Posted inଖେଳ

ସଚିନଙ୍କୁ ଶୂନରେ ଆଉଟ କରିବା ମୁହୂର୍ତ୍ତକୁ ବର୍ଣ୍ଣନା କରିପାରିବିନି: ଭୁବନେଶ୍ୱର

ନୂଆଦିଲ୍ଲୀ, ୩୦।୬- କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ଆଉଟ୍‌ କରିବା ପ୍ରତି ବୋଲରଙ୍କ ଏକ ସ୍ବପ୍ନ ରହିଥାଏ। ବର୍ତ୍ତମାନ ଭାରତୀୟ ଦ୍ରୁତ ବୋଲିଂ ବିଭାଗର ଭାର ସମ୍ଭାଳୁଥିବା ଭୁବନେଶ୍ୱର କୁମାରଙ୍କୁ ମଧ୍ୟ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ଥରେ ସଚିନଙ୍କୁ ଆଉଟ୍‌ କରିବାର ସୁଯୋଗ ମିଳିଥିଲା। ୨୦୦୯ରେ ମାତ୍ର ୧୯ ବର୍ଷ ବୟସରେ ଭୁବନେଶ୍ୱର ଉତ୍ତର ପ୍ରଦେଶ ପକ୍ଷରୁ ଖେଳୁଥିବାବେଳେ ସଚିନଙ୍କୁ ଶୂନରେ ଆଉଟ୍‌ କରିଥିଲେ। ସଚିନ ମୁମ୍ବାଇ ପକ୍ଷରୁ ଖେଳୁଥିଲେ। ଭୁବନେଶ୍ୱରଙ୍କ ଏକ କଟର୍‌ ବଲ୍‌ ସଚିନଙ୍କ ବ୍ୟାଟ୍‌ର ଇନ୍‌ସାଇଡ୍‌ ଏଜ୍‌ ଲାଗି ଫିଲ୍ଡରଙ୍କ ହାତକୁ ଚାଲିଯାଇଥିଲା। ଫଳରେ ଖାତା ଖୋଲିବା ପୂର୍ବରୁ ସଚିନଙ୍କୁ ଶୂନରେ ପ୍ୟାଭିଲିୟନ ଫେରାଇ ଦେଇଥିଲେ ଭୁବନେଶ୍ୱର। ଏହି ମୁହୂର୍ତ୍ତକୁ ଆଜି ପର୍ଯ୍ୟନ୍ତ ଭୁଲି ପାରି ନ ଥିବା ଉତ୍ତର ପ୍ରଦେଶର ଏହି ସୁଇଂ ବୋଲର କହିଛନ୍ତି। ‘ସଚିନଙ୍କୁ ଆଉଟ୍‌ କରିବା ମୋ ପାଇଁ ଏକ ସୌଭାଗ୍ୟପୂର୍ଣ୍ଣ ମୁହୂର୍ତ୍ତ ଥିଲା। ଯାହାକୁ ଶଦ୍ଦରେ ବର୍ଣ୍ଣନା କରିହେବ ନାହିଁ। ଏହି ମୁହୂର୍ତ୍ତକୁ କେବଳ ଅନୁଭବ କରିହେବ। ଏହି କଟର୍‌ ବଲ୍‌ଟି ସଚିନଙ୍କ ବ୍ୟାଟ୍‌ର ଇନ୍‌ ସାଇଡ୍‌ ଏଜ୍‌ ଲାଗି ସିଧା ଫିଲ୍ଡର ହାତକୁ ଚାଲିଯାଇଥିଲା। ସେତେବେଳେ ଉତ୍ତର ପ୍ରଦେଶ ଦଳର ଅଧିନାୟକ ଥିବା ମହମ୍ମଦ କୈଫଙ୍କୁ ମଧ୍ୟ ଏଥିଲାଗି ଧନ୍ୟବାଦ ଦେବି। ସେ ଫିଲ୍ଡରକୁ ନେଇ ଏକ ଅଜବ ସ୍ଥାନରେ ଠିଆ କରାଇଥିଲେ। ଯେଉଁଠିକି ସାଧାରଣତଃ କୌଣସି ଫିଲ୍ଡର ଠିଆ ହୋଇ ନ ଥାନ୍ତି’ ବୋଲି ଭୁବନେଶ୍ୱର ଏକ ସାକ୍ଷାତ୍‌କାର ଅବସରରେ କହିଛନ୍ତି। ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ଶୂନରେ ଆଉଟ୍‌ ହେବାରେ ସଚିନଙ୍କ ପାଇଁ ଏହା ପ୍ରଥମ ଘଟଣା ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଲେ ବିରୁଷ୍କା: ଦାମ୍‌ ଜାଣିଲେ ଉଡ଼ିଯିବ ହୋଶ୍‌

ମୁମ୍ବାଇ,୨୭।୭:ଭାରତୀୟ କ୍ରିକେଟ କିମ୍ବଦନ୍ତୀ ବିରାଟ କୋହଲି ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଏହି ଦମ୍ପତି ମୁମ୍ବାଇର ଭର୍ସୋଭା ଅଞ୍ଚଳରେ ୧୯.୨୯…

ଏହି ଅଭିନେତ୍ରୀଙ୍କ ପ୍ରେମରେ ବୋଲ୍ଡ ହେଲେ ଅର୍ଶଦୀପ ସିଂ

ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଅର୍ଶଦୀପ ସିଂହ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ଅର୍ଶଦୀପ ଇନଷ୍ଟାଗ୍ରାମରେ ମଡେଲ ତଥା ଅଭିନେତ୍ରୀ…

ପ୍ଲେୟାର ଅଫ ଦି ସିରିଜ ଜିତିବା ସତ୍ତ୍ୱେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଚେତାବନୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୭।୭: ଜିମ୍ବାୱେ ବିପକ୍ଷରେ T20 ସିରିଜରେ ଚମତ୍କାର ପ୍ରଦର୍ଶନ ପରେ ବୈଭବ ସୂର୍ଯ୍ୟବଂଶୀ ‘ପ୍ଲେୟାର ଅଫ ଦି ସିରିଜ’ ପୁରସ୍କାର ଜିତିଥିଲେ। ଏହି ଚମତ୍କାର ପ୍ରଦର୍ଶନ ସତ୍ତ୍ୱେ,…

‘ମ୍ୟାନ ଅଫ ଦି ସିରିଜ’ ବିବେଚିତ ହେବା ପରେ ହୃଦୟସ୍ପର୍ଶୀ ବୟାନ ଦେଇ ମନ କିଣିଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୭।୭: ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତର ତିକ୍ତ ସ୍ମୃତିକୁ ପଛରେ ପକାଇ, ଟିମ ଇଣ୍ଡିଆ ଜିମ୍ବାୱେରେ ବିଜୟୀ ହୋଇଥିଲା। ଭାରତ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ…

ଭାରତକୁ ମିଳିଲା ପ୍ରଥମ ସ୍ବର୍ଣ୍ଣ

ଗ୍ଲାସ୍‌ଗୋ,୨୬ା୭: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରବିବାର ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଛି। ତାରକା ଭାରୋତ୍ତୋଳିକା ମୀରାବାଈ ଚାନୁ ମହିଳା ୪୮ କେଜି କାଟେଗୋରୀରେ ଏହି ସଫଳତା ପାଇଛନ୍ତି।…

ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ: ଭାରତର କ୍ଲିନ ସୁଇପ୍‌

ହରାରେ,୨୬ା୭: ଭାରତର ବ୍ୟାଟିଂ ସେନସେଶନ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତ ୩୫ ରନରେ…

ରିଶିକାନ୍ତଙ୍କୁ ମିଳିଲା ରୌପ୍ୟ ପଦକ

ଗ୍ଲାସ୍‌ଗୋ,୨୬ା୭: ଭାରତର ରିଶିକାନ୍ତ ସିଂ ଚନାମ୍ବାମ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ରବିବାର ପୁରୁଷ ୬୦ କେଜି ଭାରୋତ୍ତୋଳନ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି। ମଣିପୁରର ଏହି…

ଇତିହାସ ରଚିଲେ ଅଭିଷେକ ଶର୍ମା, ଟି-୨୦ କ୍ରିକେଟରେ ଏହି ସଫଳତା ହାସଲ କରିବାରେ ହେଲେ ପ୍ରଥମ ଭାରତୀୟ ଓପନିଂ ବ୍ୟାଟସମ୍ୟାନ

ନୂଆଦିଲ୍ଲୀ,୨୬।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ୯୦ ରନରେ ବିଜୟ ହାସଲ କରିଛି। ତଥାପି, ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ପୁଣି ଥରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri