Posted inଜାତୀୟ

ସିନ୍ଧୁନଦୀ ଜଳ ଚୁକ୍ତି ଆଲୋଚନା

ନୂଆଦିଲ୍ଲୀ, ୧୦।୮(ପି.ଟି.): କରୋନା ମହାମାରୀ ଯୋଗୁ ସିନ୍ଧୁନଦୀ ଜଳ ଚୁକ୍ତି (ଆଇଡବ୍ଲ୍ୟୁଟି)ର ବାକି ଥିବା କେତେକ ପ୍ରସଙ୍ଗ ଉପରେ ଆଲୋଚନା ଭିଡିଓ କନ୍‌ଫରେନ୍ସ ଜରିଆରେ କରିବା ପାଇଁ ଭାରତ ପ୍ରସ୍ତାବ ଦେଇଛି। ଅନ୍ୟପକ୍ଷରେ ଓ୍ବାଘା ସୀମାରେ ବୈଠକ କରିବା ପାଇଁ ଇସ୍‌ଲାମାବାଦ ଚାପ ପକାଉଥିବା ଏକ ସୂତ୍ରରୁ ଜଣାପଡ଼ିଛି। ମହାମାରୀ ଯୋଗୁ ଅଟ୍ଟାରୀ ମିଳିତ ଚେକ୍‌ପୋଷ୍ଟରେ ବୈଠକ କରିବା ଠିକ୍‌ ନୁହେଁ ବୋଲି ଭାରତର ସିନ୍ଧୁନଦୀ ଜଳ କମିଶନର ତାଙ୍କ ପାକ୍‌ ପ୍ରତିପକ୍ଷଙ୍କୁ ଗତ ସପ୍ତାହରେ ପତ୍ର ଲେଖି ଜଣାଇଥିଲେ। ପାକିସ୍ତାନର ଅନୁରୋଧକ୍ରମେ ଗତ ମାର୍ଚ୍ଚ ମାସରେ ଏହି ବୈଠକ ହେବାର ଥିଲା। ତେବେ କରୋନା ପାଇଁ ତାହା ବିଳମ୍ବିତ ହୋଇଛି। ସ୍ଥିତି ସ୍ବାଭାବିକ ହେବା ଅପେକ୍ଷା କରିବା କିମ୍ବା ଭିଡିଓ କନ୍‌ଫରେନ୍ସ ଜରିଆରେ ବୈଠକ କରିବା ପାଇଁ ଭାରତ ପକ୍ଷରୁ ଜୁଲାଇ ପ୍ରଥମ ସପ୍ତାହରେ କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କ ବିବାଦୀୟ ବୟାନ: କରୋନା ସଂକ୍ରମିତ ହୋଇ ମମତାଙ୍କୁ କରିବେ ଆଲିଙ୍ଗନ

କୋଲକାତା,୨୮ ।୯: ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ହେଲେ ଏବେଠାରୁ ସେଠାରେ ବିଭିନ୍ନ ରାଜନୈତିକ ଦଳ ସଜବାଜ ହେବା ଦେଖାଗଲାଣି...

ଶୋପିଆନ୍‌ରେ ଏନ୍‌କାଉଣ୍ଟର: ୪ ଆତଙ୍କବାଦୀ ନିହତ

ଶ୍ରୀନଗର, ୧୮।୭: ଜମ୍ମୁ-କଶ୍ମୀରରେ ମିଳିତ ସୁରକ୍ଷାକର୍ମୀଙ୍କୁ ଶନିବାର ପୁଣି ସଫଳତା ମିଳିଛି। ଦକ୍ଷିଣ କଶ୍ମୀରର ଶୋପିଆନ୍‌ ଜିଲାର ଆମ୍‌ଶିପୋରା ଅଞ୍ଚଳରେ ମିଳିତ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୪...

ଗର୍ଭବତୀଙ୍କ ଚିକିତ୍ସା କରିବାକୁ ମନାକଲେ ୮ ହସ୍ପିଟାଲ: ୧୩ ଘଣ୍ଟାପରେ ଆମ୍ବୁଲାନ୍ସ୍‌ରେ ଘଟିଲା ମୃତ୍ୟୁ

ନୋଏଡ଼ା, ୭।୬: ଦେଶରେ କରୋନା ସଂକ୍ରମଣ ନେଇ ଲୋକେ ଏଭଳି ଆତଙ୍କିତ ହୋଇ ପଡ଼ିଛନ୍ତି ଯେ, ସେମାନଙ୍କ ମଧ୍ୟରେ ଥିବା ସାଧାରଣ ମାନବିକତା ମଧ୍ୟ ଏବେ...

କରୋନା ଭୟ: ବନ୍ଦ ହେଲା ନୌସମରାଭ୍ୟାସ

ନୂଆଦିଲ୍ଲୀ,୪ା୩: କରୋନା ସଂକ୍ରମଣ ଭୟରେ ନୌସେନା ଏହାର ସର୍ବବୃହତ ସମରାଭ୍ୟାସ ‘ମିଲନ’କୁ ସ୍ଥଗିତ ରଖିଛି। ମାର୍ଚ୍ଚ ୧୮ରୁ ୨୮ ପର୍ଯ୍ୟନ୍ତ ବିଶାଖାପାଟଣାରେ ଏହି ସମରାଭ୍ୟାସ ଅନୁଷ୍ଠିତ...

କରୋନା ଯୋଗୁ ସ୍ତ୍ରୀଙ୍କ ପାଖକୁ ଯାଇପାରୁନାହାନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ, କଲେ ଦୁଃଖପ୍ରକାଶ

ଶ୍ରୀନଗର,୧୮।୧: ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଜାମ୍ମୁରେ ଏକ ପୁସ୍ତକ ରିଲିଜ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଅନେକ ଅଭିଯୋଗ କରିଥିଲେ।...

ସିଡିଏସ୍‌, ତିନି ସେନାଧ୍ୟକ୍ଷଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ନୂଆଦିଲ୍ଲୀ,୨୧।୬: ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌(ସିଡିଏସ୍‌) ଜେନରାଲ ବିପିନ ରାଓ୍ବତ ଓ ୩ ସେନାମୁଖ୍ୟଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର ଏକ ସମୀକ୍ଷା...

ପ୍ରଧାନମନ୍ତ୍ରୀ ଲୋକ ପଠାଇଥିଲେ ଆମେ ଉଠି ଯାଇଥାନ୍ତୁ

ଚଣ୍ଡିଗଡ଼,୬।୧: ପ୍ରଧାନମନ୍ତ୍ରୀ ସେହି ବାଟ ଦେଇ ଯିବେ ଆମକୁ ଜଣା ନ ଥିଲା। ଏ ସମ୍ପର୍କରେ ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିଲା। ହେଲେ ସେମାନଙ୍କ କଥା...

୫୧ ବର୍ଷ ତଳେ ରୋହତାଙ୍ଗ୍‌ ନିକଟରେ ନିଖୋଜ ହୋଇଥିବା ବାୟୁସେନା ବିମାନ ଏନ୍‌-୧୨ର ଭଗ୍ନାବଶେଷ ମିଳିଲା

ଚଣ୍ଡିଗଡ଼,୧୯।୮: ବାୟୁସେନାର ଏନ୍‌-୧୨ ବିଏଲ୍‌-୫୩୪ ବିମାନ ୫୧ ବର୍ଷ ତଳେ ୧୯୬୮ ଫେବୃୟାରୀ ୭ରେ ହିମାଚଳପ୍ରଦେଶ ରୋହତାଙ୍ଗ୍‌ ନିକଟରେ ନିଖୋଜ ହୋଇଯାଇଥିଲା। ସେତେବେଳେ ଏନେଇ ବହୁ...

Advertisement
Archives

Model This Week