ବିଏମ୍‌ସିର ଉଠାଦୋକାନୀ ପ୍ରୀତିକୁ ନେଇ ଅସନ୍ତୋଷ

ଭୁବନେଶ୍ୱର, ୧।୮ (ବନ୍ଦନା ସେଠୀ):ରାଜଧାନୀର ପ୍ରମୁଖ ମାର୍କେଟ କୁହାଯାଉଥିବା ୟୁନିଟ୍‌-୨ ମାର୍କେଟ ବିଲ୍ଡିଂ ଜୁଲାଇ ୧୭ରୁ ବନ୍ଦ ରହିଛି। ୧୫ ଦିନ ଧରି ମାର୍କେଟ ବନ୍ଦ ରହିବା ଫଳରେ ପ୍ରାୟ ୩୦ କୋଟି ଟଙ୍କାର କ୍ଷତି ହୋଇ ସାରିଲାଣି। ମାତ୍ର ଏବେଯାଏ ଏହି ଘଟଣାର ସମାଧାନ ହୋଇପାରୁନାହିଁ। ଆଜିକାଲି କହି ଭୁବନେଶ୍ବର ମହାନଗର ନିଗମ (ବିଏମସି) ଅଧିକାରୀ ଦିନ ଗଡାଉ ଥିବାବେଳେ ବିଏମ୍‌ସି ଦପ୍ତର ଦୌଡ଼ି ଦୌଡ଼ି ସେଣ୍ଟ୍ରାଲ ମାର୍କେଟ ଆସୋସିଏଶନ ସଦସ୍ୟଙ୍କ ଦିନ ଯାଉଛି। ଗତ ସପ୍ତାହରେ ବିଏମ୍‌ସି ଅଧିକାରୀ ରାଜିନାମା ରିନ୍ୟୁ କରି ଉଠାଦୋକାନୀଙ୍କୁ ହଟାଇବେ ବୋଲି ମାର୍କେଟ ଆସୋସିଏଶନକୁ ପ୍ରତିଶ୍ରୁତି ଦେଇଥିଲେ। ଫଳରେ ସୋମବାର ସନ୍ଧ୍ୟା କିମ୍ବା ମଙ୍ଗଳବାର ସକାଳୁ ମାର୍କେଟ ଖୋଲିପାରେ ବୋଲି ଆସୋସିଏଶନ ପକ୍ଷରୁ ସୂଚନା ଦିଆଯାଇଥିଲା। ଏଥିପାଇଁ ସୋମବାର ଆସୋସିଏଶନର କୋର୍‌ କମିଟି ବିଏମ୍‌ସି ମୁଖ୍ୟାଳୟକୁ ଯାଇ ଆଲୋଚନା କରିଥିଲେ। ମାତ୍ର ଏଥିରୁ କୌଣସି ନିଷ୍କର୍ସ ମିଳି ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କରାଯାଇଛି। ତେଣୁ ସମସ୍ୟାର ସମାଧାନ ନ ହେବା ଯାଏ ମାର୍କେଟ ବନ୍ଦ ରହିବ ବୋଲି ଆସୋସିଏଶନ ସଭାପତି ପ୍ରଦ୍ୟୁମ୍ନ ଜେନା କହିଛନ୍ତି। ମୁଖ୍ୟାଳୟରେ କମିଶନର ନ ଥିବାରୁ ମେୟର ସୁଲୋଚନା ଦାସଙ୍କ ସହ ଆଲୋଚନା କରିଥିଲେ। ଦାବି ନେଇ ଏଯାବତ୍‌ କିଛି ସମାଧାନ ହୋଇପାରି ନ ଥିବା ମେୟର କହିବା ସହ ମାର୍କେଟ ଖୋଲି ବ୍ୟବସାୟ କରିବାକୁ ପରାମର୍ଶ ଦେଇଥିଲେ। ଏଥିସହ ଉଠାଦୋକାନୀମାନେ ପୂର୍ବବତ୍‌ ମାର୍କେଟରେ ବସନ୍ତୁ, ବିଏମ୍‌ସି ସବୁ କଥା ବୁଝିବ ବୋଲି ମେୟର କହିଥିବା ସଭାପତି ଜେନା କହିଛନ୍ତି। ତେଣୁ ଉଠାଦୋକାନୀଙ୍କ ପ୍ରତି ବିଏମ୍‌ସି ପ୍ରୀତି ଦେଖାଉଥିବା ଅଭିଯୋଗ କରିବା ସହ ଆସୋସିଏଶନ ମଙ୍ଗଳବାର ପୂର୍ବାହ୍ନରେ ବୈଠକ କରି ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରିବ ବୋଲି ସୂଚନା ଦିଆଯାଇଛି। ଏଥିରେ ସମସ୍ତ ମାର୍କେଟ ଆସୋସିଏଶନ୍‌ ଏବଂ ରାଜ୍ୟ ବଣିକ ସଂଘର କର୍ତ୍ତୃପକ୍ଷଙ୍କୁ ସାମିଲ କରାଯିବ। ସମସ୍ତଙ୍କ ଠାରୁ ମତାମତ ନେବା ପରେ ଆସୋସିଏଶନ୍‌ ତା’ର ନିଷ୍ପତ୍ତି ଶୁଣାଇବ ବୋଲି ଜେନା କହିଛନ୍ତି। ଏନେଇ କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, ଆସୋସିଏଶନର ଦାବି ପ୍ରତି ବିଏମସି ସଚେତନ ଅଛି। ମାର୍କେଟ ବିଲ୍ଡିଂ ଦାୟିତ୍ୱ ବିଏମସିର ନୁହେଁ, ଏହାସତ୍ତ୍ବେ ବିଏମସି ଏହାର ସମାଧାନ କରୁଛି। ଉଠାଦୋକାନୀଙ୍କ ଲାଗି ସ୍ଥାନ ଚିହ୍ନଟ ହେଉଛି ଏହି ପ୍ରକ୍ରିୟାରେ ସମୟ ଲାଗିବ। ତେଣୁ ବିଏମସିକୁ ସମୟ ଦେବାକୁ ସେ ଅପିଲ କରିଛନ୍ତି। ଅପରପକ୍ଷେ ମାର୍କେଟ ବିଲ୍ଡିଂର ମୁଖ୍ୟ ଗେଟ୍‌ରେ ତାଲା ପଡିଥିବାରୁ ଉଠାଦୋକାନୀମାନେ ଭିତରକୁ ଯାଇ ପାରୁ ନାହାନ୍ତି। ତେଣୁ ତୁରନ୍ତ ସେ ତାଲା ଖୋଲିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଉଠାଦୋକାନୀ ସଂଘ ପକ୍ଷରୁ ବିଧ୍ୟାୟକ ଅନନ୍ତ ନାରାୟଣ ଜେନା, ଡିଏସ୍‌ପି ଏବଂ ଡିସିପି କମିଶନରେଟ୍‌ ପୋଲିସ୍‌କୁ ଚିଠି ଲେଖି ଦାବି ରଖାଯାଇଛି। ମାର୍କେଟବିଲ୍ଡିଂରେ ବ୍ୟବସାୟ କରିବାକୁ ନେଇ ସ୍ଥାୟୀ ଓ ଉଠାଦୋକାନୀଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଦିନକୁ ଦିନ ଉଗ୍ର ରୂପ ନେଉଥିବାବେଳେ ସାଧାରଣ ଲୋକ ହଇରାଣ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି – କହିଲେ ‘ଦେଶକୁ ଏକ ନୂତନ ଦିଗଦର୍ଶନ ଦେଇଥିଲେ’

ନୂଆଦିଲ୍ଲୀ,୧୬।୮: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀରେ ଦେଶ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି…

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ରେଳବାଇରେ ସରକାରୀ ଚାକିରି ସୁଯୋଗ: ୩୯୯୩ JE ପଦବୀ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ,୧୬।୮: ରେଳବାଇରେ ସରକାରୀ ଚାକିରି ପାଇବାର ସ୍ୱପ୍ନ ଦେଖୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସିଖବର। ଆରଆରବି (RRB)ର ଜୁନିୟର ଇଞ୍ଜିନିୟର (JE) ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା…

ଭଗବାନଙ୍କ ଭରସାରେ ପରିବାର: ୩୦ ବର୍ଷ ବିତିଗଲା, ପଲିଥିନ ତଳେ ବିତୁଛି ଜୀବନ, ପ୍ରଶାସନ ନିଦାବିଷ୍ଣୁ

କେସିଙ୍ଗା, ୧୬।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ରାମେଶ୍ୱର…

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri