୧୦ ଦିନ ପରେ ବଳଦ ମାରିଲା, ଖାଇ ପାରିଲା ନାହିଁ : ଜିନ୍ନତକୁ ନେଇ ତେଜୁଛି ଅସନ୍ତୋଷ

ବାରିପଦା,୧୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଛାଡ଼ି ଝାଡ଼ଖଣ୍ଡ ରାଜ୍ୟ ରାଜାବସା ଓ ଚିଆବାନ୍ଧି ଜଙ୍ଗଲରେ ରହୁଥିବା ମହାବଳ ବାଘୁଣୀ ଜିନ୍ନତକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ୧୦ ଦିନ ପରେ ଜଙ୍ଗଲକୁ ଚରିବାକୁ ଯାଇଥିବା ଏକ ବଳଦକୁ ସେ ଶିକାର କରିଥିଲା। ଏହାଦେଖି ଲୋକେ ଜୀବନ ବଞ୍ଚାଇବାକୁ ଜଙ୍ଗଲରୁ ବାହାରକୁ ଦଉଡି ଆସିଥିଲେ। ଏନେଇ ଜଙ୍ଗଲ ସନ୍ନିକଟ ଗ୍ରାମଗୁଡ଼ିକରେ ଅସନ୍ତୋଷ ତେଜିବାରେ ଲାଗିଛି।  ଉକ୍ତ ଗାଁ ରେ ଥିବା ଅଙ୍ଗନୱାଡି କେନ୍ଦ୍ରଗୁଡିକ ୧୦ଦିନ ହେଲା ବନ୍ଦ ରହିଥିବା ବେଳେ ଲୋକେ ଘରୁ ବାହାରକୁ ବାହାରିବାକୁ ଭୟ କରୁଛନ୍ତି। ବଳଦକୁ ମାରି ଘୋଷାଡ଼ି ନେଇ ଖାଇବା ଆରମ୍ଭ କରିବା ଜାଣି ବନ ବିଭାଗର କର୍ମଚାରୀମାନେ ପହଞ୍ଚତ୍ବାରୁ ପେଟପୁରା ଖାଇ ନ ପାରି ଜିନ୍ନତ ଭୟରେ ଜଙ୍ଗଲ ମଧ୍ୟକୁ ପଳାଇଯାଇଛି। ଜିନ୍ନତକୁ ବନ କର୍ମଚାରୀଙ୍କ ଭୟ ଘାରିଥିବା ବେଳେ ବାଘକୁ ନେଇ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି।
       ସୂଚନାଯୋଗ୍ୟ, ଡିସେମ୍ବର ୯ରେ ମହାବଳ ବାଘୁଣୀ  ଜିନ୍ନତ ଶିମିଳିପାଳ ସୀମା ପାର୍‌ ହୋଇ ଝାଡ଼ଖଣ୍ଡ ରାଜ୍ୟ ଜାମସେଦପୁର ବନଖଣ୍ଡ ଚକୁଳିଆ  ରେଞ୍ଜ ଅଞ୍ଚଳ ରାଜାବସା ଓ ଚିଆବାନ୍ଧି ଜଙ୍ଗଲରେ ରହି ଆସୁଛି। ସୋମବାର ରାଜାବସା ଜଙ୍ଗଲକୁ ଗାଈ ଚରାଇବାକୁ ଯାଇଥିବା ଲୋକେ ବାଘୁଣୀର ଗର୍ଜନ ଶୁଣି ଜୀବନ ବିକଳରେ ବାହାରକୁ ପଳାଇ ଆସିଥିଲେ।  ପରେ ସେ ଏକ ବଳଦକୁ ମାରି ଘୋଷାଡ଼ି ନେଇ ଖାଉଥିବା ସମୟରେ ବନ କର୍ମଚାରୀଙ୍କୁ ଦେଖି ଜଙ୍ଗଲ ମଧ୍ୟରେ ଲୁଚିଯାଇଥିଲା। ସେଠାକାର ଦୁଇ ଜଙ୍ଗଲରେ ଜିନ୍ନତ ଚଳପ୍ରଚଳ କରୁଥିବାରୁ ଟ୍ରାକିଂ ସମ୍ଭବ ହୋଇପାରୁ ନାହିଁ ା ଫଳରେ ବାଘର ଗତିବିଧି ନୀରିକ୍ଷଣରେ ସାମାନ୍ୟ ଅଡୁଆ ପରିସ୍ଥିତି ଉପୁଜୁଥିବାରୁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଅଧିକାରୀମାନେ ନୟାନ୍ତ ହୋଇପଡିଛନ୍ତି। ଜିନ୍ନତକୁ ଧରିବା ପାଇଁ ବନ କର୍ମଚାରୀମାନେ ପ୍ରୟାସ ଜାରି ରଖିଥିଲେ ସୁଦ୍ଧା ସଫଳ ହୋଇପାରୁ ନାହାନ୍ତି।
ଅନ୍ୟ ପକ୍ଷରେ ମହାରାଷ୍ଟ୍ରର ତଡ଼ବା ଅନ୍ଧାରୀ ଜଙ୍ଗଲରେ ଜିନ୍ନତ ଓ ଯମୁନା ବାଲ୍ୟକାଳରୁ ବିରାଟକାୟ ପ୍ରାଣୀ ହାତୀକୁ ଦେଖି ନ ଥିଲେ। ତେଶୁ ଶିମିଳିପାଳ ଅଭୟାରଣ୍ୟ ଓ ଝାଡ଼ଖଣ୍ଡ ଜଙ୍ଗଲରେ ହାତୀଙ୍କୁ ଦେଖି ଉଭୟ ବାଘୁଣୀ ଭୟାତୁର ହୋଇ ଜଙ୍ଗଲ ଛାଡ଼ିଥିବା ନେଇ ପରିବେଶବିତ୍‌ ସଂଯୁକ୍ତା ବସା କହିଛନ୍ତି। ଶିମିଳିପାଳ ପରିବେଶ ସହିତ ଖାପଖୁଆଇବାକୁ ଦୁଇ ବାଘୁଣୀ ସକ୍ଷମ ହୋଇପାରି ନ ଥିବାରୁ ଶିମିଳିପାଳ ଛାଡ଼ି ଅନ୍ୟ ଜଙ୍ଗଲରେ ନିଜର ଟେରିଟୋରିଆଲ(ବାସସ୍ଥାନ) ପ୍ରସ୍ତୁତ କରିବାରେ ଲାଗିଛନ୍ତି। ତେବେ ଝାଡ଼ଖଣ୍ଡ  ଗ୍ରାମ୍ୟ ଜଙ୍ଗଲରେ ବାଘର ଖାଦ୍ୟାଭାବ ଓ ଲୋକଙ୍କ ଅସନ୍ତୋଷକୁ ଦୃଷ୍ଟିରେ ରଖି ବାଘୁଣୀ ଜିନ୍ନତକୁ ଟ୍ରାଙ୍କୁଲାଇଜ୍‌ କରା ନ ଗଲେ ଉଭୟ ବାଘୁଣୀ ଓ ଲୋକଙ୍କ କ୍ଷତି ଘଟିବ ବୋଲି ଆଶଙ୍କା କରାଯାଉଛି ା ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରି ବାଘର ସୁରକ୍ଷା ପ୍ରତି ଗୁରୁତ୍ୱ ଦିଆ ନ ଗଲେ ଅଘଟଣ ଘଟିବା ସୁନିଶ୍ଚିତ ବୋଲି ପରିବେଶବିତ୍‌ ବସା କହିଛନ୍ତି। ସେହିପରି ଯମୁନା ମଧ୍ୟ କୁଲଡ଼ିହା ଅଭୟାରଣ୍ୟରେ ପହଞ୍ଚତ୍ଥିବାରୁ ତାର ଗତିବିଧିକୁ ନେଇ ଆବଶ୍ୟକ ପଦକ୍ଷେପ ଅତ୍ୟନ୍ତ ଜରୁରୀ ବୋଲି ପ୍ରାଣୀପ୍ରେମୀମାନେ ମତପ୍ରକାଶ କରିଛନ୍ତି।
ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରୁ ଝାଡ଼ଖଣ୍ଡର ରାଜାବସା ଓ ବାଲେଶ୍ୱର ଜିଲା କୁଲଡ଼ିହା ଜଙ୍ଗଲକୁ ପଳାଇଥିବା ଦୁଇ ମହାବଳ ବାଘୁଣୀ ଜିନ୍ନତ ଓ ଯମୁନା ବନ ବିଭାଗ ପାଇଁ ଚିନ୍ତାର କାରଣ ପାଟିଛନ୍ତି।  ଉଭୟଙ୍କ ଗତିବିଧି ଉପରେ ବନ ବିଭାଗର ପୃଥକ ଟିମ୍‌ ସମ୍ପୂର୍ଣ୍ଣ ନଜର ରଖିଛି। ରେଡିଓ କଲାର ମାଧ୍ୟମରେ ସେମାନଙ୍କ ଚଳପ୍ରଚଳ, ଖାଦ୍ୟପାନୀୟ ଗ୍ରହଣ ଓ ସ୍ଥିତି ଟ୍ରାକିଂ କରାଯାଉଛି। ତେବେ ଜଙ୍ଗଲରୁ ଜଙ୍ଗଲକୁ ମହାବଳ ବାଘୁଣୀ ଘୂରିବୁଲି ନିଜର ଟେରିଟୋରିଆଲ(ବାସସ୍ଥାନ) ପ୍ରସ୍ତୁତ କରିଥାନ୍ତି।  ବାଘ ଜଙ୍ଗଲରେ ବୁଲିବା ଏକ ସାଧାରଣ ପ୍ରକ୍ରିୟା ା ଖୁବ୍‌ଶୀଘ୍ର ଉଭୟ ବାଘୁଣୀ ଶିମିଳିପାଳକୁ ଫେରିବେ ବୋଲି ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ପ୍ରେମ କୁମାର ଝା ପ୍ରକାଶ କରିଛନ୍ତି।  ଅନ୍ୟପକ୍ଷରେ ଶିମିଳିପାଳ ଅଭୟାରଣ୍ୟ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପାଇଁ ଉତ୍କୃଷ୍ଟ ବାସସ୍ଥଳୀ ଥିବା ସତ୍ତ୍ୱେ ଏହି ଦୁଇ ବାଘୁଣୀ ଜଙ୍ଗଲ ଛାଡ଼ିବା ଘଟଣା ବନ୍ୟପ୍ରାଣୀ ପ୍ରେମୀଙ୍କୁ ବ୍ୟଥିତ କରିଛି ା
ବାଘୁଣୀ ଦ୍ୱୟ ନିଜର ସୁରକ୍ଷିତ ବାସସ୍ଥଳୀ ଖୋଜିବାକୁ ଯାଇ ଦୀର୍ଘ କିମି ଅତିକ୍ରାନ୍ତ କରି ଅନ୍ୟ ଜଙ୍ଗଲକୁ ଚାଲିଯାଇଛନ୍ତି ା ଏପରିକି ବାଘୁଣୀ ଜିନ୍ନତ ଝାଡ଼ଖଣ୍ଡ ରାଜ୍ୟର ରାଜାବସା ଗ୍ରାମ୍ୟ ଜଙ୍ଗଲରେ ୧୦ ଦିନ ହେଲା ରହିଥିବା ବେଳେ ଯମୁନା କୁଲଡିହା ଅଭୟାରଣ୍ୟରେ ପହଞ୍ଚତ୍ଛି।  ବାଘର ଜେନେଟିକ ପରିବର୍ତ୍ତନରେ ନିଆଯାଇଥିବା ମିଶନ ସଫଳ ହେବା ପରିବର୍ତ୍ତେ ବିଫଳ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ବିଭାଗ ଯେଉଁ ପଦକ୍ଷେପ ଗ୍ରହଣ କରିଛି ସେଥିରେ ଆଂଶିକ ତ୍ରୁଟି ପରିଲକ୍ଷିତ ହେଉଥିବା ନେଇ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।
ପୂର୍ବତନ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ କୁହନ୍ତି, ଶିମିଳିପାଳ ପରିବେଶ ଓ ପାଣିପାଗକୁ ଖାପଖୁଆଇବା ପାଇଁ ଦୁଇ ବାଘୁଣୀଙ୍କୁ ଏନ୍‌କ୍ଳୋଜରରେ ୨/୩ମାସ ପର୍ଯ୍ୟନ୍ତ ରଖିବାର ଆବଶ୍ୟକତା ରହିଥିଲା।  ଶିମିଳିପାଳ ବନ୍ୟଜନ୍ତୁଙ୍କୁ ଶିକାର କରିବାକୁ ସୁଯୋଗ ସୃଷ୍ଟି କରିବା ସହିତ ପାହାଡ଼ିଆ ଅଞ୍ଚଳରେ ୨ ବାଘୁଣୀ ଚଳପ୍ରଚଳ କରିବାର ଅଭ୍ୟାସ ପାଇଁ ଏନ୍‌କ୍ଲୋଜରକୁ ବୃଦ୍ଧି କରିବାର ଆବଶ୍ୟକତା ରହିଥିଲା। ମିଶନ ଆରମ୍ଭ କରିବା ପୂର୍ବରୁ ଏକ୍ସପର୍ଟଙ୍କ ସହାୟତା ଲୋଡିବା ସହ ମତାମତ ନେବା ମଧ୍ୟ ଆଶବ୍ୟକ ଥିଲା। ଶିମିଳିପାଳରେ ରହୁଥିବା ବାଘଙ୍କ ସୁରକ୍ଷା ଦିଗରେ ରହିଯାଇଥିବା ତ୍ରୁଟିର ସଂଶୋଧନ କରାଯାଇଥିଲେ ଶିମିଳିପାଳରେ ରହୁଥିବା ବାଘଙ୍କ ଜେନଟିକ ପରିବର୍ତ୍ତନରେ ସୁଧାର ଆସିପାରନ୍ତା।

Enter your email to get our daily news in your inbox.

All Right Reserved By Dharitri.Com

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?