ଜଳବାୟୁ ପରିବର୍ତ୍ତନରୁ ବିପର୍ଯ୍ୟୟ ବଢ଼ିବ

ଜେନେଭା,୧୪ା୧୦(ଏ.ପି.): ସମ୍ପ୍ରତି ଜଳବାୟୁ ପରିବର୍ତ୍ତନ ସାରା ବିଶ୍ୱ ଆଗରେ ଏକ ବଡ଼ ଆହ୍ବାନ ରୂପେ ଦଣ୍ଡାୟମାନ। ଏଥିଯୋଗୁ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ, ବିଶ୍ୱତାପନ, ବନାଗ୍ନି, ମରୁଡ଼ି ଓ ସାମୁଦ୍ରିକ ଝଡ଼ ଭଳି ବିପତ୍ତି ସଂଖ୍ୟା ବଢ଼ିବାରେ ଲାଗିଛି। ଏଭଳି ସ୍ଥିତି ଲାଗିରହିଲେ ଆଗକୁ ଆମକୁ ବଡ଼ ବଡ଼ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ିବ। ଫଳରେ ଆସନ୍ତା ଦଶନ୍ଧିରେ ଅନ୍ତର୍ଜାତୀୟ ମାନବିକ ସହାୟତା ଆବଶ୍ୟକ କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧିପାଇବ। ୨୦୧୮ରେ ବିଶ୍ୱବ୍ୟାପୀ ଏହି କାରଣରୁ ୧୦୮ ନିୟୁତ ଲୋକ ମାନବିକ ସହାୟତା ଲୋଡ଼ିଥିବାବେଳେ ୨୦୩୦ରେ ଏଭଳି ଅଭାବୀଙ୍କ ସଂଖ୍ୟା ୫୦% ବଢ଼ିଯିବ। ଜାତିସଂଘ ପାଣିପାଗ ସଂସ୍ଥା ମଙ୍ଗଳବାର ଏଭଳି ଭବିଷ୍ୟବାଣୀ କରି କ୍ରମବର୍ଦ୍ଧିଷ୍ଣୁ ବିପର୍ଯ୍ୟୟର ସମ୍ଭାବ୍ୟ ଭୟାନକ ଚିତ୍ର ଆଙ୍କିଛି, ଯାହାକି ବିଶ୍ୱ ସମୁଦାୟର ଚିନ୍ତା ବଢ଼ାଇ ବିପର୍ଯ୍ୟୟ ମୁକାବିଲା ପାଇଁ ଆବଶ୍ୟକ ରଣନୀତି ପ୍ରସ୍ତୁତ କରିବାକୁ ଏକପ୍ରକାର ବାଧ୍ୟ କରିଛି।
ବିଶ୍ୱ ପାଣିପାଗ ସଂସ୍ଥା ଓ ଏହାର ସହଯୋଗୀ ସଙ୍ଗଠନଗୁଡ଼ିକ ପକ୍ଷରୁ ଜାରି କରାଯାଇଥିବା ସଦ୍ୟ ରିପୋର୍ଟରେ ଦର୍ଶାଯାଇଛି ଯେ, ଜଳବାୟୁ ସମ୍ପର୍କିତ ବିପର୍ଯ୍ୟୟ ପ୍ରତିବର୍ଷ ବଢ଼ିବାରେ ଲାଗିଛି। ବିଗତ ୫୦ ବର୍ଷ ମଧ୍ୟରେ ବିଶ୍ୱବାସୀ ପାଣିପାଗ, ଜଳବାୟୁଜନିତ ବିପର୍ଯ୍ୟୟ ଓ ସୁନାମି ଭଳି ୧୧,୦୦୦ ଅସ୍ବାଭାବିକ ସ୍ଥିତିକୁ ପ୍ରତ୍ୟକ୍ଷ କରିଛନ୍ତି। ଏଥିଯୋଗୁ ୨୦ ଲକ୍ଷ ଲୋକଙ୍କ ଜୀବନ ଯାଇଛି ଏବଂ ବିଶ୍ୱ ଅର୍ଥନୀତିକୁ ୩.୬ ଟ୍ରିଲିୟନ ଡଲାର କ୍ଷତି ସହିବାକୁ ପଡ଼ିଛି। ସାମାନ୍ୟ ଆଶ୍ୱସ୍ତିର ବିଷୟ ହେଉଛି ଏହି ଅବଧି ମଧ୍ୟରେ ବିପର୍ଯ୍ୟୟଜନିତ ମୃତ୍ୟୁହାର ବାର୍ଷିକ ଏକ-ତୃତୀୟାଂଶ ହ୍ରାସ ପାଇଛି। ତେବେ ବିପର୍ଯ୍ୟୟ ଓ ତଦ୍‌ଜନିତ ଆର୍ଥିକ କ୍ଷତି ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଛି।
୧୬ଟି ଅନ୍ତର୍ଜାତୀୟ ଏଜେନ୍ସି ଓ ବିତ୍ତୀୟ ସଂସ୍ଥା ପକ୍ଷରୁ ‘୨୦୨୦ ଷ୍ଟେଟ୍‌ ଅଫ୍‌ କ୍ଲାଇମେଟ୍‌ ସର୍ଭିସେସ୍‌’ ଶୀର୍ଷକ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏଥିରେ ବିପର୍ଯ୍ୟୟ ଆସିବା ପୂର୍ବରୁ ପ୍ରାକ୍‌ ସତର୍କ ସୂଚନା ନିମନ୍ତେ ବ୍ୟବସ୍ଥାରେ ଉନ୍ନତି ପାଇଁ ଅଧିକ ଅର୍ଥ ବିନିଯୋଗ କରିବାକୁ ବିଭିନ୍ନ ଦେଶର ସରକାରଗୁଡ଼ିକୁ ଆହ୍ବାନ ଦିଆଯାଇଛି। ଏପରି କରାଗଲେ ରାଷ୍ଟ୍ରଗୁଡ଼ିକର ପ୍ରସ୍ତୁତି, ମୁକାବିଲା ଦକ୍ଷତା ବୃଦ୍ଧି ପାଇବା ସହ ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବକୁ ହ୍ରାସ କରାଯାଇପାରିବ ବୋଲି ପରାମର୍ଶ ଦିଆଯାଇଛି।
ଓ୍ବାଲର୍‌ଡ ମେଟେରୋଲୋଜିକାଲ ଅର୍ଗାନାଇଜେଶନ(ଡବ୍ଲ୍ୟଏମ୍‌ଓ) ମହାସଚିବ ପେଟ୍ଟେରି ତାଲସ୍‌ କହିଛନ୍ତି, କୋଭିଡ୍‌-୧୯ ଆନ୍ତର୍ଜାତିକ ସ୍ବାସ୍ଥ୍ୟ ଓ ଆର୍ଥିକ ସ୍ତରରେ ବୃହତ୍‌ ସଙ୍କଟ ସୃଷ୍ଟି କରିଛି, ଯେଉଁଥିରୁ ମୁକୁଳିବା ପାଇଁ ବର୍ଷ ବର୍ଷ ଲାଗିଯିବ। ଏପରି ସ୍ଥିତିରେ ମନେରଖିବାକୁ ହେବ ଯେ, ଜଳବାୟୁ ପରିବର୍ତ୍ତନ ମାନବ ଜୀବନ, ଜୈବ ବ୍ୟବସ୍ଥା, ଅର୍ଥନୀତି ଓ ସମାଜ ପ୍ରତି ଶତାବ୍ଦୀ ଶତାବ୍ଦୀ ଧରି ବିପଦ ସାଜିବ। କରୋନା ମହାମାରୀରୁ ମୁକ୍ତ ହେବା ମାନବକୃତ ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ସ୍ଥିରତା ଓ ସମାଯୋଜନର ନିରନ୍ତର ପଥ ଆଡ଼କୁ ଅଗ୍ରସର ହେବା ଲାଗି ଆମ ପାଇଁ ଏକ ସୁଯୋଗ ପାଲଟିବ।

୨୦ ବର୍ଷରେ ୭,୩୪୮ ବିପତ୍ତି
ଜଳବାୟୁ ପରିବର୍ତ୍ତନ ଯୋଗୁ ବିଗତ ୨୦ ବର୍ଷରେ ବିଶ୍ୱ ୭,୩୪୮ ବିପତ୍ତି ସହିଛି। ୨୦୦୦ରୁ ୨୦୧୯ ମଧ୍ୟରେ ଏଥିଯୋଗୁ ୧.୨୩ ମିଲିୟନ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪.୨ ବିଲିୟନ ଲୋକ ପ୍ରଭାବିତ ହୋଇଥିଲେ। ଏହି ଅବଧି ମଧ୍ୟରେ ବିପର୍ଯ୍ୟୟ କାରଣରୁ ବିଶ୍ୱ ଅର୍ଥନୀତିର ୨.୯୭ ଟ୍ରିଲିୟନ ଡଲାର କ୍ଷତି ହୋଇଥିବା ୟୁଏନ୍‌ ଅଫିସ୍‌ ଫର୍‌ ଡିଜାଷ୍ଟର ରିସ୍କ ରିଡକ୍ସନ ପକ୍ଷରୁ କୁହାଯାଇଛି। ଜାତିସଂଘର ‘ହ୍ୟୁମାନ କଷ୍ଟ୍‌ ଅଫ୍‌ ଡିଜାଷ୍ଟର୍ସ ୨୦୦୦-୨୦୧୯’ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ୧୯୮୦ରୁ ୧୯୯୯ ମଧ୍ୟରେ ୪,୨୧୨ଟି ବିପର୍ଯ୍ୟୟ ଆସିଥିଲା। ୟୁଏନ୍‌ଡିଆର୍‌ଆର୍‌ ମୁଖ୍ୟ ମାମି ମିଜୁଟୋରିଙ୍କ ଅନୁସାରେ ୨୦ ବର୍ଷର ବିପର୍ଯ୍ୟୟକୁ ଦେଖିଲେ ଏକମାତ୍ର ଉପସଂହାର ଜଳଜଳ ହୋଇ ଦିଶିବ ଯେ, ଆମେ ଇଚ୍ଛାକୃତ ଭାବେ ବିଧ୍ୱସଂକ।

 


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୨୦-୨୧ରେ ଭାରତ ଗସ୍ତରେ ରହିବେ ବିକ୍ରମସିଙ୍ଘେ…

କଲମ୍ବୋ,୧୮।୭ : ଦୁଇ ଦେଶ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ ତଥା ଦୃଢ଼଼ କରିବା ଉଦ୍ଦେଶ୍ୟରେ ଜୁଲାଇ ୨୦...

ଫିଜିରେ ୬.୩ ତୀବ୍ରତାର ଭୂକମ୍ପ…

ସୁଭା,୧୮।୪: ଫିଜିରେ ଭୂକମ୍ପ ଝଟକା। ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ୬.୩ ରେକର୍ଡ ହୋଇଥିବା ନ୍ୟାଶନାଲ ସେଣ୍ଟର ଫର...

ମାନବାଧିକାର ଉଲ୍ଲଂଘନ କରୁଛି ୟୁକ୍ରେନ୍‌: ପୁଟିନ୍‌

ମସ୍କୋ,୧୯।୨: ୟୁକ୍ରେନ୍‌ର ପୂର୍ବାଞ୍ଚଳରେ ସ୍ଥିତି ଅତି ଖରାପ ଆଡ଼କୁ ଗତି କରୁଥିବା ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଶୁକ୍ରବାର ଅଭିଯୋଗ ଆଣିଛନ୍ତି। କ୍ରେମଲିନ୍‌ରେ ଏକ ଖବରଦାତା...

ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା,୩ା୧୨: ଇଣ୍ଡୋନେସିଆରେ ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଛି। ଶନିବାର ଦେଶର ପଶ୍ଚିମ ଜାଭା ଅଞ୍ଚଳରେ ଭୂକମ୍ପ ହୋଇଛି। ଏହାର ତୀବ୍ରତା ୬.୪ ଥିଲା। ଭୂକମ୍ପର...

ମସ୍କଙ୍କୁ ଟୁଇଟର ଶେୟାର ବିକ୍ରି କରାଯାଉ

ଓ୍ବାଶିଂଟନ୍‌, ୧୪ା୯: ଟୁଇଟର ଇଙ୍କ୍‌ର ବଡ଼ ସଂଖ୍ୟାରେ ଅଂଶୀଦାର କମ୍ପାନୀର ଶେୟାର ଟେସ୍‌ଲା ମାଲିକ ଏଲନ ମସ୍କଙ୍କୁ ବିକ୍ରି କରାଯାଉ ବୋଲି ଚାହାଁନ୍ତି। ମସ୍କଙ୍କ ୪୪...

ଚାଇନା ବିରୋଧରେ ୮ ଦେଶର ମେଳି

ବ୍ଲୁମ୍‌ବର୍ଗ,୭ା୬: ଚାଇନାର ପ୍ରଭାବ ଦିନକୁ ଦିନ ବଢ଼ି ଚାଲିଥିବାବେଳେ ଏହା ବିଶ୍ୱ ବାଣିଜ୍ୟ, ସୁରକ୍ଷା ଓ ମାନବିକ ଅଧିକାର ପ୍ରତି ବିପଦ ସୃଷ୍ଟି କରିଛି। ଏହାକୁ...

ଫିଲ୍ମ ଷ୍ଟାଇଲ୍‌ରେ ପାକିସ୍ତାନ ଯୁବକ ଇଣ୍ଟରନେଟ୍‌ରେ ଖୋଜିଲେ ଭାରତୀୟଙ୍କ ମନିପର୍ସ, ଆଉ ତା’ ପରେ…

ଇସଲାମାବାଦ,୯ା୮: ଇଣ୍ଟରନେଟ୍‌ ଏବଂ ସୋସିଆଲ ମିଡିଆ କେତେ ଶକ୍ତିଶାଳୀ ମାଧ୍ୟମ ତାହା ପୁଣି ଥରେ ପ୍ରମାଣିତ ହୋଇଛି। ଜଣେ ପାକିସ୍ତାନୀ ଯୁବକ ରାସ୍ତାରେ ପଡ଼ିଥିବା ଏକ...

ଅଳିଆରୁ ରୋଜଗାର

ୱାଶିଂଟନ୍‌ ଅଳିଆ ଆମର କୌଣସି କାମରେ ଲାଗି ନ ଥାଏ ବୋଲି ଧାରଣା ରହିଛି। ହେଲେ ଆମେରିକାର ଜଣେ ମହିଳା ପଡ଼ିଶା ଘର ଲୋକଙ୍କ ଅଳିଆରୁ...

Advertisement
Archives

Model This Week