ରବି ଧାନ ସଂଗ୍ରହ ପାଇଁ ପଞ୍ଜୀକରଣ ଆରମ୍ଭରୁ ଅସନ୍ତୋଷ: ଅବଧି ବୃଦ୍ଧି ଦାବି କଲେ ଚାଷୀ, ସମବାୟ ଉପ ନିବନ୍ଧକଙ୍କୁ…

ବରଗଡ଼,୧୨।୩(ପ୍ରେମାନନ୍ଦ ଖମାରୀ)- ରବି ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଗତ ମଙ୍ଗଳବାରରୁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଏଥିପାଇଁ ରହିଥିବା ଅବଧିକୁ ନେଇ ଆରମ୍ଭରୁ ବରଗଡ଼ ଜିଲାରେ ଚାଷୀ ଅସନ୍ତୋଷ ଦେଖାଯାଇଛି। ପଞ୍ଜୀକରଣ ଅବଧିକୁ ଆସନ୍ତା ଏପ୍ରିଲ ମାସ ୧୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ଜିଲାର ବିଭିନ୍ନ ଚାଷୀ ସଂଗଠନ ଦାବି କରିଛନ୍ତି। ଏହି କ୍ରମରେ ବୁଧବାର ସଂଯୁକ୍ତ କୃଷକ ସଂଗଠନ, ବାରପାହାଡ କୃଷକ ସଂଗଠନ, ଅତାବିରା କୃଷକ ସଂଗଠନର ପ୍ରତିନିଧିମାନେ ସ୍ଥାନୀୟ ସମବାୟ ଉପ ନିବନ୍ଧକ (ଡିଆରସିଏସ୍) ଯୁଗଳ କିଶୋର ଦାଶଙ୍କୁ ଭେଟି ଦାବି ଜଣାଇଛନ୍ତି। ସୂଚନା ଅନୁଯାୟୀ, ଗତ ୧୨ତାରିଖରୁ ରବିଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ସରକାରୀ ବିଜ୍ଞପ୍ତି ଅନୁଯାୟୀ, ପଞ୍ଜୀକରଣ ପାଇଁ ଚଳିତ ମାସ ୧୦ତାରିଖରୁ ୨୦ତାରିଖ ପର୍ଯ୍ୟନ୍ତ ପ୍ରାଥମିକ କୃଷି ସମବାୟ ସମିତିର ଉଦ୍ଦିଷ୍ଟ ଆବେଦନ ଫର୍ମ ବଣ୍ଟନ ଅବଧି ରହିଛି । ସେହିପରି ଆସନ୍ତା ୨୨ତାରିଖ ସୁଦ୍ଧା ଆବଶ୍ୟକ କାଗଜପତ୍ର ଦାଖଲ ସହିତ ଆବେଦନ ଫର୍ମ ଜମା ଏବଂ ଆବେଦନ ଫର୍ମର ଡିଜିଟାଇଜେଶନ ଅବଧି ରହିଛି। ଏହାପରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆବେଦନ ଫର୍ମ ଗୁଡିକର ଯାଞ୍ଚ ପରେ ପଞ୍ଜୀକୃତ ଚାଷୀଙ୍କ ଚୂଡାନ୍ତ ତାଲିକା ଜେନେରେଶନ ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ତେବେ ଜିଲାର ଚାଷୀମାନେ ଆବଶ୍ୟକ କାଗଜପତ୍ର ଦାଖଲ ସତ୍ତ୍ବେ ଏପର୍ଯ୍ୟନ୍ତ ଗତ ଖରିଫ ଧାନ କିଣାବିକା ପାଇଁ ପଞ୍ଜୀକୃତ ହୋଇ ନ ପାରି ଅମଳ ଧାନ ବିକ୍ରି କରି ପାରି ନ ଥିବାବେଳେ ଏଭଳି ସ୍ବଳ୍ପ ଅବଧିରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ପଞ୍ଜୀକରଣ କରିବା ସେମାନଙ୍କ ପକ୍ଷରେ ସମ୍ଭବ ନୁହେଁ ବୋଲି ଚାଷୀ ସଂଗଠନ ଗୁଡ଼ିକ ଅଭିଯୋଗ କରିଛନ୍ତି ଏବଂ ପଞ୍ଜୀକରଣ ପ୍ରକ୍ରିୟାକୁ ଏକ ମାସ ବୃଦ୍ଧି କରିବା ପାଇଁ ଦାବି କରିଛନ୍ତି। ଏହି ଦାବି ନେଇ ସମବାୟ ଉପ ନିବନ୍ଧକଙ୍କୁ ଭେଟିବା ସମୟରେ ସଂଯୁକ୍ତ କୃଷକ ସଂଗଠନର ନିରଞ୍ଜନ ପ୍ରଧାନ, ସୁରେଶ ନିକାଣ୍ଟି, ବାରପାହାଡ କୃଷକ ସଂଗଠନର ଈଶାନ୍ତ ଭୋଇ, ରୋହିତ ଖମାରୀ, ଅତାବିରା କୃଷକ ସଂଗଠନର ବିରେନ୍ଦ୍ର କର, ଟିକେଲାଲ ମିଶ୍ର, ସୁବାସ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ରେ ଯାଉଥିବାବେଳେ ଯୁବକଙ୍କ ଉପରେ ଭାଙ୍ଗିପଡ଼ିଲା ଗଛ ଡାଳ, ପେଟରେ ଗଳିଯିବାରୁ…

