Posted inଖେଳ

ସଚିନଙ୍କୁ ଶୂନରେ ଆଉଟ କରିବା ମୁହୂର୍ତ୍ତକୁ ବର୍ଣ୍ଣନା କରିପାରିବିନି: ଭୁବନେଶ୍ୱର

ନୂଆଦିଲ୍ଲୀ, ୩୦।୬- କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ଆଉଟ୍‌ କରିବା ପ୍ରତି ବୋଲରଙ୍କ ଏକ ସ୍ବପ୍ନ ରହିଥାଏ। ବର୍ତ୍ତମାନ ଭାରତୀୟ ଦ୍ରୁତ ବୋଲିଂ ବିଭାଗର ଭାର ସମ୍ଭାଳୁଥିବା ଭୁବନେଶ୍ୱର କୁମାରଙ୍କୁ ମଧ୍ୟ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ଥରେ ସଚିନଙ୍କୁ ଆଉଟ୍‌ କରିବାର ସୁଯୋଗ ମିଳିଥିଲା। ୨୦୦୯ରେ ମାତ୍ର ୧୯ ବର୍ଷ ବୟସରେ ଭୁବନେଶ୍ୱର ଉତ୍ତର ପ୍ରଦେଶ ପକ୍ଷରୁ ଖେଳୁଥିବାବେଳେ ସଚିନଙ୍କୁ ଶୂନରେ ଆଉଟ୍‌ କରିଥିଲେ। ସଚିନ ମୁମ୍ବାଇ ପକ୍ଷରୁ ଖେଳୁଥିଲେ। ଭୁବନେଶ୍ୱରଙ୍କ ଏକ କଟର୍‌ ବଲ୍‌ ସଚିନଙ୍କ ବ୍ୟାଟ୍‌ର ଇନ୍‌ସାଇଡ୍‌ ଏଜ୍‌ ଲାଗି ଫିଲ୍ଡରଙ୍କ ହାତକୁ ଚାଲିଯାଇଥିଲା। ଫଳରେ ଖାତା ଖୋଲିବା ପୂର୍ବରୁ ସଚିନଙ୍କୁ ଶୂନରେ ପ୍ୟାଭିଲିୟନ ଫେରାଇ ଦେଇଥିଲେ ଭୁବନେଶ୍ୱର। ଏହି ମୁହୂର୍ତ୍ତକୁ ଆଜି ପର୍ଯ୍ୟନ୍ତ ଭୁଲି ପାରି ନ ଥିବା ଉତ୍ତର ପ୍ରଦେଶର ଏହି ସୁଇଂ ବୋଲର କହିଛନ୍ତି। ‘ସଚିନଙ୍କୁ ଆଉଟ୍‌ କରିବା ମୋ ପାଇଁ ଏକ ସୌଭାଗ୍ୟପୂର୍ଣ୍ଣ ମୁହୂର୍ତ୍ତ ଥିଲା। ଯାହାକୁ ଶଦ୍ଦରେ ବର୍ଣ୍ଣନା କରିହେବ ନାହିଁ। ଏହି ମୁହୂର୍ତ୍ତକୁ କେବଳ ଅନୁଭବ କରିହେବ। ଏହି କଟର୍‌ ବଲ୍‌ଟି ସଚିନଙ୍କ ବ୍ୟାଟ୍‌ର ଇନ୍‌ ସାଇଡ୍‌ ଏଜ୍‌ ଲାଗି ସିଧା ଫିଲ୍ଡର ହାତକୁ ଚାଲିଯାଇଥିଲା। ସେତେବେଳେ ଉତ୍ତର ପ୍ରଦେଶ ଦଳର ଅଧିନାୟକ ଥିବା ମହମ୍ମଦ କୈଫଙ୍କୁ ମଧ୍ୟ ଏଥିଲାଗି ଧନ୍ୟବାଦ ଦେବି। ସେ ଫିଲ୍ଡରକୁ ନେଇ ଏକ ଅଜବ ସ୍ଥାନରେ ଠିଆ କରାଇଥିଲେ। ଯେଉଁଠିକି ସାଧାରଣତଃ କୌଣସି ଫିଲ୍ଡର ଠିଆ ହୋଇ ନ ଥାନ୍ତି’ ବୋଲି ଭୁବନେଶ୍ୱର ଏକ ସାକ୍ଷାତ୍‌କାର ଅବସରରେ କହିଛନ୍ତି। ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ଶୂନରେ ଆଉଟ୍‌ ହେବାରେ ସଚିନଙ୍କ ପାଇଁ ଏହା ପ୍ରଥମ ଘଟଣା ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

ମିଚେଲ୍‌ ମାର୍ଶଙ୍କ ରିପ୍ଲେସମେଣ୍ଟ ଘୋଷଣା କଲା ଦିଲ୍ଲୀ କ୍ୟାପିଟାଲ୍ଡ: ଏହି ଖେଳାଳିଙ୍କୁ ଦଳରେ କଲା ସାମିଲ

ନୂଆଦିଲ୍ଲୀ, ୨୬ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ର ଅବଶିଷ୍ଟାଂଶ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ମିଚେଲ ମାର୍ଶଙ୍କ ସ୍ଥାନରେ ଆଫଗାନିସ୍ତାନ ଅଲରାଉଣ୍ଡର ଗୁଲ୍‌ବଦିନ ନାଇବଙ୍କୁ ଦଳରେ ସାମିଲ...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ସବୁ ମ୍ୟାଚ୍‌ ଜିତିପାରିବୁ ନାହିଁ…କାହିଁକି ଏମିତି କହିଲେ ୨୦.୫ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡଛି। ବେଙ୍ଗାଲୁରୁ ନିଜ ଘରେ ହାଇଦ୍ରାବାଦକୁ...

୩.୨ ଓଭର-୦ ରନ୍‌-୭ ଉଇକେଟ୍‌: ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌

ବାଲି,୨୬।୪: ଇଣ୍ଡୋନେସିଆର ବାଲିରେ ଖେଳାଯାଇଥିବା ଅନ୍ତର୍ଜାତୀୟ ମହିଳା ଟି-୨୦ ମ୍ୟାଚରେ ବିଶ୍ୱ ରେକର୍ଡ ହାସଲ କରିଛନ୍ତି ଇଣ୍ଡୋନେସିଆର ବୋଲର ରୋହମାଲିଆ। ଏହି ୧୭ ବର୍ଷୀୟା ଅଫ...

ଆରସିବିର ବିଜୟ ପରେ ବଦଳିଗଲା ପଏଣ୍ଟ୍‌ ଟେବୁଲ୍‌: ଅରେଞ୍ଜ୍‌-ପର୍ପଲ କ୍ୟାପ୍‌ ରେସ୍‌ ବି ହେଲା ରୋଚକ

ହାଇଦ୍ରାବାଦ,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସନରାଇଜର୍ସ ହାଇଦ୍ରାବାଦକୁ ୩୫ ରନରେ ପରାସ୍ତ କରିଛି। ଏହି ସିଜିନ୍‌ରେ ଏହା ଆରସିବିର ଦ୍ୱିତୀୟ...

ଶେଷରେ ରିଙ୍କୁ ସିଂଙ୍କ ମନବାଞ୍ଛା ପୂରଣ କଲେ କୋହଲି

ନୂଆଦିଲ୍ଲୀ,୨୬।୪: ଆଇପିଏଲରେ ଅନେକ ରୋଚକ ଘଟଣା ଦେଖିବାକୁ ମିଳେ। ସେହିଭଳି ବର୍ତ୍ତମାନ କିଛି ଦିନ ଧରି କୋଲକାତା ନାଇଟ ରାଇଡର୍ସର ରିଙ୍କୁ ସିଂ ଏବଂ ବିରାଟ...

ଏବେ ବି ଆରସିବିର ପ୍ଲେ ଅଫ୍‌ ଆଶା ଜୀବନ୍ତ: ଜାଣନ୍ତୁ କ’ଣ ରହିଛି ସମୀକରଣ

ହାଇଦ୍ରାବାଦ,୨୬।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩୫ ରନ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ଫାଫ ଡୁ ପ୍ଲେସିସ୍ଙ୍କ ନେତୃତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri