ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ଗୋବିନ୍ଦ ପ୍ରଧାନ ସ୍ମୃତି ସଂସଦ (ଜିପିଏସଏସ ) ପକ୍ଷରୁ ରବିବାର ଅପରାହ୍ନରେ ଏକ ସ୍ୱତନ୍ତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ୭୦ ଜଣ ଗରିବ ଛାତ୍ରୀଛାତ୍ରଙ୍କୁ ଶିକ୍ଷା ଉପକରଣ ବଣ୍ଟନ କରାଯାଇଥିବା ଜଣାପଡିଛି।
ଭୀଷ୍ମଗିରି ହାଇସ୍କୁଲ ପରିସରରେ ପ୍ରଧାନ ଶିକ୍ଷକ ମନୋଜ କୁମାର ନାୟକଙ୍କ ସଭାପତିତ୍ୱ ଓ ସ୍ମୃତି ସଂସଦ ସମ୍ପାଦକ ବୃନ୍ଦାବନ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ବିଶିଷ୍ଟ ସମାଜ ବିଜ୍ଞାନୀ ଅନୁପ କୁମାର ମହାପାତ୍ର ମୁଖ୍ୟ ଅତିଥି, ଡ଼. ଶେଷ କିସାନ ମୁଖ୍ୟବକ୍ତା ଏବଂ ସମିତି ସଭ୍ୟ ଶିବରାମ ମହାନ୍ତି, ରାଜୀବ ଗିରି, ସରୋଜ କାନ୍ତ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରାରମ୍ଭରେ ପଣ୍ଡିତ ସୁଧାକର ପାଢ଼ୀ ବେଦ ପାଠ କରିଥିବା ବେଳେ ଶେଷରେ ସ୍ମୃତି ସଂସଦର ପ୍ରତିଷ୍ଠାତା ସଭାପତି ପ୍ରଫୁଲ୍ଲ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

