ଦାରିଙ୍ଗବାଡ଼ି, ୧୧।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିସ୍ଥିତ ମା’ ପାଟ୍ଟଖଣ୍ଡା ମନ୍ଦିର ନିକଟ ଖେଳ ପଡ଼ିଆରେ ରବିବାରଠାରୁ ଜିଲ୍ଲାସ୍ତରୀୟ ସିମନବାଡ଼ି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଛି। ମଙ୍ଗଳବାର ଟୁର୍ଣ୍ଣାମେଣ୍ଟର ବିଭିନ୍ନ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା।
ପ୍ରଥମ ମ୍ୟାଚ୍ରେ କ. ନୂଆଗାଁ ବ୍ଲକର ସାଇନପଡ଼ା ଦଳ ଓ ରାଇକିଆ ଦଳ ମଧ୍ୟରେ ମୁକାବିଲା ହୋଇଥିଲା। ଏଥିରେ ସାଇନପଡ଼ା ଦଳ ୨-୦ ଗୋଲ୍ରେ ବିଜୟୀ ହୋଇଥିଲା। ମ୍ୟାଚ୍ରେ ମୁଖ୍ୟ ଅତିଥି ଭାବେ ଅରୁଣ ସାହୁ ଏବଂ ସମ୍ମାନିତ ଅତିଥି ଭାବେ କ୍ରୀଡ଼ାପ୍ରେମୀ ଜଗତ ଜ୍ୟୋତି ନାୟକ ଓ ଶେଷଦେବ ପାତ୍ର ଯୋଗଦେଇ ଉଭୟ ଦଳର ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।
ଦ୍ୱିତୀୟ ମ୍ୟାଚ୍ରେ କ. ନୂଆଗାଁ ବ୍ଲକର ସିର୍ତ୍ତିଗୁଡ଼ା ଦଳ ଓ ଟିକାବାଲି ବ୍ଲକର ଗୁଟିଙ୍ଗିଆ ଦଳ ମଧ୍ୟରେ ମୁକାବିଲା ହୋଇଥିଲା। ଏଥିରେ ସିର୍ତ୍ତିଗୁଡ଼ାକୁ ୪-୦ ଗୋଲ୍ରେ ପରାସ୍ତ କରି ଗୁଟିଙ୍ଗିଆ ଦଳ ବିଜୟୀ ହୋଇଥିଲା। ଏହି ମ୍ୟାଚ୍ରେ ମୁଖ୍ୟ ଅତିଥି ଭାବେ ପ୍ରଭାତ ସାହୁ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।
ପରେ ସାଇନପଡ଼ା ଓ ଗୁଟିଙ୍ଗିଆ ଦଳ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ସାଇନପଡ଼ାକୁ ୩-୦ ଗୋଲ୍ରେ ପରାସ୍ତ କରି ଗୁଟିଙ୍ଗିଆ ଦଳ ସେମିଫାଇନାଲ୍କୁ ଉନ୍ନୀତ ହୋଇଛି।
ସୂଚନାଯୋଗ୍ୟ, ଜିଲାର ବିଭିନ୍ନ ଅଞ୍ଚଳରୁ ମୋଟ ୧୬ଟି ଦଳକୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ଚାଲିଛି। ଆସନ୍ତା ୧୫ ତାରିଖ ସ୍ୱାଧୀନତା ଦିବସ ଅବସରରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ଟୁର୍ଣ୍ଣାମେଣ୍ଟର ସଭାପତି ସଞ୍ଜୟ ଦିଗାଲ ସୂଚନା ଦେଇଛନ୍ତି।
ଟୁର୍ଣ୍ଣାମେଣ୍ଟକୁ ସମ୍ପାଦକ ଜଗନ୍ନାଥ ନାୟକ, କୋଷାଧ୍ୟକ୍ଷ ଶୁକଦେବ ପ୍ରଧାନ, ଉପସଭାପତି ପ୍ରଭାସ ସାହୁ ଏବଂ ରେଫରି କାମାକ୍ଷା ପ୍ରସାଦ ଓ ଶମ୍ଭୁପ୍ରସାଦ ମଲିକଙ୍କ ସମେତ ଅନ୍ୟମାନେ ପରିଚାଳନା କରୁଛନ୍ତି। ଖେଳ ଦେଖିବା ପାଇଁ ପ୍ରତିଦିନ ବହୁ ସଂଖ୍ୟକ ଖେଳପ୍ରେମୀଙ୍କ ଭିଡ଼ ଜମୁଥିବା ବେଳେ ଦର୍ଶକଙ୍କ ତାଳି ଓ ଉତ୍ସାହରେ ଖେଳାଳିମାନେ ଉତ୍ସାହିତ ହେଉଛନ୍ତି।

