‘ଶୃଙ୍ଖଳା, ତ୍ୟାଗ ସଫଳତାର ଚାବିକାଠି’

ଭୁବନେଶ୍ୱର, ୧।୫(ବ୍ୟୁରୋ): ଶୃଙ୍ଖଳା, ତ୍ୟାଗ ଓ ଉତ୍ସର୍ଗୀକୃତ ମନୋଭାବ ହିଁ ସଫଳତାର ଚାବିକାଠି। ଶ୍ରେଷ୍ଠ ପ୍ରଦର୍ଶନ ସହ ନିଜର ପ୍ରତିଭା ଓ ଦକ୍ଷତା ବିକାଶ ପାଇଁ ଛାତ୍ରୀଛାତ୍ର ଏହି ୩ଟି ସୂତ୍ର ଉପରେ ଗୁରୁତ୍ୱ ଦେବା ଉଚିତ। ଛାତ୍ରୀଛାତ୍ରଙ୍କ ଚରିତ୍ର ଗଠନରେ ଶିକ୍ଷକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି। ଛାତ୍ରୀଛାତ୍ରଙ୍କ ଅନ୍ତର୍ନିହିତ ପ୍ରତିଭାକୁ ଚିହ୍ନଟ କରି ସେହି କ୍ଷେତ୍ରରେ କିଭଳି ସେମାନେ ପାରଦର୍ଶିତା ହାସଲ କରିପାରିବେ ସେଥିପାଇଁ ପ୍ରୟାସ ଜାରି ରଖିବାକୁ ଶିକ୍ଷକମାନେ ପରାମର୍ଶ ଦେବା ଆବଶ୍ୟକ ବୋଲି ଓଡ଼ିଶା ହାଇକୋର୍ଟର ବିଚାରପତି ଡ. ବିଦ୍ୟୁତ୍‌ ରଞ୍ଜନ ଷଡ଼ଙ୍ଗୀ କହିଛନ୍ତି। ଶନିବାର ଉତ୍କଳ ବିଶ୍ୱବିଦ୍ୟାଳୟର ୫୧ତମ ସମାବର୍ତ୍ତନ ଉତ୍ସବ ତଥା ଉପାଧି ପ୍ରଦାନ ସମାବେଶରେ ବିଚାରପତି ଡ. ଷଡ଼ଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଦୀକ୍ଷାନ୍ତ ଭାଷଣ ଦେଇଥିଲେ। ସେ କହିଲେ, ଶିକ୍ଷାର ଅର୍ଥ ହେଉଛି ଆହ୍ବାନକୁ ସମ୍ମୁଖୀନ ହେବା। ଯଦି ପ୍ରତିଟି ଆହ୍ବାନକୁ ସଫଳତାର ସହ ମୁକାବିଲା କରାଯାଇପାରିବ, ତା’ହେଲେ ସବୁ ସମସ୍ୟାର ସମାଧାନ ହୋଇପାରିବ। ଜଣେ ନିଜର ରୁଚି ଥିବା କ୍ଷେତ୍ରରେ ପାରଦର୍ଶିତା ହାସଲ ସହ ପ୍ରତିଭା ଓ ଦକ୍ଷତା ପ୍ରଦର୍ଶନ କରିପାରିବ। ନିଜର ସ୍ବପ୍ନକୁ ପୂରଣ ପାଇଁ ଶିକ୍ଷାଗ୍ରହଣ ପରେ ଦାୟିତ୍ୱ ବଢ଼ିଯିବ। ଚାକିରି, ବ୍ୟବସାୟ କିମ୍ବା ଆତ୍ମନିର୍ଭରଶୀଳ କ୍ଷେତ୍ରରେ କିଭଳି ଉତ୍କର୍ଷ ହାସଲ କରିପାରିବେ ସେଥିପାଇଁ କଠିନ ଅଧ୍ୟବସାୟ ଜାରି ରଖିବାକୁ ଡ. ଷଡ଼ଙ୍ଗୀ ଛାତ୍ରୀଛାତ୍ରଙ୍କୁ ଆହ୍ବାନ ଦେଇଥିଲେ।
ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ, ଉତ୍କଳ ବିଶ୍ୱବିଦ୍ୟାଳୟ ହେଉଛି ଅନ୍ୟମାନଙ୍କ ପାଇଁ ମାର୍ଗଦର୍ଶକ ଓ ଏହା ସମଗ୍ର ବିଶ୍ୱରେ ବିଦିତ। ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାର ଅନୁଦାନ ଯୋଗାଇ ଦେବାରେ କେବେ ଅବହେଳା କରିନାହାନ୍ତି। ଏହାର ଉନ୍ନତୀକରଣ ପାଇଁ ସରକାର ୬୦ କୋଟି ଟଙ୍କା ଦେଇଛନ୍ତି। ସବୁ ବିଭାଗରେ ସ୍ମାର୍ଟ କ୍ଲାସ୍‌ ରୁମ୍‌ ବ୍ୟବସ୍ଥା କରିବାକୁ ସରକାର ପାଣ୍ଠି ଯୋଗାଇଦେବେ ବୋଲି ମନ୍ତ୍ରୀ ସାହୁ ଘୋଷଣା କରିଥିଲେ।
କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ସ୍ବାଗତ ଭାଷଣ ଦେଇ କହିଲେ, ନୂତନ ଶିକ୍ଷା ନୀତି ଓ ଗବେଷଣାରେ ଅନ୍ତଃଶୃଙ୍ଖଳା ବିଦ୍ୟାର ଅନୁମୋଦନ ଏବଂ ନବନିର୍ମିତ ବିଭିନ୍ନ କେନ୍ଦ୍ର ମାଧ୍ୟମରେ ଉତ୍ସାହଜନକ ପ୍ରକଳ୍ପ ଓ ଗବେଷଣା କାର୍ଯ୍ୟରେ ନୂତନତ୍ତ୍ୱ, ବୈଷୟିକ ବିକାଶ ତଥା ଡିଜିଟାଲାଇଜେଶନ ପ୍ରକ୍ରିୟା ଆମ ବିଶ୍ୱବିଦ୍ୟାଳୟର ଗୌରବକୁ ସମ୍ପ୍ରସାରିତ କରିବାରେ ସହାୟକ ହୋଇପାରିବ। ଏହି ଅବସରରେ ବିଭିନ୍ନ ବିଷୟରେ ସର୍ବୋଚ୍ଚ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଥିବା ୯୮ ଛାତ୍ରୀଛାତ୍ରଙ୍କୁ ସ୍ବର୍ଣ୍ଣପଦକ ଏବଂ ୧୮୯ ଛାତ୍ରୀଛାତ୍ରଙ୍କୁ ପିଏଚ୍‌ଡି ଡିଗ୍ରୀ ଉପାଧି ପ୍ରଦାନ କରାଯାଇଥିଲା। କୁଳସଚିବ ଡ. ଅଭୟ କୁମାର ନାୟକ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଘରେ ଏକାକୀ ଥିବାବେଳେ ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ! ଗୋଡ଼ାଇ ଗୋଡ଼ାଇ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସକୁ…

ଦିଗପହଣ୍ଡି,୨୯।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀଙ୍କୁ ଘରେ ପଶି ବଳାତ୍କାର…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri