରହିଛି। ପେଲେଟ ପ୍ଲାଣ୍ଟ ନିର୍ମାଣ ପରେ ଦୈନିକ ୬୨୦ ମିଲିୟନ ଲିଟର ମଧୁର ଜଳ ଆବଶ୍ୟକ ଥିବା ବେଳେ ମହାନଦୀରୁ ୩୨୯ ମିଲିୟନ ଲିଟର ଦୈନିକ ଉଠାଯିବାକୁ ଯୋଜନା ରହିଛି। ସେହିପରି ଶିଳ୍ପ ଓ ଘରୋଇ ନିର୍ଗତ ବ୍ୟର୍ଜବସ୍ତୁ, ବାୟୁ ପ୍ରଦୂଷଣ ଆଦି ସ୍ଥାନୀୟ ପରିବେଶକୁ ନଷ୍ଟ କରିବା ସମ୍ଭାବନା ଅଛି।
– ଜ୍ୟୋତିରଞ୍ଜନ ନାୟକ, ସାମାଜିକ କର୍ମୀ, କେନ୍ଦ୍ରାପଡ଼ା


Enter your email to get our daily news in your inbox.

All Right Reserved By Dharitri.Com

ଗରମ ସାଙ୍ଗକୁ ଦାଉ ସାଧୁଛି ଅଘୋଷିତ ବିଦ୍ୟୁତ୍‌ କାଟ

ଭୁବନେଶ୍ୱର, ୨୫।।୫ (ବନ୍ଦନା ସେଠୀ): ପ୍ରବଳ ଖରାରେ ସିଝୁଛି ପୂରା ଓଡ଼ିଶା। ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାବେଳେ ତାତି ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଛତ୍ରପୁରରେ ମା’ ରାମାୟାଣାମ୍ମା ଠାକୁରାଣୀ ଯାତ୍ରା: ଆକର୍ଷଣ ସାଜିଛି ପାରମ୍ପରିକ ବାଘ ବେଶ

ଛତ୍ରପୁର (ଦିଲୀପ ସାମଲ), ୨୩।୫: ଗଞ୍ଜାମ ଜିଲା ଛତ୍ରପୁରର ଆରାଧ୍ୟ ଦେବୀ ମା’ ରାମାୟାଣାମ୍ମା ଠାକୁରାଣୀଙ୍କ ବାର୍ଷିକ ଯାତ୍ରା ଅବସରରେ ଏବେ ସାରା ସହର ଉତ୍ସବମୁଖର ହୋଇଉଠିଛି।…

ଭଟଲି ରାଇସ୍‌ ମିଲ୍‌ରୁ ଧରାପଡ଼ିଲା ଛତିଶଗଡ଼ ଧାନ, ଥାନାରେ ଅଟକ ରଖି ପୋଲିସର ତଦନ୍ତ, ଦାବିଦାର ଆସୁ ନଥିବାରୁ…

ବରଗଡ଼,୨୩।୫(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟକୁ ଦିନକ ପରେ ୨ସପ୍ତାହ ପୂରିବ। କିନ୍ତୁ ଜିଲାରେ ଧାନ କିଣାବିକା ଶୀଥିଳ ହୋଇ ପଡ଼ିଛି। ମଣ୍ଡିକୁ ଧାନ ଆସୁଛି,…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri