ରୁଷିଆ ଉପରେ ୟୁକ୍ରେନ୍‌ ଆକ୍ରମଣ ନେଇ ଚର୍ଚ୍ଚା, ଏଞ୍ଜେଲ୍ସ ଏୟାରବେସ ଉପରେ ବୋମା ମାଡ଼…

ମସ୍କୋ/କିଭ୍‌,୨୬।୧୨ : ରୁଷିଆ ୟୁକ୍ରେନ୍‌ ଯୁଦ୍ଧରେ ଏବେ ନୂଆ ମୋଡ଼ ଆସିଛି। ଆକ୍ରମଣର ସମ୍ମୁଖୀନ ହୋଇଥିବା ୟୁକ୍ରେନ ବର୍ତ୍ତମାନ ଯୁଦ୍ଧର ଗତି ବଦଳାଇ ରୁଷିଆର କେତେକ ଅଞ୍ଚଳରେ ଆକ୍ରମଣ ଆରମ୍ଭ କରିଛି। ସଦ୍ୟତମ ମାମଲା ରୁଷିଆର ଏଞ୍ଜେଲ୍ସ ଏୟାରବେସ ଉପରେସୋମବାର ସକାଳେ ଦୁଇଟି ବଡ ବିସ୍ଫୋରଣ ଘଟିଛି। ଏହି ଆକ୍ରମଣ ୟୁକ୍ରେନ ପକ୍ଷରୁ ହୋଇଛି ବୋଲି ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ଯଦି ଏଭଳି ହୋଇଥାଏ ତେବେ ଏହା ରୁଷିଆ ପାଇଁ ଚିନ୍ତାର ବିଷୟ ହେବ। କାରଣ ଏଞ୍ଜେଲ୍ସ ଏୟାରବେସ ରୁଷିଆ-ୟୁକ୍ରେନ ସୀମାଠାରୁ ପ୍ରାୟ ୬୦୦ କିଲୋମିଟର ଦୂରରେ ଅବସ୍ଥିତ ।

ନ୍ୟୁଜ ଏଜେନ୍ସି ରଏଟର୍ସ ଅନୁଯାୟୀ, ୟୁକ୍ରେନ ଏବଂ ରୁଷିଆର ଗଣମାଧ୍ୟମ ଏହି ବିସ୍ଫୋରଣ ସମ୍ପର୍କରେ ରିପୋର୍ଟ ପ୍ରକାଶ କରିଛନ୍ତି। ଏୟାରବେସରେ ଦୁଇଟି ବଡ଼ ଧରଣର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। କିଛି ସ୍ଥାନୀୟ ଲୋକ କହିଛନ୍ତି ଯେ ବିସ୍ଫୋରଣର କିଛି ସମୟ ପୂର୍ବରୁ ଏୟାର ସାଇରନ ଶବ୍ଦ ଶୁଣା ଯାଇଥିଲା।

କୂଟନୈତିକ ଦୃଷ୍ଟିରୁ ରୁଷ ପାଇଁ ଏଞ୍ଜେଲ୍ସ ଏୟାରବେସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ରୁଷିାର ସାରାଟୋଭ ସହର ନିକଟରେ। ରୁଷିଆର ରାଜଧାନୀ ମସ୍କୋଠାରୁ ଏହାର ଦୂରତା ୭୩୦ କିଲୋମିଟର। ଡିସେମ୍ବର ୫ ରେ ମଧ୍ୟ ଏହି ଏୟାରବେସରେ ୟୁକ୍ରେନ ଡ୍ରୋନ ଆକ୍ରମଣ ହେବାର ଖବର ଆସିଥିଲା। ରୁଷିା କିମ୍ବା ୟୁକ୍ରେନ ଏହାକୁ ନେଇ ସେତେବେଳେ କୌଣସି ମନ୍ତବ୍ୟ ପ୍ରଦାନ କରି ନ ଥିଲେ।

ତେବେ ବର୍ତ୍ତମାନ ଏହି ଏୟାରବେସ ଉପରେ ଆଉ ଏକ ଆକ୍ରମଣ ରୁଷିଆର ସାମରିକ ଭାବମୂର୍ତ୍ତିକୁ ବ୍ୟାପକ କ୍ଷତି ପହଞ୍ଚାଇପାରେ। ବିଶ୍ଳେଷକମାନେ କହିଛନ୍ତି ଯେ ଯଦି ଏହି ଆକ୍ରମଣ ୟୁକ୍ରେନରୁ କରାଯାଇଛି, ତେବେ ଏହା ରୁଷିଆର ବାୟୁ ପ୍ରତିରକ୍ଷାର ଏକ ପ୍ରମୁଖ ବିଫଳତା ଭାବରେ ଦେଖାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?