Posted inଫୁରସତ

କର୍କଟ ରୋଗରୁ ସୁରକ୍ଷା ପାଇଁ ସନ୍‌ସ୍କ୍ରିନ ବଣ୍ଟନ

ଆମଷ୍ଟରଡାମ: ସୂର୍ଯ୍ୟଙ୍କ କ୍ଷତିକାରକ ଅତିବାଇଗଣି ରଶ୍ମି ଆମ ଦେହରେ ପଡ଼ିଲେ ତାହା ଚର୍ମ କର୍କଟ ସହ ଅନ୍ୟ ଚର୍ମ ରୋଗର କାରଣ ହୋଇଥାଏ। ବାୟୁମଣ୍ଡଳରେ ଥିବା ଓଜୋନ ଲେୟାରରେ କଣା ସୃଷ୍ଟି ହେଲେ ସିଧାସଳଖ ସୂର୍ଯ୍ୟଙ୍କ ରଶ୍ମି ଦେହରେ ପଡ଼ିଲେ ତାହା ଚର୍ମ କର୍କଟ କରାଇଥାଏ। ତେବେ ନେଦରଲାଣ୍ଡରେ ଚର୍ମ କର୍କଟ ସଂଖ୍ୟା ବେଳକୁ ବେଳ ବୃଦ୍ଧି ପାଇବାକୁ ଲାଗିଛି। ସେଥିପାଇଁ ଡଚ୍‌ ସରକାର ଏହି ସମସ୍ୟାରୁ ଉଦ୍ଧାର କରିବାକୁ ଦେଶର ଲୋକଙ୍କୁ ମାଗଣାରେ ସନ୍‌ସ୍କ୍ରିନ ବାଣ୍ଟୁଛନ୍ତି। ସରକାରଙ୍କ ରିପୋର୍ଟ ମୁତାବକ, ସନ୍‌ସ୍କ୍ରିନକୁ ସ୍କୁଲ, ପାର୍କ, ସ୍ପୋର୍ଟ ଅଞ୍ଚଳଗୁଡ଼ିକରେ ଲୋକଙ୍କୁ ବଣ୍ଟାଯାଉଛି। ଅଷ୍ଟ୍ରେଲିଆର ସ୍ଲିପ-ସ୍ଲୋପ-ସ୍ଲାପ ସଚେତନତାରୁ ପ୍ରଭାବିତ ହୋଇ ଡଚ୍‌ ନିଜ ଦେଶରେ ମଧ୍ୟ ସଚେତନତା ଶୋଭାଯାତ୍ରା ଆୟୋଜନ କରୁଛି। ସେଠାକାର ଚର୍ମ ବିଶେଷଜ୍ଞଙ୍କ ମତରେ ଚର୍ମ କର୍କଟରୁ ସୁରକ୍ଷା ପାଇବାକୁ ସମସ୍ତେ ସନ୍‌ସ୍କ୍ରିନ୍‌ ବ୍ୟବହାର କରିବା ଉଚିତ। ପିଲାମାନେ ଯଦି ସବୁବେଳେ ସନ୍‌ସ୍କ୍ରିନ୍‌ ବ୍ୟବହାର କରିବେ, ଏହା ସେମାନଙ୍କ ଅଭ୍ୟାସରେ ପରିଣତ ହୋଇଯିବ। ଏଥିପାଇଁ ଅଧିକ ଟଙ୍କା ହେଲେ ମଧ୍ୟ ଦେହର ସୁରକ୍ଷା ପାଇଁ ସନ୍‌ସ୍କ୍ରିନର ବ୍ୟବହାର କରିବାକୁ ଡଚ୍‌ ସରକାର ସମସ୍ତଙ୍କୁ ପରାମର୍ଶ ଦେଉଛନ୍ତି। ଅଧିକାଂଶ ସମୟରେ ଲୋକେ ନିଜର ସୁରକ୍ଷା ବାବଦରେ ଚିନ୍ତା ନ କରି ଖରାର ମଜା ଉଠାଇଥା’ନ୍ତି। ସେମାନଙ୍କୁ ଚର୍ମ କର୍କଟ ହେବାର ସମ୍ଭାବନା ଅଧିକ ରହିଥାଏ। ଏହା ଉଚିତ ନୁହେଁ ବୋଲି କାଟ୍‌ୱିଜ୍‌କ ସହରର ଜାକୋ କ୍ନାପି କହିଛନ୍ତି। ୟୁରୋପରେ ୨ ଦଶନ୍ଧି ହେବ ଚର୍ମ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମଧ୍ୟୟୁରୋପରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଆଗାମୀ ସପ୍ତାହରେ ତାପମାତ୍ରା ଅଧିକ ରହିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri