ଓଡ଼ିଶା କଂଗ୍ରେସ ପାଇଁ ପି.କେ.ଙ୍କ ରଣନୀତି ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୦।୪(ବ୍ୟୁରୋ): ଓଡ଼ିଶାରେ କଂଗ୍ରେସର ସ୍ଥିତି ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ନେତୃତ୍ୱ ସମସ୍ୟା ହିଁ ଏହାର ମୁଖ୍ୟ କାରଣ। ପ୍ରତିଟି ନିର୍ବାଚନରେ ଦଳ ଶୋଚନୀୟ ପରାଜୟବରଣ କରୁଛି। ଆଗକୁ ୨୦୨୪ ନିର୍ବାଚନ ହେବାକୁ ଥିବାବେଳେ ଏହା ପୂର୍ବରୁ ଦଳକୁ ପୁଣି ଥରେ ତୃଣମୂଳସ୍ତରରୁ ସଙ୍ଗଠିତ କରିବା ପାଇଁ ଏଆଇସିସି(ଅଖିଳ ଭାରତ କଂଗ୍ରେସ କମିଟି) ଲକ୍ଷ୍ୟ ରଖିଛି। ଜାତୀୟ ରାଜନୀତିର ଷ୍ଟ୍ରାଟେଜି ମେକର ପ୍ରଶାନ୍ତ କିଶୋର(ପି.କେ.) ଓଡ଼ିଶାରେ କଂଗ୍ରେସର ସ୍ଥିତି ସୁଦୃଢ଼ କରିବା ପାଇଁ ହାଇକମାଣ୍ଡଙ୍କୁ କୁଆଡେ ରୋଡ୍‌ମ୍ୟାପ୍‌ ଦେଇଛନ୍ତି ବୋଲି କେତେକ ଜାତୀୟ ଗଣମାଧ୍ୟମରୁ ଜଣାପଡ଼ିଛି। ଓଡ଼ିଶାରେ କଂଗ୍ରେସ ଏକାକୀ ୨୦୨୪ ନିର୍ବାଚନ ଲଢ଼ିବ ବୋଲି ପ୍ରଶାନ୍ତ କୁଆଡେ ସୋନିଆ ଗାନ୍ଧୀଙ୍କୁ କହିଥିବା ନେଇ ବିଶେଷ ଆଲୋଚନା ଚାଲିଛି। ତେବେ ଏଭଳି ଖବର ଆସିବା ପରେ କଂଗ୍ରେସ ରାଜ୍ୟ ନେତୃତ୍ୱ ଖୁସି ହେବା ପରିବର୍ତ୍ତେ ନେତୃତ୍ୱକୁ ନେଇ ବିବାଦ ଆହୁରି ବଢ଼ିଯାଇଛି। ପିସିସି ସଭାପତି ପରିବର୍ତ୍ତନ ନେଇ ବର୍ତ୍ତମାନର ବିଧାୟକ ଏବଂ ପୁରୁଖାଙ୍କ ମଧ୍ୟରେ ମୁହଁାମୁହିଁ ସ୍ଥିତି ଉପୁଜିବା ଭଳି ସ୍ଥିତି ଲକ୍ଷ୍ୟ କରାଯାଉଛି। ଏପରିକି କେବଳ ପିସିସି ସଭାପତି ନୁହେଁ ବରଂ ବିଧାୟକ ଦଳ ନେତାଙ୍କୁ ମଧ୍ୟ ବଦଳାଇବାକୁ ସ୍ବର ଉଠିବା ଆରମ୍ଭ ହୋଇଛି।
ବିଧାୟକ ତାରାପ୍ରସାଦ ବାହୀନିପତି କହିଛନ୍ତି, ପିସିସି ସଭାପତି ପରିବର୍ତ୍ତନ ସୁନିଶ୍ଚିତ। ବିଧାୟକମାନଙ୍କ ଭିତରୁ ଜଣଙ୍କୁ କାହାକୁ କରିବାକୁ ଆମେ ଦାବି କରୁଛୁ। ଯଦି ବିଧାୟକମାନଙ୍କ ଭିତରୁ କାହାକୁ ପିସିସି ସଭାପତି କରା ନ ଯାଏ ତେବେ ଆମର ଅସନ୍ତୋଷ ଜାରି ରହିବ। ଜଣେ ବିଧାୟକ ପିସିସି ସଭାପତି ହେଲେ ତାଙ୍କ ସହ ସମସ୍ତ ବିଧାୟକ ବୁଲିବେ ଓ ଦଳ ଦମ୍‌ ଦେଖାଇପାରିବ। ତାଙ୍କୁ କାର୍ଯ୍ୟକାରୀ ସଭାପତି ପଦ ଦିଆଗଲେ ସେ ଗ୍ରହଣ କରିବେ ନାହଁି। ବିଧାୟକମାନଙ୍କ ସହ ଆଲୋଚନା କରି କ’ଣ କରାଯିବ ନିଷ୍ପତ୍ତି ନିଆଯିବ। ଯଦି ସେମାନଙ୍କ କଥା ନ ଶୁଣନ୍ତି ତେବେ ରାହୁଲ ଗାନ୍ଧୀଙ୍କୁ ଭେଟିବେ ବୋଲି ସେ କହିଛନ୍ତି।
ଏନେଇ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, କେବଳ ପିସିସି ସଭାପତି ନୁହେଁ କଂଗ୍ରେସ ବିଧାୟକ ଦଳ ନେତା ବି ବଦଳିବାର ଆବଶ୍ୟକତା ରହିଛି। ଏ କଥା ଦଳର ପ୍ରାୟ ଅଧିକାଂଶ ବିଧାୟକ କହୁଛନ୍ତି। ପିସିସି ସଭାପତି ଯିଏ ହୁଅନ୍ତୁ ନା କାହଁିକି, ଦଳର ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ଆମେ ତାକୁ ଗ୍ରହଣ କରିବୁ। ବିଧାୟକ ଅଧିରାଜ ପାଣିଗ୍ରାହୀ ନିଜର ପ୍ରତିକ୍ରିୟାରେ କହିଛନ୍ତି, ଏଥର ଜଣେ ବିଧାୟକ ପିସିସି ସଭାପତି ହେଲେ ଭଲ। କିନ୍ତୁ ବିଧାୟକଙ୍କ ସ୍ଥାନରେ ଅନ୍ୟ କାହାକୁ ଯଦି ହାଇକମାଣ୍ଡ ସଭାପତି କରନ୍ତି, ତେବେ ଆମେ ତାଙ୍କୁ ସମର୍ଥନ କରିବୁ। ଏହାସହ ବିଧାୟକ ଦଳ ନେତା ମଧ୍ୟ ପରିବର୍ତ୍ତନ ହେବାର ଆବଶ୍ୟକତା ରହିଛି। ମମିତା ମେହେର ଘଟଣାରେ ନରସିଂହ ମିଶ୍ରଙ୍କ ବଡ଼ପୁଅ କ’ଣ ପାଇଁ ସ୍ପେଶାଲ ପିପି (ପବ୍ଲିକ୍‌ ପ୍ରସିକ୍ୟୁଟର) ନିଯୁକ୍ତ ହେଲେ ଆମେ ଏ ନେଇ ସଙ୍ଗଠନରେ ଆଲୋଚନା କରିବୁ। ନରସିଂହ କଂଗ୍ରେସ ବିଧାୟକ ଦଳ ନେତା ଥିବା ବେଳେ ତାଙ୍କ ପୁଅ କେଉଁ ପରିସ୍ଥିତିରେ ଏବଂ କାହଁିକି ସ୍ପେଶାଲ ପିପି ହେଲେ ବୁଝାପଡୁନାହିଁ ବୋଲି ସେ କହିଛନ୍ତି।
ମମିତା ମେହେର ମାମଲାରେ ନରସିଂହ ମିଶ୍ର କହିଥିଲେ, ସେ ନ୍ୟାୟ ଦେବା ପାଇଁ କଳାକୋର୍ଟ ପିନ୍ଧିବେ। ଆଉ ଏବେ ମମିତାଙ୍କ ପାଇଁ କଳାକୋର୍ଟ ପିନ୍ଧିଛନ୍ତି। ତେବେ ତାଙ୍କ ପୁଅ ସରକାରଙ୍କ ପାଇଁ ଲଢ଼ୁଛନ୍ତି। ଗୋଟିଏ ପଟେ ନରସିଂହ ମମିତାଙ୍କୁ ନ୍ୟାୟ ଦେବା ଲାଗି ଲଢ଼ୁଥିବାବେଳେ ତାଙ୍କ ବଡ଼ପୁଅ ସ୍ପେଶାଲ ପିପି ଭାବେ ନିଯୁକ୍ତ ହୋଇଛନ୍ତି। ଏନେଇ କଂଗ୍ରେସ ନେତା ପ୍ରଶ୍ନ ଉଠାଇଥିବା ବେଳେ ବିଧାୟକ ସୁରେଶ ରାଉତରାୟ ମଧ୍ୟ ଏହାକୁ ନାପସନ୍ଦ କରିଛନ୍ତି। ଅନ୍ୟପକ୍ଷରେ ବିଧାୟକ ନରସିଂହ ଏହା ଉପରେ ପ୍ରତିକ୍ରିୟା ରଖି କହିଛନ୍ତି, ଆଇନ କହୁଛି ପବ୍ଲିକ୍‌ ପ୍ରସିକ୍ୟୁଟର ସରକାରଙ୍କ ଚାକର ନୁହନ୍ତି। ଏହି କେସ୍‌ରେ ବାପା ଏବଂ ପୁଅଙ୍କ ଲକ୍ଷ୍ୟ ଏକ। ଅପରାଧୀଙ୍କୁ ଦଣ୍ଡିତ କରିବା ହେଉଛି ସ୍ପେଶାଲ ପିପିର ଲକ୍ଷ୍ୟ। ମୋର ମଧ୍ୟ ଲକ୍ଷ୍ୟ ଯିଏ ଦୋଷୀ ତାକୁ ଦଣ୍ଡିତ କରାଯାଉ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?