ସ୍ବତନ୍ତ୍ର ସଘନ ସଂଶୋଧନରେ ଯାଇଥିବା ବିଏଲଓଙ୍କୁ ଠେଲାପେଲା କରିବା ଘଟଣା: ଜନସାଧାରଣଙ୍କୁ ଏମିତି ନିବେଦନ କଲା ଜିଲା ପ୍ରଶାସନ

ପାଟଣା,୫।୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବେଗନା ଗ୍ରାମରେ ସ୍ବତନ୍ତ୍ର ସଘନ ସଂଶୋଧନ ଗୁରୁବାର ପୂର୍ବାହ୍ନରେ ଚାଲିଥିବାବେଳେ ବିଏଲଓ ସଦାନନ୍ଦ ସେଠୀଙ୍କୁ ଠେଲାପେଲା କରିବା ସହ ଅଟକ ରଖିଥିଲେ ଗ୍ରାମବାସୀ। ବେଗେନା ଗ୍ରାମର ଲୋକମାନେ ସଂଘବଦ୍ଧ ଭାବେ ସେମାନଙ୍କ ଗାଁର ମତଦାତାଙ୍କ ନା କିଭଳି ତ୍ରୁଟିପୂର୍ଣ୍ଣ ଭାବେ ସରସ୍ବତୀ ପଡ଼ା ଗାଁ ଭୋଟର ତାଲିକାରେ ରହିଲା ବୋଲି କହି ଏଭଳି କାଣ୍ଡ କରିଥିଲେ। ପରେ ପାଟଣା ପୋଲିସ ଓ ସାହାରପଡା ତହସିଲଦାର ଯାଇ ସେଠୀଙ୍କୁ ଉଦ୍ଧାର କରିବା ସହ ଲୋକଙ୍କୁ ବୁଝାସୁଝା କରିଥଲେ।
ଜଣେ ବୁଥସ୍ତରୀୟ ଅଧିକାରୀ ସରକାରୀ କାର୍ଯ୍ୟ କରୁଥିବାବେଳେ ବାଧାବିଘ୍ନର ସମ୍ମୁଖୀନ ହୋଇଥିବା ରିପୋର୍ଟ ଶୁକ୍ରବାର ଖବରକାଗଜ ରେ ପ୍ରକାଶିତ ହେବା ପରେ ଜିଲା ନିର୍ବାଚନ ଅଧିକାରୀ ତଥା ଡେପୁଟୀ କଲେକ୍ଟର ଅରୁଣିମା ସାହୁ ଜନ ସାଧାରଣଙ୍କୁ ନିର୍ବାଚନ କାର୍ଯ୍ୟରେ ଅଧିକାରୀମାନଙ୍କୁ ସହୋଯୋଗ କରିବାକୁ ନିବେଦନ କରିଛନ୍ତି।

ଜିଲା ପ୍ରଶାସନ ସମସ୍ତ ନାଗରିକଙ୍କୁ ନିର୍ବାଚନ ଅଧିକାରୀମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଏବଂ ଆଇନକୁ ନିଜ ହାତକୁ ନେବାରୁ ବିରତ ରହିବାକୁ ନିବେଦନ କରିଛି। ଏନେଇ ଜିଲା ପ୍ରଶାସନକୁ ପକ୍ଷରୁ ନିର୍ବାଚନ ଅଧିକାରୀ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି , ଅନ୍ୟ ଏକ ଗ୍ରାମ ଅଧୀନରେ ଭୋଟରଙ୍କ ନାମ ଅନ୍ତର୍ଭୁକ୍ତ ହେବା ନେଇ କିଛି ବାସିନ୍ଦା ପ୍ରକାଶ କରିଥିବା ଆଶଙ୍କା ଗ୍ରହଣୀୟ। ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭୋଟର ତାଲିକାରେ ଥିବା ଏଭଳି ତ୍ରୁଟିଗୁଡ଼ିକୁ ଚିହ୍ନଟ କରି ସେଗୁଡ଼ିକର ସଂଶୋଧନ କରିବା ପାଇଁ ହିଁ ସତନ୍ତ୍ର ସଘନ ସଂଶୋଧନ ୨୦୨୬ କାର୍ଯ୍ୟକ୍ରମ ବିଶେଷ ଭାବେ ହାତକୁ ନିଆଯାଇଛି। ବିଜ୍ଞପ୍ତି ସୂଚୀ ଅନୁଯାୟୀ, ଭୋଟରଙ୍କ ନାମ, ଠିକଣା ଏବଂ ମତଦାନ କେନ୍ଦ୍ରର ମ୍ୟାପିଂ ସଂଶୋଧନ ସହିତ ଭୋଟର ତାଲିକାର ଯୁକ୍ତିଯୁକ୍ତକରଣ (rationalisation) କାର୍ଯ୍ୟ ୨୮ ଜୁନ ୨୦୨୬ ରେ କରାଯିବ। ଏହାପରେ, ନାଗରିକମାନଙ୍କୁ ସେମାନଙ୍କର ଅଭିଯୋଗ ଦାଖଲ କରିବା, ସଂଶୋଧନ କରିବା, ଆପତ୍ତି ଉଠାଇବା କିମ୍ବା ଯୋଗ୍ୟ ଭୋଟରଙ୍କ ନାମ ଅନ୍ତର୍ଭୁକ୍ତ କରିବା ପାଇଁ ୫ ଜୁଲାଇ ରୁ ୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଏକ ବିସ୍ତୃତ ଦାବି ଏବଂ ଆପତ୍ତି ଅବଧି ପ୍ରଦାନ କରାଯାଇଛି। ଆପତ୍ତି ଅଭିଯୋଗର ଶୁଣାଣି ୫ ଜୁଲାଇ ୨୦୨୬ରୁ ୨ ସେପ୍ଟେମ୍ବର ୨୦୨୬ ମଧ୍ୟରେ କରାଯାଇ ନିୟମାନୁଯାୟୀ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ।ଏଭଳି ସମସ୍ତ ଆବେଦନକୁ ବିଧିବଦ୍ଧ ଭାବେ ଯାଞ୍ଚ କରାଯାଇ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ ସମାଧାନ କରାଯିବ। ଏକ ସଠିକ ଏବଂ ତ୍ରୁଟିଶୂନ୍ୟ ଭୋଟର ତାଲିକା ନିଶ୍ଚିତ କରିବା ପାଇଁ ବିଏଲଓମାନେ କେବଳ ସେମାନଙ୍କୁ ଅର୍ପିତ ଦାୟିତ୍ୱ ତୁଲାଉଛନ୍ତି। ନିର୍ବାଚନ ଅଧିକାରୀମାନଙ୍କ ପ୍ରତି କୌଣସି ପ୍ରକାର ବାଧାସୃଷ୍ଟି, ଭୟଭୀତ ପ୍ରଦର୍ଶନ କିମ୍ବା ଦୁର୍ବ୍ୟବହାର କେବଳ ସଂଶୋଧନ ପ୍ରକ୍ରିୟାକୁ ବାଧାପ୍ରାପ୍ତ କରେ ନାହିଁ, ବରଂ ସେହି ଭୋଟରମାନଙ୍କ ସ୍ବାର୍ଥକୁ ମଧ୍ୟ ପ୍ରଭାବିତ କରେ ଯେଉଁମାନଙ୍କ ସମସ୍ୟାର ସମାଧାନ ପାଇଁ ଏହି ପ୍ରୟାସ କରାଯାଉଛି।

ତେଣୁ, କ୍ଷେତ୍ରସ୍ତରୀୟ ଯାଞ୍ଚ ଏବଂ ପରିଗଣନା କାର୍ଯ୍ୟ ସମୟରେ ବିଏଲଓ, ସୁପରଭାଇଜର ଏବଂ ଅନ୍ୟାନ୍ୟ ନିର୍ବାଚନ କର୍ମଚାରୀଙ୍କୁ ସହଯୋଗ କରିବାକୁ ନାଗରିକମାନଙ୍କୁ ଅନୁରୋଧ କରାଯାଉଛି। ଜନସାଧାରଣଙ୍କ ଅଂଶଗ୍ରହଣ ଏବଂ ସହଯୋଗ ବିନା ଏକ ବ୍ୟାପକ ତଥା ସଠିକ ଭୋଟର ତାଲିକା ପ୍ରସ୍ତୁତ କରିବାର ଲକ୍ଷ୍ୟ ହାସଲ ହୋଇପାରିବ ନାହିଁ।ପ୍ରଶାସନ ସମସ୍ତ ଭୋଟରଙ୍କୁ ଆଶ୍ୱାସନା ଦେଉଛି ଯେ ଭୋଟର ପଞ୍ଜିକରଣ, ଠିକଣା ମ୍ୟାପିଂ, ମତଦାନ କେନ୍ଦ୍ରର ଅଧିକାର କ୍ଷେତ୍ର ଏବଂ ଅନ୍ୟାନ୍ୟ ଭୋଟର ତାଲିକା ସମ୍ବନ୍ଧୀୟ ପ୍ରକୃତ ଅଭିଯୋଗଗୁଡ଼ିକୁ ବିଜ୍ଞପ୍ତିତ ଦାବି ଏବଂ ଆପତ୍ତି ଅବଧି ମଧ୍ୟରେ ଯଥାଯଥ ବିଚାର କରାଯିବ। ସ୍ବତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ନିଜେ ତ୍ରୁଟି ସଂଶୋଧନ ପାଇଁ ଏକ ମାଧ୍ୟମ ପ୍ରଦାନ କରିଥାଏ, ଏବଂ ନାଗରିକମାନଙ୍କୁ ଏହି ବ୍ୟବସ୍ଥାର ଶାନ୍ତିପୂର୍ଣ୍ଣ ଏବଂ ଗଠନମୂଳକ ଭାବେ ଉପଯୋଗ କରିବାକୁ ଉତ୍ସାହିତ କରାଯାଉଛି। ଜିଲା ପ୍ରଶାସନ ଏକ ସ୍ବଚ୍ଛ, ସମାବେଶୀ ଏବଂ ତ୍ରୁଟିମୁକ୍ତ ଭୋଟର ତାଲିକା ନିଶ୍ଚିତ କରିବାକୁ ପ୍ରତିବଦ୍ଧ ଏବଂ ଏହି ସତନ୍ତ୍ର ସଘନ ସଂଶୋଧନ ୨୦୨୬କୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରୁଛି।

 

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri