ଜଳବାୟୁ ପରିବର୍ତ୍ତନରୁ ବିପର୍ଯ୍ୟୟ ବଢ଼ିବ

ଜେନେଭା,୧୪ା୧୦(ଏ.ପି.): ସମ୍ପ୍ରତି ଜଳବାୟୁ ପରିବର୍ତ୍ତନ ସାରା ବିଶ୍ୱ ଆଗରେ ଏକ ବଡ଼ ଆହ୍ବାନ ରୂପେ ଦଣ୍ଡାୟମାନ। ଏଥିଯୋଗୁ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ, ବିଶ୍ୱତାପନ, ବନାଗ୍ନି, ମରୁଡ଼ି ଓ ସାମୁଦ୍ରିକ ଝଡ଼ ଭଳି ବିପତ୍ତି ସଂଖ୍ୟା ବଢ଼ିବାରେ ଲାଗିଛି। ଏଭଳି ସ୍ଥିତି ଲାଗିରହିଲେ ଆଗକୁ ଆମକୁ ବଡ଼ ବଡ଼ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ିବ। ଫଳରେ ଆସନ୍ତା ଦଶନ୍ଧିରେ ଅନ୍ତର୍ଜାତୀୟ ମାନବିକ ସହାୟତା ଆବଶ୍ୟକ କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧିପାଇବ। ୨୦୧୮ରେ ବିଶ୍ୱବ୍ୟାପୀ ଏହି କାରଣରୁ ୧୦୮ ନିୟୁତ ଲୋକ ମାନବିକ ସହାୟତା ଲୋଡ଼ିଥିବାବେଳେ ୨୦୩୦ରେ ଏଭଳି ଅଭାବୀଙ୍କ ସଂଖ୍ୟା ୫୦% ବଢ଼ିଯିବ। ଜାତିସଂଘ ପାଣିପାଗ ସଂସ୍ଥା ମଙ୍ଗଳବାର ଏଭଳି ଭବିଷ୍ୟବାଣୀ କରି କ୍ରମବର୍ଦ୍ଧିଷ୍ଣୁ ବିପର୍ଯ୍ୟୟର ସମ୍ଭାବ୍ୟ ଭୟାନକ ଚିତ୍ର ଆଙ୍କିଛି, ଯାହାକି ବିଶ୍ୱ ସମୁଦାୟର ଚିନ୍ତା ବଢ଼ାଇ ବିପର୍ଯ୍ୟୟ ମୁକାବିଲା ପାଇଁ ଆବଶ୍ୟକ ରଣନୀତି ପ୍ରସ୍ତୁତ କରିବାକୁ ଏକପ୍ରକାର ବାଧ୍ୟ କରିଛି।
ବିଶ୍ୱ ପାଣିପାଗ ସଂସ୍ଥା ଓ ଏହାର ସହଯୋଗୀ ସଙ୍ଗଠନଗୁଡ଼ିକ ପକ୍ଷରୁ ଜାରି କରାଯାଇଥିବା ସଦ୍ୟ ରିପୋର୍ଟରେ ଦର୍ଶାଯାଇଛି ଯେ, ଜଳବାୟୁ ସମ୍ପର୍କିତ ବିପର୍ଯ୍ୟୟ ପ୍ରତିବର୍ଷ ବଢ଼ିବାରେ ଲାଗିଛି। ବିଗତ ୫୦ ବର୍ଷ ମଧ୍ୟରେ ବିଶ୍ୱବାସୀ ପାଣିପାଗ, ଜଳବାୟୁଜନିତ ବିପର୍ଯ୍ୟୟ ଓ ସୁନାମି ଭଳି ୧୧,୦୦୦ ଅସ୍ବାଭାବିକ ସ୍ଥିତିକୁ ପ୍ରତ୍ୟକ୍ଷ କରିଛନ୍ତି। ଏଥିଯୋଗୁ ୨୦ ଲକ୍ଷ ଲୋକଙ୍କ ଜୀବନ ଯାଇଛି ଏବଂ ବିଶ୍ୱ ଅର୍ଥନୀତିକୁ ୩.୬ ଟ୍ରିଲିୟନ ଡଲାର କ୍ଷତି ସହିବାକୁ ପଡ଼ିଛି। ସାମାନ୍ୟ ଆଶ୍ୱସ୍ତିର ବିଷୟ ହେଉଛି ଏହି ଅବଧି ମଧ୍ୟରେ ବିପର୍ଯ୍ୟୟଜନିତ ମୃତ୍ୟୁହାର ବାର୍ଷିକ ଏକ-ତୃତୀୟାଂଶ ହ୍ରାସ ପାଇଛି। ତେବେ ବିପର୍ଯ୍ୟୟ ଓ ତଦ୍‌ଜନିତ ଆର୍ଥିକ କ୍ଷତି ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଛି।
୧୬ଟି ଅନ୍ତର୍ଜାତୀୟ ଏଜେନ୍ସି ଓ ବିତ୍ତୀୟ ସଂସ୍ଥା ପକ୍ଷରୁ ‘୨୦୨୦ ଷ୍ଟେଟ୍‌ ଅଫ୍‌ କ୍ଲାଇମେଟ୍‌ ସର୍ଭିସେସ୍‌’ ଶୀର୍ଷକ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏଥିରେ ବିପର୍ଯ୍ୟୟ ଆସିବା ପୂର୍ବରୁ ପ୍ରାକ୍‌ ସତର୍କ ସୂଚନା ନିମନ୍ତେ ବ୍ୟବସ୍ଥାରେ ଉନ୍ନତି ପାଇଁ ଅଧିକ ଅର୍ଥ ବିନିଯୋଗ କରିବାକୁ ବିଭିନ୍ନ ଦେଶର ସରକାରଗୁଡ଼ିକୁ ଆହ୍ବାନ ଦିଆଯାଇଛି। ଏପରି କରାଗଲେ ରାଷ୍ଟ୍ରଗୁଡ଼ିକର ପ୍ରସ୍ତୁତି, ମୁକାବିଲା ଦକ୍ଷତା ବୃଦ୍ଧି ପାଇବା ସହ ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବକୁ ହ୍ରାସ କରାଯାଇପାରିବ ବୋଲି ପରାମର୍ଶ ଦିଆଯାଇଛି।
ଓ୍ବାଲର୍‌ଡ ମେଟେରୋଲୋଜିକାଲ ଅର୍ଗାନାଇଜେଶନ(ଡବ୍ଲ୍ୟଏମ୍‌ଓ) ମହାସଚିବ ପେଟ୍ଟେରି ତାଲସ୍‌ କହିଛନ୍ତି, କୋଭିଡ୍‌-୧୯ ଆନ୍ତର୍ଜାତିକ ସ୍ବାସ୍ଥ୍ୟ ଓ ଆର୍ଥିକ ସ୍ତରରେ ବୃହତ୍‌ ସଙ୍କଟ ସୃଷ୍ଟି କରିଛି, ଯେଉଁଥିରୁ ମୁକୁଳିବା ପାଇଁ ବର୍ଷ ବର୍ଷ ଲାଗିଯିବ। ଏପରି ସ୍ଥିତିରେ ମନେରଖିବାକୁ ହେବ ଯେ, ଜଳବାୟୁ ପରିବର୍ତ୍ତନ ମାନବ ଜୀବନ, ଜୈବ ବ୍ୟବସ୍ଥା, ଅର୍ଥନୀତି ଓ ସମାଜ ପ୍ରତି ଶତାବ୍ଦୀ ଶତାବ୍ଦୀ ଧରି ବିପଦ ସାଜିବ। କରୋନା ମହାମାରୀରୁ ମୁକ୍ତ ହେବା ମାନବକୃତ ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ସ୍ଥିରତା ଓ ସମାଯୋଜନର ନିରନ୍ତର ପଥ ଆଡ଼କୁ ଅଗ୍ରସର ହେବା ଲାଗି ଆମ ପାଇଁ ଏକ ସୁଯୋଗ ପାଲଟିବ।

୨୦ ବର୍ଷରେ ୭,୩୪୮ ବିପତ୍ତି
ଜଳବାୟୁ ପରିବର୍ତ୍ତନ ଯୋଗୁ ବିଗତ ୨୦ ବର୍ଷରେ ବିଶ୍ୱ ୭,୩୪୮ ବିପତ୍ତି ସହିଛି। ୨୦୦୦ରୁ ୨୦୧୯ ମଧ୍ୟରେ ଏଥିଯୋଗୁ ୧.୨୩ ମିଲିୟନ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪.୨ ବିଲିୟନ ଲୋକ ପ୍ରଭାବିତ ହୋଇଥିଲେ। ଏହି ଅବଧି ମଧ୍ୟରେ ବିପର୍ଯ୍ୟୟ କାରଣରୁ ବିଶ୍ୱ ଅର୍ଥନୀତିର ୨.୯୭ ଟ୍ରିଲିୟନ ଡଲାର କ୍ଷତି ହୋଇଥିବା ୟୁଏନ୍‌ ଅଫିସ୍‌ ଫର୍‌ ଡିଜାଷ୍ଟର ରିସ୍କ ରିଡକ୍ସନ ପକ୍ଷରୁ କୁହାଯାଇଛି। ଜାତିସଂଘର ‘ହ୍ୟୁମାନ କଷ୍ଟ୍‌ ଅଫ୍‌ ଡିଜାଷ୍ଟର୍ସ ୨୦୦୦-୨୦୧୯’ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ୧୯୮୦ରୁ ୧୯୯୯ ମଧ୍ୟରେ ୪,୨୧୨ଟି ବିପର୍ଯ୍ୟୟ ଆସିଥିଲା। ୟୁଏନ୍‌ଡିଆର୍‌ଆର୍‌ ମୁଖ୍ୟ ମାମି ମିଜୁଟୋରିଙ୍କ ଅନୁସାରେ ୨୦ ବର୍ଷର ବିପର୍ଯ୍ୟୟକୁ ଦେଖିଲେ ଏକମାତ୍ର ଉପସଂହାର ଜଳଜଳ ହୋଇ ଦିଶିବ ଯେ, ଆମେ ଇଚ୍ଛାକୃତ ଭାବେ ବିଧ୍ୱସଂକ।

 


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?