ଓଡ଼ିଶା କଂଗ୍ରେସ ପାଇଁ ପି.କେ.ଙ୍କ ରଣନୀତି ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୦।୪(ବ୍ୟୁରୋ): ଓଡ଼ିଶାରେ କଂଗ୍ରେସର ସ୍ଥିତି ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ନେତୃତ୍ୱ ସମସ୍ୟା ହିଁ ଏହାର ମୁଖ୍ୟ କାରଣ। ପ୍ରତିଟି ନିର୍ବାଚନରେ ଦଳ ଶୋଚନୀୟ ପରାଜୟବରଣ କରୁଛି। ଆଗକୁ ୨୦୨୪ ନିର୍ବାଚନ ହେବାକୁ ଥିବାବେଳେ ଏହା ପୂର୍ବରୁ ଦଳକୁ ପୁଣି ଥରେ ତୃଣମୂଳସ୍ତରରୁ ସଙ୍ଗଠିତ କରିବା ପାଇଁ ଏଆଇସିସି(ଅଖିଳ ଭାରତ କଂଗ୍ରେସ କମିଟି) ଲକ୍ଷ୍ୟ ରଖିଛି। ଜାତୀୟ ରାଜନୀତିର ଷ୍ଟ୍ରାଟେଜି ମେକର ପ୍ରଶାନ୍ତ କିଶୋର(ପି.କେ.) ଓଡ଼ିଶାରେ କଂଗ୍ରେସର ସ୍ଥିତି ସୁଦୃଢ଼ କରିବା ପାଇଁ ହାଇକମାଣ୍ଡଙ୍କୁ କୁଆଡେ ରୋଡ୍‌ମ୍ୟାପ୍‌ ଦେଇଛନ୍ତି ବୋଲି କେତେକ ଜାତୀୟ ଗଣମାଧ୍ୟମରୁ ଜଣାପଡ଼ିଛି। ଓଡ଼ିଶାରେ କଂଗ୍ରେସ ଏକାକୀ ୨୦୨୪ ନିର୍ବାଚନ ଲଢ଼ିବ ବୋଲି ପ୍ରଶାନ୍ତ କୁଆଡେ ସୋନିଆ ଗାନ୍ଧୀଙ୍କୁ କହିଥିବା ନେଇ ବିଶେଷ ଆଲୋଚନା ଚାଲିଛି। ତେବେ ଏଭଳି ଖବର ଆସିବା ପରେ କଂଗ୍ରେସ ରାଜ୍ୟ ନେତୃତ୍ୱ ଖୁସି ହେବା ପରିବର୍ତ୍ତେ ନେତୃତ୍ୱକୁ ନେଇ ବିବାଦ ଆହୁରି ବଢ଼ିଯାଇଛି। ପିସିସି ସଭାପତି ପରିବର୍ତ୍ତନ ନେଇ ବର୍ତ୍ତମାନର ବିଧାୟକ ଏବଂ ପୁରୁଖାଙ୍କ ମଧ୍ୟରେ ମୁହଁାମୁହିଁ ସ୍ଥିତି ଉପୁଜିବା ଭଳି ସ୍ଥିତି ଲକ୍ଷ୍ୟ କରାଯାଉଛି। ଏପରିକି କେବଳ ପିସିସି ସଭାପତି ନୁହେଁ ବରଂ ବିଧାୟକ ଦଳ ନେତାଙ୍କୁ ମଧ୍ୟ ବଦଳାଇବାକୁ ସ୍ବର ଉଠିବା ଆରମ୍ଭ ହୋଇଛି।
ବିଧାୟକ ତାରାପ୍ରସାଦ ବାହୀନିପତି କହିଛନ୍ତି, ପିସିସି ସଭାପତି ପରିବର୍ତ୍ତନ ସୁନିଶ୍ଚିତ। ବିଧାୟକମାନଙ୍କ ଭିତରୁ ଜଣଙ୍କୁ କାହାକୁ କରିବାକୁ ଆମେ ଦାବି କରୁଛୁ। ଯଦି ବିଧାୟକମାନଙ୍କ ଭିତରୁ କାହାକୁ ପିସିସି ସଭାପତି କରା ନ ଯାଏ ତେବେ ଆମର ଅସନ୍ତୋଷ ଜାରି ରହିବ। ଜଣେ ବିଧାୟକ ପିସିସି ସଭାପତି ହେଲେ ତାଙ୍କ ସହ ସମସ୍ତ ବିଧାୟକ ବୁଲିବେ ଓ ଦଳ ଦମ୍‌ ଦେଖାଇପାରିବ। ତାଙ୍କୁ କାର୍ଯ୍ୟକାରୀ ସଭାପତି ପଦ ଦିଆଗଲେ ସେ ଗ୍ରହଣ କରିବେ ନାହଁି। ବିଧାୟକମାନଙ୍କ ସହ ଆଲୋଚନା କରି କ’ଣ କରାଯିବ ନିଷ୍ପତ୍ତି ନିଆଯିବ। ଯଦି ସେମାନଙ୍କ କଥା ନ ଶୁଣନ୍ତି ତେବେ ରାହୁଲ ଗାନ୍ଧୀଙ୍କୁ ଭେଟିବେ ବୋଲି ସେ କହିଛନ୍ତି।
ଏନେଇ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, କେବଳ ପିସିସି ସଭାପତି ନୁହେଁ କଂଗ୍ରେସ ବିଧାୟକ ଦଳ ନେତା ବି ବଦଳିବାର ଆବଶ୍ୟକତା ରହିଛି। ଏ କଥା ଦଳର ପ୍ରାୟ ଅଧିକାଂଶ ବିଧାୟକ କହୁଛନ୍ତି। ପିସିସି ସଭାପତି ଯିଏ ହୁଅନ୍ତୁ ନା କାହଁିକି, ଦଳର ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ଆମେ ତାକୁ ଗ୍ରହଣ କରିବୁ। ବିଧାୟକ ଅଧିରାଜ ପାଣିଗ୍ରାହୀ ନିଜର ପ୍ରତିକ୍ରିୟାରେ କହିଛନ୍ତି, ଏଥର ଜଣେ ବିଧାୟକ ପିସିସି ସଭାପତି ହେଲେ ଭଲ। କିନ୍ତୁ ବିଧାୟକଙ୍କ ସ୍ଥାନରେ ଅନ୍ୟ କାହାକୁ ଯଦି ହାଇକମାଣ୍ଡ ସଭାପତି କରନ୍ତି, ତେବେ ଆମେ ତାଙ୍କୁ ସମର୍ଥନ କରିବୁ। ଏହାସହ ବିଧାୟକ ଦଳ ନେତା ମଧ୍ୟ ପରିବର୍ତ୍ତନ ହେବାର ଆବଶ୍ୟକତା ରହିଛି। ମମିତା ମେହେର ଘଟଣାରେ ନରସିଂହ ମିଶ୍ରଙ୍କ ବଡ଼ପୁଅ କ’ଣ ପାଇଁ ସ୍ପେଶାଲ ପିପି (ପବ୍ଲିକ୍‌ ପ୍ରସିକ୍ୟୁଟର) ନିଯୁକ୍ତ ହେଲେ ଆମେ ଏ ନେଇ ସଙ୍ଗଠନରେ ଆଲୋଚନା କରିବୁ। ନରସିଂହ କଂଗ୍ରେସ ବିଧାୟକ ଦଳ ନେତା ଥିବା ବେଳେ ତାଙ୍କ ପୁଅ କେଉଁ ପରିସ୍ଥିତିରେ ଏବଂ କାହଁିକି ସ୍ପେଶାଲ ପିପି ହେଲେ ବୁଝାପଡୁନାହିଁ ବୋଲି ସେ କହିଛନ୍ତି।
ମମିତା ମେହେର ମାମଲାରେ ନରସିଂହ ମିଶ୍ର କହିଥିଲେ, ସେ ନ୍ୟାୟ ଦେବା ପାଇଁ କଳାକୋର୍ଟ ପିନ୍ଧିବେ। ଆଉ ଏବେ ମମିତାଙ୍କ ପାଇଁ କଳାକୋର୍ଟ ପିନ୍ଧିଛନ୍ତି। ତେବେ ତାଙ୍କ ପୁଅ ସରକାରଙ୍କ ପାଇଁ ଲଢ଼ୁଛନ୍ତି। ଗୋଟିଏ ପଟେ ନରସିଂହ ମମିତାଙ୍କୁ ନ୍ୟାୟ ଦେବା ଲାଗି ଲଢ଼ୁଥିବାବେଳେ ତାଙ୍କ ବଡ଼ପୁଅ ସ୍ପେଶାଲ ପିପି ଭାବେ ନିଯୁକ୍ତ ହୋଇଛନ୍ତି। ଏନେଇ କଂଗ୍ରେସ ନେତା ପ୍ରଶ୍ନ ଉଠାଇଥିବା ବେଳେ ବିଧାୟକ ସୁରେଶ ରାଉତରାୟ ମଧ୍ୟ ଏହାକୁ ନାପସନ୍ଦ କରିଛନ୍ତି। ଅନ୍ୟପକ୍ଷରେ ବିଧାୟକ ନରସିଂହ ଏହା ଉପରେ ପ୍ରତିକ୍ରିୟା ରଖି କହିଛନ୍ତି, ଆଇନ କହୁଛି ପବ୍ଲିକ୍‌ ପ୍ରସିକ୍ୟୁଟର ସରକାରଙ୍କ ଚାକର ନୁହନ୍ତି। ଏହି କେସ୍‌ରେ ବାପା ଏବଂ ପୁଅଙ୍କ ଲକ୍ଷ୍ୟ ଏକ। ଅପରାଧୀଙ୍କୁ ଦଣ୍ଡିତ କରିବା ହେଉଛି ସ୍ପେଶାଲ ପିପିର ଲକ୍ଷ୍ୟ। ମୋର ମଧ୍ୟ ଲକ୍ଷ୍ୟ ଯିଏ ଦୋଷୀ ତାକୁ ଦଣ୍ଡିତ କରାଯାଉ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧନ ବ୍ୟାଙ୍କ୍‌ ଅଧିକାରୀଙ୍କଠାରୁ ଟଙ୍କା ଲୁଟ୍‌ ମାମଲା: ଗ୍ୟାଙ୍ଗ୍‌ ଲିଡର ପାଟୁ ସମେତ ୪ ଗିରଫ

ଭୁବନେଶ୍ୱର, ୩୦। ୮(ବ୍ୟୁରୋ): ବନ୍ଧନ ବ୍ୟାଙ୍କ୍‌ର ଯୋଗାଯୋଗ ଅଧିକାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୯୪ ହଜାର ଟଙ୍କା ଲୁଟ୍‌ ଘଟଣାର ପର୍ଦ୍ଦାଫାଶ କରିଛି ସ୍ପେଶାଲ ସ୍କ୍ବାଡ୍‌।...

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ

ସମ୍ବଲପୁର,୧୪।୨(ବ୍ୟୁରୋ): ସମ୍ବଲପୁରର ଜିଲାର ମୁଖ୍ୟ ଯନ୍ତ୍ରୀ ସୁନିଲ କୁମାର ପଣ୍ଡା ସୋମବାର ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଏହି ଚଢ଼ାଉ...

ଡକାୟତି ଯୋଜନା ବେଳେ ୪ ଧରାପଡ଼ିଲେ

ଖୋର୍ଦ୍ଧା ଅଫିସ,୨୨।୨: ଦୁଇଦିନ ତଳେ ଖୋର୍ଦ୍ଧା ସବ୍‌ଜେଲରୁ ଜାମିନରେ ଆସି ୪ ଅଭିଯୁକ୍ତ ଧଉଳିମୁହଁ ରେଲୱେ କ୍ରସିଂ ନିକଟରେ ଡକାୟତି ଯୋଜନା କରୁଥିବା ବେଳେ ପୋଲିସ...

ଓଏଚ୍‌ଆର୍‌ସିରେ ୪୦ ପ୍ରତିଶତ କର୍ମଚାରୀ ପଦ ଖାଲି: ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କଲେ ଆଇନଜୀବୀ

ଭୁବନେଶ୍ୱର,୨୭ା୧୦(ବ୍ୟୁରୋ): ରାଜ୍ୟ ମାନବୀକ ଅଧିକାର କମିଶନ(ଓଏଚ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟରେ ୬୯ ପଦବୀ ରହିଥିବାବେଳେ ୪୦ ପ୍ରତିଶତ ଅର୍ଥାତ୍‌ ୨୭ଟି ଖାଲି ପଡିଛି। ଏହାକୁ ପୂରଣ କରାଯାଉ ନ...

୩୮ ଡିଗ୍ରୀ ଉପରେ ୫ ସହର

ଭୁବନେଶ୍ୱର, ୧୪।୩(ବ୍ୟୁରୋ):ରାଜ୍ୟରେ ଉପରମୁହଁା ରହିଛି ପାରଦ। ସୋମବାର ୫ଟି ସହରରେ ତାପମାତ୍ରା ୩୮ ଡିଗ୍ରୀ ଟପିଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ସମ୍ବଲପୁରରେ ସର୍ବାଧିକ...

ରେଳମନ୍ତ୍ରୀଙ୍କ ସ୍ପଷ୍ଟୀକରଣକୁ ଅପେକ୍ଷା

ଭୁବନେଶ୍ୱର, ୨୧।୮(ବ୍ୟୁରୋ):୧୯୯୬ରେ କେନ୍ଦ୍ରରେ ଏଚ୍‌.ଡି. ଦେବେଗୌଡ଼ାଙ୍କ ସରକାର ଥିବାବେଳେ ଦେଶରେ ୭ଟି ନୂଆ ରେଲଓ୍ବେ ଜୋନ୍‌ ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନିଆଗଲା। ଏହି ୭ଟି...

ଚାଷୀ ଅନୁକୂଳ କଲେ ପହିଲି ମୁଣ୍ଡା

ମହାକାଳପଡ଼ା,୨୫ା୭(ଡି.ଏନ୍‌.ଏ.): ଓଡ଼ିଶାରେ ମୌସୁମୀ ବାୟୁ ପ୍ରବେଶ କରିବା ପରେ ଚାଷୀମାନଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଅନେକ ଅଞ୍ଚଳରେ ତଳିଘେରା ପ୍ରସ୍ତୁତ ହୋଇଥିବା ବେଳେ ଚାଷୀମାନେ...

ଆଜି ଭୁବନେଶ୍ୱରରୁ ୪ ଆକ୍ରାନ୍ତ ଚିହ୍ନଟ: ସବୁ ଲୋକାଲ କେସ

ଭୁବନେଶ୍ୱର,୨୫।୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ସବୁ ଲୋକାଲ କେସ୍‌ ଥିବା ଜଣା ପଡ଼ିଛି। ସେହିପରି...

Advertisement
Archives

Model This Week