କେନ୍ଦ୍ରାପଡ଼ା,୧୮ା୯(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ବ୍ଲକ ସଦର ଥାନା ଅନ୍ତର୍ଗତ ଗଣ୍ଡାକିଆ ରାସ୍ତାରେ ଶୁକ୍ରବାର ଏକ ଅଘଟଣ ଘଟିଛି।ଏହି ରାସ୍ତାର କଂସାରଠାରେ ଗଛଡାଳ ବାଇକ୍‌ ଉପରେ ପଡ଼ିବା ସହ…

ଗୋଟିଏ ରୁମ୍‌ରେ ଯୁବତୀଙ୍କ ସହ ରାତି କାଟିଲେ ଫାଣ୍ଡି ଅଧିକାରୀ, ଗ୍ରାମବାସୀ ଦେଖିବା ପରେ ବାହାରୁ ତାଲା ପକାଇ…

ଉମରକୋଟ,୧୮।୯(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ସିଂସାରି ଫାଣ୍ଡି ଅଧିକାରୀ ଫାଣ୍ଡି ପରିସରରେ ଥିବା ଏକ ରୁମ୍‌ରେ ଜଣେ ଯୁବତୀଙ୍କ ସହ ବୁଧବାର ରାତିରେ…

ଘରେ ବାହାର ପଟୁ ତାଲା ପକାଇ ୫ ଛେଳି ଚୋରି, ୨ ଜଣଙ୍କୁ ଧରି…

ପାରପାଟଣା,୧୮ା୯(ବୀରକିଶୋର ଦାଶ): କିଛିଦିନ ହେବ ପାଟଣା, ଘଟଗାଁ, ତୁରୁମୁଙ୍ଗା ଥାନା ଅଞ୍ଚଳର ପାଟଣା ଓ ସାହାରପଡ଼ା ବ୍ଲକ ଅଞ୍ଚଳରେ ଛେଳି ଚୋରି ବୃଦ୍ଧି ପାଇଛି। ବହୁ ସଂଖ୍ୟକ…

ମା’ ରାମଚଣ୍ଡୀଙ୍କ ମନ୍ଦିରରେ ୧ ହଜାର ଦୀପ ପ୍ରଜ୍ଜ୍ୱଳନ, ବିଧାୟକ ପହଞ୍ଚି…

ମହାକାଳପଡ଼ା,୧୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ଅଞ୍ଚଳର ବିଭିନ୍ନ ଧର୍ମାନୁଷ୍ଠନରେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ୭୬ତମ ଜନ୍ମ ଦିବସ ଅବସରରେ ମା’ ରାମଚଣ୍ଡୀ ମନ୍ଦିର ପରିସରରେ ଏକ…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ନିଆରା ଢଙ୍ଗରେ ଦେବଶିଳ୍ପୀଙ୍କ ପୂଜା, ଲୋକଙ୍କୁ ସୌର ଆଲୋକ ଓ ଯୋଜନା ସମ୍ପର୍କରେ…

ଦାରିଙ୍ଗବାଡ଼ି,୧୮ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଏକାଧିକ ସ୍ଥାନରେ ବିଶ୍ୱକର୍ମା ପୂଜା ବଡ଼ ଧୂମ୍‌ଧାମରେ ଅନୁଷ୍ଠିତ ହୋଇଯାଇଛି। ଦାରିଙ୍ଗବାଡ଼ିର ସରକାରୀ ଆଇଟିଆଇ ପରିସରରେ ଅଧ୍ୟକ୍ଷ ସୁଶାନ୍ତ କୁମାର…

ମା’ ପାଟ୍ଟଖଣ୍ଡା ମନ୍ଦିରରେ ଦୀପ ଜାଳିଲେ ଶତାଧିକ ମହିଳା, ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି…

ଦାରିଙ୍ଗବାଡ଼ି,୧୮ା୯(ଅରୁଣ ସାହୁ): ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ ପାଳନ ଅବସରରେ ଆଶୀର୍ବାଦ ପାଇଁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଆଶୀର୍ବାଦର ଦୀପଟିଏ କାର୍ଯ୍ୟକ୍ରମ ବ୍ଲକ ନୋଡାଲ…

ମୁଜାଗଡ଼ରେ ବୁଲୁଛି ମଣିଷମରା ହାତୀ, ଗାଈକୁ ଦଳି ମାରିଲା

ଭଞ୍ଜନଗର,୧୮ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ରେଞ୍ଜର ଖଣ୍ଡିକୋଟି, ବେଲାଟୁନି ଓ ଗୁଣ୍ଡିରିବାଡ଼ି ଅଞ୍ଚଳରେ ଅଲଗା ହୋଇ ବୁଲୁଥିବା ୩ଟି…

ପିକ୍‌ଅପ୍‌ରେ ଚାଲାଣ ହେଉଥିଲେ ୭୫ ଛେଳି, ମାଡ଼ି ବସିଲା ପୋଲିସ,୩ ଜଣଙ୍କୁ ଗିରଫ କରି…

ଦେବଗଡ଼,୧୮ା୯(ଶଶାଙ୍କ ଶେଖର ଝାଙ୍କର): ପିକ୍‌ଅପ୍‌ ଭ୍ୟାନ୍‌ରେ ବେଆଇନ ଛେଳି ଚାଲାଣ ଘଟଣାରେ ଦେବଗଡ଼ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପିକ୍‌ଅପ୍‌ ଭ୍ୟାନ୍‌ ଚାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?